ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


କ୍ୟାଭିଟି ୱାଲ୍ସ ୧୦୧ : ତାହାର ଫାଇଦା ଓ କେଉଁଠି ନିର୍ମାଣ କରାଯିବା ତାହା ବୁଝିବା

କ୍ୟାଭିଟି ୱାଲ୍ ଏକ ପ୍ରକାର ନିର୍ମାଣ ଅଟେ ଯେଉଁଥିରେ ଦୁଇଟି ସମାନ୍ତରାଳ କାନ୍ଥର ପରସ୍ତ ରହିଥାଏ ଓ ତାହା ଏକ ଗହ୍ୱର ବା ଫାଙ୍କ ଦ୍ୱାରା ବିଭକ୍ତ ହୋଇଥାଏ । ଦୁଇଟି ପରସ୍ତ ବା ‘‘ସ୍କିନ୍’’ ସାଧାରଣତଃ ଇଟା କିମ୍ବା କଂକ୍ରିଟ୍ ବ୍ଲକ୍‌‌ ଦ୍ୱାରା ନିର୍ମିତ ହୋଇଥାଏ ଏବଂ ଧାତବ ଟାଏ ଦ୍ୱାରା ସଂଯୁକ୍ତ ହୋଇଥାଏ । କାନ୍ଥର ଦୁଇ ପରସ୍ତ ମଝିରେ ଥିବା ଫାଙ୍କରେ ସାଧାରଣତଃ ଇନସୁଲେସନ୍ ସାମଗ୍ରୀ ଭର୍ତ୍ତି କରାଯାଇଥାଏ । ଏହା ତାପ ହାନିକୁ ହ୍ରାସ କରିବା ସହିତ ଶକ୍ତି ଦକ୍ଷତାକୁ ଉନ୍ନତ କରିଥାଏ ।

Share:


କ୍ୟାଭିଟି ୱାଲ୍ କ’ଣ?

କ୍ୟାଭିଟି ୱାଲ୍‌‌ର ପ୍ରଚଳନ ୧୯ତମ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ହୋଇଥିଲା । ପାରମ୍ପରିକ ନିଦା କାନ୍ଥ ସହିତ ଜଡ଼ିତ ସମସ୍ୟାର ସମାଧାନ ସ୍ୱରୂପ ଏପରି କାନ୍ଥଗୁଡ଼ିକର ନିର୍ମାଣ ଆରମ୍ଭ କରାଯାଇଥିଲା । କ୍ୟାଭିଟି ୱାଲ୍‌‌ର ଉଦ୍ଭାବନ ପୂର୍ବରୁ ଇଟା କିମ୍ବା ପଥରରେ ନିଦା କାନ୍ଥ ନିର୍ମାଣ କରାଯାଉଥିଲା । ଏହି କାନ୍ଥଗୁଡ଼ିକ ଉତ୍ତମ ଷ୍ଟ୍ରକ୍ଚରାଲ୍ ସପୋର୍ଟ ଦେଉଥିଲା ତାହା ସତ କିନ୍ତୁ ବିଲଡିଂକୁ ଇନ୍‌‌ସୁଲେଟ୍ କରିବା କିମ୍ବା ଆର୍ଦ୍ରତାକୁ କାନ୍ଥ ମଧ୍ୟକୁ ଭେଦିବାରୁ ରୋକିବାରେ ଏତେ ଫଳପ୍ରଦ ହେଉ ନ ଥିଲା । କ୍ୟାଭିଟି ୱାଲ୍ ନିର୍ମାଣର ଉଦ୍ଦେଶ୍ୟ ଥିଲା ଦୁଇଟି ପରସ୍ତର କାନ୍ଥ ତିଆରି କରିବା ଓ ତାହା ମଝିରେ ଥିବା ଫାଙ୍କକୁ ଇନସୁଲେସନ୍ ସାମଗ୍ରୀରେ ପୂର୍ଣ୍ଣ କରିବା । ଏହା ଉତ୍ତମ ତାପଜ ଇନସୁଲେସନ୍ ଦେବା ସହ ଆର୍ଦ୍ରତାକୁ କାନ୍ଥ ମଧ୍ୟକୁ ଭେଦିବାରୁ ରୋକିବାରେ ଫଳପ୍ରଦ ସାବ୍ୟସ୍ତ ହେଲା ।




