ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ଆର୍କିଟେକ୍ଟଙ୍କ ଭୂମିକା କ’ଣ ହୋଇଥାଏ?

ଆର୍କିଟେକ୍ଟ ବା ସ୍ଥପତି ଜଣେ ଦୂରଦର୍ଶୀ ସ୍ରଷ୍ଟା ହୋଇଥାନ୍ତି, କଳ୍ପନା ଓ କାର୍ଯ୍ୟକ୍ଷମତା ମଧ୍ୟରେ ସେ ସେତୁ ସୃଷ୍ଟି କରିଥାନ୍ତି, ଆମ ଜୀବନର ପରିଦୃଶ୍ୟକୁ ସକଳ ରୂପ ଦେଇଥାନ୍ତି। ତାଙ୍କର ଭୂମିକା କେବଳ ବ୍ଲ୍ୟୁପ୍ରିଣ୍ଟ ଅଙ୍କନରେ ସୀମିତ ହୋଇ ନ ଥାଏ; ସେମାନେ ଏପରି ଏକ ପରିବେଶ ଗଠନରେ ନିର୍ଣ୍ଣାୟକ ଭୂମିକା ତୁଲାଇଥାନ୍ତି ଯାହା ପ୍ରେରଣା ଦେଇଥାଏ, ଅଭିନବତାକୁ ପ୍ରୋତ୍ସାହିତ କରିଥାଏ ଏବଂ ବହୁ ଉଦ୍ଦେଶ୍ୟକୁ ସାଧିତ କରିଥାଏ। ଆସନ୍ତୁ, ଜଣେ ସ୍ଥପତିଙ୍କ ବହୁମୁଖୀ ଭୂମିକାକୁ ଆବିଷ୍କାର କରିବା ଏବଂ ଆମର ନିର୍ମିତ ପରିବେଶରେ ତାଙ୍କର ବିବିଧ ଅବଦାନ ସମ୍ପର୍କରେ ଆଲୋଚନା କରିବା।

Share:


ଆର୍କିଟେକ୍ଟମାନେ ଡିଜାଇନ୍, ପ୍ଲାନ୍ ଏବଂ ତଦାରଖ କରନ୍ତି, ଯାହା କଳ୍ପନା ଓ ବ୍ୟାବହାରିକତାର ସନ୍ତୁଳନକୁ ସୁନିଶ୍ଚିତ କରିଥାଏ।

 

• ତାଙ୍କ କାମ ଡ୍ରଇଂ ତିଆରି କରିବା ଏବଂ ଖର୍ଚ୍ଚର ଆକଳନ କରିବାଠାରୁ ଆରମ୍ଭ ହୋଇ କଣ୍ଟ୍ରାକ୍ଟର ଓ ଗ୍ରାହକଙ୍କ ସହିତ ସମନ୍ୱୟ ରକ୍ଷା କରିବା ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥାଏ।

 

• ସେମାନେ ଅଭିନବ ଏବଂ ମନମୁଗ୍ଧକର ଡିଜାଇନ୍ ସହିତ ବ୍ୟାବହାରିକ ସ୍ଥାନ ସୃଷ୍ଟି କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଥାନ୍ତି।

 

• ସେମାନେ ନିଜର ସମସ୍ୟା-ସମାଧାନ, ଯୋଗାଯୋଗ ଏବଂ ନେତୃତ୍ୱ ଦକ୍ଷତାକୁ କାମରେ ଲଗାଇବା ସହିତ ନିର୍ମାଣ ସମ୍ବନ୍ଧୀୟ ନିୟମାବଳୀର ଅନୁପାଳନକୁ ସୁନିଶ୍ଚିତ କରିଥାନ୍ତି।


