ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ପାଣି ସିମେଣ୍ଟ ଅନୁପାତ କିପରି ହିସାବ କରାଯିବ?

ନିର୍ମାଣ କ୍ଷେତ୍ରରେ କଞ୍ଚା ସାମଗ୍ରୀ ଏବଂ ସେଗୁଡ଼ିକର ସଠିକ୍ ଅନୁପାତକୁ ନେଇ ଆପଣଙ୍କୁ ବିଶେଷ ଯତ୍ନବାନ୍ ହେବାକୁ ପଡ଼ିଥାଏ । ସାମଗ୍ରୀଗୁଡ଼ିକ ଉଚ୍ଚ କ୍ୱାଲିଟିର ହେବା ଏବଂ ଆପଣଙ୍କ ନିକଟରେ ସେହି ସାମଗ୍ରୀଗୁଡ଼ିକ ସମ୍ପର୍କରେ ଜ୍ଞାନ ରହିଥିବା ଆବଶ୍ୟକ । କଂକ୍ରିଟ୍ ମିଶ୍ରଣ ପାଇଁ ଜଣେ ଠିକାଦାରଙ୍କ ସହ ପରାମର୍ଶ କରିବା ସର୍ବଦା ବାଞ୍ଛନୀୟ ହୋଇଥାଏ । ଏହାର କାରଣ ହେଉଛି ଏକ ସୁଦୃଢ଼ ଏବଂ ଦୀର୍ଘସ୍ଥାୟୀ ନିର୍ମାଣ ପାଇଁ ସଠିକ୍ ପାଣି ସିମେଣ୍ଟ ଅନୁପାତ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି କାରଣରୁ ସିମେଣ୍ଟ ପାଣିର ଅନୁପାତ ଓ ତାହାକୁ କିପରି ହିସାବ କରାଯିବ ତାହା ବୁଝିନେବା ଜରୁରୀ ଅଟେ ।

Share:




ପାଣି ସିମେଣ୍ଟ ଅନୁପାତ କ’ଣ?

ଏହା ହେଉଛି କଂକ୍ରିଟ୍‌‌ରେ ମିଶାଯାଇଥିବା ପାଣିର ବସ୍ତୁତ୍ୱ ଏବଂ ସିମେଣ୍ଟର ବସ୍ତୁତ୍ୱର ଅନୁପାତ । ପାଣି ସିମେଣ୍ଟ ଅନୁପାତ ଫର୍ମୁଲା ସିଧାସଳଖ କଂକ୍ରିଟ୍‌‌ର ସୁଦୃଢ଼ତା ଏବଂ ସ୍ଥାୟିତ୍ୱକୁ ପ୍ରଭାବିତ କରିଥା । ସାଧାରଣ ଭାବେ, ବିଭିନ୍ନ ଗ୍ରେଡ୍‌‌‌‌ର କଂକ୍ରିଟ୍ ପାଇଁ ପାଣି-ସିମେଣ୍ଟ ଅନୁପାତ ୦.୪୦ - ୦.୬୦ ମଧ୍ୟରେ ରହିଥାଏ ।


ପାଣି ସିମେଣ୍ଟ ଅନୁପାତର ମହତ୍ତ୍ୱ :

କଂକ୍ରିଟ୍‌‌ର ଶକ୍ତିକୁ ନିରୂପଣ କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରକ ହେଉଛି ପାଣି ସିମେଣ୍ଟ ଅନୁପାତ ।

କଂକ୍ରିଟ୍‌‌‌‌ର ଉପଯୁକ୍ତ କିଓରିଂ କରାଯାଇଥିଲେ, ତାହାର ଶକ୍ତି ଏବଂ ସ୍ଥାୟିତ୍ୱ ପାଇଁ ପାଣି ସିମେଣ୍ଟ ଅନୁପାତ ହିଁ ପରମ ରୂପେ ଦାୟୀ ହୋଇଥାଏ । ଉଦାହରଣ ସ୍ୱରୂପ, ଯଦି ପାଣି ସିମେଣ୍ଟ ଅନୁପାତ ୦.୪୦ ହୋଇଥାଏ, ତେବେ ଏହାର ଅର୍ଥ ହେଉଛି କଂକ୍ରିଟ୍‌‌ରେ ବ୍ୟବହୃତ ହୋଇଥିବା ପ୍ରତ୍ୟେକ ୫୦ କିଗ୍ରା ସିମେଣ୍ଟ (୧ ବସ୍ତା) ପାଇଁ ୨୦ ଲିଟର ପାଣି ମିଶାଯିବା ଆବଶ୍ୟକ ।

How To Calculate Water Cement Ratio ?