କ୍ୟାଭିଟି ୱାଲ୍‌‌ର ଫାଇଦା

ପାରମ୍ପରିକ ନିଦା କାନ୍ଥ ଅପେକ୍ଷା କ୍ୟାଭିଟି ୱାଲ୍‌‌‌ର ଅନେକ ଫାଇଦା ରହିଛି, ସେଗୁଡ଼ିକ ହେଲା:

  • ୧. ଆର୍ଦ୍ରତାକୁ ପ୍ରତିରୋଧ କରିବା

  • ରହିବା ପାଇଁ ଏକ ସ୍ୱାସ୍ଥ୍ୟକର ଏବଂ ଆରାମଦାୟକ ପରିବେଶ ସୃଷ୍ଟି କରିବା ପାଇଁ ଆର୍ଦ୍ରତାର ପ୍ରତିରୋଧ ଏକ ଅତ୍ୟାବଶ୍ୟକ ଦିଗ ଅଟେ । ବିଲଡିଂରେ ଆର୍ଦ୍ରତା ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିପାରେ । ଏହା କାରଣରୁ ଶିଉଳି/ଫିମ୍ପି ବୃଦ୍ଧି ହେବା ସହିତ ବିଲଡିଂ ଢାଞ୍ଚା କ୍ଷତିଗ୍ରସ୍ତ ହୋଇଥାଏ । ତେଣୁ, ଆର୍ଦ୍ରତାକୁ ରୋକିବା ପାଇଁ ଏକ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।
 
  • ୨. ତାପଜ ଇନସୁଲେସନ୍

  • ଭିନ୍ନ ଭିନ୍ନ ତାପମାତ୍ରା ବିଶିଷ୍ଟ ଦୁଇଟି ପୃଷ୍ଠଭାଗ କିମ୍ବା ଅଞ୍ଚଳରେ ତାପର ସ୍ଥାନାନ୍ତରକୁ ହ୍ରାସ କରିବା ପାଇଁ ତାପଜ ଇନସୁଲେସନ୍ ବା ଥର୍ମାଲ୍ ଇନସୁଲେସନ୍ ସାମଗ୍ରୀ ଓ କୌଶଳ ବ୍ୟବହୃତ ହୋଇଥାଏ । ବିଲଡିଂ ଡିଜାଇନର ଏହା ଏକ ମହତ୍ତ୍ୱପୂର୍ଣ୍ଣ ଦିଗ ଅଟେ । ଏହା ଘର ଭିତର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ, ବିଜୁଳି ଖର୍ଚ୍ଚକୁ ହ୍ରାସ କରିଥାଏ ଏବଂ ଆରାମର ସ୍ତରକୁ ବୃଦ୍ଧି କରିଥାଏ ।
  • ୩. ଧ୍ୱନି ଇନସୁଲେସନ୍

  • ଧ୍ୱନି ଇନସୁଲେସନ୍ ବା ଏକଷ୍ଟିକ୍ ଇନସୁଲେସନ୍ ଅଥବା ସାଉଣ୍ଡପ୍ରୁଫିଂ ହେଉଛି ଏକ କୌଶଳ ଯାହା ଦୁଇଟି ଜାଗା ମଧ୍ୟରେ କୋଳାହଳର ମାତ୍ରାକୁ ହ୍ରାସ କରିବା ପାଇଁ ବ୍ୟବହାର କରାଯାଇଥାଏ । ଧ୍ୱନି ବା ସାଉଣ୍ଡ ଇନସୁଲେସନ୍ ଉଭୟ ଆବାସିକ ଏବଂ ବ୍ୟବସାୟିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ଗୋପନୀୟତାକୁ ଉନ୍ନତ କରିଥାଏ, ଧ୍ୱନି ପ୍ରଦୂଷଣକୁ ହ୍ରାସ କରିଥାଏ ଓ ଆରାମର ସ୍ତରକୁ ବୃଦ୍ଧି କରିଥାଏ ।
 
  • ୪. ଚୂନା ଦାଗର ପ୍ରତିରୋଧ

  • କାନ୍ଥରେ ଚୂନା ଦାଗ ଏକ ସାଧାରଣ ସମସ୍ୟା ଅଟେ । କଂକ୍ରିଟ୍ କିମ୍ବା ଇଟା କାନ୍ଥରେ ରହିଥିବା ଲବଣ ଓ ଅନ୍ୟାନ୍ୟ ଉପାଦାନଗୁଡ଼ିକ ପାଣିରେ ଦ୍ରବୀଭୂତ ହୋଇ କାନ୍ଥର ପୃଷ୍ଠଭାଗକୁ ଚାଲିଆସେ ଓ କ୍ରମଶଃ ତାହା ଶୁଖି ଚୂନା ଚୂନା ଦାଗ ଛାଡ଼ିଯାଏ । ଏହା ଅସୁନ୍ଦର ଦେଖା ଯିବା ସହିତ ସମୟକ୍ରମେ କାନ୍ଥର ପୃଷ୍ଠଭାଗକୁ କ୍ଷତିଗ୍ରସ୍ତ ମଧ୍ୟ କରିଥାଏ ।
 
