ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ଲିଭିଂ ରୁମ୍ ନିମନ୍ତେ ଟାଇଲ୍ସ ଚୟନ କରିବା ପାଇଁ ଏକ ସଂକ୍ଷିପ୍ତ ମାର୍ଗଦର୍ଶିକା

ଆପଣ ଏକ ଆରାମଦାୟକ ବାସସ୍ଥାନ ଚାହୁଁଥାନ୍ତି କି ବନ୍ଧୁବାନ୍ଧବଙ୍କ ସହିତ ଆସର ପାଇଁ ଆକର୍ଷଣୀୟ ସ୍ଥାନ କିମ୍ବା ଉଭୟର ସମ୍ମିଶ୍ରଣ, ଲିଭିଂ ରୁମ୍ ପାଇଁ ସଠିକ୍ ଟାଇଲ୍ସ ଚୟନ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଆସନ୍ତୁ, ଲିଭିଂ ରୁମ୍ ଟାଇଲ୍ସ ଚୟନ କରିବା ଓ ଆପଣଙ୍କ ଘରକୁ ସବୁଠାରୁ ଉପଯୁକ୍ତ ଭାବେ ସୁହାଉଥିବା ଲିଭିଂ ରୁମ୍ ଟାଇଲ୍ସ ଡିଜାଇନ୍ ଚୟନ କରିବାର ଉପାୟ ଉପରେ କେତେକ ଟିପ୍ସ ସମ୍ପର୍କରେ ଆଲୋଚନା କରିବା।

Share:


• ଜାଗାର ସୁସଙ୍ଗତ ଉପଯୋଗ ପାଇଁ ଲିଭିଂ ରୁମ୍‌‌ର ଆୟତନ ଅନୁସାରେ ଟାଇଲ୍‌ର ଆକାର ଚୟନ କରନ୍ତୁ।

 

• ଅତି ସଂକୀର୍ଣ୍ଣ ବା ନିବୁଜ କୋଠରୀର ପରିବେଶକୁ ନିବାରଣ କରିବା ପାଇଁ କମ୍ ସୂର୍ଯ୍ୟାଲୋକ ଆସୁଥିବା ସ୍ଥାନରେ ହାଲୁକା ରଙ୍ଗର ଟାଇଲ୍ସ ବାଛନ୍ତୁ।


• ଗୁଣବତ୍ତା ସମ୍ବନ୍ଧୀୟ ଆଶ୍ୱାସନା ଏବଂ ସଦ୍ୟତମ ଧାରାରେ ରହିଥିବା ଡିଜାଇନ୍ ପାଇଁ ସୁନାମଧନ୍ୟ ବ୍ରାଣ୍ଡଗୁଡ଼ିକୁ ପ୍ରାଧାନ୍ୟ ଦିଅନ୍ତୁ।

 

• ଅଧିକ ଚଳପ୍ରଚଳ କରାଯାଉଥିବା ଲିଭିଂ ରୁମ୍‌‌ ପାଇଁ ହେଭି-ଡ୍ୟୁଟି, ଏଣ୍ଟି-ସ୍କ୍ରାଚ୍ ଟାଇଲ୍ସ ବାଛନ୍ତୁ, ଯାହା ଭିଟ୍ରିଫାଏଡ୍ କିମ୍ବା ସେରାମିକ୍ ସାମଗ୍ରୀରେ ନିର୍ମିତ ହୋଇଥିବା ବାଞ୍ଛନୀୟ।

 

• ଆଧୁନିକ ସୌନ୍ଦର୍ଯ୍ୟତତ୍ତ୍ୱକୁ ବୃଦ୍ଧି କରିବା ପାଇଁ ସୁଖଦ ରଙ୍ଗ ଏବଂ ସାମ୍ପ୍ରତିକ ପ୍ୟାଟର୍ନର ଟାଇଲ୍ ବାଛନ୍ତୁ।

 