ପ୍ରତ୍ୟେକ ନିର୍ମାଣ କାର୍ଯ୍ୟରେ ଜଣେ ଆର୍କିଟେକ୍ଟରଙ୍କ ଆବଶ୍ୟକତା ରହିଥାଏ। ଅଧିକାଂଶ ଲୋକ ଆର୍କିଟେକ୍ଟ ବା ସ୍ଥପତିଙ୍କ କାର୍ଯ୍ୟକୁ ବୁଝି ନ ଥାନ୍ତି ଏବଂ ପ୍ରାୟତଃ ତାଙ୍କର ଭୂମିକାକୁ ଜଣେ ସିଭିଲ ଇଞ୍ଜିନିୟର କିମ୍ବା ବିଲ୍ଡରଙ୍କ ଭୂମିକା ସହ ସମାନ ବୋଲି ଭାବିଥାନ୍ତି। ଏକତା ସତ ଯେ, ଉପରୋକ୍ତ ସମସ୍ତ ବିଲଡିଂ ଓ ନିର୍ମାଣ କାର୍ଯ୍ୟରେ ସଂଶ୍ଳିଷ୍ଟ ହୋଇଥାନ୍ତି, କିନ୍ତୁ ସେମାନଙ୍କ ପ୍ରତ୍ୟେକଙ୍କ ନିଜସ୍ୱ ସ୍ୱତନ୍ତ୍ର ଭୂମିକା ଓ ଦାୟିତ୍ୱ ରହିଥାଏ। ଆର୍କିଟେକ୍ଟ କ’ଣ କରନ୍ତି ଏବଂ ଆପଣଙ୍କ ନିର୍ମାଣ କାର୍ଯ୍ୟରେ ଜଣେ ଆର୍କିଟେକ୍ଟଙ୍କୁ ନିୟୋଜିତ କରିବା କାହିଁକି ଆବଶ୍ୟକ ତାହାର ବର୍ଣ୍ଣନା ତଳେ ପ୍ରଦାନ କରାଗଲା।


ଆର୍କିଟେକ୍ଟ କିଏ?



ଆର୍କିଟେକ୍ଟ ବା ସ୍ଥପତି ନିର୍ମାଣ କାର୍ଯ୍ୟର ଡିଜାଇନ୍, ପ୍ଲାନ୍ ଏବଂ ତଦାରଖ କରିବାର ଉପାୟଗୁଡ଼ିକ ଉପରେ ବିଶେଷଜ୍ଞ ତାଲିମ୍ ହାସଲ କରିଥିବା ତଥା ଉନ୍ନତ ଡିଗ୍ରୀ ପ୍ରାପ୍ତ କରିଥିବା ଜଣେ ପେସାଦାର ହୋଇଥାନ୍ତି । ନିର୍ମାଣ କାର୍ଯ୍ୟ ପୂର୍ବରୁ ସେମାନେ ବିଲଡିଂର ବିଭିନ୍ନ ଡ୍ରଇଂ କିମ୍ବା ଡିଜାଇନ୍ ତିଆରି କରିଥାନ୍ତି। ସେମାନେ ନିଜର ସୃଜନଶୀଳ ଦକ୍ଷତା ମାଧ୍ୟମରେ ନିର୍ମାଣ କାର୍ଯ୍ୟକୁ ନେଇ ଗ୍ରାହକ କ’ଣ ଚାହୁଁଛନ୍ତି ତାହାର ଏକ କଳ୍ପନାଚିତ୍ର ପ୍ରସ୍ତୁତ କରନ୍ତି ଏବଂ ସେହି କଳ୍ପନାଚିତ୍ରକୁ ବାସ୍ତବତାର ରୂପ ଦିଅନ୍ତି। ଏକ ବିଲଡିଂ ପ୍ରକଳ୍ପ ପାଇଁ ଆର୍କିଟେକ୍ଟ ଡିଜାଇନ୍‌‌କୁ ଚୂଡ଼ାନ୍ତ କରିବା ପରେ, ସେ ଗ୍ରାହକ ତଥା ନିର୍ମାଣ କାର୍ଯ୍ୟରେ ସଂଶ୍ଳିଷ୍ଟ ଅନ୍ୟମାନଙ୍କ ସହିତ ମିଶି ସେହି ପ୍ରକଳ୍ପକୁ ଜୀବନ୍ତ ରୂପ ଦେବାର କାର୍ଯ୍ୟ କରିବା ପାଇଁ ଆଗକୁ ବଢ଼ିଥାନ୍ତି। ଏବେ ଆମେ ଜଣେ ଆର୍କିଟେକ୍ଟଙ୍କ ଭୂମିକାକୁ ବୁଝିଲେ; ଆସନ୍ତୁ ଆର୍କିଟେକ୍ଟମାନଙ୍କ ବିଭିନ୍ନ କର୍ତ୍ତବ୍ୟ ଏବଂ ନିର୍ମାଣ ସ୍ଥଳରେ ଓ ନିର୍ମାଣ ସ୍ଥଳ ବାହାରେ ଆର୍କିଟେକ୍ଟଙ୍କ ଦକ୍ଷତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା।

 

 

ଆର୍କିଟେକ୍ଟଙ୍କ କାମ କ’ଣ?


୧. ପ୍ରକଳ୍ପ ସମ୍ବନ୍ଧୀୟ ଆଲୋଚନା:

ପ୍ରକଳ୍ପ ସମ୍ବନ୍ଧୀୟ ବିଭିନ୍ନ ଆଲୋଚନାରେ ଜଣେ ଆର୍କିଟେକ୍ଟଙ୍କୁ ସାମିଲ କରାଯାଇଥାଏ। ଏହି ଆଲୋଚନାରେ ଗ୍ରାହକଙ୍କର ପ୍ରାରମ୍ଭିକ ଆଲୋଚନାଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଥାଏ। ପ୍ରକଳ୍ପକୁ ନେଇ ରହିଥିବା ଆଶାଗୁଡ଼ିକ ସମ୍ପର୍କରେ ଏକ ଯତ୍ନଶୀଳ ଟିପ୍ପଣୀ ପ୍ରସ୍ତୁତ କରିବା ଜରୁରୀ ହୋଇଥାଏ। ଗ୍ରାହକଙ୍କ ଆବଶ୍ୟକତାକୁ ଆଧାର କରି ପୁଣି ବଜେଟ ନିର୍ଦ୍ଧାରଣ କରିବାର ଆବଶ୍ୟକତା ଦେଖାଦେଇଥାଏ। ଆର୍କିଟେକ୍ଟଙ୍କ ସହିତ କରାଯାଉଥିବା ଅନ୍ୟାନ୍ୟ ଆଲୋଚନାର ବିଷୟଗୁଡ଼ିକ ହେଲା:

 

କ. ନିର୍ମାଣସ୍ଥଳର ସୀମିତତା ଏବଂ ସାମର୍ଥ୍ୟ

ଖ. ଆର୍ଥିକ ବଜେଟ ଓ ଲକ୍ଷ୍ୟଗୁଡ଼ିକ ସମ୍ପର୍କରେ ଆଲୋଚନା

ଗ. ଆବଶ୍ୟକତା ଆଧାରରେ ନିର୍ମାଣସ୍ଥଳ ଓ ବିଲଡିଂର ବିଭିନ୍ନ ବିକଳ୍ପ

ଘ. ଯୋଗାଯୋଗକୁ ସହଜ କରିବା ପାଇଁ ପଦ୍ଧତିର ଯୋଜନା କରାଯାଏ ଓ ତାହାର ଅନୁପାଳନ କରାଯାଇଥାଏ

 

୨. ଡ୍ରଇଂ:

ଆର୍କିଟେକ୍ଟଙ୍କ ସବୁଠାରୁ ବଡ଼ ଭୂମିକା ହେଉଛି ନିର୍ମାଣ ପ୍ରକଳ୍ପ ପାଇଁ ଡିଜାଇନ୍‌‌ର ନକ୍‌‌ସା ବା ଡ୍ରଇଂ ଅଙ୍କନ କରିବା। ସେମାନେ ଘର, ଅଫିସ୍, ଶପିଂ ମଲ୍ ଏବଂ ଆହୁରି ଅନେକ ନିର୍ମାଣ କାର୍ଯ୍ୟର ଚିତ୍ର ଅଙ୍କନ କରିବା ଓ ଡିଜାଇନ କରିବାରେ ପାରଙ୍ଗମ ହୋଇଥାନ୍ତି। ସେମାନେ ଗ୍ରାହକ କଳ୍ପନା କରିଥିବା ଡିଜାଇନ୍‌‌କୁ ମଧ୍ୟ ଚିତ୍ରର ରୂପ ଦେଇପାରନ୍ତି। ଏହିସବୁ ଅଙ୍କନଗୁଡ଼ିକ ନିର୍ମାଣ କରାଯାଉଥିବା ସ୍ଥାନର ବିଭିନ୍ନ ନିର୍ମାଣ କାର୍ଯ୍ୟ ସମ୍ବନ୍ଧୀୟ ଆଇନର ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଥାଏ। ଏପରି ଆଇନ ଓ ନିୟମାବଳୀଗୁଡ଼ିକ ମଧ୍ୟରେ ଅଗ୍ନି ସମ୍ବନ୍ଧୀୟ ନିୟମ, ନିର୍ମାଣ ସଂହିତା, ନିର୍ମାଣ ଶୈଳୀ, ନିର୍ମାଣ ଅବସ୍ଥାନର ଢାଞ୍ଚା ଏବଂ ପିନ କୋଡ୍ ଅନ୍ତର୍ଭୁକ୍ତ ହୋଇଥାଏ।

 

୩. ଖର୍ଚ୍ଚର ଆକଳନ

ଖର୍ଚ୍ଚର ଆକଳନ କରିବା ଆର୍କିଟେକ୍ଟଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ହୋଇଥାଏ। ଡିଜାଇନ୍‌‌ କାର୍ଯ୍ୟ କରିବା ଏବଂ କାର୍ଯ୍ୟର ବିଭିନ୍ନ ପର୍ଯ୍ୟାୟକୁ ବୁଝି ଆର୍କିଟେକ୍ଟ ସମ୍ପୃକ୍ତ ପ୍ରକଳ୍ପ ପାଇଁ ଆବଶ୍ୟକ ଖର୍ଚ୍ଚର ବଜେଟ ପ୍ରସ୍ତୁତ କରିବାରେ ସହାୟତା କରିପାରନ୍ତି। ବଜେଟ ସମ୍ପର୍କରେ ଆଲୋଚନା କରିବା ପାଇଁ ଗ୍ରାହକ ଇଚ୍ଛୁକ ହୋଇ ନ ଥିଲେ ମଧ୍ୟ, ଆର୍କିଟେକ୍ଟ ନିଶ୍ଚିତ ଭାବେ ତାଙ୍କୁ ସେ ବିଷୟରେ ଆଗୁଆ ସତର୍କ କରାଇଦେଇଥାନ୍ତି।

 

୪. ନିର୍ମାଣ ଠିକା:

ଆର୍କିଟେକ୍ଟମାନେ ନିର୍ମାଣର ବିଭିନ୍ନ ପର୍ଯ୍ୟାୟ ଓ କାର୍ଯ୍ୟ ପାଇଁ କଣ୍ଟ୍ରାକ୍ଟରଙ୍କୁ ଚୟନ କରିପାରିବେ। ଟେଣ୍ଡର ପ୍ରାପ୍ତ କରିବା ପରେ, ଆର୍କିଟେକ୍ଟ ଏକ ଟେଣ୍ଡର ବିଶ୍ଳେଷଣ ରିପୋର୍ଟ ପ୍ରସ୍ତୁତ କରିଥାନ୍ତି। ଆର୍କିଟେକ୍ଟ କେଉଁ ପ୍ରକାର କାର୍ଯ୍ୟରେ ସଂଶ୍ଳିଷ୍ଟ ହେବେ ତାହା ଚୁକ୍ତି ରାଜିନାମା ଉପରେ ନିର୍ଭର କରିବ। ଗ୍ରାହକଙ୍କ ସହିତ ହୋଇଥିବା ଚୁକ୍ତିରେ ନିର୍ଦ୍ଧାରିତ ହୋଇଥିବା କାମଗୁଡ଼ିକ ଉପରେ ଆର୍କିଟେକ୍ଟ ଧ୍ୟାନ କେନ୍ଦ୍ରିତ କରିଥାନ୍ତି। ଆର୍କିଟେକ୍ଟଙ୍କ ଭୂମିକା ମଧ୍ୟରେ ମାସ ଶେଷରେ ରସିଦଗୁଡ଼ିକୁ ଯାଞ୍ଚ କରିବା ମଧ୍ୟ ଅନ୍ତର୍ଭୁକ୍ତ ହୋଇଥାଏ, ଯାହାଦ୍ୱାରା ସେ ସମ୍ପୂର୍ଣ୍ଣ ହୋଇଥିବା କାର୍ଯ୍ୟ ବାବଦୀୟ ଦେୟର ପରିଶୋଧର ସ୍ଥିତିକୁ ଯାଞ୍ଚ କରିପାରିଥାନ୍ତି।

