ଆର୍‌ସିସି ଫୁଟିଂ କ’ଣ?

ଅଗଷ୍ଟ 25, 2020

ଆପଣଙ୍କ ଘର କେବଳ ଆପଣଙ୍କର ନୁହେଁ  ବରଂ ଆପଣଙ୍କ ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ଉଦ୍ଦିଷ୍ଟ ହୋଇଥାଏ, ତେଣୁ ଏହା ବର୍ଷ ବର୍ଷ ଧରି ମଜବୁତ ରହିବା ଜରୁରୀ । ଏଥିପାଇଁ, ଆପଣଙ୍କ ଘର ଏକ ସୁଦୃଢ଼ ମୂଳଦୁଆ ବା ଫାଉଣ୍ଡେଶନ୍ ଆବଶ୍ୟକ କରିଥାଏ ଏବଂ ଫାଉଣ୍ଡେଶନ୍ କୁ ମଜବୁତ କରିବାର ସର୍ବୋତ୍ତମ ଉପାୟ ହେଉଛି ଆରସିସି ଫୁଟିଂ ।

ଆରସିସି ଫୁଟିଂ କ’ଣ?

ସେଗୁଡ଼ିକ ହେଉଛି ରିଇନଫୋର୍ସଡ୍ ସିମେଣ୍ଟ କଂକ୍ରିଟ୍ (RCC) ଫୁଟିଂ ଷ୍ଟିଲ୍ ଛଡ଼ରେ ନିର୍ମିତ ହୋଇଥାଏ ଯାହା କଂକ୍ରିଟ୍ ଫାଉଣ୍ଡେଶନକୁ ସୁଦୃଢ଼ତା ପ୍ରଦାନ କରିଥାଏ, ଯାହା ଘରର ସମ୍ପୂର୍ଣ୍ଣ ଓଜନକୁ ବହନ କରିଥାଏ । ଫୁଟିଂ ମୋଟାମୋଟି ଓଜନକୁ ଭୂମିକୁ ସ୍ଥାନାନ୍ତରିତ କରିଥାଏ ଯାହା ଫଳରେ ଆପଣଙ୍କ ଘରର ଢାଞ୍ଚା ଉପରୁ ଭାର ହ୍ରାସିତ ହୋଇଯାଇଥାଏ । ଢାଞ୍ଚା ବା ସଂରଚନାର ଆବଶ୍ୟକତା ଉପରେ ନିର୍ଭର କରି, ଫୁଟିଂଗୁଡ଼ିକ ଟ୍ରାପେଜଏଡାଲ୍, ବ୍ଲକ୍ କିମ୍ବା ଷ୍ଟେପ୍ ଆକୃତିର ହୋଇପାରେ ।

ଆରସିସି ଫୁଟିଂ ସ୍ଥାପନର ସୋପାନଗୁଡ଼ିକ କ’ଣ?

  • ଫୁଟିଂ ସ୍ଥାପନ କରିବା ପୂର୍ବରୁ, ଏଥିପାଇଁ ଖୋଳାଯାଇଥିବା ଭୂମିକୁ ଭଲଭାବରେ ଧୁର୍ମୁସ କରନ୍ତୁ । ଏହାଦ୍ୱାରା ମାଟିର ସୁଦୃଢ଼ତା ଓ ସ୍ଥିରତା ବୃଦ୍ଧି ପାଇଥାଏ ।
  • ଏହା ପରେ ଏହି ସ୍ଥାନକୁ 150 ମିମି କଂକ୍ରିଟ୍ ଶଯ୍ୟାରେ ଆବୃତ କରନ୍ତୁ । ଏହା ଆପଣଙ୍କ ଫୁଟିଂକୁ ଏକ ସମତଳ ପୃଷ୍ଠ ପ୍ରଦାନ କରିବ ।
  • ରିଇନଫୋର୍ସମେଣ୍ଟ ପିଞ୍ଜରାକୁ ଲଗାଇବା ସମୟରେ ସଳଖତାକୁ ସୁନିଶ୍ଚିତ କରନ୍ତୁ ।
  • ସିମେଣ୍ଟ ଘୋଳର ଏକ ଆସ୍ତରଣ ଦେବା ପରେ ଉପରୋକ୍ତ ଶଯ୍ୟାରେ କଂକ୍ରିଟ୍ ଢାଳନ୍ତୁ । ସୁନିଶ୍ଚିତ କରିନିଅନ୍ତୁ ଯେ ବ୍ୟବହାର କରାଯାଇଥିବା କଂକ୍ରିଟ୍ ଫାଉଣ୍ଡେଶନର ଆକାର ଉପରେ ଆଧାରିତ ଅଟେ, ଏବଂ ଶଟରିଂ କରିବାକୁ ଭୁଲନ୍ତୁ ନାହିଁ ।
  • ଶେଷରେ, ଫୁଟିଂ ସେଟ୍ ହୋଇଗଲା ପରେ କିଓରିଂ କରିବାକୁ ଭୁଲନ୍ତୁ ନାହିଁ । ବ୍ୟାପକ ସୁଦୃଢ଼ତା ଗଠନ ପାଇଁ ଏହା ଆବଶ୍ୟକ ଅଟେ ।

ଆପଣଙ୍କ ଘର ପାଇଁ ଆରସିସି ଫୁଟିଂ ଯେପରି ସଠିକ୍ ଉପାୟରେ ସ୍ଥାପନ କରାଯାଏ ଏହା ସୁନିଶ୍ଚିତ କରିବା ପାଇଁ ଉପରୋକ୍ତ ମାର୍ଗଦର୍ଶନକୁ ଅନୁସରଣ କରନ୍ତୁ ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