ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ପାଣି ଗଳିବା ସମସ୍ୟା ଏବଂ ତାହାର ସମାଧାନକୁ ବୁଝିବା ନିମନ୍ତେ ଏକ ବିସ୍ତୃତ ମାର୍ଗଦର୍ଶିକା

ଅନେକ ଘର ପାଇଁ ପାଣି ଗଳିବା ଏକ ଅତ୍ୟନ୍ତ ସାଧାରଣ ସମସ୍ୟା ହୋଇଥାଏ। ଏହା ଏପରି ଏକ ସମସ୍ୟା ଯାହା କାରଣରୁ ଜଳର ଅପଚୟ ହେବା ସହିତ ସମୟୋଚିତ ଯତ୍ନ ନିଆ ନ ଗଲେ ବିବିଧ ଧରଣର ଢାଞ୍ଚାଗତ କ୍ଷତି ଏବଂ ସ୍ୱାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ଆସନ୍ତୁ ପାଣି ଗଳିବା ଓ ତାହା ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକୁ ବୁଝିବା।

Share:


ଟୋପା ଟୋପା ହେଉ କି ଝର ଝର ହୋଇ ଗଳିବା ହେଉ, ପାଣି ଲିକେଜ୍ ସମସ୍ୟା ଢାଞ୍ଚାଗତ କ୍ଷତି, ଫିମ୍ପି ବଢ଼ିବା ଏବଂ ଅତ୍ୟଧିକ ମରାମତି ଖର୍ଚ୍ଚର କାରଣ ସାଜିପାରେ। ପାଣି ଗଳିବା ସମସ୍ୟାର ଉତ୍ସ ଅନେକ ହୋଇପାରେ, ଯେପରିକି - କ୍ଷତିଗ୍ରସ୍ତ ପାଇପ୍, ତ୍ରୁଟିପୂର୍ଣ୍ଣ ଭାବେ ଲଗାଯାଇଥିବା ପ୍ଲମ୍ବିଂ ସାମଗ୍ରୀ ଏବଂ କ୍ଷତିଗ୍ରସ୍ତ ଛାତ। ଯଦି ତାହାର ଉପଚାର କରା ନ ଯାଏ ତେବେ ଭିତ୍ତିଭୂମିର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହେବା ସହିତ ଫିମ୍ପି/କବକ ବୃଦ୍ଧି କାରଣରୁ ତାହା ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥାଏ। ଏହି ବ୍ଲଗ୍‌‌ରେ, ଆମେ ପାଣି ଗଳିବା ପଛରେ ଥିବା କାରଣଗୁଡ଼ିକୁ ଗଭୀରତାରେ ଜାଣିବା ଏବଂ ଏହି ସମସ୍ୟାକୁ ଦୂର କରିବା ପାଇଁ ସମାଧାନଗୁଡ଼ିକର ପ୍ରସ୍ତାବ ଦେବା ।



ପାଣି ଗଳିବା ବା ୱାଟର ଲିକେଜ୍ କ’ଣ?



ପାଣି ଲିକେଜ୍‌‌ର ଅର୍ଥ ହେଉଛି ପାଇପ୍, ଟାଙ୍କି, ନଳ କିମ୍ବା ଫିଟିଂରୁ ଅବାଞ୍ଚିତ ଭାବେ ପାଣି ନିଷ୍କାସିତ ହେବା। ଏହା ବିଭିନ୍ନ ରୂପରେ ଏବଂ ଆପଣଙ୍କ ଘରର ବିଭିନ୍ନ ଜାଗାରୁ, ଏପରିକି ଭୂତଳରୁ ମଧ୍ୟ, କାନ୍ଥ ଭିତରୁ କିମ୍ବା ଘରର ବାହ୍ୟ ପୃଷ୍ଠଭାଗରୁ ହୋଇପାରେ। ଗଳୁଥିବା ପାଣିର ପରିମାଣ ସାମାନ୍ୟ ଟୋପାରୁ ଆରମ୍ଭ କରି ଅଧିକ ଗୁରୁତର ବିନାଶକାରୀ ପ୍ରବାହ ପର୍ଯ୍ୟନ୍ତ ହୋଇପାରେ। ଲିକ୍ ସମସ୍ୟାକୁ ଯେତେ ଦୀର୍ଘ ସମୟ ପାଇଁ ଅଣଦେଖା କରାଯିବ କିମ୍ବା ମରାମତି ନ କରି ଛାଡ଼ିଦିଆଯିବ ତାହାର ପରିଣତି ସେତେ ଅଧିକ ଗୁରୁତର ହେବ, ଯେପରିକି- ସମ୍ପତ୍ତି ପ୍ରତି କ୍ଷତି, ବର୍ଦ୍ଧିତ ପାଣି ବିଲ୍ ଏବଂ ଫିମ୍ପି/କବକ କାରଣରୁ ସ୍ୱାସ୍ଥ୍ୟ ସମସ୍ୟା।

 

 

ପାଣି ଗଳିବା ସମସ୍ୟାର ପ୍ରତିରୋଧ କିପରି କରାଯିବ?



ପାଣି ଗଳିବା ସମସ୍ୟାର ମୁକାବିଲା କରିବା କଷ୍ଟସାଧ୍ୟ ହୋଇପାରେ, କିନ୍ତୁ ସୌଭାଗ୍ୟବଶତଃ ଏହାର ପ୍ରତିରୋଧ କରିବା ପାଇଁ ଆପଣ ଅନେକ ପଦକ୍ଷେପ ଗ୍ରହଣ କରିପାରିବେ । ପାଣି ଗଳିବାର ସଠିକ୍ ସମାଧାନକୁ ଅନୁସରଣ କରି ଆପଣ ନିଜର ସମ୍ପତ୍ତିକୁ ସୁରକ୍ଷିତ ରଖିପାରିବେ ଏବଂ ପାଣି ଗଳିବା ସମସ୍ୟା ସହିତ ଜଡ଼ିତ ବିପଦର ଆଶଙ୍କାକୁ ନ୍ୟୂନତମ କରିପାରିବେ। ପାଣି ଗଳିବା ସମସ୍ୟାର ପ୍ରତିରୋଧ ପାଇଁ ଏହିସବୁ ପଦକ୍ଷେପ ଗ୍ରହଣ କରାଯାଇପାରିବ:

 

୧. ଲିକ୍‌ଗୁଡ଼ିକୁ ଯାଞ୍ଚ କରିବାରେ ସକ୍ରିୟତା ଅବଲମ୍ବନ କରନ୍ତୁ

ଆପଣଙ୍କର ପ୍ଲମ୍ବିଂ ପ୍ରଣାଳୀ, ଉପକରଣ ଏବଂ ଫିକ୍ସର୍‌‌ଗୁଡ଼ିକ ନିୟମିତ ଭାବେ ଲିକ୍‌‌ର ସଙ୍କେତ ପାଇଁ ଯାଞ୍ଚ କରନ୍ତୁ। ନଜରରେ ଆସିଥିବା ଛୋଟରୁ ଛୋଟ କ୍ଷରଣକୁ ମଧ୍ୟ ମରାମତି କରନ୍ତୁ, କାରଣ ସମୟକ୍ରମେ ତାହା ବଡ଼ ଆକାର ଲିକେଜ୍ ସମସ୍ୟାରେ ପରିଣତ ହୋଇପାରିବ।

 

୨. ଆପଣଙ୍କର ନର୍ଦ୍ଦମାନାଳୀର ଆବର୍ଜନାଗୁଡ଼ିକୁ ସଫା କରନ୍ତୁ



ଅବରୁଦ୍ଧ ନର୍ଦ୍ଦମା କାରଣରୁ ପାଣି ଜମା ହୋଇପାରେ ଏବଂ ଆପଣଙ୍କ ଘରେ ଲିକେଜ୍ ସମସ୍ୟା ଦେଖାଦେଇପାରେ। ନର୍ଦ୍ଦମାରୁ ଆବର୍ଜନା ଓ ଧୂଳିମଳିକୁ ନିୟମିତ ଭାବେ ସଫା କରନ୍ତୁ, ଯାହା ଫଳରେ ଉପଯୁକ୍ତ ଜଳର ପ୍ରବାହ ସୁନିଶ୍ଚିତ ହେବ।

 