  • ଆଉ କେତେକ ଫାଇଦାଗୁଡ଼ିକ ହେଲା:
    • ବର୍ଦ୍ଧିତ ସ୍ଥାୟିତ୍ୱ:


      କ୍ୟାଭିଟି ୱାଲ୍‌‌ର ଦୁଇ ପରସ୍ତକୁ ସଂଯୁକ୍ତ କରିବା ପାଇଁ ବ୍ୟବହୃତ ହୋଇଥିବା ଧାତବ ଟାଏଗୁଡ଼ିକ କାନ୍ଥକୁ ଅଧିକ ଶକ୍ତି ଏବଂ ସ୍ଥିରତା ଦେଇଥାଏ ଏବଂ କାନ୍ଥର ଫାଟ ଓ ଅନ୍ୟାନ୍ୟ ଢାଞ୍ଚାଗତ ସମସ୍ୟାକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ ।
    • ବର୍ଦ୍ଧିତ ଡିଜାଇନ୍ ନମନୀୟତା:


      କ୍ୟାଭିଟି ୱାଲ୍ ବିଭିନ୍ନ ପ୍ରକାର ସାମଗ୍ରୀରେ ନିର୍ମିତ ହୋଇପାରିବ, ଯଥା- ଇଟା, କଂକ୍ରିଟ୍ ବ୍ଲକ୍ କିମ୍ବା ପଥର । ଏହାଦ୍ୱାରା ଆର୍କିଟେକ୍ଟଙ୍କୁ ବର୍ଦ୍ଧିତ ଡିଜାଇନ୍ ନମନୀୟତା ମିଳିଥାଏ ।
    • ସ୍ଥାୟିତ୍ୱ:


      କ୍ୟାଭିଟି ୱାଲ୍‌‌ଗୁଡ଼ିକ ନ୍ୟୂନତମ ରକ୍ଷଣାବେକ୍ଷଣ ସହିତ ଅନେକ ଦଶନ୍ଧି ଧରି ଚାଲିପାରେ ।

ସାମଗ୍ରିକ ଭାବେ ଦେଖିବାକୁ ଗଲେ, କ୍ୟାଭିଟି ୱାଲ୍‌‌‌ର ଉପରୋକ୍ତ ଫାଇଦା କାରଣରୁ ଏହା ଉଭୟ ଆବାସିକ ଏବଂ ବ୍ୟବସାୟିକ ବିଲ୍‌‌ଡିଂ ପାଇଁ ଏକ ଲୋକପ୍ରିୟ ଏବଂ ଫଳପ୍ରଦ ନିର୍ମାଣ ପଦ୍ଧତି ଅଟେ । ଉନ୍ନତ ଇନସୁଲେସନ୍, ଆର୍ଦ୍ରତା ନିୟନ୍ତ୍ରଣ, ସ୍ଥାୟିତ୍ୱ ଧ୍ୱନି ଇନସୁଲେସନ୍ ଏବଂ ଡିଜାଇନ୍ ନମନୀୟତା ଦେଉଥିବା କ୍ୟାଭିଟି ୱାଲ୍ ଅଧିକ ଆରାମଦାୟକ, ଶକ୍ତି ଦକ୍ଷ ଏବଂ ଦୀର୍ଘସ୍ଥାୟୀ ବିଲ୍‌‌ଡିଂ ନିର୍ମାଣରେ ସହାୟକ ହୋଇପାରିବ ।





କ୍ୟାଭିଟି ୱାଲ୍ କେଉଁଠି ନିର୍ମାଣ କରାଯାଇପାରିବ?

