ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ନଦୀ ପାଖରେ ବା ଢିଲା ମାଟିରେ ଘର ତିଆରି କରିବା ସମୟରେ ସବୁଠାରୁ ଉପଯୁକ୍ତ ସ୍ଥାନ ଚୟନ କରିବା

ଯଦି ଆପଣ କୌଣସି ନଦୀ ପାଖ ଅଞ୍ଚଳରେ ଘର ତିଆରି କରୁଛନ୍ତି, ବିଶେଷ କରି ଢିଲା ମାଟିରେ, ତେବେ ଏହି ଉପଦେଶ ଆପଣଙ୍କ ପାଇଁ ବହୁତ ସହାୟକ ହୋଇପାରିବ। ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଭଳି ଭୌଗୋଳିକ ଅବସ୍ଥିତିରେ ଏକ ନିରାପଦ ଫାଉଣ୍ଡେସନ ନିର୍ମାଣ ପାଇଁ ଅତ୍ୟାବଶ୍ୟକ ପନ୍ଥା, ସାମଗ୍ରୀ ଏବଂ ପଦ୍ଧତିଗୁଡ଼ିକ ସମ୍ପର୍କରେ ଏଠାରେ ଆମେ ଆଲୋଚନା କରିବା।

Share:


ନଦୀ ପାଖରେ କିମ୍ବା ଢିଲା, ଅସ୍ଥିର ମାଟିରେ ଘର ନିର୍ମାଣ କରିବାରେ ନିଆରା ଢାଞ୍ଚାଗତ ଆହ୍ୱାନ ରହିଥାଏ। ବନ୍ୟାଜଳ ପ୍ରବେଶ କରିବା କିମ୍ବା ମାଟି ଅସମତଳ ଭାବେ ଦବିବାର ସମ୍ଭାବନା କାରଣରୁ ଏପରି ସ୍ଥାନଗୁଡ଼ିକରେ ଏକ ସୁଦୃଢ଼, ଦୀର୍ଘସ୍ଥାୟୀ ଘର ତିଆରି କରିବା ପାଇଁ ଯତ୍ନଶୀଳ ଯୋଜନା ଏବଂ କାର୍ଯ୍ୟ ନିର୍ବାହ ଆବଶ୍ୟକ ହୋଇଥାଏ। ସଫଳ କାର୍ଯ୍ୟ ସମ୍ପାଦନ ପାଇଁ ଉପଯୁକ୍ତ ସାଇଟ୍ ବିଶ୍ଳେଷଣ, ବଜେଟିଂ, କଣ୍ଟ୍ରାକ୍ଟର ଚୟନ, ସ୍ଥାପତ୍ୟଗତ ଡିଜାଇନ୍, ସମୟସୀମାର ଅନୁମତି ଏବଂ ନମନୀୟ ଜ୍ଞାନକୌଶଳ ଏସବୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନଦୀ ପାଖରେ ଘର ତିଆରି କରିବା ସମୟରେ ସାଇଟ୍‌‌ର ଗବେଷଣା କରିବା, ଜଣେ ବିଶେଷଜ୍ଞ ବିଲ୍ଡରଙ୍କୁ ଚୟନ କରିବା, ଲେ’ଆଉଟ୍‌‌କୁ ଆଦର୍ଶ କରିବା, ବନ୍ୟା/ଚଳନ-ପ୍ରତିରୋଧି ସାମଗ୍ରୀ ବ୍ୟବହାର କରିବା ତଥା ଆପଣ ବିଚାରକୁ ନେବା ଯୋଗ୍ୟ କେତେକ କଥାଗୁଡ଼ିକୁ ଆମେ ପରୀକ୍ଷା କରିବା।


ଯଦି ଆପଣ ନଦୀ ପାଖରେ କିମ୍ବା ଢିଲା ମାଟିରେ ଘର ତିଆରି କଥା ଚିନ୍ତା କରୁଛନ୍ତି, ତେବେ କେତେକ ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକୁ ଆପଣଙ୍କୁ ଧ୍ୟାନରେ ରଖିବାକୁ ପଡ଼ିବ। ନଈକୂଳିଆ ସମ୍ପତ୍ତି ସୁନ୍ଦର ହୋଇଥାଏ, କିନ୍ତୁ ଢିଲା ମାଟି ଉପରେ କିମ୍ବା ତାହା ନିକଟରେ ନିର୍ମାଣ କାର୍ଯ୍ୟ କରିବା ସମୟରେ ଅନନ୍ୟ ଆହ୍ୱାନ ରହିଥାଏ ଯାହାର ମୁକାବିଲା କରିବା ପାଇଁ ଯତ୍ନଶୀଳ ପ୍ଲାନିଂ ଓ ପ୍ରସ୍ତୁତି ଆବଶ୍ୟକ।