 

Water cement ratio = Weight of water

                                                 ସିମେଣ୍ଟର ଓଜନ

ଉଦାହରଣ: ଯଦି କଂକ୍ରିଟ୍ ପାଇଁ ପାଣି-ସିମେଣ୍ଟ ଅନୁପାତ ୦.୫୦ ହୋଇଥାଏ ଏବଂ ମିଶାଯାଇଥିବା ସିମେଣ୍ଟ ୫୦ କିଗ୍ରା (୧ ବସ୍ତା ସିମେଣ୍ଟର ଓଜନ) ହୁଏ ।

କଂକ୍ରିଟ୍ ପାଇଁ ଆବଶ୍ୟକ ପାଣିର ପରିମାଣ ହେଉଛି:

ପାଣି / ସିମେଣ୍ଟ = ୦.୫୦

ପାଣି / ୫୦ କିଗ୍ରା = ୦.୫୦

ପାଣି = ୦.୫୦ x ୫୦ = ୨୫ ଲିଟର ।

ସେହିଭଳି ପାଣି/ସିମେଣ୍ଟ = ୦.୪୦ ହେଲେ

ପାଣି = ୦.୪୦ x ୫୦

ପାଣି = ୨୦ ଲିଟର

ଆମେ ଦେଖିଲେ, ଯେ ପାଣି-ସିମେଣ୍ଟ ଅନୁପାତକୁ ଆମେ କମାଇଲେ ପାଣିର ପରିମାଣ ମଧ୍ୟ କମିଯାଇଥାଏ । ଏହା ସତ ଯେ, କଂକ୍ରିଟ୍‌‌ରେ ପାଣିର ପରିମାଣ କମିଲେ କଂକ୍ରିଟ୍‌‌‌‌ର କମ୍ପ୍ରେସିଭ୍ ଶକ୍ତି ବଢ଼ିଥାଏ । କିନ୍ତୁ ପାଣି ସିମେଣ୍ଟ ଅନୁପାତରେ କେତେକ ସୀମା ରହିଛି । ସର୍ବନିମ୍ନ ପାଣି ସିମେଣ୍ଟ ଅନୁପାତ ହେଉଛି ୦.୩୦ - ୦.୩୫, ୟା’ଠାରୁ କମ୍ ହେଲେ କଂକ୍ରିଟ୍ ଅତି ଟାଣୁଆ ହୋଇଯିବ ଓ ତାହାକୁ ନେଇ କାମ କରିବା ଅସମ୍ଭବ ହୋଇଯିବ ।


ପାଣି ସିମେଣ୍ଟ ଅନୁପାତକୁ କିପରି ପରୀକ୍ଷା କରାଯିବ?



ଆପଣଙ୍କ ଘରର ନିର୍ମାଣ ପାଇଁ ସର୍ବୋତ୍ତମ କଂକ୍ରିଟ୍‌‌କୁ ସୁନିିଶ୍ଚିତ କରିବା ପାଇଁ ଆପଣ କଂକ୍ରିଟ୍‌‌ରେ ପାଣି ସିମେଣ୍ଟ ଅନୁପାତକୁ ଏହିଭଳି ଭାବେ ପରୀକ୍ଷା କରିପାରିବେ :

 

ଜଳୀୟ ଉପାଦାନକୁ ନିୟନ୍ତ୍ରଣ କରିବାର ଏକ ସରଳ ଏବଂ ବ୍ୟାବହାରିକ ଉପାୟ ହେଉଛି କଣ୍ଟ୍ରାକ୍ଟରଙ୍କ ଦ୍ୱାରା ଏକ ସ୍ଲମ୍ପ୍ ପରୀକ୍ଷଣ ବା ସ୍ଲମ୍ପ୍ ଟେଷ୍ଟ୍ କରାଯିବା, ଯାହାକୁ ତଳେ ବ୍ୟାଖ୍ୟା କରାଯାଇଛି ।

 