 

୫. କଣ୍ଟ୍ରାକ୍ଟରମାନଙ୍କୁ ନିୟୋଜିତ କରିବା:

ଆର୍କିଟେକ୍ଟଙ୍କୁ ଅନ୍ୟାନ୍ୟ ନିର୍ମାଣ ପେସାଦାର ଏବଂ କଣ୍ଟ୍ରାକ୍ଟରଙ୍କ ସହିତ ସମନ୍ୱୟ ରକ୍ଷା କରି କାମ କରିବାକୁ ହୋଇଥାଏ। ତେଣୁ, ନିର୍ମାଣ ସ୍ଥଳରେ କାମ କରିବା ପାଇଁ ଇଚ୍ଛୁକ କଣ୍ଟ୍ରାକ୍ଟରଙ୍କୁ ଚୟନ କରିବା ଆର୍କିଟେକ୍ଟଙ୍କ ପାଇଁ ସର୍ବୋତ୍ତମ ହୋଇଥାଏ। ଗ୍ରାହକଙ୍କ ପାଇଁ ମଧ୍ୟ ଏହି କାମ ସହଜ ହୋଇଥାଏ କାରଣ ଆର୍କିଟେକ୍ଟ କାମ ପାଇଁ ସଠିକ୍ ଓ ସର୍ବୋତ୍ତମ କଣ୍ଟ୍ରାକ୍ଟରଙ୍କୁ ଚୟନ କରିପାରିଥାନ୍ତି।

 

୬. କଣ୍ଟ୍ରାକ୍ଟର ଏବଂ ଇଞ୍ଜିନିୟରଙ୍କ ସହିତ ମିଶି କାମ କରିବା:

ଆର୍କିଟେକ୍ଟ ମିଶି କାମ କରିବାକୁ ଚାହୁଁଥିବା ସଠିକ୍ ବ୍ୟକ୍ତିମାନଙ୍କୁ ନିୟୋଜିତ କରିବା ପରେ ଡିଜାଇନ୍‌‌କୁ ବ୍ୟାଖ୍ୟା କରି, କାର୍ଯ୍ୟର ପ୍ରଗତିକୁ ତଦାରଖ କରି ଏବଂ ଡିଜାଇନ୍‌‌ ଯେପରି ସଠିକ୍ ଢଙ୍ଗରେ ସମ୍ପାଦିତ ହେଉଛି ତାହା ସୁନିଶ୍ଚିତ କରି ସେ ନିର୍ମାଣ ପେସାଦାରଙ୍କ ସହିତ କାର୍ଯ୍ୟ ସମ୍ପର୍କ ବଜାୟ ରଖିଥାନ୍ତି। ଆର୍କିଟେକ୍ଟଙ୍କ ଭୂମିକା ମଧ୍ୟରେ ପ୍ଲମ୍ବର, ଇଲେକ୍ଟ୍ରିସିଆନ୍, ଇଞ୍ଜିନିୟର୍ସ ଏବଂ ଅନ୍ୟାନ୍ୟ ବିଶେଷଜ୍ଞ ସହିତ ମିଶି କାମ କରିବା ଅନ୍ତର୍ଭୁକ୍ତ ହୋଇଥାଏ, ଯାହାଫଳରେ ସମ୍ପୃକ୍ତ ପେସାଦାରମାନେ କାମକୁ ସଠିକ୍ ଢଙ୍ଗରେ ସମ୍ପାଦନ କରିବା ସୁନିଶ୍ଚିତ ହୋଇଥାଏ।