କ୍ୟାଭିଟି ୱାଲ୍ ଏକ ପ୍ରକାର ନିର୍ମାଣ କାର୍ଯ୍ୟ ଅଟେ ଯେଉଁଠି କାନ୍ଥର ଦୁଇଟି ପରସ୍ତ ଏକ ଗହ୍ୱର ବା ଫାଙ୍କ ଦ୍ୱାରା ପୃଥକୀକୃତ ହୋଇଥାଏ । କାନ୍ଥ ମଝିରେ ରହିଥିବା ଫାଙ୍କରେ ସାଧାରଣତଃ ଇନସୁଲେସନ୍ ସାମଗ୍ରୀ ଭର୍ତ୍ତି କରାଯାଇଥାଏ । ଯାହା କାରଣରୁ ଘରର ଶକ୍ତି ଦକ୍ଷତା ବୃଦ୍ଧି ହେବା ସହ ତାହାକୁ ଧ୍ୱନି ଇନସୁଲେସନ୍ ମିଳିଥାଏ । କ୍ୟାଭିଟି ୱାଲ୍ ସାଧାରଣତଃ ଆବାସିକ ଏବଂ ବ୍ୟବସାୟିକ ନିର୍ମାଣରେ ବ୍ୟବହୃତ ହୋଇଥାଏ । ବିଲଡିଂର ଡିଜାଇନ୍ ଏବଂ ଆବଶ୍ୟକତା ଅନୁସାରେ ଏହାକୁ ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଇପାରିବ ।

କ୍ୟାଭିଟି ୱାଲ୍ ସାଧାରଣତଃ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ନିର୍ମିତ ହୋଇପାରିବ:

  • ୧. କବାଟ କିମ୍ବା ଝରକାରେ କ୍ୟାଭିଟି ୱାଲ୍

  • କ୍ୟାଭିଟି ୱାଲ୍ ନିର୍ମାଣ କରିବା ସମୟରେ କବାଟ ଓ ଝରକା ପାଇଁ ଛଡ଼ାଯାଇଥିବା ଜାଗାଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯିବା ଉଚିତ । ଏହି ଜାଗାଗୁଡ଼ିକୁ ‘ରିଭିଲ୍ସ’ କୁହାଯାଏ । କ୍ୟାଭିଟି ୱାଲ୍ ଯେପରି ଫଳପ୍ରଦ ଇନସୁଲେସନ୍, ଥଣ୍ଡା/ଉତ୍ତାପ ପ୍ରତିରୋଧ ଏବଂ ଢାଞ୍ଚାଗତ ସ୍ଥିରତା ପ୍ରଦାନ କରେ ଏହା ସୁନିଶ୍ଚିତ କରିବା ପାଇଁ ଉପରୋକ୍ତ ସ୍ଥାନଗୁଡ଼ିକ ବିଶେଷ ଯତ୍ନ ଆବଶ୍ୟକ କରିଥାଏ ।
  • ୨. ଛାତରେ କ୍ୟାଭିଟି ୱାଲ୍

  • ଇନସୁଲେସନ୍, ସାଉଣ୍ଡପ୍ରୁଫିଂ ଏବଂ ଢାଞ୍ଚାଗତ ସ୍ଥାୟିତ୍ୱ ପାଇଁ ଛାତର ନିର୍ମାଣରେ ମଧ୍ୟ କ୍ୟାଭିଟି ୱାଲ୍ ବ୍ୟବହାର କରାଯାଇପାରିବ । ଛାତରେ ରାଫ୍ଟରଗୁଡ଼ିକ ମଧ୍ୟରେ ସାଧାରଣତଃ କ୍ୟାଭିଟି ୱାଲ୍ ନିର୍ମାଣ କରାଯାଇଥାଏ । ଇନସୁଲେସନ୍ ସାମଗ୍ରୀ ଭର୍ତ୍ତି କରିବା ପାଇଁ ଏକ ଆବଦ୍ଧ ଜାଗା ତିଆରି ପାଇଁ ଏହାକୁ ଡିଜାଇନ୍ କରାଯାଇଥାଏ । ଏହା ବିଲଡିଂର ତାପ ହାନିକୁ ପ୍ରତିରୋଧ କରିବା ସହିତ ତାହାର ଶକ୍ତି ଦକ୍ଷତାକୁ ଉନ୍ନତ କରିଥାଏ ।
  • ୩. ପାରାପେଟ୍ କାନ୍ଥରେ କ୍ୟାଭିଟି ୱାଲ୍