ଏହି ପରୀକ୍ଷା କରିବା ପାଇଁ ଷ୍ଟିଲ୍ ନିର୍ମିତ ଏକ ୩୦ ସେମି ଉଚ୍ଚ, ଆଧାରରେ ୨୦ ସେମିର ବ୍ୟାସ, ଉପରେ ୧୦ ସେମି ବ୍ୟାସ ବିଶିଷ୍ଟ ଏବଂ ହ୍ୟାଣ୍ଡଲଯୁକ୍ତ ସ୍ଲମ୍ପ୍ କୋନ୍ ବ୍ୟବହୃତ ହୋଇଥାଏ । କୋନ୍‌‌ରେ ଥରକୁ ଥର କରି ୭.୫ ସେମି ଲେଖାଏଁ ପରସ୍ତରେ କଂକ୍ରିଟ୍ ଭର୍ତ୍ତି କରାଯାଇଥାଏ, ପ୍ରତ୍ୟେକ ପରସ୍ତକୁ ୧୬ ମିମି ବ୍ୟାସ ଏବଂ ୬୦ ସେମି ଦୈର୍ଘ୍ୟ ବିଶିଷ୍ଟ ଏକ ଧାତବ ଟାମ୍ପିଂ ରଡ୍ ସାହାଯ୍ୟରେ ୨୫ ଥର ଟାମ୍ପିଂ କରାଯାଇଥାଏ । ଏହିଭଳି ଭାବେ ସ୍ଲମ୍ପ୍ କୋନ୍ ପୁରା ଭରିଗଲା ପରେ, ତାହାକୁ ଟେକି ଉଠାଇନିଆଯାଇଥାଏ । କଂକ୍ରିଟ୍ ଯେଉଁ ମାତ୍ରା ପର୍ଯ୍ୟନ୍ତ ଖସିବ/ଢଳିବ ତାହାକୁ ସ୍ଲମ୍ପ୍ କୁହାଯାଏ । କଂକ୍ରିଟ୍‌‌ରୁ କୋନ୍‌‌କୁ କାଢ଼ିନିଆଯିବା ପରେ କୋନ୍‌‌ର ଶୀର୍ଷଭାଗରୁ କଂକ୍ରିଟ୍‌‌ର ଶୀର୍ଷଭାଗ ପର୍ଯ୍ୟନ୍ତ ଏହାକୁ ମପାଯାଇଥାଏ ।

 

କଂକ୍ରିଟ୍ ସ୍ଲମ୍ପ୍‌‌ର ବିଭିନ୍ନ ମୂଲ୍ୟାଙ୍କଗୁଡ଼ିକୁ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାଏ, ଯାହାକୁ ତଳେ ଦର୍ଶାଯାଇଛି ଏବଂ ତାହା ପ୍ରତ୍ୟେକ ମାମଲାରେ ସମ୍ଭବ ହୋଇଥିବା କମ୍ପାକ୍ସନ୍ ପଦ୍ଧତି ଉପରେ ନିର୍ଭର କରିଥାଏ । ଯେଉଁଠି ରିଇନ୍‌‌ଫୋର୍ସମେଣ୍ଟ ଆଦି କାରଣରୁ କଂକ୍ରିଟ୍‌‌ର ଚଳନ ପାଇଁ କୌଣସି ପ୍ରତିବନ୍ଧକ ନ ଥାଏ କିମ୍ବା ଯେଉଁଠି ସ୍ଲମ୍ପ୍‌‌ର କମ୍ ମୂଲ୍ୟାଙ୍କ ଆବଶ୍ୟକ ହେଉଥିବା ସେଠାରେ କଂକ୍ରିଟ୍‌‌କୁ ଜୋର୍‌‌ରେ ଧୂର୍ମୂଷ କରାଯାଇପାରିବ ।

 

ବହୁ ପରିମାଣର କଂକ୍ରିଟ୍ ଏବଂ ସଡ଼କ କାମ : ୨.୫ ରୁ ୫ ସେମି

 

ସାଧାରଣ ବିମ୍ ଏବଂ ସ୍ଲାବ୍ : ୫ ରୁ ୧୦ ସେମି

 

କଲମ୍, ପତଳା ଭୂଲମ୍ବ ସେକ୍ସନ୍

 

ଏବଂ ରିଟେନିଂ ୱାଲ୍ ଆଦି : ୭.୫ରୁ ୧୨.୫ ସେମି

 

ଆହୁରି ମଧ୍ୟ ପଢ଼ନ୍ତୁ: କଂକ୍ରିଟ୍ ଏବଂ ତାହାର ପ୍ରକାରଭେଦ


ବାରମ୍ବାର ପଚରାଯାଉଥିବା ପ୍ରଶ୍ନାବଳୀ

 

୧. ପାଣି ସିମେଣ୍ଟର ଅନୁପାତ କେମିତି ସୁଦୃଢ଼ତାକୁ ପ୍ରଭାବିତ କରିଥାଏ?

