ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


Home Is Your Identity,

Build It With India’s

No.1 Cement



ହୋମ୍ ବିଲ୍‌‌ଡିଂ ଟିପ୍‌‌ସ

କାନ୍ଥ ପ୍ଲାଷ୍ଟରରେ ଅସୁନ୍ଦର ଫାଟ ଏବଂ କ୍ଷୟପ୍ରାପ୍ତ ଇଣ୍ଟେରିୟର୍/ଏକ୍ସଟେରିୟର୍ ଫିନିଶ୍ ଏକ ସାଧାରଣ ସମସ୍ୟା । ତାହାକୁ କିପରି ଏଡ଼ାଇବେ ଜାଣନ୍ତୁ:

  • ପ୍ଲାଷ୍ଟର ହୋଇଥିବା ପୃଷ୍ଠଗୁଡ଼ିକ ଫାଟିଥାଏ ଏବଂ ଅନୁପଯୁକ୍ତ ଅଠାକାମ ଯୋଗୁଁ ଭୁଷୁଡ଼ି ପଡ଼ିଥାଏ ।
  • ଅଠା ଲାଖି ରହିବାକୁ ସୁନିଶ୍ଚିତ କରିବା ପାଇଁ ପୃଷ୍ଠଭାଗ ପ୍ରସ୍ତୁତି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥାଏ । ପୃଷ୍ଠଭାଗରେ ଧୂଳି, ମଳି ଓ ଅନ୍ୟାନ୍ୟ ଅଶୁଦ୍ଧତା ନ ରହିଥିବା ଉଚିତ୍ ଏବଂ ଇଟା/ବ୍ଲକ୍ ମଧ୍ୟରେ ଥିବା ଯୋଡ଼େଇକୁ ଉପଯୁକ୍ତ ଭାବେ ବିଦାରି ଦିଆଯିବା ଉଚିତ୍ ।
  • ପ୍ଲାଷ୍ଟରିଂ ପାଇଁ ପତଳା ମିଶ୍ରଣକୁ ପସନ୍ଦ କରାଯାଇଥାଏ କାରଣ ଗାଢ଼ ଓ ଦୁର୍ବଳ ମିଶ୍ରଣଗୁଡ଼ିକ ଫାଟିଥାଏ ।
  • ପ୍ଲାଷ୍ଟରିଂ ସାଧାରଣତଃ ଦୁଇଟି କୋଟ୍‌‌ରେ କରାଯାଇଥାଏ ଏବଂ ଉଭୟ କୋଟ୍ ମଧ୍ୟରେ ପର୍ଯ୍ୟାପ୍ତ ସମୟ ବ୍ୟବଧାନ ଦିଆଯାଇଥାଏ ।

ସୁନିର୍ମିତ କଂକ୍ରିଟ୍‌‌କୁ ସଠିକ୍ ସ୍ଥାନରେ କମ୍ପାକ୍ଟ କରା ନ ଗଲେ ଏବଂ ପର୍ଯ୍ୟାପ୍ତ ଭାବେ କିଓର୍ ବା ପାଗ କରା ନ ଗଲେ ତାହା ନଷ୍ଟ ହୋଇଯାଇପାରେ । ଆପଣ ଏହିଭଳି ଭାବେ କମ୍ପାକ୍ଟିଂ କରିବା ଉଚିତ୍:

  • ପବନ ଫୋଟକାର ଉପସ୍ଥିତି କାରଣରୁ, ଅନୁପଯୁକ୍ତ କମ୍ପାକ୍ସନ୍ ସୁଦୃଢ଼ତାକୁ ହ୍ରାସ କରିଥାଏ, ଯାହା ଫଳରେ ସ୍ଥାୟିତ୍ୱ ମଧ୍ୟ କମିଯାଇଥାଏ ।
  • ଅତ୍ୟଧିକ-କମ୍ପାକ୍ଟିଂ ଦ୍ୱାରା ସିମେଣ୍ଟ ପେଷ୍ଟ ପୃଥକୀକୃତ ହୋଇ ଉପରକୁ ଚାଲିଆସେ ଓ କଂକ୍ରିଟ୍ ଦୁର୍ବଳ ହୋଇଯାଏ ।
  • ଫଳପ୍ରଦ କମ୍ପାକ୍ସନ ଦ୍ୱାରା ଉପାଦାନଗୁଡ଼ିକୁ ଅଧିକ ଦୃଢ଼ ଭାବେ ପ୍ୟାକ୍ ହୁଏ, ଏବଂ କଂକ୍ରିଟ୍‌‌ ଅଧିକ ଘନ ହୁଏ ।
  • କିଓରିଂ ଶୀଘ୍ର ଆରମ୍ଭ କରିଦିଆଯିବା ଉଚିତ୍ ଏବଂ ପର୍ଯ୍ୟାପ୍ତ ସମୟ ଧରି ତାହାକୁ ଚାଲୁ ରଖାଯିବା ଉଚିତ୍, ଯାହାଦ୍ୱାରା ଏହା ବାଞ୍ଛିତ ଦୃଢ଼ତା ପାଇପାରିବ ଏବଂ ଫାଟିବ ନାହିଁ ।
  • ସମୟ ବ୍ୟବଧାନଯୁକ୍ତ କିଓରିଂକୁ ଏଡ଼ାଇବା ଉଚିତ୍ କାରଣ ତାହା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।

ରିଇନ୍‌‌ଫୋର୍ସମେଣ୍ଟ ବାର୍‌‌ସ ଆର୍‌‌ସିସିର ଅତ୍ୟାବଶ୍ୟକ ଉପାଦାନ ଅଟେ । ସଠିକ୍ ଷ୍ଟିଲ୍ ବାଛିବା ଏବଂ ତାହାକୁ ଠିକ୍ ଭାବେ ଲଗାଇବା ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ଫାଟ ଏବଂ ଏପରିକି ଆର୍‌ସିସି ମେମ୍ବରର ବିନଷ୍ଟୀକରଣକୁ ପ୍ରତିରୋଧ କରିହୁଏ ।

  • ଷ୍ଟିଲ୍ କିଣିବା ସମୟରେ, ସୁନିଶ୍ଚିତ କରିନିଅନ୍ତୁ ଯେ ତାହା ଏକ ଖ୍ୟାତିସମ୍ପନ୍ନ ବିନିର୍ମାତାଙ୍କ ଦ୍ୱାରା ନିର୍ମିତ ହୋଇଛି ।
  • ଭୁଲ୍ ଢଙ୍ଗରେ ସ୍ଥାନିତ କରାଯାଇଥିବା ରିଇନ୍‌‌ଫୋର୍ସମେଣ୍ଟ ବାର୍‌‌ସ ପ୍ରଭାବହୀନ ସାବ୍ୟସ୍ତ ହୁଏ ଏବଂ ଆର୍‌‌ସିସି ଉପାଦାନ ଭୁଷୁଡ଼ି ପଡ଼ିବାର କାରଣ ସାଜିଥାଏ ।
  • ବାର୍‌‌ଗୁଡ଼ିକୁ ଯୋଡ଼ିବା ସମୟରେ, ପର୍ଯ୍ୟାପ୍ତ ଲ୍ୟାପ୍ ଦୈର୍ଘ୍ୟକୁ ବଜାୟ ରଖିବା ଏବଂ ଲ୍ୟାପ୍‌‌ଗୁଡ଼ିକୁ ସାନ୍ତର ରଖିବା ସୁନିଶ୍ଚିତ କରନ୍ତୁ ।
  • ରିଇନ୍‌‌ଫୋର୍ସମେଣ୍ଟ ବାର୍‌‌‌‌ର ଜମାଟ ତଥା ବାର୍‌‌ଗୁଡ଼ିକରେ ପର୍ଯ୍ୟାପ୍ତ କଂକ୍ରିଟ୍ କଭର୍ ରହିଛି କି ନାହିଁ ତାହା ଯାଞ୍ଚ କରିନିଅନ୍ତୁ ।

ଦୁର୍ବଳ ଏବଂ ଅସ୍ଥିର ସେଣ୍ଟରିଂ ଏବଂ ଫର୍ମୱାର୍କ କାରଣରୁ ସାମଗ୍ରୀ ହାନି ହେବା ସଙ୍ଗେ ସଙ୍ଗେ ଆଘାତ/ଜୀବନହାନି ଘଟିପାରେ । ସେଣ୍ଟରିଂ ଏବଂ ଫର୍ମୱାର୍କ ଏହିଭଳି ଭାବେ କରାଯିବା ଉଚିତ୍:

  • ସେଣ୍ଟରିଂ ଏତେ ସୁଦୃଢ଼ ହେବା ଉଚିତ୍ ଯେ ତାହା ଯେପରି ନୂଆ କଂକ୍ରିଟ୍‌‌କୁ ଟାଣ ହେବା ପର୍ଯ୍ୟନ୍ତ ଧରି ରଖିପାରୁଥିବ ।
  • ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ, ପୂର୍ବ-ନିର୍ଦ୍ଧାରିତ ସ୍ଥାନ ବ୍ୟବଧାନରେ ଯଥେଷ୍ଟ ସଂଖ୍ୟକ ପଟି ଦ୍ୱାରା ବନ୍ଧା ଢ଼ିରା ସହିତ ଠେସ ଦିଆଯିବା ଉଚିତ୍ ।
  • ସିମେଣ୍ଟ ମସଲାର କ୍ଷରଣକୁ ପ୍ରତିରୋଧ କରିବା ପାଇଁ ସେଣ୍ଟରିଂ ଚାଦର ମଧ୍ୟରେ ଥିବା ଫାଙ୍କଗୁଡ଼ିକୁ ମୁଦାଯିବା ଆବଶ୍ୟକ, ନ ହେଲେ କଂକ୍ରିଟ୍‌‌ରେ ଗର୍ତ୍ତ ରହିବାର ସମ୍ଭାବନା ବଢ଼ିଯିବ ।

ଆପଣଙ୍କ ଘରର କାନ୍ଥ ଯଦି ସୁଦୃଢ଼ ଓ ମଜବୁତ ନୁହେଁ ତେବେ ତାହାକୁ ସୁରକ୍ଷିତ କୁହାଯାଇପାରିବ ନାହିଁ । ଆପଣ ନିମ୍ନଲିଖିତ ଟିପ୍‌‌ସକୁ ଅନୁସରଣ କରିବା ଉଚିତ୍:

  • ଇଟା କିମ୍ବା ବ୍ଲକ୍‌‌ଗୁଡ଼ିକୁ ସିମେଣ୍ଟ ମସଲାରେ ପ୍ରସ୍ତୁତ ଶଯ୍ୟାରେ ରଖାଯିବା ଉଚିତ୍ ।
  • ଯୋଡ଼େଇଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଭରାଯିବା ଉଚିତ୍ ।
  • ଭୂଲମ୍ବ ଯୋଡ଼େଇଗୁଡ଼ିକୁ ପରସ୍ପରଠାରୁ ଦୂରରେ ରଖାଯିବା ଉଚିତ୍ ।
  • ସୁଦୃଢ଼ତା ପାଇଁ ଇଟାକାମକୁ ଉପଯୁକ୍ତ ଭାବେ କିଓର୍ କରାଯିବା ଉଚିତ୍ ।

ନିମ୍ନମାନର ଗୋଡ଼ି କାରଣରୁ କଂକ୍ରିଟ୍‌‌ର ମାନ ମଧ୍ୟ ହ୍ରାସ ପାଇଥାଏ, ଯାହା ଫଳରେ ଢାଞ୍ଚାର ସ୍ଥାୟିତ୍ୱ ପ୍ରଭାବିତ ହୋଇଥାଏ । ନିମ୍ନଲିଖିତ କଥାଗୁଡ଼ିକୁ ଆପଣ ଧ୍ୟାନରେ ରଖିବା ଉଚିତ୍:

  • ଗୋଡ଼ିଗୁଡ଼ିକ ଟାଣ, ଦୃଢ଼, କେମିକାଲ୍ ଓ ବିପଜ୍ଜନକ ପଦାର୍ଥରୁ ମୁକ୍ତ ହେବା ଉଚିତ୍ ।
  • ଅତ୍ୟଧିକ ମାତ୍ରାରେ ପତଳା ଏବଂ ଲମ୍ବା ଖଦଡ଼ା ବଜୁରି/ଜେଲି ରହିଥିଲେ, କଂକ୍ରିଟ୍‌‌ର ଦୃଢ଼ତା ପ୍ରଭାବିତ ହୋଇଥାଏ ।
  • ଚାରିକୋଣିଆ ଏବଂ ଖଦଡ଼ା ଗୋଡ଼ି ବଦଳରେ ଅନ୍ୟ ପ୍ରକାରର ଗୋଡ଼ିକୁ ପସନ୍ଦ କରାଯାଇଥାଏ ।
  • ବାଲିରେ ପଙ୍କ, ମାଟି ଟେଳା, ମାଇକା ଏବଂ ଅନ୍ୟାନ୍ୟ ଅଶୁଦ୍ଧତା ରହି ନ ଥିବା ଉଚିତ୍ ।
  • ଯେକୌଣସି ପ୍ରକାର ଗୋଡ଼ିର ମାତ୍ରାଧିକ ପରିମାଣ କଂକ୍ରିଟ୍‌‌ର ସେଟିଂ, କଠିନତା, ଦୃଢ଼ତା ଏବଂ ସ୍ଥାୟିତ୍ୱକୁ ନକାରାତ୍ମକ ଭାବେ ପ୍ରଭାବିତ କରିଥାଏ ।

ସିମେଣ୍ଟ ଆର୍ଦ୍ରତା ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ହୋଇଥାଏ । ଆର୍ଦ୍ରତା ସଂସ୍ପର୍ଶରେ ଆସିଲେ ତାହା ଟାଣ ହୋଇଯାଇଥାଏ । ସିମେଣ୍ଟକୁ ନିମ୍ନ ଉପାୟରେ ସଂରକ୍ଷଣ କରାଯିବା ଉଚିତ୍:

  • ସିମେଣ୍ଟକୁ ଜଳନିରୋଧୀ କୋଠରୀ କିମ୍ବା ବିଲ୍‌‌ଡିଂରେ ସାଇତି ରଖାଯିବା ଉଚିତ୍ ।
  • ସାଇଟ୍‌‌ଗୁଡ଼ିକରେ ଅସ୍ଥାୟୀ ଭାବେ ସଂରକ୍ଷଣ କରିବା ପାଇଁ ସିମେଣ୍ଟ ବସ୍ତାଗୁଡ଼ିକୁ ଚଟାଣରୁ ଉପରକୁ ଉଠି ରହିଥିବା ଏକ ଶୁଖିଲା ପ୍ଲାଟ୍‌‌ଫର୍ମ ଉପରେ ଥାକ ମାରି ରଖାଯିବା ଏବଂ ତାରପୋଲିନ୍/ପଲିଥିନ୍ ଚାଦରରେ ଢାଙ୍କି ରଖାଯିବା ଉଚିତ୍ ।

ଉଇଙ୍କ ଉପଦ୍ରବ ଢାଞ୍ଚାକୁ ଦୁର୍ବଳ କରିପାରେ ଏବଂ କାଠ ପୃଷ୍ଠଗୁଡ଼ିକୁ କ୍ଷତିଗ୍ରସ୍ତ କରିପାରେ । ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଉଇ-ନିରୋଧୀ ଉପଚାର କରନ୍ତୁ । ନିଜ ଘରୁ ଉଇଙ୍କୁ ଦୂରେଇ ରଖିବା ପାଇଁ ଏହିସବୁ କଥା ଜାଣିରଖନ୍ତୁ:

  • ଉଇମରା କେମିକାଲ୍‌କୁ ଫାଉଣ୍ଡେଶନ୍ ଚାରିପଟେ ପ୍ଲିନ୍ଥ ସ୍ତର ପର୍ଯ୍ୟନ୍ତ ପ୍ରୟୋଗ କରାଯିବା ଉଚିତ୍ ।
  • ଏହି କେମିକାଲ୍ ବନ୍ଧଟି ସମ୍ପୂର୍ଣ୍ଣ ଏବଂ ନିରବଚ୍ଛିନ୍ନ ହେବା ଉଚିତ୍ ।
  • ଉପଚାର ନିର୍ମାଣ ପୂର୍ବରୁ, ନିର୍ମାଣ ସମୟରେ ଏବଂ ନିର୍ମାଣ ପରେ କରାଯାଇପାରିବ ।
  • କେମିକାଲ୍ ଯେପରି ଜଳର ଉତ୍ସକୁ ପ୍ରଦୂଷିତ ନ କରେ ତାହା ସୁନିଶ୍ଚିତ କରାଯିବା ଉଚିତ୍ ।

  • ନୂଆ କାନ୍ଥଗୁଡ଼ିକର ଫାଉଣ୍ଡେସନ୍‌‌ ଯେପରି ଉପଯୁକ୍ତ ଭାବେ ମାର୍କିଂ ବା ଚିହ୍ନିତ କରାହୁଏ ଏହା ସୁନିଶ୍ଚିତ କରନ୍ତୁ, ଯାହାଦ୍ୱାରା ତାହା ସଠିକ୍ ଆକାରର ହେବ ଏବଂ କାନ୍ଥର ଓଜନକୁ ବହନ କରିବାରେ ସଠିକ୍ ସ୍ଥାନରେ ଅବସ୍ଥିତ ହୋଇପାରିବ ।
  • ଇଞ୍ଜିନିୟରଙ୍କଠାରୁ ଲେ’ଆଉଟ୍ ପ୍ଲାନ୍/ସେଣ୍ଟର-ଲାଇନ୍ ଡ୍ରଇଂ ହାସଲ କରନ୍ତୁ ଏବଂ ବିଲ୍‌‌ଡିଂର ସବୁଠାରୁ ଲମ୍ବା ବାହ୍ୟ କାନ୍ଥର ସେଣ୍ଟର-ଲାଇନ୍‌‌କୁ ଜମିରେ ଖିଲ ପୋତିବା ପାଇଁ ଏକ ସଙ୍କେତ ଭାବେ ଭାବେ ବ୍ୟବହାର କରନ୍ତୁ ।
  • ସମସ୍ତ ଖାଇର ଖନନ ଲାଇନ୍‌‌କୁ କାନ୍ତର ସେଣ୍ଟର ଲାଇନ୍ ଅନୁଯାୟୀ ରଖନ୍ତୁ ।
  • ଖନନ ଯେପରି ସ୍ତର, ଢାଲୁ, ଆକାର ଓ ପ୍ୟାଟର୍ନ ଅନୁସାରେ ହୁଏ ଏହା ସୁନିଶ୍ଚିତ କରନ୍ତୁ ।
  • ଖାଇ ଶଯ୍ୟାରେ ପାଣି ଢାଳନ୍ତୁ ଓ ତାହାକୁ ଅଧିକ କଠିନ କରିବା ପାଇଁ ଧୂର୍ମୂଷ କରନ୍ତୁ । କୋମଳ କିମ୍ବା ତ୍ରୁଟିଯୁକ୍ତ ଏରିଆକୁ ଖୋଳାଯାଇ କଂକ୍ରିଟ୍‌ରେ ଭରାଯିବା ଉଚିତ୍ ।
  • ଗଭୀର ଖନନ ପାଇଁ, ଖାଇର ପାର୍ଶ୍ୱଗୁଡ଼ିକୁ ଭୁଷୁଡ଼ିବାରୁ ରକ୍ଷା କରିବା ପାଇଁ ତାହାର ଚାରିପଟେ ଟାଣ ଶୋରିଂ କାର୍ଯ୍ୟ କରନ୍ତୁ ।

ଆପଣଙ୍କର ବିଲ୍‌‌ଡିଂର ଫାଉଣ୍ଡେସନ୍ ଦୁର୍ବଳ ହୋଇଥିଲେ, ସମଗ୍ର ଢାଞ୍ଚାଟି ଭୁଷୁଡ଼ି ପଡ଼ିବ କିମ୍ବା ଧସିଯିବ । ଏକ ମଜବୁତ ଫାଉଣ୍ଡେସନକୁ ସୁନିଶ୍ଚିତ କରିବା ପାଇଁ ନିମ୍ନଲିଖିତ କଥାଗୁଡ଼ିକୁ ଧ୍ୟାନରେ ରଖନ୍ତୁ:

  • ଫାଉଣ୍ଡେସନଟି ଶକ୍ତ ମାଟି ଉପରେ ରଖାଯିବା ଏବଂ ଜମି ସ୍ତରରୁ ଅତି କମ୍‌‌ରେ ୧.୨ ମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ କରାଯିବା ଉଚିତ୍ ।
  • ଯଦି ମାଟି ଢିଲା ଏବଂ/କିମ୍ବା ଖନନର ଗଭୀରତା ଅଧିକ ହୋଇଥାଏ, ତେବେ ଖାଇକୁ ଭୁଷୁଡ଼ିବାରୁ ରକ୍ଷା କରିବା ପାଇଁ ତାହା ପାର୍ଶ୍ୱଗୁଡ଼ିକରେ ଢିରା ଦିଆଯିବା ଆବଶ୍ୟକ ।
  • ଫାଉଣ୍ଡେସନ ଏରିଆଟି ପର୍ଯ୍ୟାପ୍ତ ହୋଇଥିବା ଉଚିତ୍ ଯାହାଦ୍ୱାରା ତାହା ସ୍ଥାନିତ ହୋଇଥିବା ଜମିରେ ତାହା ଭାରକୁ ସ୍ଥାନାନ୍ତର କରିପାରୁଥିବ ।
  • ଫାଉଣ୍ଡେସନର ଏରିଆ ମାଟିର ଭାର-ବହନ କ୍ଷମତା ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । ଖନନ ପୂର୍ବରୁ ଫାଉଣ୍ଡେସନର ସ୍ଥାନ ଏବଂ ଆକାରକୁ ଚିହ୍ନିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।



ଅଲ୍‌‌ଟ୍ରାଟେକ୍ ବିଲ୍‌‌ଡିଂ ସଲ୍ୟୁସନ୍ସ

2007ରେ ପ୍ରଥମ ଅଲ୍‌‌ଟ୍ରାଟେକ୍ ବିଲ୍‌‌ଡିଂ ସଲ୍ୟୁସନ୍ସ କେନ୍ଦ୍ର ଖୋଲିବା ପରଠାରୁ, ଅଲ୍‌‌ଟ୍ରାଟେକ୍ ନିଜର କାୟାକୁ ବିସ୍ତାରିତ କରି ସାରା ଭାରତରେ 2500ରୁ ଅଧିକ ସ୍ଥାନରେ ନିଜର ଉପସ୍ଥିତିକୁ ଜାହିର୍ କରିପାରିଛି । ଆମେ ବିଭିନ୍ନ ଉତ୍ପାଦ ବର୍ଗରେ ଅଗ୍ରଣୀ ବ୍ରାଣ୍ଡଗୁଡ଼ିକ ସହିତ ସମ୍ପର୍କ ସ୍ଥାପନ କରିଛୁ । ଅଲ୍‌‌ଟ୍ରାଟେକ୍ ବିଲ୍‌‌ଡିଂ ସଲ୍ୟୁସନ୍ସ ଉପରେ କୋଟି କୋଟି ଲୋକଙ୍କ ଭରସା ରହିଛି ଏବଂ ଗୃହନିର୍ମାଣ ସମ୍ବନ୍ଧୀୟ ସମସ୍ତ ଉତ୍ପାଦ, ସେବା ଏବଂ ସମାଧାନ ପାଇଁ ସେମାନେ ଅଲ୍‌‌ଟ୍ରାଟେକ୍‌‌କୁ ସେମାନଙ୍କର ପ୍ରଥମ ପସନ୍ଦ ଭାବେ ବିବେଚନା କରିଥାନ୍ତି ।



Loading....