ଆଇ-ବୀମ୍ ର ବ୍ୟବହାର
ନିର୍ମାଣ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଆଇ ବୀମ୍ ର ଅନେକ ବ୍ୟବହାର ରହିଛି।
1. ସ୍ଥାପତ୍ୟ ସହାୟତା: ଛାତ ଏବଂ ଚଟାଣକୁ ଧରି ରଖିବା ପାଇଁ ଆଇ ବୀମ୍ ମୁଖ୍ୟତଃ ନିର୍ମାଣ ଫ୍ରେମରେ ଭୂସମାନ୍ତର ସହାୟତା ଭାବରେ ବ୍ୟବହୃତ ହୁଏ।
2. ପୋଲ: ସେଗୁଡ଼ିକ ପୋଲ ନିର୍ମାଣ ପାଇଁ ଆବଶ୍ୟକ ଶକ୍ତି ଏବଂ ସ୍ଥିରତା ପ୍ରଦାନ କରନ୍ତି, ଯାହା ନିରାପଦ ପରିବହନ ସମ୍ଭବ କରିଥାଏ।
3. ରେଳ ଟ୍ରାକ୍: ରେଳ ଟ୍ରାକ୍ ଏବଂ ସପୋର୍ଟ ନିର୍ମାଣରେ ଆଇ-ବୀମ୍ ବ୍ୟବହୃତ ହୁଏ, ଯାହା ନିରାପତ୍ତା ଏବଂ ସ୍ଥାୟୀତ୍ୱ ସୁନିଶ୍ଚିତ କରିଥାଏ।
4. ଭାରୀ ଯନ୍ତ୍ରପାତିର ଆଧାର(ହେବି ମସିନାରି ବେସ୍): ସେମାନଙ୍କର ଶକ୍ତି ଏବଂ ବହୁଳ ଓଜନ ସହିବା କ୍ଷମତା ହେତୁ ସେଗୁଡ଼ିକ ପ୍ରାୟତଃ ଭାରୀ ଯନ୍ତ୍ରପାତିର ଆଧାର ଭାବରେ ବ୍ୟବହୃତ ହୁଏ।
5. ପ୍ରାକ୍-ନିର୍ମିତ କୋଠା: ଆଇ-ବୀମ୍ ଗୁଡ଼ିକ ସାଧାରଣତଃ ପ୍ରାକ୍-ନିର୍ମିତ କୋଠା ପ୍ରଣାଳୀରେ ବ୍ୟବହୃତ ହୁଏ, ଯାହା ଶୀଘ୍ର ଏବଂ ଦକ୍ଷ ନିର୍ମାଣ ସମ୍ଭବ କରିଥାଏ।
ଆପଣଙ୍କ ଘର ନିର୍ମାଣ ପାଇଁ ଆଇ-ବୀମ୍ କାହିଁକି ବାଛିବେ?
ଶକ୍ତି-ଓଜନ ଅନୁପାତ: ଆଇ ବୀମ୍ ଗୁଡ଼ିକ ଏକ ଉତ୍କୃଷ୍ଟ ଶକ୍ତି-ଓଜନ ଅନୁପାତ ପ୍ରଦାନ କରେ, ଯାହା ଅତ୍ୟଧିକ ଓଜନ ବିନା ଦୃଢ଼ ସଂରଚନା ପାଇଁ ସୁଯୋଗ ଦିଏ।
ବହୁମୁଖୀତା (ଭର୍ସାଟିଲିଟି): ସେଗୁଡ଼ିକ ବିଭିନ୍ନ ପ୍ରୟୋଗରେ ବ୍ୟବହାର କରାଯାଇପାରିବ, ଯାହା ସେଗୁଡ଼ିକୁ ବିଭିନ୍ନ ନିର୍ମାଣ ପ୍ରକଳ୍ପ ପାଇଁ ଉପଯୁକ୍ତ କରିଥାଏ।
ଲାଗତ-ପ୍ରଭାବଶାଳୀ: ଆଇ-ବୀମ୍ ବ୍ୟବହାର କରିବା ଦ୍ୱାରା ସାମଗ୍ରୀ ଖର୍ଚ୍ଚ କମିପାରେ, ଏବଂ ବିଶ୍ୱାସଯୋଗ୍ୟ ସ୍ଥାପତ୍ୟ ସହାୟତା ମଧ୍ୟ ମିଳିଥାଏ।
ସହଜ ସ୍ଥାପନା: ପାରମ୍ପରିକ ଠୋସ ବୀମ୍ ତୁଳନାରେ ଆଇ ବୀମ୍ ଗୁଡ଼ିକୁ ପରିଚାଳନା କରିବା ଏବଂ ସ୍ଥାପନ କରିବା ସହଜ, ଯାହା ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ।
ଦୀର୍ଘାୟୁ(ଲଙ୍ଗେଟିଭିଟୀ): ଉପଯୁକ୍ତ ରକ୍ଷଣାବେକ୍ଷଣ ସହିତ, ଆଇ-ବୀମ୍ ଗୁଡ଼ିକ ଦୀର୍ଘସ୍ଥାୟୀ ସ୍ଥାୟୀତ୍ୱ ପ୍ରଦାନ କରିପାରିବ, ଯାହା ଆପଣଙ୍କ ଘରକୁ ଆଗାମୀ ବର୍ଷଗୁଡ଼ିକ ପାଇଁ ସୁରକ୍ଷିତ ଏବଂ ସ୍ଥିର ରଖିବ।
ଆଇ-ବୀମ୍ କ’ଣ ଜାଣିବା ପରେ, ଆପଣଙ୍କ ବିଲ୍ଡିଂ ଡିଜାଇନ୍ ର ନିର୍ମାଣରେ ଆଇ ବୀମ୍ କୁ ସାମିଲ କରିବା ସହଜ ହେବ, ଯାହା ସ୍ଥାପତ୍ୟ ଅଖଣ୍ଡତାକୁ ବଢ଼ାଇପାରିବ ଏବଂ ବ୍ୟକ୍ତିଗତ ଗୃହ ନିର୍ମାତାମାନଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ।