ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ଏକ ଫଳପ୍ରଦ ବର୍ଷାଜଳ ସଂରକ୍ଷଣ ପ୍ରଣାଳୀ ନିର୍ମାଣର ସୋପାନ

ବର୍ଷାଜଳ ସଂରକ୍ଷଣ ଏକ ଚିରପୋଷଣକ୍ଷମ ଅଭ୍ୟାସ ଅଟେ । ଏଥିରେ ବିଭିନ୍ନ ଉଦ୍ଦେଶ୍ୟ ପାଇଁ ବର୍ଷାପାଣିକୁ ସଂଗ୍ରହ, ସଂରକ୍ଷଣ ଏବଂ ବ୍ୟବହାର କରାଯାଇଥାଏ । ଜଳସେଚନ, ଧୁଆଧୋଇ ଏବଂ ପାନୀୟ ଜଳ ଭଳି ବିଭିନ୍ନ ଉପଯୋଗ ପାଇଁ ବର୍ଷାପାଣିକୁ ସଂଗ୍ରହ ଓ ସଂରକ୍ଷଣ କରିବା ନିମନ୍ତେ ବର୍ଷାଜଳ ସଂରକ୍ଷଣ ପ୍ରଣାଳୀ ଏକ ଉତ୍ତମ ଉପାୟ ଅଟେ । ଉପଯୁକ୍ତ ପ୍ଲାନିଂ ଓ ସ୍ଥାପନ ସହିତ ବର୍ଷାଜଳ ସଂରକ୍ଷଣ ପ୍ରଣାଳୀ ଜଳାଭାବ ଓ ମରୁଡ଼ିର ଏକ ଫଳପ୍ରଦ ଓ ମୂଲ୍ୟବାନ ସମାଧାନ ହୋଇପାରିବ । ଏହି ପ୍ରଣାଳୀ ବା ବ୍ୟବସ୍ଥାକୁ ସ୍ଥାପନ କରି ଆପଣ ନିଜର ପାଣି ବିଲ୍ ଉପରେ ପଇସା ସଞ୍ଚୟ କରିପାରିବେ, ପୌର ଜଳ ଯୋଗାଣ ଉପରେ ନିଜର ନିର୍ଭରତାକୁ ହ୍ରାସ କରିପାରିବେ ଓ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା - ଜଳ ସଂରକ୍ଷଣ କରିପାରିବେ ।

Share:



ଏବେ ମାନବଜାତି ପାଇଁ ଜଳାଭାବ ଏକ ବଡ଼ ସମସ୍ୟା ରୂପେ ଉଭା ହେବାକୁ ଲାଗିଲାଣି । ୱାଟର୍ ଏଡ୍ ଭଳି ସଂସ୍ଥାର ଆକଳନ ଅନୁଯାୟୀ ୨୦୫୦ ମସିହା ସୁଦ୍ଧା ପୃଥିବୀର ଜନସଂଖ୍ୟାର ଅଧା ଲୋକ ଜଳାଭାବର ସମ୍ମୁଖୀନ ହେବେ । ତେଣୁ, ମାନବ ଜାତି ପାଇଁ ମଧୁର ଜଳର ଉପଲବ୍ଧତାକୁ ସୁନିଶ୍ଚିତ କରୁଥିବା ଏକ ପ୍ରଣାଳୀର ଜରୁରୀ ଆବଶ୍ୟକତା ଦେଖାଦେଇଛି । ଏହି ସମସ୍ୟାର ସମାଧାନ ହେଉଛି ‘ବର୍ଷାଜଳ ସଂରକ୍ଷଣ’ । ମଧୁର ଜଳ ପାଇବାର ଏହା ସବୁଠାରୁ ଚିରପୋଷଣକ୍ଷମ ଉପାୟ ଅଟେ । ଏଥିପାଇଁ ବିଜୁଳି ଶକ୍ତିର ଆବଶ୍ୟକତା ପଡ଼ି ନ ଥାଏ । ଏହା କୌଣସି ପ୍ରାକୃତିକ ସମ୍ପଦକୁ ହ୍ରାସ କରି ନ ଥାଏ । ଓଲଟା, ଏହା ପ୍ରାକୃତିକ ବସତିକୁ ସଂରକ୍ଷିତ ଏବଂ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ । ବର୍ଷାଜଳ ସଂରକ୍ଷଣର ସୋପାନ ତଥା ବର୍ଷାଜଳ ସଂରକ୍ଷଣର ଆବଶ୍ୟକତା କାହିଁକି ରହିଛି ତାହାକୁ ବୁଝିବା ଏହି ଆଲେଖ୍ୟର ଉଦ୍ଦେଶ୍ୟ ଅଟେ ।



ବର୍ଷାଜଳ ସଂରକ୍ଷଣ କାହିଁକି କରାଯିବା ଉଚିତ୍?

ସମୁଦ୍ରର ଲୁଣିଆ ଜଳ ଖରା କାରଣରୁ ବାଷ୍ପୀଭୂତ ହୋଇ ମେଘରେ ପରିଣତ ହୁଏ ଏବଂ ପରେ ବର୍ଷା ଆକାରରେ ମଧୁର ଜଳ ଭାବେ ତଳେ ପଡ଼ିଥାଏ । ଏହି ବୃଷ୍ଟିପାତରେ ପଡ଼ୁଥିବା ଅଧିକାଂଶ ପାଣି ପୁଣିଥରେ ବହିଯାଇ ସମୁଦ୍ର ଓ ନାଳନର୍ଦ୍ଦମାରେ ମିଶିଯାଇଥାଏ । ପଡ଼ୁଥିବା ମଧୁର ପାଣିକୁ ଫଳପ୍ରଦ ଢଙ୍ଗରେ ସଦୁପଯୋଗ କରାଗଲେ ତାହାକୁ ବିଭିନ୍ନ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଇପାରିବ । ତେଣୁ, ସଂକ୍ଷେପରେ କହିଲେ, ବର୍ଷାପାଣିକୁ ବହିଯିବାକୁ ନ ଦେଇ ତାହାକୁ ସଂରକ୍ଷିତ ରଖିବାର ପ୍ରକ୍ରିୟାକୁ ‘ବର୍ଷାଜଳ ସଂରକ୍ଷଣ’ କୁହାଯାଏ । ହେଲେ, ତା’ ପୂର୍ବରୁ ବର୍ଷାଜଳ ସଂରକ୍ଷଣର ସୋପାନଗୁଡ଼ିକୁ ବୁଝିନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ବର୍ଷାଜଳ ସଂରକ୍ଷଣର ପ୍ରକାରଭେଦ:

ବର୍ଷାଜଳ ସଂରକ୍ଷଣର ପ୍ରକାରଭେଦ ଆମକୁ ଏହି ପ୍ରଣାଳୀକୁ ଭଲଭାବେ ବୁଝିବାରେ ସାହାଯ୍ୟ କରିବ । ପ୍ରକାରଭେଦକୁ ଜାଣିରଖିଲେ ହିଁ, ଆମ ପାଇଁ କେଉଁ ପ୍ରକାରଟି ଉପଯୁକ୍ତ ହେବ ତାହା ଆମେ ଜାଣିପାରିବା ଏବଂ ସେହି ଅନୁଯାୟୀ ବର୍ଷାଜଳ ସଂରକ୍ଷଣର ସୋପାନଗୁଡ଼ିକୁ ଶିଖିପାରିବା ।


ଛାତ ଉପରେ ବର୍ଷାଜଳ ସଂରକ୍ଷଣ :

 

  • ବର୍ଷାପାଣି ଯେଉଁଠି ପଡ଼ିବ ସେଇଠି ତାହାକୁ ଧରି ରଖିବାର ପ୍ରଣାଳୀ । ଛାତ ଉପରେ ବର୍ଷାଜଳ ସଂରକ୍ଷଣ ବା ରୁଫ୍‌‌ଟପ୍ ହାର୍ଭେଷ୍ଟିଂରେ ଛାତ ହିଁ ପାଣିକୁ ଧରି ରଖିବାର ସ୍ଥାନରେ ପରିଣତ ହୋଇଥାଏ ଏବଂ ବର୍ଷାପାଣିକୁ ଘର ବା ବିଲ୍‌‌ଡିଂର ଛାତ ଉପରେ ସଂଗ୍ରହ କରାଯାଇଥାଏ । ପାଣିକୁ ଏକ ଟାଙ୍କିରେ ରଖାଯାଇପାରିବ କିମ୍ବା ନଳ ସାହାଯ୍ୟରେ ଏକ କୃତ୍ରିମ ରିଚାର୍ଜ ପ୍ରଣାଳୀ ମଧ୍ୟକୁ ପଠାଯାଇପାରିବ । ଏହି ପଦ୍ଧତି ଶସ୍ତା ହୋଇଥାଏ ଏବଂ ସଠିକ୍ ଭାବେ କାର୍ଯ୍ୟାନ୍ୱିତ କରାଗଲେ, ସମ୍ପୃକ୍ତ ଅଞ୍ଚଳର ଭୂତଳ ଜଳ ସ୍ତରକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।