୩. ଛାତକୁ ଉଭୟ ପଟରୁ ତଦାରଖ କରନ୍ତୁ

ଆପଣଙ୍କ ଛାତର କୌଣସି କାଠ ଟାଇଲ୍ ଉଠିଛି କିମ୍ବା କ୍ଷତିଗ୍ରସ୍ତ ହୋଇଛି କି ନାହିଁ ତାହା ଯାଞ୍ଚ କରନ୍ତୁ। ସିଲିଂରେ ପାଣିର ଦାଗ କିମ୍ବା ରଙ୍ଗ ଛାଡ଼ିବା ଭଳି ସଂକେତଗୁଡ଼ିକୁ ଦେଖନ୍ତୁ। ଛାତର ସମସ୍ୟାକୁ ତତ୍ପରତା ସହିତ ସଜାଡ଼ି ଆପଣ ପାଣିକୁ ଆପଣଙ୍କ ଘର ମଧ୍ୟକୁ ଗଳିବାରୁ ପ୍ରତିରୋଧ କରିପାରିବେ।


୪. ପାଇପ୍‌‌ଗୁଡ଼ିକୁ ଘନୀଭୂତ ହେବାରୁ ରୋକନ୍ତୁ



ଥଣ୍ଡା ଜଳବାୟୁରେ ଘନୀଭୂତ ପାଇପ୍‌‌ଗୁଡ଼ିକ ଫାଟିଯାଇପାରେ ଏବଂ ବ୍ୟାପକ ଜଳଜନିତ କ୍ଷତି ସୃଷ୍ଟି କରିପାରେ। ବାହାରେ ଥିବା ପାଇପ୍‌‌ଗୁଡ଼ିକୁ ରୋଧନ ବା ଇନସୁଲେଟ୍ କରି ଆପଣ ନିଜ ଘରକୁ ପର୍ଯ୍ୟାପ୍ତ ଭାବେ ଉଷୁମ ରଖିପାରିବେ ଓ ପାଇପ୍‌‌ଗୁଡ଼ିକୁ ଘନୀଭୂତ ହେବାରୁ ରୋକିପାରିବେ।

 

୫. ବାହାରେ ଥିବା ପାଇପ୍‌‌ଗୁଡ଼ିକୁ ଉପଯୁକ୍ତ ଭାବେ ଇନସୁଲେଟ୍ କରନ୍ତୁ



ବାହ୍ୟ ପ୍ରଭାବ ସଂସ୍ପର୍ଶରେ ଆସୁଥିବା ପାଇପ୍‌‌‌ଗୁଡ଼ିକୁ ଇନସୁଲେଟ୍ କରିବା ଦ୍ୱାରା ତାହା ଘନୀଭୂତ ହେବାରୁ ବର୍ତ୍ତିବା ସହିତ ପାଣିର ତାପମାତ୍ରାକୁ ନିୟନ୍ତ୍ରଣ କରିବା ଏବଂ ଘନୀଭବନ ଏବଂ ସମ୍ଭାବ୍ୟ ଲିକ୍‌‌ର ଆଶଙ୍କାକୁ ହ୍ରାସ କରିଥାଏ।

 

୬. ଆର୍ଦ୍ର କିମ୍ବା ଶିଉଳି ଜମିଥିବା ସ୍ଥାନଗୁଡ଼ିକୁ ଯାଞ୍ଚ କରନ୍ତୁ

ନିୟମିତ ଭାବେ ଆର୍ଦ୍ରତା ଜମୁଥିବା କିମ୍ବା ଶିଉଳି ବୃଦ୍ଧି ପାଉଥିବାର ସଂକେତଗୁଡ଼ିକୁ ଯାଞ୍ଚ କରନ୍ତୁ, ବିଶେଷକରି ବେସମେଣ୍ଟ ଓ ବାଥରୁମ୍ ଭଳି ସନ୍ତସନ୍ତିଆ ହେବାର ସମ୍ଭାବନା ଥିବା ସ୍ଥାନଗୁଡ଼ିକୁ। ଆର୍ଦ୍ର ଜାଗାଗୁଡ଼ିକୁ ଠିକ୍ ସମୟରେ ଚିହ୍ନଟ କଲେ ଆପଣ ଅନ୍ତର୍ନିହିତ ଜଳ ଲିକେଜ୍ ସମସ୍ୟାକୁ ଗୁରୁତର ସମସ୍ୟାରେ ପରିଣତ ହେବା ପୂର୍ବରୁ ସଜାଡ଼ିପାରିବେ ।


ଜଳ ଲିକେଜ୍‌‌ର ସମାଧାନଗୁଡ଼ିକ କ’ଣ?