 

ପାଣି ସିମେଣ୍ଟର ଅନୁପାତ ଯେତେ କମ୍ ହେବ, ସେତେ କମ୍ ବାୟୁ ରନ୍ଧ୍ର ସୃଷ୍ଟି ହେବ ଏବଂ ସେତେ ଅଧିକ କମ୍ପାକ୍ଟ କଂକ୍ରିଟ୍ ଢାଞ୍ଚା ସୃଷ୍ଟି ହେବ । ଏହାଫଳରେ ଉଚ୍ଚତର ସୁଦୃଢ଼ତା ବିଶିଷ୍ଟ ଢାଞ୍ଚା ତିଆରି ହେବ । ଉଚ୍ଚ ମାତ୍ରାର ପାଣି କଂକ୍ରିଟ୍‌‌ର କମ୍ପ୍ରେସିଭ୍ ଶକ୍ତିକୁ ହ୍ରାସ କରିଥାଏ କାରଣ ଏହା ସିମେଣ୍ଟ ମଧ୍ୟରେ ଫାଙ୍କକୁ ବୃଦ୍ଧି କରିଥାଏ ।

 

୨. କମ୍ ପାଣି ସିମେଣ୍ଟ ଅନୁପାତର ଫାଇଦାଗୁଡ଼ିକ କ’ଣ?

 

ପାଣି ସିମେଣ୍ଟ ଅନୁପାତ କମ୍ ହୋଇଥିଲେ ଶୁଖିବା ସମୟରେ କମ୍ ସଙ୍କୁଚନ ଓ ଫାଟ ଘଟିଥାଏ । କମ୍ ଜଳ ଭେଦ୍ୟତା ରହିଥାଏ ଏବଂ ଏହା କଂକ୍ରିଟ୍ ଓ ରିଇନ୍‌‌ଫୋର୍ସମେଣ୍ଟ ମଧ୍ୟରେ ଉତ୍ତମ ବନ୍ଧନ ସୃଷ୍ଟି କରିଥାଏ ।

 

୩. ଆମେ କଂକ୍ରିଟ୍‌‌ରେ ପାଣି ସିମେଣ୍ଟର ଅନୁପାତକୁ କମ୍ କେମିତି କରିପାରିବା?

 

ସିମେଣ୍ଟର ପରିମାଣକୁ ହ୍ରାସ କରିବା ପାଇଁ ଆପଣ ପ୍ରଥମେ ପାଣିର ପରିମାଣକୁ କମ୍ କରିବା ଜରୁରୀ ଅଟେ । ଏକ ମିଶ୍ରଣ ଉପାଦାନ ବ୍ୟବହାର କରନ୍ତୁ, ସମ୍ମିଳିତ ଏଗ୍ରିଗେଟ୍ ଗ୍ରେଡିଂକୁ ଉପଯୁକ୍ତ କରନ୍ତୁ କିମ୍ବା ଫ୍ଲାଏ ଆଶ୍ ମିଶାନ୍ତୁ କିମ୍ବା ଉତ୍ତମ ଦାନା ଆକୃତି ଥିବା ଏଗ୍ରିଗେଟ୍ ଆଣନ୍ତୁ ।



କଂକ୍ରିଟରେ ପୃଥକତାକୁ ରୋକିବା ସଂରଚନା ଏବଂ ଭିତ୍ତିଭୂମିର ଗୁଣବତ୍ତା, ସ୍ଥାୟୀତ୍ୱ ଏବଂ ନିରାପତ୍ତା ନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ | ପୃଥକକରଣ ଏଗ୍ରିଗେଟଗୁଡିକର ଅଣ-ସମାନ ବଣ୍ଟନକୁ ନେଇପାରେ ଏବଂ ଫଳସ୍ୱରୂପ ଦୁର୍ବଳ ସ୍ଥାନ, ଫାଟ, ଏବଂ ଭାର ଧାରଣ କ୍ଷମତା ହ୍ରାସ ହୋଇପାରେ, ପରିଶେଷରେ ଗଠନମୂଳକ ବିଫଳତାକୁ ନେଇପାରେ | ଅଧିକନ୍ତୁ, ଏହା ବ୍ୟାପାର କ୍ଷମତା ବୃଦ୍ଧି କରିପାରିବ, କଂକ୍ରିଟ୍ କ୍ଷୟ, ଅଙ୍ଗାରକାମ୍ଳ ଏବଂ ଅନ୍ୟାନ୍ୟ ପ୍ରକାରର କ୍ଷତି ପାଇଁ ଅସୁରକ୍ଷିତ ହୋଇପାରେ | କଂକ୍ରିଟରେ ପୃଥକତାକୁ ରୋକିବା, ନିର୍ମିତ ପରିବେଶର ନିରାପତ୍ତା ଏବଂ ସ୍ଥାୟୀତ୍ୱକୁ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ପଦ୍ଧତି ଅନୁସରଣ କରିବା ଏକାନ୍ତ ଆବଶ୍ୟକ |



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....