ପୃଷ୍ଠଭାଗ ବର୍ଷାଜଳ ସଂରକ୍ଷଣ :

 

  • ସହରାଞ୍ଚଳରେ ବର୍ଷାପାଣି ପୃଷ୍ଠଭାଗରେ ଗଡ଼ି ବହିଯାଇଥାଏ । ଏହି ବହିଯାଉଥିବା ପାଣିକୁ ଅଟକାଇ ହେବ ଏବଂ ଉପଯୁକ୍ତ ପଦ୍ଧତି ବ୍ୟବହାର କରାଯାଇ ତାହାକୁ ସ୍ଥାନୀୟ ଜଳାଶୟଗୁଡ଼ିକୁ ପୁନଃଭରଣ କରିବା ପାଇଁ ବ୍ୟବହାର କରାଯାଇପାରିବ ।


ବର୍ଷାଜଳ ସଂରକ୍ଷଣର ସୋପାନଗୁଡ଼ିକୁ ଜାଣିବା ପୂର୍ବରୁ ଆସନ୍ତୁ ପ୍ରଥମେବର୍ଷାଜଳ ସଂରକ୍ଷଣର ଫାଇଦାଗୁଡ଼ିକୁ ବୁଝିବା।


ବର୍ଷାଜଳ ସଂରକ୍ଷଣର ଫାଇଦା :

 

  1. ଏହା ଭୂତଳ ଜଳର ଉପଲବ୍ଧତାକୁ ବୃଦ୍ଧି କରିଥାଏ: ଜନସଂଖ୍ୟା ବୃଦ୍ଧି ସହିତ ଭୂତଳ ଜଳ ଉପରେ ନିର୍ଭରଶୀଳତା ମଧ୍ୟ ବଢ଼ିଚାଲିଛି । ଅନେକ ଆବାସିକ କଲୋନୀ ଓ ଶିଳ୍ପସଂସ୍ଥାଗୁଡ଼ିକ ନିଜର ଦୈନନ୍ଦିନ ଜଳ ଚାହିଦା ମେଣ୍ଟାଇବା ପାଇଁ ଭୂତଳ ଜଳ କାଢ଼ୁଛନ୍ତି । ଏହାଫଳରେ ଭୂତଳ ଜଳର ସ୍ତର ହ୍ରାସ ପାଇବାରେ ଲାଗିଛି ଏବଂ କେତେକ ସ୍ଥାନରେ ତାହାର ସ୍ତର ଅତି କମ୍‌‌ ହୋଇଯାଇଛି, ଯେଉଁଠି ଉତ୍କଟ ଜଳାଭାବ ସୃଷ୍ଟି ହୋଇଛି । ବର୍ଷାଜଳ ସଂରକ୍ଷଣ ଦ୍ୱାରା ଭୂତଳ ଜଳ ସ୍ତର ହ୍ରାସିତ ହେବା ବଦଳରେ ବୃଦ୍ଧି ପାଇଥାଏ କିମ୍ବା ସ୍ଥିତାବସ୍ଥା ବଜାୟ ରହିଥାଏ ।

     