 


ନଦୀ ନିକଟରେ ଘର ତିଆରି କରିବା ସମୟରେ ଏହି କଥାଗୁଡ଼ିକୁ ଧ୍ୟାନରେ ରଖନ୍ତୁ।



ନଦୀ ପାଖରେ ଘର ତିଆରି କରିବା ସମୟରେ, ସମ୍ଭାବ୍ୟ ବନ୍ୟାର ଆଶଙ୍କାକୁ ମୂଲ୍ୟାୟନ କରିବା ଓ ସେଥିପାଇଁ ପ୍ରସ୍ତୁତ ରହିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ନଦୀର ଜଳସ୍ତର ଉପରତଳ ହେବା ଏକ ପ୍ରାକୃତିକ କଥା ଏବଂ ଅତ୍ୟଧିକ ବୃଷ୍ଟିପାତ କାରଣରୁ କେତେକ ନଦୀରେ ବେଳେ ବେଳେ ବନ୍ୟା ଆସିଥାଏ। ଯତ୍ନଶୀଳ ଢାଞ୍ଚାଗତ ଯୋଜନା ସହିତ ଏହା ସହ ଜଡ଼ିତ ବିପଦଗୁଡ଼ିକୁ ଏଡ଼ାଯାଇପାରିବ। ଢିଲା ମାଟିରେ ଘର ତିଆରି ସମ୍ବନ୍ଧୀୟ କେତେକ ଉପଦେଶ ତଳେ ଦିଆଗଲା।


୧) ବଜେଟ୍ ସମ୍ବନ୍ଧୀୟ ନିଷ୍ପତ୍ତି ନିଅନ୍ତୁ

ଘର ନିର୍ମାଣ ପାଇଁ ଏକ ନଦୀ ପାର୍ଶ୍ୱବର୍ତ୍ତୀ କିମ୍ବା ଢିଲା ମାଟି ସାଇଟ୍‌କୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରିବା ସ୍ଥିର ବା ଟାଣ ମାଟିରେ ସାଧାରଣତଃ ନିର୍ମାଣ କରାଯାଉଥିବା ଖର୍ଚ୍ଚ ତୁଳନାରେ ଅଧିକ ହୋଇପାରେ। ସାଇଟ୍ ମୂଲ୍ୟାୟନ, ଗ୍ରେଡିଂ, ଖନନ, ସ୍ୱତନ୍ତ୍ର ଫାଉଣ୍ଡେସନ ଏବଂ ବନ୍ୟା ନିରୋଧୀ ପଦକ୍ଷେପ ଭଳି ଅତିରିକ୍ତ ଖର୍ଚ୍ଚଗୁଡ଼ିକୁ ବଜେଟରେ ସାମିଲ କରାଯିବା ଆବଶ୍ୟକ। ଆପଣଙ୍କ ସାଇଟ୍‌‌ର ନିଆରା ଅବସ୍ଥା ଉପରେ ନିର୍ଭର କରି ଖର୍ଚ୍ଚର ପରିମାଣରେ ବ୍ୟାପକ ଭାବେ ଭିନ୍ନ ଭିନ୍ନ ହୋଇପାରେ, ତେଣୁ ତୁଳନା କରିବା ପାଇଁ ଏକାଧିକ କଣ୍ଟ୍ରାକ୍ଟରଙ୍କଠାରୁ କୋଟେସନ୍ ହାସଲ କରନ୍ତୁ। ଆହୁରି ମଧ୍ୟରେ, ନଦୀ ନିକଟରେ ଘର ତିଆରି କରିବା ସମୟରେ, ସମସ୍ୟାଯୁକ୍ତ ମାଟିରେ ନିର୍ମାଣ କାର୍ଯ୍ୟର ସମ୍ଭାବ୍ୟ ଅପ୍ରତ୍ୟାଶିତ ଖର୍ଚ୍ଚଗୁଡ଼ିକ ଲାଗି ମଧ୍ୟ ଆପଣଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଆଗୁଆ ପର୍ଯ୍ୟାପ୍ତ ବଜେଟ୍ ସ୍ଥିର କରିବା ଦ୍ୱାରା ଆପଣ ସାଇଟ୍‌‌କୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରିପାରିବେ ଏବଂ କାମର ଗୁଣବତ୍ତା ସହିତ ସାଲିସ୍ ନ କରି ଉପଯୁକ୍ତ ନିର୍ମାଣ ପଦ୍ଧତିକୁ ଅନୁସରଣ କରିପାରିବେ।