୧. ଲିକ୍ ହେଉଥିବା ଜାଗାକୁ ଚିହ୍ନଟ କରନ୍ତୁ

ସମସ୍ୟାର ସମାଧାନ ପାଇଁ ସର୍ବପ୍ରଥମ ସୋପାନ ହେଉଛି ଲିକ୍‌‌ର ଉତ୍ସକୁ ଚିହ୍ନଟ କରିବା। ପାଇପ୍ କିମ୍ବା ଅନ୍ୟାନ୍ୟ ଢାଞ୍ଚାର ଗୋଟିଏ ମୁଣ୍ଡରୁ ଅନ୍ୟ ମୁଣ୍ଡକୁ ପାଣି ବହିଯାଉଥିବା କାରଣରୁ ଲିକ୍‌‌ ଜାଗାକୁ ଚିହ୍ନଟ କରିବା ମୁସ୍କିଲ୍ ହୋଇପାରେ। ତେଣୁ ପ୍ଲମ୍ବିଂ ଫିକ୍ସର୍, ପାଇପ୍, କାନ୍ଥ, ସିଲିଂ ଏବଂ ଆପଣଙ୍କ ଛାତର ଉପଯୁକ୍ତ ପରୀକ୍ଷା ମାଧ୍ୟମରେ ଜଳ ଲିକେଜ୍‌‌ର ଉତ୍ପତ୍ତିସ୍ଥଳକୁ ଚିହ୍ନଟ କରାଯାଇପାରିବ। ଯଦି ଆପଣ ନିଜେ ଲିକ୍‌‌କୁ ଠାବ କରିପାରୁନାହାନ୍ତି, ତେବେ ଜଣେ ପେସାଦାରଙ୍କ ସାହାଯ୍ୟ ଏବଂ ପରାମର୍ଶ ଲୋଡ଼ିବା ବିଜ୍ଞତାର ପରିଚୟ ହେବ।

 

୨. କ୍ଷତିଗ୍ରସ୍ତ ଜାଗାକୁ ମରାମତି କରନ୍ତୁ

ଲିକ୍‌‌ର ଉତ୍ପତ୍ତିସ୍ଥଳ ଚିହ୍ନଟ ହେଲାପରେ, କ୍ଷତିଗ୍ରସ୍ତ ସ୍ଥାନକୁ ମରାମତି କରି ଅଧିକ ଜଳ କ୍ଷତିକୁ ପ୍ରତିରୋଧ କରନ୍ତୁ। ମରାମତି କାମ ମଧ୍ୟରେ ଭଙ୍ଗା ପାଇପ୍‌‌କୁ ସଜାଡ଼ିବ, କ୍ଷତିଗ୍ରସ୍ତ ମେଜିଆକୁ ବଦଳାଇବା କିମ୍ବା ଛାତରେ ଥିବା କଣାଗୁଡ଼ିକୁ ପ୍ୟାଚ୍ କରିବା ଅନ୍ତର୍ଭୁକ୍ତ ହୋଇଥାଏ। ମରାମତି ପ୍ରକ୍ରିୟା ସମ୍ପର୍କରେ ଆପଣ ଅନିଶ୍ଚିତ ଥିଲେ ଜଣେ ପ୍ଲମ୍ବରଙ୍କ ସହିତ ସମ୍ପର୍କ କରନ୍ତୁ।

 

୩. ଫାଟ ଓ ଫାଙ୍କଗୁଡ଼ିକୁ ସିଲ୍ କରନ୍ତୁ



କାନ୍ଥ, ଫାଉଣ୍ଡେସନ ଏବଂ ଝରକା ଓ କବାଟ ଚାରିପଟ ଭଳି ଘରର ଢାଞ୍ଚାରେ ନଜରକୁ ଆସୁଥିବା ସମସ୍ତ ଫାଟ ଓ ଫାଙ୍କଗୁଡ଼ିକୁ ଏକ କ୍ରାକ୍ ଫିଲର୍ ବ୍ୟବହାର କରି ସିଲ୍ କରନ୍ତୁ । ଏହାଦ୍ୱାରା ଭବିଷ୍ୟତରେ ପାଣି ଲିକ୍ ପ୍ରତିରୋଧ ହେବ ଏବଂ ବର୍ଷ କିମ୍ବା ଆର୍ଦ୍ରତା ସଂସ୍ପର୍ଶଜନିତ ସମ୍ଭାବ୍ୟ କ୍ଷୟକ୍ଷତିକୁ ରୋକାଯାଇପାରିବ।