  2. ମରୁଡ଼ିର ପ୍ରଭାବକୁ ଲାଘବ କରିଥାଏ: ଅନେକ ଦେଶ, ବିଶେଷକରି ଶୁଷ୍କ ଜଳବାୟୁ ବିଶିଷ୍ଟ ଦେଶଗୁଡ଼ିକ ସ୍ୱଚ୍ଛ ପାଣିର ଏକ ଶସ୍ତା ଓ ଭରସାଯୋଗ୍ୟ ଉତ୍ସ ଭାବେ ବର୍ଷାଜଳ ସଂରକ୍ଷଣକୁ ବ୍ୟବହାର କରିଥାନ୍ତି । ମରୁଡ଼ି ଦେଖାଦେଲେ, ଅତୀତରେ ସଂରକ୍ଷିତ ରଖାଯାଇଥିବା ବର୍ଷାପାଣିକୁ ବ୍ୟବହାର କରାଯାଏ । ମରୁଭୂମିରେ ମାଟିର ବନ୍ଧ ନିର୍ମାଣ କରାଯାଇ ବର୍ଷାପାଣିକୁ ଗଡ଼ିବା ଓ ବହିବାରୁ ଅଟକାଯାଇଥାଏ ଓ ପରେ ତାହାକୁ ଜଳସେଚନ ପାଇଁ ବ୍ୟବହାର କରାଯାଏ । କମ୍ ବୃଷ୍ଟିପାତ କ୍ଷେତ୍ରରେ ମଧ୍ୟ, ସଂରକ୍ଷିତ ବର୍ଷାପାଣି ଫସଲ ବଢ଼ାଇବା ପାଇଁ ପର୍ଯ୍ୟାପ୍ତ ସାବ୍ୟସ୍ତ ହୋଇଥାଏ ।

     

  3. ଭୂତଳ ଜଳର ସ୍ତରକୁ ଉନ୍ନତ କରିଥାଏ, ଯାହାଫଳରେ ପାଣି ଉଠାଇବା ବାବଦୀୟ ବିଜୁଳି ଖର୍ଚ୍ଚ ବଞ୍ଚିଥାଏ: ବର୍ଷାଜଳ ସଂରକ୍ଷଣ ପ୍ରଣାଳୀ ପୃଷ୍ଠଭାଗରେ ବହିଯାଉଥିବା ପାଣିକୁ ଭୂତଳ ଜଳାଶୟର ପୁନଃଭରଣ କରିବା ତଥା ଭୂତଳ ଜଳର ସ୍ତର ଓ ଗୁଣମାନକୁ ଉନ୍ନତ କରିବାରେ ସହାୟତା କରିଥାଏ । ଏହାଫଳରେ କମ୍ ବୃଷ୍ଟିପାତ କ୍ଷେତ୍ରରେ ମଧ୍ୟ ଭୂତଳ ଜଳ ସ୍ତର ପୋଷଣକ୍ଷମ ରହିପାରିଥାଏ ।

     

  4. ଭୂତଳରେ ଜଳ ସଂରକ୍ଷଣ କରିବା ପରିବେଶ ପାଇଁ ଭଲ: ଭୂତଳରେ ବର୍ଷାଜଳ ସଂରକ୍ଷଣ କରାଗଲେ ତାହା ବାଷ୍ପୀଭୂତ ହୋଇ ନ ଥାଏ ଏବଂ ଦୀର୍ଘ ସମୟ ପାଇଁ ଉପଲବ୍ଧ ରହିଥାଏ । ଏହା ଭୂତଳ ଜଳର ଉପଲବ୍ଧତାକୁ ମଧ୍ୟ ପ୍ରତିପୂର୍ତ୍ତି କରିଥାଏ, ସାମୁଦ୍ରିକ ଜଳର ଅନୁପ୍ରବେଶକୁ ରୋକିଥାଏ ଏବଂ ବଞ୍ଚିବା ପାଇଁ ଭୂତଳ ଜଳ ଉପରେ ନିର୍ଭରଶୀଳ ଜୈବ-ପରିସଂସ୍ଥାକୁ ସୁରକ୍ଷିତ ରଖିଥାଏ ।

     

  5. ଏହା ଖର୍ଚ୍ଚ-ସାଶ୍ରୟୀ ହୋଇଥାଏ: ଅନ୍ୟାନ୍ୟ ଜଳ ପୁନଃଚକ୍ରଣ ପଦ୍ଧତି ତୁଳନାରେ ବର୍ଷାଜଳ ସଂରକ୍ଷଣ ଏକ ଖର୍ଚ୍ଚ-ସାଶ୍ରୟୀ ବିକଳ୍ପ ଅଟେ ଏବଂ ଏହା ଏକ ଦୀର୍ଘମିଆଦୀ ନିବେଶ ହୋଇଥିବାକୁ ପକେଟ୍‌‌କୁ ଖୁବ୍ ସୁହାଇଥାଏ । ଅଧିକନ୍ତୁ, ଏହା ବିଭିନ୍ନ ମାଧ୍ୟମ ଜରିଆରେ ଦ୍ୱାରଦେଶରେ ପାଣି ପରିବହନ କରିବାର ଆବଶ୍ୟକତାକୁ ମଧ୍ୟ ଦୂର କରିଥାଏ ।