 

୨) ବିଶେଷଜ୍ଞ ବିଲ୍ଡର ଚୟନ କରନ୍ତୁ

ନଈକୂଳିଆ ସମ୍ପତ୍ତି କିମ୍ବା ଢିଲା, ସ୍ଥାନାନ୍ତରଶୀଳ ମାଟିରେ ସଫଳତାର ସହିତ ପ୍ରକଳ୍ପ କାର୍ଯ୍ୟକୁ ସମାପ୍ତ କରିବାରେ ବ୍ୟାପକ ଅଭିଜ୍ଞତା ରଖୁଥିବା ବିଲ୍ଡରଙ୍କୁ ନେଇ କାମ କରିବା ଅତ୍ୟନ୍ତ ପରାମର୍ଶଯୋଗ୍ୟ। ଆପଣଙ୍କ ସାଇଟ୍‌‌ର ଖାସ୍ ଆହ୍ୱାନର ମୁକାବିଲା ପାଇଁ ସର୍ବୋତ୍ତମ ପନ୍ଥାର ସୁପାରିସ କରିବା, କୌଣସି ଆବଶ୍ୟକୀୟ ସ୍ୱତନ୍ତ୍ର ଇଞ୍ଜିନିୟରିଂ ଉପକରଣ ପାଇଁ ସମନ୍ୱୟ ରକ୍ଷା କରିବା ଏବଂ ସାଧାରଣ କଣ୍ଟ୍ରାକ୍ଟରମାନେ କରୁତିବା ମହଙ୍ଗା ନିର୍ମାଣ ତ୍ରୁଟିକୁ ଏଡ଼ାଇବା ପାଇଁ ସେମାନଙ୍କ ନିକଟରେ ଜ୍ଞାନ ରହିଥାଏ। ନଦୀ ନିକଟରେ ଘର ନିର୍ମାଣ କରିବା ସମୟରେ, ସମ୍ଭାବ୍ୟ ବିଲ୍ଡରଙ୍କୁ ଆପଣଙ୍କ ସାଇଟ୍ ଭଳି ସମାନ ଧରଣର ସାଇଟ୍‌‌ରେ କରାଯାଇଥିବା ପୂର୍ବ ନିର୍ମାଣଗୁଡିକର ଏକାଧିକ ଉଦାହରଣ ପାଇଁ ପଚାରନ୍ତୁ ଏବଂ ନିର୍ମାଣ କାର୍ଯ୍ୟକୁ ନେଇ ସେମାନଙ୍କ ସନ୍ତୁଷ୍ଟି ବିଷୟରେ ତାଙ୍କ ସହିତ ଆଲୋଚନା କରନ୍ତୁ। ସମସ୍ୟାପୂର୍ଣ୍ଣ ସାଇଟ୍ ନିର୍ମାଣରେ ଅଭିଜ୍ଞ ବିଲ୍ଡରମାନେ ଆପଣଙ୍କଠାରୁ ଅଧିକ ଅର୍ଥରାଶି ଦାବି କରିପାରନ୍ତି, କିନ୍ତୁ ସେହି ଖର୍ଚ୍ଚ କରି ଆପଣଙ୍କ ଦୀର୍ଘକାଳରେ ଟଙ୍କା ଏବଂ ମୁଣ୍ଡବିନ୍ଧାରୁ ନିଜକୁ ରକ୍ଷା କରିପାରିବେ।