 

୭. ସୃଜନାତ୍ମକ ଏବଂ ନୂଆ ଧାରଣା ଆଣିବା:

ଗୋଟିଏ ବିଲଡିଂର ରୂପକୁ ଆଉ ଗୋଟିଏ ବିଲଡିଂରେ ଦୋହରାଇବାରେ ଆର୍କିଟେକ୍ଟଙ୍କ କାମ ସୀମିତ ନୁହେଁ। ପ୍ରକଳ୍ପଗୁଡ଼ିକୁ ସୁନ୍ଦର ଓ ମନୋରମ କରିବା ମଧ୍ୟ ତାଙ୍କର କାମ ହୋଇଥାଏ। ନିର୍ଦ୍ଦିଷ୍ଟ ବିଲଡିଂ ଏକ ନିର୍ଦ୍ଦିଷ୍ଟ ଆକୃତି ଭଳି ଦେଖାଯିବା ପାଇଁ ନିର୍ମାଣ କରାଯାଇଥାଏ ଏବଂ ସେଭଳି ଆକୃତିଟିକୁ ନୂଆ ଓ ଆଖିଦୃଶିଆ ରୂପ ଦେବା ଆର୍କିଟେକ୍ଟଙ୍କ କାମ ହୋଇଥାଏ।

 

୮. ଗ୍ରାହକଙ୍କ ସହ କାମ କରିବା:

ଆର୍କିଟେକ୍ଟଙ୍କୁ ଗ୍ରାହକଙ୍କ ତରଫରୁ କାମ କରିବା ହୋଇଥାଏ ଓ ଗ୍ରାହକଙ୍କ ପାଇଁ ତାଙ୍କୁ ନିର୍ମାଣ ହେଉଥିବା ସ୍ଥାନର ରାଜ୍ୟ ଏବଂ ସ୍ଥାନର ସରକାରୀ ବିଭାଗଠାରୁ ଆବଶ୍ୟକୀୟ ଅନୁମତି ହାସଲ କରିବାକୁ ହୋଇଥାଏ। ସେ ତିଆରି କରିଥିବା ଡିଜାଇନର ବ୍ଲ୍ୟୁପ୍ରିଣ୍ଟକୁ ସମ୍ପୃକ୍ତ ସରକାରୀ ବିଭାଗରେ ଉପସ୍ଥାପିତ କରି ଅନୁମୋଦନ ଆଣିବାକୁ ପଡ଼ିଥାଏ।

 

୯. ତଦାରଖ:

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଭାବେ, ପ୍ରକଳ୍ପର ନିର୍ମାଣର ସାମଗ୍ରିକ ତଦାରଖରେ ଆର୍କିଟେକ୍ଟ ଜଣେ ତତ୍ତ୍ୱାବଧାରକଙ୍କ ଭୂମିକା ମଧ୍ୟ ତୁଲାଇଥାନ୍ତି। ଯେହେତୁ ଡିଜାଇଟି ସେ ପ୍ରସ୍ତୁତ କରିଛନ୍ତି, ତେଣୁ କ’ଣ ଆବଶ୍ୟକ, କେଉଁଠି ଭୁଲ୍‌‌ ହେବାର ସମ୍ଭାବନା ରହିଛି ଏବଂ ତାହାକୁ କିପରି ସୁଧାରିହେବ ସେ ବିଷୟରେ ସେ ଜାଣିଥାନ୍ତି।