     

  6. ଜଳ ସଂରକ୍ଷଣ ପାଇଁ ସହାୟକ ହୋଇଥାଏ: ଜଳ ସଞ୍ଚୟ କରିବା ଏବଂ ତାହାକୁ ଫଳପ୍ରଦ ଢଙ୍ଗରେ ବ୍ୟବହାର କରିବାର ମହତ୍ତ୍ୱକୁ ବର୍ଷାଜଳ ସଂରକ୍ଷଣ ଆମକୁ ଶିଖାଇଥାଏ । ଜଳ ସଂରକ୍ଷଣର ଏହା ସବୁଠାରୁ ଫଳପ୍ରଦ ଉପାୟ ଅଟେ । ହେଲେ, ବର୍ଷାଜଳ ସଂରକ୍ଷଣ ପ୍ରଣାଳୀର ନିର୍ମାଣ କରିବା ସମୟରେ ବିଶେଷ ଯତ୍ନବାନ୍ ହୁଅନ୍ତୁ । କଂକ୍ରିଟ୍‌‌ର ସୁଦୃଢ଼ତା ପରୀକ୍ଷା କରନ୍ତୁ, କଂକ୍ରିଟ୍‌‌ର ଉପଯୁକ୍ତ କିଓରିଂ କରନ୍ତୁ ଏବଂ କଂକ୍ରିଟ୍‌‌କୁ ଯତ୍ନର ସହିତ ପରିବହନ ଓ ଢଳେଇ କରନ୍ତୁ ।


ବର୍ଷାଜଳ ସଂରକ୍ଷଣର ସୋପାନ :

ବର୍ଷାଜଳ ସଂରକ୍ଷଣର ସୋପାନ ସୁଦୀର୍ଘ ପ୍ରତୀତ ହୋଇପାରେ । କିନ୍ତୁ, ତାହାକୁ ଠିକ୍ ରୂପେ କାର୍ଯ୍ୟାନ୍ୱିତ କରାଗଲେ, ଏହି ପ୍ରଣାଳୀ ଆଜୀବନ ବଜାୟ ରହିପାରିବ ।

 

  • ୧. ବର୍ଷାଜଳର ରଖିବାର ସ୍ଥାନ (କ୍ୟାଚମେଣ୍ଟ ଏରିଆ) ଚୟନ କରନ୍ତୁ ଓ ତାହାକୁ ସଫା କରନ୍ତୁ :

    ବର୍ଷାଜଳ ସିଧାସଳଖ ପଡ଼ୁଥିବା ସ୍ଥାନକୁ ଆପଣଙ୍କର କ୍ୟାଚ୍‌‌ମେଣ୍ଟ ଏରିଆ କୁହାଯାଏ । ଏହା ଆପଣଙ୍କ ଟେରେସ୍, ବାଡ଼ି କିମ୍ବା କଂକ୍ରିଟ୍ ବିଛା/ନ ବିଛା ଯାଇଥିବା ଜମି ହୋଇପାରେ । ତେଣୁ, କ୍ୟାଚ୍‌‌ମେଣ୍ଟ ଏରିଆ ହିଁ ବର୍ଷାଜଳ ସଂରକ୍ଷଣ ପ୍ରଣାଳୀକୁ ଜଳ ଯୋଗାଇଥାଏ । ଏହି ଉଦ୍ଦେଶ୍ୟ ପାଇଁ ଆପଣଙ୍କ ହତାର କେଉଁ ଜାଗାଟି ସବୁଠାରୁ ଉପଯୁକ୍ତ ତାହା ନିର୍ଦ୍ଧାରଣ କରିବା ଜରୁରୀ ଅଟେ । ନିର୍ଦ୍ଧାରଣ କରିବା ପରେ ସେହି ଜାଗାକୁ ସଫା କରନ୍ତୁ ଏବଂ ସେଠାରେ କୌଣସି ପ୍ରଦୂଷକ ଉପାଦାନକୁ ହଟାଇଦିଅନ୍ତୁ ।
 
  • ୨. ଲେ’ଆଉଟ୍ ନିରୂପଣ କରନ୍ତୁ :