 

୪. ପାଣି ଲିକେଜ୍ ଉତ୍ପାଦଗୁଡ଼ିକୁ ବ୍ୟବହାର କରନ୍ତୁ

ଏକ ଜଳନିରୋଧୀ ପ୍ରତିବନ୍ଧକ ସୃଷ୍ଟି କରିବା ପାଇଁ ବାହ୍ୟ କାନ୍ଥ, ଛାତ, ବାଲକୋନୀ ଏବଂ ବେସମେଣ୍ଟ ଭଳି ଘରର ବିଭିନ୍ନ ପୃଷ୍ଠଭାଗରେ ପାଣି ଲିକେଜ୍‌‌ର ସମାଧାନ ଭାବେ ୱାଟରପ୍ରୁଫିଙ୍ଗ କେମିକାଲ୍ ଲଗାଯାଇପାରିବ। ଏହା ପାଣିକୁ ଭେଦିବାରୁ ରୋକିଥାଏ, ଲିକ୍‌‌ର ଆଶଙ୍କାକୁ ହ୍ରାସ କରିଥାଏ ଏବଂ ଆପଣଙ୍କ ଘରର ଢାଞ୍ଚାର ଜୀବନକାଳକୁ ବୃଦ୍ଧି କରିଥାଏ।

 

୫. ଆଭ୍ୟନ୍ତରୀଣ ଆର୍ଦ୍ରତାକୁ ପରିଚାଳନା କରନ୍ତୁ

ଘର ଭିତରେ ମାତ୍ରାଧିକ ଆର୍ଦ୍ରତା ବା ଗୁଳୁଗୁଳି ବିଦ୍ୟମାନ ଲିକ୍‌‌ର ସ୍ଥିତିକୁ ଆହୁରି ବିଗାଡ଼ିପାରେ କିମ୍ବା ଘନୀଭବନର କାରଣ ସାଜିପାରେ, ଯେଉଁକାରଣରୁ ଜଳଜନିିତ କ୍ଷତି ଏବଂ ଫିମ୍ପି ବଢ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଆର୍ଦ୍ରତା ରହିଥିବା ଅଞ୍ଚଳଗୁଡ଼ିକରେ ଡିହ୍ୟୁମିଡିଫାୟର୍ କିମ୍ବା ଏୟାର କଣ୍ଡିସନର ବ୍ୟବହାର କରି ଆପଣ ବାଥରୁମ୍, କିଚେନ୍ ଏବଂ ଲଣ୍ଡ୍ରି ରୁମ୍‌‌ରେ ଉପଯୁକ୍ତ ବାୟୁ ଚଳାଚଳକୁ ସୁନିଶ୍ଚିତ କରି ଆର୍ଦ୍ରତା ସ୍ତରକୁ ନିୟନ୍ତ୍ରଣ କରିପାରିବେ।

 

୬. ନିୟମିତ ରକ୍ଷଣାବେକ୍ଷଣ ଏବଂ ତଦାରଖ

ଆପଣଙ୍କ ପ୍ଲମ୍ବିଂ ପ୍ରଣାଳୀ, ଛାତ ଏବଂ ଡ୍ରେନେଜ୍ ପ୍ରଣାଳୀର ନିୟମିତ ତଦାରଖ ଏବଂ ରକ୍ଷଣାବେକ୍ଷଣ କରାଯିବା ଉଚିତ୍। ଜଣେ ପେସାଦାର ବ୍ୟକ୍ତି ଆପଣଙ୍କୁ ଦୁର୍ବଳ ସ୍ଥାନଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିପାରିବେ ଏବଂ ଭବିଷ୍ୟତ ପାଣି ଲିକ୍ ଓ କ୍ଷତିକୁ ରୋକିବା ପାଇଁ ଉପଯୁକ୍ତ ଘର ୱାଟର ଲିକେଜ୍ ସମାଧାନ ଯୋଗାଇପାରିବେ।