ଆପଣଙ୍କ ଘରର ଲିଭିଂ ରୁମ୍‌‌ଟି ଘରର ଅବଶିଷ୍ଟ ଅଂଶ ସମ୍ପର୍କରେ ପ୍ରଥମ ଧାରଣା ପ୍ରଦାନ କରିଥାଏ। ବସାଉଠା ପାଇଁ ଉଦ୍ଦିଷ୍ଟ ଏହି ରୁମ୍‌‌ଟି ଘରର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥାଏ। ତେଣୁ ଘର ତିଆରି କରିବା ସମୟରେ ଏହି ରୁମ୍‌‌ଟି ସ୍ୱତନ୍ତ୍ର ଧ୍ୟାନ ଆବଶ୍ୟକ କରିଥାଏ। ଆମେମାନେ ଘରର ଅନ୍ୟାନ୍ୟ ଉପାଦାନଗୁଡ଼ିକୁ ବହୁତ ମହତ୍ତ୍ୱ ଦେଉଥିବାବେଳେ, ପ୍ରାୟତଃ ଲିଭିଂ ରୁମ୍‌‌ର ଟାଇଲ୍ସ ପ୍ରତି ସେତେ ଧ୍ୟାନ ଦେଇ ନ ଥାଉ। ଟାଇଲ୍ସ ଆପଣଙ୍କ ଘର ପାଇଁ ଏକ ବଢ଼ିଆ ଭାବମୂର୍ତ୍ତି ସୃଷ୍ଟି କରିଥାଏ। ଏହି ଟାଇଲ୍ସ ଆପଣଙ୍କ ଘରର ଶୋଭାକୁ ବୃଦ୍ଧି କରୁଥିବା ଏକ ପ୍ରଚ୍ଛଦପଟ ନାୟକ ହୋଇଥାଏ। ଯଦି ଆପଣ ଲିଭିଂ ରୁମ୍ ପାଇଁ ଟାଇଲ୍ସ କିପରି ଚୟନ କରିବେ ତାହା ଜାଣିବାକୁ ଚାହୁଁଥାନ୍ତି ତେବେ ଏହି ମାର୍ଗଦର୍ଶିକାଟି ଖାସ୍ ଆପଣଙ୍କ ପାଇଁ ଉଦ୍ଦିଷ୍ଟ।


ଲିଭିଂ ରୁମ୍ ପାଇଁ ଟାଇଲ୍ସ ଚୟନର ଉପାୟ ସମ୍ପର୍କରେ ତଳେ କେତୋଟି ଟିପ୍ସ ଦିଆଗଲା



୧. ଲିଭିଂ ରୁମ୍‌‌ର ଆକାର ଆଧାରରେ ଟାଇଲ୍ସ ଚୟନ କରନ୍ତୁ।

ଆମେ ପ୍ରାୟତଃ ଟାଇଲ୍ ଲଗାଯାଉଥିବା ଜାଗାର ସବିଶେଷ ବିବରଣୀ ପ୍ରତି ଧ୍ୟାନ ଦେଇ ଟାଇଲ୍ ଚୟନ କରିଥାଉ। ତାହା ଉଚିତ୍ ନୁହେଁ। ଲିଭିଂ ରୁମ୍ ପାଇଁ ଟାଇଲ୍ସ ଚୟନ କରିବା ପାଇଁ ଲିଭିଂ ରୁମ୍‌‌ର ଆକାରକୁ ହିସାବ କରାଯିବା ଜରୁରୀ ହୋଇଥାଏ। ଯଦି ଲିଭିଂ ରୁମ୍‌‌ର ଆକାର ଛୋଟ ହୋଇଥାଏ, ତେବେ ବଡ଼ ଆକାରର ଟାଇଲ୍ସ ଚୟନ କରିବା ସର୍ବୋତ୍ତମ। ଏଭଳି ଟାଇଲ୍ସ କାରଣରୁ ଆପଣଙ୍କ ଜାଗାଟି ବଡ଼ ଲାଗିଥାଏ। ସେହିଭଳି, ରୁମ୍‌‌ର ଆକାରଟି ବଡ଼ ହୋଇଥିଲେ, ଆପଣ ଛୋଟ ଆକାରର ଟାଇଲ୍ସ ଚୟନ କରିପାରନ୍ତି।

 

୨. ଲିଭିଂ ରୁମ୍‌‌ର ଆଲୋକ ବ୍ୟବସ୍ଥାକୁ ବିଚାରକୁ ନିଅନ୍ତୁ

ଯଦିଓ ଲିଭିଂ ରୁମ୍‌‌ ପ୍ରାୟତଃ ସର୍ବଦା ସୁ-ଆଲୋକିତ ହୋଇଥାଏ, କିନ୍ତୁ ଏପରି କେତେକ ଜାଗା ରହିଥାଏ ଯେଉଁଠି ପର୍ଯ୍ୟାପ୍ତ ପରିମାଣର ପ୍ରାକୃତିକ ଆଲୋକ ପ୍ରାପ୍ତ ହୋଇ ନ ଥାଏ। ଏଭଳି କ୍ଷେତ୍ରରେ, ହାଲୁକା ରଙ୍ଗର ଟାଇଲ୍ସ ବ୍ୟବହାର କରିବା ସର୍ବୋତ୍ତମ ଅଟେ। କମ୍ ସୂର୍ଯ୍ୟାଲୋକ ପାଉଥିବା ଲିଭିଂ ରୁମ୍‌‌ରେ ଗାଢ଼ ରଙ୍ଗର ଟାଇଲ୍ସ ବ୍ୟବହାର କଲେ କୋଠରୀଟି ଅପରିଚ୍ଛନ୍ନ ତଥା ଅସୁନ୍ଦର ଦେଖାଦେଇଥାଏ।