    ପାଣି ସଂଗ୍ରହର ପୃଷ୍ଠଭାଗ ଯେପରି ଅଧିକରୁ ଅଧିକ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ଟାଙ୍କି ଓ ପାଇପଲାଇନ୍‌‌ର ଲେ’ଆଉଟ୍ ଓ ଅବସ୍ଥିତି ନିରୂପଣ କରିବାକୁ ହେବ । ଅନେକ ବିକଳ୍ପ ରହିଛି, କିନ୍ତୁ ପ୍ରାୟତଃ ସ୍ପ୍ରେଡ୍-ଆଉଟ୍ ଟାଙ୍କି ବିକଳ୍ପ ଏବଂ କ୍ଲଷ୍ଟର୍ ଟାଙ୍କି ବିକଳ୍ପକୁ ପସନ୍ଦ କରାଯାଇଥାଏ ।
 
  • ୩. ଜଳଭଣ୍ଡାର ସ୍ଥାପନ କରନ୍ତୁ :

 

  1. ବିଲ୍‌‌ଡିଂ ଛାତରୁ ସଂଗୃହୀତ ହୋଇଥିବା ବର୍ଷାପାଣିକୁ ସଂରକ୍ଷଣ ବା ଭଣ୍ଡାର ଟାଙ୍କିକୁ ପଠାଯାଇଥାଏ । ପାଣିର ଆବଶ୍ୟକତା, ବୃଷ୍ଟିପାତ ଏବଂ କ୍ୟାଚମେଣ୍ଟର ଉପଲବ୍ଧତାକୁ ଦୃଷ୍ଟିରେ ରଖି ଭଣ୍ଡାର ଟାଙ୍କିର ଡିଜାଇନ୍ କରାଯିବା ଉଚିତ୍ । ପ୍ରତ୍ୟେକ ଡ୍ରେନ୍ ପାଇପ୍ ଓ ସଂଗ୍ରହ ପ୍ରଣାଳୀରେ ନିମ୍ନଲିଖିତ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ:

 

  • ମୁହଁରେ ଗୋଟିଏ ଜାଲିଦାର ଫିଲ୍ଟର ଏବଂ ଫାର୍ଷ୍ଟ ଫ୍ଲଶ୍ (ରୁଫ୍ ୱାଶର୍ ନାମରେ ମଧ୍ୟ ପରିଚିତ) ଉପକରଣ ଯାହା ପାଣିର ପ୍ରଥମ ପ୍ରବାହକୁ ଟାଙ୍କିରୁ ବାହାରକୁ ନେଇଯିବ ।

     

  • ଷ୍ଟୋରେଜ୍ ଟାଙ୍କିରେ ସଂଯୋଗ ପୂର୍ବରୁ ଏକ ଫିଲ୍ଟରେଶନ୍ ବା ବିଶୋଧନ ପ୍ରଣାଳୀ ।

     

  • ବର୍ଷାଜଳର ଓଲଟା ପ୍ରବାହକୁ ପ୍ରତିରୋଧ କରିବା ପାଇଁ ଏୟାର୍ ଗ୍ୟାପ୍ ।

     

  • ପ୍ରତ୍ୟେକ ଟାଙ୍କିରେ ମାତ୍ରାଧିକ ପାଣିର ଓଭରଫ୍ଲୋ ବ୍ୟବସ୍ଥା ରହିବା ଉଚିତ୍ ।

     

  • ମାତ୍ରାଧିକ ପାଣିକୁ ରିଚାର୍ଜ ବ୍ୟବସ୍ଥା ଆଡ଼କୁ ପଠାଇଦିଆଯାଇପାରେ ।

     

    ୪. ପାଇପ୍ ଓ ଟାଙ୍କିଗୁଡ଼ିକୁ ସ୍ଥାପନ କରନ୍ତୁ :

     

    ପାଇପ୍ ସ୍ଥାପନ କରିବା ପାଇଁ :

     

  • କର୍ତ୍ତୃପକ୍ଷଙ୍କଠାରୁ ପାଇପ୍ ବିଛାଇବା ପାଇଁ ଆବଶ୍ୟକୀୟ ଅନୁମତି ଆଣନ୍ତୁ (ଯଦି ଆବଶ୍ୟକ ହୋଇଥାଏ)

     

  • ଭୂତଳରେ ତିଆରି କରାଯାଉଥିଲେ, ଖାତ ଖୋଳନ୍ତୁ ।

     