  • ପାରାପେଟ୍ କାନ୍ଥ ହେଉଛି ଏକ କମ୍ ଉଚ୍ଚତା ବିଶିଷ୍ଟ କାନ୍ଥ ବା ପାଚେରୀ ଯାହା ବିଲଡିଂର ଛାତର ଧାରରେ ନିର୍ମିତ ହୋଇଥାଏ । ଇନସୁଲେସନ୍, ସାଉଣ୍ଡପ୍ରୁଫିଂ ଏବଂ ଢାଞ୍ଚାଗତ ସ୍ଥିରତା ପ୍ରଦାନ କରିବା ପାଇଁ ପାରାପେଟ୍‌‌ରେ ମଧ୍ୟ କ୍ୟାଭିଟି ୱାଲ୍ ବ୍ୟବହାର କରାଯାଇପାରିବ । ପାରାପେଟ୍‌‌ରେ କ୍ୟାଭିଟି ୱାଲ୍ ସାଧାରଣତଃ କାନ୍ଥର ଆଭ୍ୟନ୍ତରୀଣ ଓ ବାହ୍ୟ ସ୍କିନ୍ ମଧ୍ୟରେ ନିର୍ମାଣ କରାଯାଇଥାଏ । ଏହାଦ୍ୱାରା ମିଳିଥିବା ଆବଦ୍ଧ ଜାଗାରେ ଇନସୁଲେସନ୍ ସାମଗ୍ରୀ ଭର୍ତ୍ତି କରାଯାଇଥାଏ । ଏହାଦ୍ୱାରା ବିଲଡିଂର ତାପ ହାନି ପ୍ରତିରୋଧ ହେବା ସହିତ ଶକ୍ତି ଦକ୍ଷତା ଉନ୍ନତ ହୋଇଥାଏ ।


ଅତଏବ, ବିଲଡିଂ ନିର୍ମାଣରେ କ୍ୟାଭିଟି ୱାଲ୍ ଅନେକ ଲାଭ ଦେଇଥାଏ । ତାହା ବର୍ଦ୍ଧିତ ତାପଜ ଇନସୁଲେସନ୍, ସାଉଣ୍ଡପ୍ରୁଫିଂ ଏବଂ ଢାଞ୍ଚାଗତ ସ୍ଥାୟିତ ଦେଇଥାଏ, ଯେଉଁ କାରଣରୁ ଏହା ଆଧୁନିକ ବିଲଡିଂ ଡିଜାଇନ ପାଇଁ ଏକ ଲୋକପ୍ରିୟ ପସନ୍ଦରେ ପରିଣତ ହୋଇପାରିଛି । ବିଲଡିଂର ବିଭିନ୍ନ ସ୍ଥାନରେ କ୍ୟାଭିଟି ୱାଲ୍‌ର ନିର୍ମାଣ କରାଯାଇପାରିବ, ଯେପରିକି: ଛାତ, ପାରାପେଟ୍ କାନ୍ଥ ଏବଂ କବାଟ ଓ ଝରକା ଫାଙ୍କ । ଏହାଦ୍ୱାରା ଶକ୍ତି ଦକ୍ଷତା ବୃଦ୍ଧି ପାଇବା ସହିତ ତାପ ହାନି ପ୍ରତିରୋଧିତ ହୋଇଥାଏ । କ୍ୟାଭିଟି ୱାଲ୍‌‌ର କାର୍ଯ୍ୟକୁଶଳତାକୁ ସୁନିଶ୍ଚିତ କରିବା ପାଇଁ ଏହାର ନିର୍ମାଣ କରିବା ସମୟରେ ଉପଯୁକ୍ତ ନିର୍ମାଣ ସାମଗ୍ରୀ, ଇନସୁଲେସ୍, ଭେଣ୍ଟିଲେସନ୍, ଫ୍ଲାଶିଂ ଏବଂ ଅଗ୍ନି ସୁରକ୍ଷା ପଦକ୍ଷେପକୁ ଧ୍ୟାନରେ ରଖାଯିବା ଆବଶ୍ୟକ । ବିଲଡିଂ ନିର୍ମାଣରେ କ୍ୟାଭିଟି ୱାଲ୍ ବ୍ୟବହାର କରିବା ଦ୍ୱାରା ଆମେ ରହିବା ଓ କାମ କରିବା ପାଇଁ ଏକ ଆରାମଦାୟକ ଏବଂ ଦକ୍ଷ ଜାଗା ତିଆରି କରିପାରିବା, ଯାହା ଦୀର୍ଘସ୍ଥାୟୀ ହେବା ସହିତ ଖର୍ଚ୍ଚ-ସାଶ୍ରୟୀ ହୋଇଥାଏ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....