୩. ଖ୍ୟାତନାମା ବ୍ରାଣ୍ଡର ଟାଇଲ୍ସ ଚୟନ କରନ୍ତୁ

ଲିଭିଂ ରୁମ୍ ପାଇଁ ଟାଇଲ୍ସ ଚୟନ କରିବା ଏକ ସ୍ୱତଃପ୍ରବୃତ୍ତ ନିଷ୍ପତ୍ତି ନ ହେବା ଉଚିତ୍। ଖ୍ୟାତନାମା ଏବଂ ଗୁଣବତ୍ତାସମ୍ପନ୍ନ ଉତ୍ପାଦ ତିଆରି କରିବା ପାଇଁ ଜଣାଶୁଣା ହୋଇଥିବା ବ୍ରାଣ୍ଡର ଟାଇଲ୍ସ ଚୟନ କରନ୍ତୁ। ବର୍ଷ ବର୍ଷ ଧରି ଟାଇଲ୍ସ ଉଦ୍ୟୋଗ ସହ ଜଡ଼ିତ ରହିଥିବା ଟାଇଲ୍ ବ୍ରାଣ୍ଡ ସଦ୍ୟତମ ଧାରା ପ୍ରତି ସଚେତନ ଥାଏ । ଏଭଳି ବ୍ରାଣ୍ଡରୁ ଟାଇଲ୍ସ କିଣିଲେ ଆପଣ ନିଜ ଲିଭିଂ ରୁମ୍ ପାଇଁ ସର୍ବୋତ୍ତମ ଟାଇଲ୍ସ ପାଇବା ସୁନିଶ୍ଚିତ ହୋଇପାରିବ।

 

୪. ଟାଇଲ୍‌‌ର ସବିଶେଷ ବିଶେଷତାକୁ ବିଚାରକୁ ନିଅନ୍ତୁ

ଲିଭିଂ ରୁମ୍ ହେଉଛି ଘରର ଏପରି ଏକ ଜାଗା ଯେଉଁଠି ଲୋକମାନେ ସର୍ବାଧିକ ଚଳପ୍ରଚଳ କରିଥାନ୍ତି। ତେଣୁ, ଏଭଳି ସ୍ଥାନ ପାଇଁ ଘରର ବାକି ସ୍ଥାନ ତୁଳନାରେ ଅଧିକ ହେଭି-ଡ୍ୟୁଟି ଟାଇଲ୍ ଚୟନ କରିବା ବିଜ୍ଞତାର ପରିଚୟ ହୋଇଥାଏ। ଅଧିକନ୍ତୁ, ଏଣ୍ଟି-ସ୍କ୍ରାଚ୍ ଏବଂ ଏଣ୍ଟି-ଷ୍ଟେନ୍ ଅର୍ଥାତ୍ ରାଞ୍ଚୁଡ଼ା ଓ ଦାଗ ନିରୋଧୀ ଟାଇଲ୍ ଚୟନ କରନ୍ତୁ କାରଣ ଆପଣଙ୍କ ପରିବାରର ସଦସ୍ୟ ଅଧିକାଂଶ ସମୟ ଏହି ସ୍ଥାନରେ ରହି ଉଠାବସା କରିବେ। ତା’ ସହିତ ଭିଟ୍ରିଫାଏଡ୍ ଟାଇଲ୍ସରୁ ଆରମ୍ଭ କରି ସେରାମିକ୍ ଟାଇଲ୍ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଟାଇଲ୍ସ ଉପଲବ୍ଧ ହୋଇଥାଏ; ସେଗୁଡ଼ିକ ମଧ୍ୟରୁ ଆପଣଙ୍କ ଜୀବନଶୈଳୀ ସହିତ ଖାପ ଖାଉଥିବା ଓ ଆପଣଙ୍କ ଘରର ଡିଜାଇନ୍‌‌କୁ ସୁହାଉଥିବା ସଠିକ୍ ଲିଭିଂ ରୁମ୍ ଟାଇଲ୍ସ ଚୟନ କରନ୍ତୁ।

 