  • ପାଇପ୍‌‌ଟି ସଳଖ ଭାବେ ଆସି ଟାଙ୍କିରେ ପଡ଼ୁଥିଲେ ଭଲ, କାରଣ ବଙ୍କା ରହିଲେ ଯଦି ଆବର୍ଜନା ଜମେ ତେବେ ତାହାକୁ ସଫା କରିବା କଷ୍ଟକର ହୋଇଯାଏ ।

     

  • ଖାତରେ ପାଇପ୍‌‌ଗୁଡ଼ିକୁ ବିଛାନ୍ତୁ ଏବଂ କନେକ୍ଟର ସାହାଯ୍ୟରେ ଯୋଡ଼ନ୍ତୁ ।

     

ଟାଙ୍କି ସ୍ଥାପନ କରିବା ପାଇଁ :

 

  • ଆପଣଙ୍କ ସମ୍ପତ୍ତି ପାଇଁ ଉପଯୁକ୍ତ ଟାଙ୍କି ଷ୍ଟାଣ୍ଡ ତିଆରି କରନ୍ତୁ ।

     

  • ଟାଙ୍କିକୁ ସେହି ଷ୍ଟାଣ୍ଡ ଉପରେ ଲଗାନ୍ତୁ ଏବଂ ସୁନିଶ୍ଚିତ କରନ୍ତୁ ଯେ ତାହା ଖାଲି ରହିବା ସମୟରେ ଯେପରି ପବନରେ ଉଡ଼ି ନ ଯାଏ ।

     

  • ସେଗୁଡ଼ିକୁ ପରସ୍ପର ସହିତ ସଂଯୁକ୍ତ କରନ୍ତୁ, ଯାହାଫଳରେ ସେଗୁଡ଼ିକୁ ଗୋଟିଏ ଟାଙ୍କି ଭଳି କାମ କରିବ । ମୁଖ୍ୟତଃ ରକ୍ଷଣାବେକ୍ଷଣ ଉଦ୍ଦେଶ୍ୟ ପାଇଁ ପ୍ରତ୍ୟେକ ଟାଙ୍କି ପାଇଁ ଭାଲ୍ଭ ଲଗାଇବା ସୁପାରିସଯୋଗ୍ୟ ।

     

  • ସବୁଠାରୁ ଅଧିକ ଦୂଷିତ ବର୍ଷାପାଣିକୁ ନିଜ ଟାଙ୍କିରୁ ଦୂରରେ ରଖିବା ପାଇଁ ଫାର୍ଷ୍ଟ ଫ୍ଲଶ୍ ଡାଇଭର୍ଟର୍ସ ଲଗାନ୍ତୁ ।

     

  • ଓଭରଫ୍ଲୋ ପାଇଁ କିଛି ନା କିଛି ବ୍ୟବସ୍ଥା କରନ୍ତୁ । ଯଦି ଟାଙ୍କିଗୁଡ଼ିକ ଏକ ସମ୍ପ୍‌‌ରେ ରହିଥାଏ ତେବେ ତାହା ଓଭରଫ୍ଲୋ ବ୍ୟବସ୍ଥା ଏବଂ ଅନେକଗୁଡ଼ିକ ଡ୍ରେନେଜ୍ ଆବଶ୍ୟକ କରିବ । ଓଭରଫ୍ଲୋର ଆକାର ଛୋଟ ହୋଇଥିଲେ, ପମ୍ପରେ ପାଣି ପଶିଯିବ ।

     

  • ପିଭିସି କଲେକ୍ଟର ପାଇପ୍ ଏବଂ ଟାଙ୍କି ମଧ୍ୟରେ ଶେଷ କନେକ୍ସନ୍ କରନ୍ତୁ ।

     

  • ନିଜର ପାଣିର ସ୍ତର ଏବଂ ଉପଯୋଗ ଉପରେ ନଜର ରଖିବା ପାଇଁ ଟାଙ୍କିରେ ଗେଜ୍ ଲଗାନ୍ତୁ ।



ଏସବୁ ବର୍ଷାଜଳ ସଂରକ୍ଷଣର ସୋପାନ ଥିଲା, ଯାହାକୁ ଅନୁସରଣ କରି ଆପଣ ଏକ ଉତ୍ତମ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା କରିପାରିବେ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....