ଆପଣଙ୍କ ଘରର ଢାଞ୍ଚାଗତ ଅଖଣ୍ଡତାକୁ ବଜାୟ ରଖିବା ଏବଂ ଏକ ସ୍ୱାସ୍ଥ୍ୟକର ଜୀବନ ପରିବେଶକୁ ସୁନିଶ୍ଚିତ କରିବା ପାଇଁ ଘରର ପାଣି ଗଳିବା ସମସ୍ୟାକୁ ସଜାଡ଼ିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସକ୍ରିୟ ତଦାରଖରୁ ଆରମ୍ଭ କରି ୱାଟର୍ ଲିକେଜ୍ ସମାଧାନଗୁଡ଼ିକର ପ୍ରୟୋଗ ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ନିଆଯାଇ ପାଣି ଲିକେଜ୍ କାରଣରୁ ବଡ଼ କ୍ଷତି ଏବଂ ମହଙ୍ଗା ମରାମତିକୁ ପ୍ରତିରୋଧ କରାଯାଇପାରିବ। ପାଣି ଗଳୁଥିବା ଛାତକୁ ମରାମତି କରିବା ଶିଖିବା ଦ୍ୱାରା, ଏହି ମାର୍ଗଦର୍ଶିକା ଆପଣଙ୍କୁ ଜଳଜନିତ କ୍ଷୟକ୍ଷତିରୁ ନିଜ ଘରକୁ ସୁରକ୍ଷା ଦେବା ପାଇଁ ଏକ ମଜବୁତ ମୂଳଦୁଆ ଯୋଗାଇପାରିବ।



ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧. କାନ୍ଥ ଭିତରେ ପାଣି ପଶିଲେ କ’ଣ ହୋଇଥାଏ?

କାନ୍ଥ ଭିତରେ ପାଣି ପ୍ରବେଶ କଲେ ଫିମ୍ପି/କବକ ବିକଶିତ ହେବା, ଢାଞ୍ଚାଗତ ସମସ୍ୟା ସୃଷ୍ଟି ହେବା ଏବଂ ସମ୍ପତ୍ତିର ମୂଲ୍ୟ କମିବା ଭଳି ବିଭିନ୍ନ କ୍ଷୟକ୍ଷତି ହୋଇଥାଏ। ଏହା ରୋଧନ ବା ଇନସୁଲେସନ୍‌, ୱାଲପେପର୍ ଓ ରଙ୍ଗକୁ ନଷ୍ଟ କରିବା ସହିତ ଅପ୍ରୀତିକର ଦୁର୍ଗନ୍ଧ ସୃଷ୍ଟି କରିଥାଏ।

 

୨. କେଉଁ ସିମେଣ୍ଟ ପାଣି ଲିକ୍‌‌କୁ ରୋକିଥାଏ?

ପାଣି ଲିକ୍‌‌କୁ ରୋକିବାରେ ୱାଟରପ୍ରୁଫିଙ୍ଗ ସିମେଣ୍ଟ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ। ଜଳକୁ ଭେଦିବାରୁ ରୋକିବା, ଢାଞ୍ଚାଗୁଡ଼ିକୁ ଜଳଜନିତ କ୍ଷୟକ୍ଷତିରୁ ସୁରକ୍ଷା ଯୋଗାଇବା ପାଇଁ ଏହା ନିର୍ମିତ ହୋଇଥାଏ। ଏହି ସିମେଣ୍ଟଗୁଡ଼ିକ ଫାଟ ଏବଂ ଫାଙ୍କଗୁଡ଼ିକୁ ସିଲ୍ କରିବାରେ ସାହାଯ୍ୟ କରି ବିଲ୍‌‌ଡିଂର ଜଳନିରୋଧୀ କ୍ଷମତାକୁ ବୃଦ୍ଧି କରିଥାଏ।

 

୩. ପାଣି ଲିକ୍‌‌ର ମରାମତି ପାଇଁ କେତେ ସମୟ ଲାଗିଥାଏ?

