ତୁମର ପ୍ରଶ୍ନର ଉତ୍ତର ପାଅ |
ଲିଭିଂ ରୁମ୍ ଆପଣଙ୍କ ଘରର ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ସ୍ଥାନ ଅଟେ । ନିଜ ପିଲାଙ୍କ ସହ ମିଶି ଗେମ୍ ଖେଳିବା ହେଉ, କିମ୍ବା ଆରାମଦାୟକ ସୋଫା ଉପରେ ବସି ନିଜ ଜୀବନସାଥୀଙ୍କ ସହିତ କଫିର ମଜା ନେବା ହେଉ କିମ୍ବା ପ୍ରତି ପନ୍ଦର ଦିନରେ ଥରେ ନିଜର ପ୍ରିୟ ବନ୍ଧୁମାନଙ୍କୁ ନିମନ୍ତ୍ରଣ ଦେଇ ଗେଟ୍-ଟୁଗେଦର କରିବା ହେଉ । ଲିଭିଂ ରୁମ୍କୁ ଶୁଭ, ସକାରାତ୍ମକ ଏବଂ ନକାରାତ୍ମକ ଶକ୍ତିରୁ ମୁକ୍ତ କରି ରଖିବା ପାଇଁ ସୁନ୍ଦର ଇଣ୍ଟେରିୟର୍ ଡିଜାଇନିଂ ସହିତ ନିର୍ଦ୍ଦିଷ୍ଟ ବାସ୍ତୁ ଟିପ୍ସକୁ ମଧ୍ୟ ଅନୁସରଣ କରାଯିବା ଗୁରୁତ୍ୱପୂର୍ଣ୍ଣ ।
ଏହି ଆଲେଖ୍ୟରେ ଦର୍ଶାଯାଇଥିବା ଲିଭିଂ ରୁମ୍ ପାଇଁ ବାସ୍ତୁ ଟିପ୍ସ ଆପଣଙ୍କୁ ଏକ ବାସ୍ତୁ ଅନୁକୂଳ ଜାଗାର ଯୋଜନା ଓ ଡିଜାଇନ୍ କରିବାରେ ମାର୍ଗଦର୍ଶନ ଯୋଗାଇବ ଯାହା ଆପଣଙ୍କ ପ୍ରତ୍ୟେକ ପରିବାର ସଦସ୍ୟଙ୍କ ପାଇଁ ଏକ ସୁଖୀ, ସଫଳ ଓ ସୁସ୍ଥ ଜୀବନକୁ ସୁନିଶ୍ଚିତ କରିବ ।
ଆପଣଙ୍କ ଘରକୁ ଆସିଥିବା ଆଗନ୍ତୁକ ପ୍ରବେଶ ଦ୍ୱାର ଦେଇ ସର୍ବପ୍ରଥମେ ଲିଭିଂ ରୁମ୍ରେ ପ୍ରବେଶ କରିଥାନ୍ତି; ତେଣୁ ଏକ ଅନୁକୂଳ ଦିଗ ଯେପରିକି ପୂର୍ବ, ଉତ୍ତର କିମ୍ବା ଉତ୍ତର-ପୂର୍ବରେ କବାଟ ରଖିବା ଏବଂ ସମ୍ପୃକ୍ତ କୋଠରୀରେ ଉତ୍ତମ ଆଲୋକର ବ୍ୟବସ୍ଥା କରାଯିବା ଉଚିତ୍ । ଏହି ଜାଗାକୁ ବନ୍ଧୁମେଳି ପାଇଁ ଏକ ହଲ୍ ଭାବେ ବିବେଚନା କରାଯାଏ, ତେଣୁ ଯଦି ଆପଣ ପ୍ରାୟତଃ ନିଜର ବନ୍ଧୁ ଓ ପ୍ରିୟଜନଙ୍କ ଅତିଥି ସତ୍କାର କରିବାକୁ ଭଲପାଆନ୍ତି ତେବେ ବାସ୍ତୁ ଅନୁସାରେ ହଲ୍ର ଦିଗ ଆପଣଙ୍କ ଘରର ଦକ୍ଷିଣ-ପଶ୍ଚିମ ପାର୍ଶ୍ୱରେ ରହିବା ଜରୁରୀ ଅଟେ ।
ଲିଭିଂ ରୁମ୍ଗୁଡ଼ିକ ଆପଣଙ୍କ ନିବାସର ପ୍ରବେଶ ଦ୍ୱାର ଅଟେ ଏବଂ ତାହା ପୂର୍ବ କିମ୍ବା ଉତ୍ତର ଦିଗରେ ଅବସ୍ଥିତ ହେବା ଜରୁରୀ । ଲିଭିଂ ରୁମ୍ ପାଇଁ ବାସ୍ତୁ ଟିପ୍ସ ଅନୁସାରେ, ପୂର୍ବ ଏବଂ ଉତ୍ତରମୁହାଁ ଘରଗୁଡ଼ିକ ପାଇଁ ଏହି ଜାଗାକୁ ଉତ୍ତର-ପଶ୍ଚିମ କୋଣରେ ରଖାଯିବା ଉଚି । ଦକ୍ଷିଣମୁହାଁ ଘରଗୁଡ଼ିକ କ୍ଷେତ୍ରରେ, ବାସ୍ତୁ ଅନୁସାରେ ଲିଭିଂ ରୁମ୍କୁ ଘରର ଦକ୍ଷିଣ-ପୂର୍ବ ପାର୍ଶ୍ୱରେ ରଖାଯିବା ଜରୁରୀ । ନିର୍ଦ୍ଧାରିତ ଦିଗରେ ଲିଭିଂ ରୁମ୍ ରଖିବା ଦ୍ୱାରା ଘରେ ସ୍ୱାସ୍ଥ୍ୟ, ଧନ ଓ ସଫଳାର ପ୍ରାଚୁର୍ଯ୍ୟ ରହିଥାଏ । ତେଣୁ, ଆପଣ ଘରକୁ ଧନର ପ୍ରାଚୁର୍ଯ୍ୟତାକୁ ସ୍ୱାଗତ କରିବାକୁ ଚାହୁଁଥିଲେ ଲିଭିଂ ରୁମ୍ ପାଇଁ ଏହି ବାସ୍ତୁ ଟିପ୍ସକୁ ଅନୁସରଣ କରନ୍ତୁ ।
ବାସ୍ତୁ ବିଶେଷଜ୍ଞଙ୍କ ମତରେ ଲିଭିଂ ରୁମ୍ର ମେଜିଆରେ ପୂର୍ବ କିମ୍ବା ଉତ୍ତର ଦିଗରେ ଗଡ଼ାଣି ରଖିବାକୁ ଶୁଭ ବିବେଚନା କରାଯାଏ । ଲିଭିଂ ରୁମ୍ ମେଜିଆରେ ଗଡ଼ାଣି ରଖିବା ପାଇଁ ପୂର୍ବ ଦିଗର ଉତ୍ତର-ପୂର୍ବ ଦିଗକୁ ସବୁଠାରୁ ଅନୁକୂଳ ବିବେଚନା କରାଯାଇଥାଏ ।
ଲିଭିଂ ରୁମ୍ରେ ଗଡ଼ାଣିଆ ମେଜିଆ ଘରର ପିଲାଙ୍କ ପାଇଁ ମଧ୍ୟ ଉପାଦେୟ ସାବ୍ୟସ୍ତ ହୋଇଥାଏ, ସେମାନଙ୍କୁ ପାଠପଢ଼ାରେ ସଫଳତା ଏବଂ ଏକାଗ୍ରତା ପ୍ରାପ୍ତ ହୋଇଥାଏ । ଶିକ୍ଷାବିତ୍ ମାନଙ୍କ ପାଇଁ, ପଶ୍ଚିମସ୍ଥ ପ୍ରବେଶ ଦ୍ୱାରା ଉପାଦେୟ ସାବ୍ୟସ୍ତ ହୋଇଥିବାର ପ୍ରମାଣିତ ହୋଇଛି ।
ଜାଗାରେ ଅନ୍ୟାନ୍ୟ ବସ୍ତୁଗୁଡ଼ିକ ଭଳି, ଟିଭିର ଉପଯୁକ୍ତ ସ୍ଥାପନା ଆପଣଙ୍କ ଘରର କମ୍ପନକୁ ପ୍ରଭାବିତ କରିଥାଏ । ବାସ୍ତୁ ଅନୁସାରେ, ଲିଭିଂ ରୁମ୍ରେ ଟିଭିର ସ୍ଥାନ ଆପଣଙ୍କ ଘରର ଉତ୍ତର-ପୂର୍ବ କୋଣରେ ରହିବା ଉଚିତ୍ । ଘରର ଉତ୍ତର-ପଶ୍ଚିମ ପାର୍ଶ୍ୱରେ ଏହି ମନୋରଞ୍ଜକ ବସ୍ତୁକୁ ରଖିବା ଦ୍ୱାରା ସ୍ୱାଭାବିକ ଭାବେ ଆପଣଙ୍କ ପରିବାର ସଦସ୍ୟମାନେ ଟିଭି ଦେଖିବାରେ ନିଜର ମୂଲ୍ୟବାନ୍ ସମୟକୁ ଅପଚୟ କରିବେ ।
ଲିଭିଂ ରୁମ୍ ପାଇଁ ବାସ୍ତୁ ଇଣ୍ଟେରିୟର୍ ଘରେ ବସବାସ କରୁଥିବା ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ, ଧନ ଏବଂ ସୁଖ ଉପରେ ମହତ୍ତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ । ଲିଭିଂ ଏରିଆରେ ଆରାମଦାୟକ ସୋଫା ଭଳି ନିଆରା ଫର୍ନିଚର୍ ବସ୍ତୁ ରଖିଲେ ଆପଣଙ୍କ ଘରର ଶୋଭା ବୃଦ୍ଧି ପାଇଥାଏ, କିନ୍ତୁ ସୋଫାସେଟ୍ର ଅବସ୍ଥିତିକୁ ବାସ୍ତୁ ଅନୁସାରେ ସ୍ଥିର କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସୋଫା ସେଟ୍ଗୁଡ଼ିକୁ ପୂର୍ବ କିମ୍ବା ଉତ୍ତର କାନ୍ଥରେ ଆଉଜାଇ ରଖିବା ଉଚିତ୍ ଯାହାଦ୍ୱାରା ପୂର୍ବ ଦିଗରୁ ଆସୁଥିବା ପ୍ରତ୍ୟକ୍ଷ ସୂର୍ଯ୍ୟକିରଣକୁ ତାହା ପ୍ରତିଫଳିତ କରିପାରିବ ।
ସୁନ୍ଦର ପେଣ୍ଟିଂ ଓ ଛାୟାଚିତ୍ରଗୁଡ଼ିକ ଆପଣଙ୍କ ଲିଭିଂ ସ୍ପେଶ୍ର ଗରିମା ବୃଦ୍ଧି କରିଥାଏ ଏବଂ ସେଗୁଡ଼ିକୁ କୋଠରୀର ଉତ୍ତର-ପୂର୍ବ କୋଣରେ ରଖାଯିବା ଜରୁରୀ ଅଟେ । ଏହି କଳାକୃତିଗୁଡ଼ିକ ମନରେ ସକାରାତ୍ମକତା, ଖୁସି ଓ ଶାନ୍ତି ଜାତ କରୁଥିବା ଜରୁରୀ । ବିଷାଦ, ଦୁଃଖ କିମ୍ବା ନକାରାତ୍ମକ ଭାବାବେଗ ଜାତ କରୁଥିବା ପେଣ୍ଟିଂ କିମ୍ବା ଛାୟାଚିତ୍ରଗୁଡ଼ିକୁ ଏଡ଼ାନ୍ତୁ ।
ବାସ୍ତୁ ଅନୁସାରେ ଶାଣ୍ଡେଲିୟର୍ ଭଳି ଶୋ’ପିସ୍ଗୁଡ଼ିକୁ ଲିଭିଂ ଏରିଆର ପଶ୍ଚିମ କିମ୍ବା ଦକ୍ଷିଣ ପାର୍ଶ୍ୱରେ ଟଙ୍ଗାଯିବା ଉଚିତ୍ । ଜାଗାର ସକାରାତ୍ମକତା ଏବଂ ଶୋଭା ଉପରେ ଏଗୁଡ଼ିକର ମହତ୍ତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିଥାଏ ।
ଆପଣଙ୍କ ଲିଭିଂ ରୁମ୍ର ରଙ୍ଗ ଆପଣଙ୍କ ଘରକୁ ପ୍ରବେଶ କରୁଥିବା ସକାରାତ୍ମକ ଶକ୍ତିକୁ ଆୟତ୍ତ କରିପାରେ । ଲିଭିଂ ରୁମ୍ ଇଣ୍ଟେରିୟର୍ ପାଇଁ ଉଦ୍ଦିଷ୍ଟ ବାସ୍ତୁ ଅନୁସାରେ, ଏହା ଧଳା, ଗାଢ଼ ହଳଦିଆ, କ୍ରିମ୍, ହଳଦିଆ କିମ୍ବା ନୀଳ ରଙ୍ଗରେ ରଙ୍ଗ କରାଯିବା ଉଚିତ୍ । ଏହି ରଙ୍ଗଗୁଡ଼ିକ ସକାରାତ୍ମକତା, ସୁଖ ଏବଂ ତୃପ୍ତିକୁ ବୃଦ୍ଧି କରିଥାନ୍ତି ।
କେତେକ ସାଜସଜ୍ଜା ବସ୍ତୁ ଘର ମଧ୍ୟକୁ ନକାରାତ୍ମକ ଶକ୍ତି ଆଣିପାରେ । ତେଣୁ ନିଜର ଲିଭିଂ ରୁମ୍ରୁ ଏପରି ଜିନିଷଗୁଡ଼ିକୁ ହଟାଇବା ଗୁରୁତ୍ୱପୂର୍ଣ୍ଣ । ଏକ ବାସ୍ତୁ-ଅନୁକୂଳ ଘର ପାଇଁ, ଆପଣ ନିମ୍ନଲିଖିତ ଜିନିଷଗୁଡ଼ିକୁ ବହିଷ୍କାର କରିବା ଜରୁରୀ ଅଟେ :
1. କ୍ଷତିଗ୍ରସ୍ତ କିମ୍ବା ଅକାମୀ ହୋଇପଡ଼ିଥିବା ବୈଦ୍ୟୁତିକ ଯନ୍ତ୍ର ଓ ଉପକରଣ ।
2. ଯୁଦ୍ଧ, କ୍ରନ୍ଦନରତ ଶିଶୁ, କିମ୍ବା ବୁଡ଼ିଯାଉଥିବା ଜାହାଜ ଭଳି ନକାରାତ୍ମକତା ପ୍ରଦର୍ଶନ କରୁଥିବା ପେଣ୍ଟିଂ ଓ ଛାୟାଚିତ୍ର ।
3. ଭଙ୍ଗା କିମ୍ବା ଫଟା ଫ୍ରେମ୍, ଦର୍ପଣ ଏବଂ ଶୋ’ପିସ୍ ।
ବାସ୍ତୁ ଅନୁଯାୟୀ, ଟେଲିଫୋନକୁ ଲିଭିଂ ଏରିଆର ପୂର୍ବ, ଉତ୍ତର କିମ୍ବା ଦକ୍ଷିଣ-ପୂର୍ବ ପାର୍ଶ୍ୱରେ ରଖାଯିବା ଉଚିତ୍ । ଟେଲିଫୋନକୁ ଲିଭିଂ ଏରିଆର ଦକ୍ଷିଣ-ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମରେ ରଖିବାରୁ ବିରତ ରୁହନ୍ତୁ ।
ବାସ୍ତୁ ମତରେ ଲିଭିଂ ରୁମ୍ର ଉତ୍ତର-ପୂର୍ବ ପାର୍ଶ୍ୱରେ ଦେବାଦେବୀଙ୍କ ଫଟୋ ବା ପ୍ରାର୍ଥନା ସ୍ଥଳୀ ରଖାଯିବା ଆବଶ୍ୟକ । ଏହାକୁ ଶୁଭ ବିବେଚନା କରାଯାଇଥାଏ ଓ ଏହା ସମୃଦ୍ଧି ଆଣିଥାଏ ।
ବାସ୍ତୁ ଅନୁଯାୟୀ, ସର୍ବୋତ୍ତମ ଲାଭ ପାଇଁ ଲିଭିଂ ଏରିଆରେ ପାହାଚ ପାଇଁ ସର୍ବୋତ୍ତମ ଅବସ୍ଥିତି ହେଉଛି ପଶ୍ଚିମ, ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ କୋଣ ।
ନିଜ ଲିଭିଂ ରୁମ୍ର ଉତ୍ତର-ପୂର୍ବ କୋଣରେ ଗଛ ଲଗାଇ ନିଜ କୋଠରୀରେ ପ୍ରକୃତିର ସୌନ୍ଦର୍ଯ୍ୟ ଆଣନ୍ତୁ । ଏହାଦ୍ୱାରା ଆପଣଙ୍କ ଲିଭିଂ ରୁମ୍ରେ ସକାରାତ୍ମକ କମ୍ପନ ଆସିଥାଏ ।
ଆପଣଙ୍କ ଲିଭିଂ ରୁମ୍ର ତାପମାତ୍ରାରେ ସନ୍ତୁଳନ ବଜାୟ ରଖିବା ପାଇଁ, ବାସ୍ତୁ ଅନୁସାରେ, ଏୟାର କଣ୍ଡିସନରକୁ ଲିଭିଂ ରୁମ୍ର ଉତ୍ତର-ପଶ୍ଚିମ, ପୂର୍ବ କିମ୍ବା ପଶ୍ଚିମ ପାର୍ଶ୍ୱରେ ଲଗାଯିବା ଉଚିତ୍ ।
ଏକ ବାସ୍ତୁ ଅନୁକୂଳ ଜାଗାରେ ରହି ସ୍ୱାସ୍ଥ୍ୟ, ଧନ, ସୁଖ ଏବଂ ତୃପ୍ତିକୁ ସ୍ୱାଗତ କରନ୍ତୁ । ନିଜ ପିଲାଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତର ଯୋଜନା କରିବା ଏବଂ ନିଜର ଅତିଥିମାନଙ୍କୁ ଏକ ସକାରାତ୍ମକ ପରିବେଶ ମଧ୍ୟକୁ ସ୍ୱାଗତ କରିବା ପାଇଁ ପିଲା ଓ ଅତିଥିଙ୍କ କକ୍ଷ ପାଇଁ ବାସ୍ତୁ ଶାସ୍ତ୍ର ଉପରେ ଏହି ଆଲେଖ୍ୟକୁ ପଢ଼ନ୍ତୁ ।