୫. ସଠିକ୍ ରଙ୍ଗ ଓ ପ୍ୟାଟର୍ନର ଟାଇଲ୍ସ ଚୟନ କରନ୍ତୁ

ଘରେ ଥିଲା ବେଳେ ଆପଣ ନିଜର ଅଧିକାଂଶ ସମୟକୁ ଲିଭିଂ ରୁମ୍‌‌ରେ ବିତାଇଥାନ୍ତି। ଏଇଠାରେ ହିଁ ଆପଣ ମୁଭିଜ୍ ଦେଖନ୍ତି, ସାଙ୍ଗସାଥୀଙ୍କ ସହ ଆସର ଜମାନ୍ତି ଓ ଅତିଥି ସତ୍କାର କରନ୍ତି। ତେଣୁ, ଏପରି ଟାଇଲ୍ସ ଚୟନ କରନ୍ତୁ ଯାହା ସୁଖଦ ରଙ୍ଗ ଓ ପ୍ୟାଟର୍ଣ୍ଣର ହୋଇଥିବ। ଲିଭିଂ ରୁମ୍ ପାଇଁ ଆଧୁନିକ ଟାଇଲ୍ସ କିଣିବା କଥା ବିଚାରକୁ ନିଅନ୍ତୁ। ଆପଣଙ୍କ ଆସବାବପତ୍ରଗୁଡ଼ିକର ଶୋଭାବର୍ଦ୍ଧନ କରୁଥିବା ନ୍ୟୁଟ୍ରାଲ୍ ରଙ୍ଗ ଏବଂ ସମ୍ପୃକ୍ତ ଜାଗାର ସାମଗ୍ରିକ ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଥିବା ସମସାମୟିକ ପ୍ୟାଟର୍ଣ୍ଣ ଚୟନ କରିବା ବାଞ୍ଛନୀୟ ହୋଇଥାଏ।

 

୬. ସ୍ଥାୟିତ୍ୱ ଏବଂ ରକ୍ଷଣାବେକ୍ଷଣ କଥାକୁ ଧ୍ୟାନରେ ରଖନ୍ତୁ

ଲିଭିଂ ରୁମ୍ ପାଇଁ ମେଜିଆ ଟାଇଲ୍ସ ଉତ୍ତମ ଯତ୍ନ ଓ ରକ୍ଷାବେକ୍ଷଣ ଆବଶ୍ୟକ କରିଥାଏ। ଲିଭିଂ ରୁମ୍ ପାଇଁ ଟାଇଲ୍ ଡିଜାଇନ୍ ସନ୍ଧାନ କରିବା ସମୟରେ ଅଧିକ ସ୍ଥାୟୀ ହୋଇଥିବା ଏବଂ ସହଜରେ ରକ୍ଷଣାବେକ୍ଷଣ କରିହେଉଥିବା ଟାଇଲ୍ସ ଚୟନ କରିବା କଥା ବିଚାରକୁ ନିଅନ୍ତୁ। ଟାଇଲ୍ ଲଗାଇବାର ଅଳ୍ପ କିଛି ଦିନ ମଧ୍ୟରେ ସେଥିରେ ଆପଣ ଫାଟ ଦେଖିବାକୁ କଦାପି ଚାହିଁବେ ନାହିଁ, ତେଣୁ ଅଧିକ ସମୟ ଧରି ଚାଲୁଥିବା ଏବଂ ସହଜରେ ସଫା କରିହେଉଥିବା ଟାଇଲ୍ସ ଚୟନ କରିବା ଜରୁରୀ ହୋଇଥାଏ।



ଏହା ଥିଲା ଲିଭିଂ ରୁମ୍ ପାଇଁ ଟାଇଲ୍ସ ଚୟନ କରିବା ଉପରେ ଅଳ୍ପ କେତୋଟି ଟିପ୍ସ। ଆପଣ ନୂଆ ଘର ତିଆରି କରୁଥାନ୍ତି କିମ୍ବା ନିଜର ପୁରୁଣା ଘରର ନବୀକରଣ କରୁଥାନ୍ତୁ, ଏହି ଟିପ୍ସ ଆପଣଙ୍କ ଲିଭିଂ ରୁମ୍‌‌କୁ ଅଧିକ ଜୀବନ୍ତ ଭାବେ ଗଢ଼ିତୋଳିବାରେ ସହାୟତା କରିବ। ସବୁଠାରୁ ଉପଯୁକ୍ତ ଲିଭିଂ ରୁମ୍ ଟାଇଲ୍ ଡିଜାଇନ୍ ଚୟନ କରିବା ପ୍ରକ୍ରିୟାରେ ଆପଣ ଯେପରି କୌଣସି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପକୁ ଭୁଲି ନ ଯାନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ଆମେ ଆପଣଙ୍କ ପାଇଁ ଏହି ସଂକ୍ଷିପ୍ତ ଭିଡିଓଟିକୁ ପ୍ରସ୍ତୁତ କରିଛୁ: https://youtu.be/xNzPO4FpehU



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....