ମରାମତି ସମୟ ଅଳ୍ପ କିଛି ଘଣ୍ଟାରୁ ଆରମ୍ଭ କରି କିଛି ଦିନ ପର୍ଯ୍ୟନ୍ତ ବ୍ୟାପ୍ତ ହୋଇପାରେ। ଲିକ୍‌‌ର ସ୍ଥିତି କେତେ ଖରାପ ଅଛି ଏବଂ କେଉଁ ଧରଣର ମରାମତି ଆବଶ୍ୟକ ହେଉଛି ତାହା ଭିତ୍ତିରେ ସମୟ ଭିନ୍ନ ହୋଇପାରେ। ସାମାନ୍ୟ ଲିକ୍‌‌ଗୁଡ଼ିକୁ ମାତ୍ର କିଛି ଘଣ୍ଟା ମଧ୍ୟରେ ସଜଡ଼ାଯାଇପାରୁଥିବା ବେଳେ, ଜଟିଳ ସମସ୍ୟାଗୁଡ଼ିକୁ ସୁଧାରିବା ପାଇଁ ଅନେକ ଦିନ ଲାଗିପାରେ, ଯାହା କ୍ଷତିର ପରିମାଣ ଉପରେ ନିର୍ଭର କରିଥାଏ।

 

୪. ଲିକ୍ ହେଉଥିବା ଟାଇଲ୍ସକୁ ଆମେ ୱାଟରପ୍ରୁଫ୍ କରିପାରିବା କି?

ହଁ, ବିଶେଷ ସିଲାଣ୍ଟ୍ ବ୍ୟବହାର କରି ଆମେ ଟାଇଲ୍ସ ଉପରେ ଏକ ଜଳନିରୋଧି ଆସ୍ତରଣ ତିଆରି କରିପାରିବା ଯାହା ଲିକ୍‌‌କୁ ପ୍ରତିରୋଧ କରିଥାଏ। ଏହି ସିଲର୍‌‌ଗୁଡ଼ିକର ପ୍ରୟୋଗ ଦ୍ଓ୍‌ବାରା ଏକ ସୁରକ୍ଷାମୂଳକ ପରସ୍ତ ସୃଷ୍ଟି ହୁଏ, ଯାହା ଟାଇଲ୍ ମଧ୍ୟ ଦେଇ ପାଣିକୁ ଭେଦିବାରୁ ରୋକିଥାଏ।

 

୫. ପାଣି ଲିକ୍ ମରାମତି ପରେ ଆମେ ତାହା ଉପରେ ରଙ୍ଗ କରିପାରିବା କି?

ହଁ, ପାଣି ଲିକ୍‌‌ ମରାମତି କାମ ସମ୍ପୂର୍ଣ୍ଣ ହେବା ଏବଂ ପୃଷ୍ଠଭାଗ ସମ୍ପୂର୍ଣ୍ଣ ଶୁଖିଯିବା ପରେ ଆପଣ ରଙ୍ଗ ଲଗାଇପାରିବେ। ହେଲେ, ସନ୍ତସନ୍ତିଆ କିମ୍ବା ଆର୍ଦ୍ରତାପ୍ରବଣ ଅଞ୍ଚଳ ପାଇଁ ବିଶେଷ ଭାବେ ଡିଜାଇନ୍ କରାଯାଇଥିବା ରଙ୍ଗଗୁଡ଼ିକୁ ଚୟନ କରିବା ପରାମର୍ଶଯୋଗ୍ୟ ଅଟେ।

 

୬. କାନ୍ଥରେ ଆର୍ଦ୍ରତାକୁ କିପରି ଯାଞ୍ଚ କରାଯାଇପାରିବ?

ଓଦା ଦାଗ, ରଙ୍ଗ ଫିକା ପଡ଼ିବା କିମ୍ବା ରଙ୍ଗ ଛାଡ଼ିବା ଭଳି ଆଖିକୁ ଦେଖାଯାଉଥିବା ସଂକେତଗୁନିକ ଆର୍ଦ୍ରତା ସମ୍ବନ୍ଧୀୟ ସମସ୍ୟାକୁ ସୂଚାଇଥାଏ। ଅତିରିକ୍ତ ଭାବେ, କାନ୍ଥଗୁଡ଼ିକରେ ଆର୍ଦ୍ରତାକୁ ଚିହ୍ନ କରିବା ପାଇଁ ମଏଶ୍ଚର ମିଟର ଏବଂ ଇନଫ୍ରାରେଡ୍ କ୍ୟାମେରା ଫଳପ୍ରଦ ସାଧନ ଅଟେ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....