୩) ଘରର ଏକ ଲେ’ଆଉଟ୍ ତିଆରି କରନ୍ତୁ

ନଦୀ ନିକଟରେ କିମ୍ବା ଢିଲା ମାଟିରେ ନିର୍ମାଣ କରିବା ସମୟରେ ଲଟ୍ ଉପରେ ଘରର ଫ୍ଲୋର ପ୍ଲାନ୍‌‌‌କୁ ସୁଦୃଢ଼ କରିବା ଅତ୍ୟନ୍ତ ଜରୁରୀ ଅଟେ । ନଦୀ କୂଳବର୍ତ୍ତୀ ଅଞ୍ଚଳ ପାଇଁ ବନ୍ୟା ବିପଦକୁ କମ୍ କରିବା ନିମନ୍ତେ ନଦୀ କୂଳଠାରୁ ଯଥାସମ୍ଭବ ଦୂରରେ ଘରକୁ ସ୍ଥାନିତ କରାଯିବା ଉଚିତ୍ । ନଦୀ ନିକଟରେ ଘର ନିର୍ମାଣ କରିବା, ଘରକୁ ହିଁ ବନ୍ୟା ଢାଲ ଭାବରେ ବ୍ୟବହାର କରିବା ପାଇଁ ଫ୍ଲୋର ପ୍ଲାନ୍ ସ୍ଥିର କରିବାକୁ ବିଚାର କରନ୍ତୁ। ଢିଲା ମାଟି ପାଇଁ, କମ୍ପାକ୍ଟ ଘର ଲେଆଉଟ୍ଉ ପମାଟିରେ ଫାଉଣ୍ଡେସନ୍ ଆକାର ଏବଂ ଓଜନ ଚାହିଦାକୁ ହ୍ରାସ କରିବାରେ ସାହାଯ୍ୟ କରେ । ଏକ ଛୋଟ ପାଦଚିହ୍ନ ଥିବା ଏକ ଉଚ୍ଚା ଫାଉଣ୍ଡେସନ ଡିଜାଇନ୍ ସ୍ଥାନାନ୍ତରିତ ହେଉଥିବା ମାଟି ସହିତ ମୁକାବିଲା କରିବା ପାଇଁ ସର୍ବାଧିକ ନମନୀୟତା ପ୍ରଦାନ କରେ । ନଦୀ ନିକଟରେ ଘର ନିର୍ମାଣ କରିବା ସମୟରେ ଯୋଜନା ଚୂଡ଼ାନ୍ତ କରିବା ପୂର୍ବରୁ ସର୍ବୋତ୍ତମ ଘର ଆକାର ଏବଂ ଅଭିମୁଖ୍ୟତା ସମ୍ପର୍କରେ ବିଲ୍ଡରଙ୍କ ସହ ପରାମର୍ଶ କରନ୍ତୁ।

 

୪) ଅନୁସରଣ କରିବା ପାଇଁ ଏକ ସମୟରେଖା ସ୍ଥିର କରନ୍ତୁ

ସମସ୍ୟାପୂର୍ଣ୍ଣ ମାଟିରେ ନିର୍ମାଣ କାର୍ଯ୍ୟ କରିବା ସମୟରେ ପ୍ରକଳ୍ପ ସମୟରେଖା ବୃଦ୍ଧି ପାଇବାର ସମ୍ଭାବନାକୁ ବିଚାରକୁ ନିଅନ୍ତୁ। ସାଇଟ୍ ପ୍ରସ୍ତୁତି, ଖନନ, ସ୍ୱତନ୍ତ୍ର ଫାଉଣ୍ଡେସନ ପାଇଁ ଲାଗୁଥିବା ଅତିରିକ୍ତ କାର୍ଯ୍ୟ ଏବଂ ସମ୍ଭାବ୍ୟ ପାଣିପାଗଜନିତ ବିଳମ୍ବ ଘର ନିର୍ମାଣର ସମୟରେଖାକୁ ଦୁଇ କିମ୍ବା ତିନିଗୁଣ ବଢ଼ାଇପାରେ। ଆପଣଙ୍କ ଚୁକ୍ତି ଦସ୍ତାବିଜରେ କଣ୍ଟ୍ରାକ୍ଟରଙ୍କୁ ଆବଶ୍ୟକ ହେଉଥିବା ଅତିରିକ୍ତ ସମୟକୁ ସ୍ପଷ୍ଟ ଭାବେ ରେଖାଙ୍କିତ କରିବା ପାଇଁ କୁହନ୍ତୁ, ଯାହାଫଳରେ ପରେ ଆପଣଙ୍କୁ ଆଚମ୍ବିତ ହେବାକୁ ପଡ଼ିବ ନାହିଁ। ନିଜର ସମୟସୂଚୀ ସ୍ଥିର କରିବା ସମୟରେ ପ୍ରାରମ୍ଭିକ ଆକଳନରୁ ଅତିରିକ୍ତ ୨୦-୩୦% ଅଧିକ ବଫର୍ ରଖିବା ବିଜ୍ଞତାର ପରିଚୟ ଅଟେ। ପ୍ରକଳ୍ପର ଅଗ୍ରଗତି ସହିତ ସମୟରେଖାରେ ପଡ଼ୁଥିବା ପ୍ରଭାବଗୁଡ଼ିକ ସମ୍ପର୍କରେ ନିଜର କଣ୍ଟ୍ରାକ୍ଟରଙ୍କ ସହିତ ନିୟମିତ ଆଲୋଚନା କରନ୍ତୁ।

 

୫) ଘାତ ପ୍ରତିଘାତର ମୁକାବିଲା କରିପାରୁଥିବା ଘର ତିଆରି କରନ୍ତୁ

ନମନୀୟ ନିର୍ମାଣ କୌଶଳ ଆପଣାଇବା ଏବଂ ସ୍ଥାନାନ୍ତରଶୀଳ ମାଟି ଓ ବନ୍ୟା ବିପଦ ପାଇଁ ଉପଯୁକ୍ତ ସାମଗ୍ରୀ ବ୍ୟବହାର କରି ଆପଣ ଏପରି ଏକ ଘର ନିର୍ମାଣ କରିପାରିବେ ଯାହା ଦୀର୍ଘ ମିଆଦରେ ଆପଣଙ୍କ ସାଇଟ୍ ସୃଷ୍ଟି କରୁଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିପାରିବ। କେତେକ ଉଦାହରଣ ହେଲା, ରି-ଇନ୍‌‌ଫୋର୍ସଡ୍ ଡିପ୍ ପାଇଲ୍ ଫାଉଣ୍ଡେସନ, ଅତିରିକ୍ତ ଗଭୀର ଫୁଟିଂ ସହିତ ଉଚ୍ଚା ଫାଉଣ୍ଡେସନ୍ ୱାଲ୍, ବେସମେଣ୍ଟ ଏବଂ ଫାଉଣ୍ଡେସନ ଚାରିପଟେ ସମ୍ପୂର୍ଣ୍ଣ ୱାଟରପ୍ରୁଫିଙ୍ଗ ଉପଚାର, ଉଇ ଉପଚାର, ପୋତା ଉପଯୋଗିତା ଲାଇନ୍ ଏବଂ ଫ୍ରେଞ୍ଚ ଡ୍ରେନ୍। ଆପଣଙ୍କ ସାଇଟ୍‌‌କୁ ସୁହାଇଲା ଭଳି ଉପଯୁକ୍ତ ଏବଂ ସଠିକ୍ ସମାଧାନ ବ୍ୟବହାର କରି ଆପଣ ନିଜର ନଈକୂଳିଆ ଘରର ଢାଞ୍ଚାଗତ ଅଖଣ୍ଡତାକୁ ଦଶନ୍ଧି ଦଶନ୍ଧି ପର୍ଯ୍ୟନ୍ତ ସୁରକ୍ଷିତ କରିପାରିବେ।



ନଦୀ ପାଖରେ କିମ୍ବା ଢିଲା, ସ୍ଥାନାନ୍ତରଶୀଳ ମାଟିରେ ଘର ତିଆରି କରିବା ସ୍ୱତନ୍ତ୍ର ପ୍ଲାନିଂ, ମୂଲ୍ୟାୟନ, ବଜେଟିଂ ଏବଂ ନିର୍ମାଣ ଜ୍ଞାନ କୌଶଳ ଆବଶ୍ୟକ କରିଥାଏ, ଯାହାଦ୍ୱାରା ଆପଣଙ୍କୁ ମିଳିଥାଏ ଏକ ସୁଦୃଢ଼ ଢାଞ୍ଚା। ଅଭିଜ୍ଞ କଣ୍ଟ୍ରାକ୍ଟର ଓ ଇଞ୍ଜିନିୟରଙ୍କ ସହିତ ସହଭାଗିତା କରିବା, ପ୍ରସ୍ତୁତି ପାଇଁ ଆବଶ୍ୟକ ସମୟ ଦେବା, ବନ୍ୟା ଏବଂ ମାଟି ସ୍ଥାନାନ୍ତର ନିରୋଧୀ ସାମଗ୍ରୀ ବ୍ୟବହାର କରିବା ଏବଂ ନିରାପତ୍ତାମୂଳକ ଡିଜାଇନ୍ ଉପାଦାନକୁ କାର୍ଯ୍ୟକାରୀ କରିବା ଦ୍ୱାରା ବିପଦର ଆଶଙ୍କା ନ୍ୟୂନତମ ହୋଇଥାଏ ଏବଂ ଘର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାରୁ ରକ୍ଷା ପାଇଥାଏ। ଉପଯୁକ୍ତ ଯତ୍ନ ଏବଂ ସାଇଟ୍ ପ୍ରସ୍ତୁତି ସହିତ ଆପଣ ଜଳାଧାର ନିକଟରେ କିମ୍ବା ସମସ୍ୟାପୂର୍ଣ୍ଣ ମାଟିରେ ମଧ୍ୟ ନିଜର ସ୍ୱପ୍ନର ଘର ଗଢ଼ିପାରିବେ ଓ ତାହାକୁ ଉପଭୋଗ କରିପାରିବେ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....