ଆର୍କିଟେକ୍ଟଙ୍କ କର୍ତ୍ତବ୍ୟ ଓ ଦକ୍ଷତା



ଆର୍କିଟେକ୍ଟ ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟ ସହିତ ନିଜର ସୃଜନଶୀଳତା ଏବଂ ବୈଷୟିକ ଦକ୍ଷତାକୁ ଏକାଠି କରି ବିଲଡିଂଗୁଡ଼ିକର ଡିଜାଇନ୍ କରିଥାନ୍ତି। ସେମାନଙ୍କର ଦାୟିତ୍ୱ ମଧ୍ୟରେ ଏକ ସୁଖଦ ପରିବେଶକୁ କଳ୍ପନା କରିବା, ପ୍ରକଳ୍ପ କାର୍ଯ୍ୟର ତଦାରଖ କରିବା, ଢାଞ୍ଚାଗତ ସ୍ଥିରତାକୁ ସୁନିଶ୍ଚିତ କରିବା ଏବଂ ସ୍ଥାନୀୟ ନିୟମାବଳୀର ଅନୁପାଳନ କରିବାର କାର୍ଯ୍ୟ ଅନ୍ତର୍ଭୁକ୍ତ ହୋଇଥାଏ। ଡିଜାଇନ୍ କରିବାର ସାମର୍ଥ୍ୟଧାରୀ ହେବା ସହିତ ଆର୍କିଟେକ୍ଟଙ୍କ ନିକଟରେ ସମସ୍ୟା-ସମାଧାନ କରିବା ଓ ନେତୃତ୍ୱର ବଳିଷ୍ଠ ଦକ୍ଷତା ରହିଥିବା ଆବଶ୍ୟକ। ସେମାନେ କଳାତ୍ମକ କଳ୍ପନାକୁ ବ୍ୟାବହାରିକତା ସହିତ ସନ୍ତୁଳିତ କରି ଜଟିଳତାର ପ୍ରବନ୍ଧନ କରିଥାନ୍ତି, ସ୍ୱପ୍ନକୁ କାର୍ଯ୍ୟକ୍ଷମ ସ୍ଥାନରେ ପରିଣତ କରନ୍ତି ଏବଂ ନିଜ କଳାତ୍ମକ, ଅଭିନବ ଏବଂ ବୈଷୟିକ ବିଶେଷଜ୍ଞତାକୁ ପ୍ରଦର୍ଶିତ କରିଥାନ୍ତି।



ଆର୍କିଟେକ୍ଟଙ୍କ ଭୂମିକା ମଧ୍ୟରେ ଅନେକ ଦାୟିତ୍ୱର ସମାହାର ରହିଥାଏ। ତାଙ୍କ ଦକ୍ଷତାରେ କଳା, ବୈଷୟିକ ଦକ୍ଷତା ଏବଂ ସାମାଜିକ ସଚେତନତାର ସମ୍ମିଶ୍ରଣ ଦେଖିବାକୁ ମିଳିଥାଏ। ସେମାନଙ୍କର ଅବଦାନ ସହରୀ ଭୂଦୃଶ୍ୟକୁ ଆକାର ଦେଇଥାଏ ଏବଂ ଆମକୁ ପ୍ରେରଣା ଯୋଗାଉଥିବା ପରିବେଶକୁ ପୁନଃ ପରିଭାଷିତ କରି ଆମେ ବାସ କରୁତିବା ପୃଥିବୀରେ ଏକ ଅଲିଭା ଛାପ ଛାଡ଼ିଦେଇଥାଏ। ଆର୍କିଟେକ୍ଟଙ୍କ ଭୂମିକା ବହୁମୁଖୀ ହୋଇଥାଏ ଏବଂ ତାହାକୁ ‘ଗୃହ ନିର୍ମାଣରେ ଇଞ୍ଜିନିୟର ଓ ଆର୍କିଟେକ୍ଟଙ୍କ ଭୂମିକା’ ଉପରେ ଆଧାରିତ ଏହି ଭିଡିଓ ମାଧ୍ୟମରେ ବିସ୍ତାରରେ ବୁଝିହେବ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....