ଘରର ସୁଦୃଢ଼ତା ଏହାର କଂକ୍ରିଟ୍ ରୁ ଆସିଥାଏ । ଫର୍ମୱାର୍କ କଂକ୍ରିଟ୍ କୁ ଆକାର ଓ ସୁଦୃଢ଼ତା ଦେବାରେ ସାହାଯ୍ୟ କରିଥାଏ । ଶଟରିଂ ବା ଫର୍ମୱାର୍କ ହେଉଛି କଂକ୍ରିଟ୍ ଟାଣ ହେବା ପୂର୍ବରୁ ତାହାକୁ ଧରିରଖିବା ଓ ସ୍ଥିରତା ପ୍ରଦାନ କରିବାର ପ୍ରକ୍ରିୟା । ଶଟରିଂ ସାଧାରଣତଃ କାଠ ଓ ଷ୍ଟିଲ୍ ଦ୍ୱାରା ନିର୍ମିତ ହୋଇଥାଏ । ଶଟରିଂର ସଠିକ୍ ଉପାୟ ତଳେ ଦର୍ଶାଯାଇଛି ।
ସବୁବେଳେ ଭଲ ଗୁଣମାନର ଶଟରିଂ ସାମଗ୍ରୀ ବ୍ୟବହାର କରନ୍ତୁ, ଯାହାର ମୋଟେଇ ଅତି କମ୍ ରେ 3 ଇଞ୍ଚ ହୋଇଥିବା ଆବଶ୍ୟକ ।
ମନେରଖନ୍ତୁ, କଂକ୍ରିଟ୍ ଢାଳିବା ପୂର୍ବରୁ, ଶଟରିଂରେ ତେଲ କିମ୍ବା ଗ୍ରୀଜ୍ ପ୍ରୟୋଗ କରନ୍ତୁ । ଏହାଦ୍ୱାରା କଂକ୍ରିଟ୍ ଶଟରିଂରେ ଲାଖେ ନାହିଁ ଏବଂ ଶଟରିଂକୁ ସହଜରେ କାଢ଼ିହୁଏ ।
ମିଶ୍ରଣ ଯେପରି ଝରି ନ ଯାଏ ଏହା ନିଶ୍ଚିତ କରିବା ପାଇଁ ଶଟରିଂ ମଧ୍ୟରେ ଯେପରି କୌଣସି ଫାଙ୍କ ନ ରହେ ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।
କଂକ୍ରିଟ୍ ସମ୍ପୂର୍ଣ୍ଣ ରୂପେ ସେଟ୍ ହେବା ପରେ ହିଁ ଶଟରିଂକୁ କାଢ଼ନ୍ତୁ ।
ଶଟରିଂକୁ ଯତ୍ନର ସହିତ କଢ଼ାଯିବା ଆବଶ୍ୟକ । ଅନ୍ୟଥା, କଂକ୍ରିଟ୍ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଥାଏ ।
ଶଟରିଂକୁ ଯତ୍ନର ସହିତ କଢ଼ାଯିବା ଆବଶ୍ୟକ । ଅନ୍ୟଥା, କଂକ୍ରିଟ୍ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଥାଏ ।
ଗୁଣବତ୍ତାସମ୍ପନ୍ନ ନିର୍ମାଣ ସାମଗ୍ରୀ ତଥା ବିଶେଷଜ୍ଞ ସମାଧାନ ପାଇବା ପାଇଁ, ଆପଣଙ୍କର ନିକଟତମ ଅଲଟ୍ରାଟେକ୍ ବିଲଡିଂ ସଲ୍ୟୁସନ୍ସ ଷ୍ଟୋର୍ ସହ ଯୋଗାଯୋଗ କରନ୍ତୁ ।
ତୁମର ପ୍ରଶ୍ନର ଉତ୍ତର ପାଅ |