ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ଭୂମିକମ୍ପ ନିରୋଧୀ ନିର୍ମାଣ କୌଶଳ: ନିରାପତ୍ତା ଏବଂ ସ୍ଥିରତା ପାଇଁ ବିଲ୍‌‌ଡିଂ

ଏହି ବ୍ଲଗ୍‌‌ରେ କେତେକ ଭୂମିକମ୍ପ-ନିରୋଧୀ ନିର୍ମାଣ କୌଶଳ ରହିଛି ଯାହାକୁ ବ୍ୟବହାର କରି ଆପଣ ନିଜ ଘରକୁ ଭୂମିକମ୍ପରୁ ସୁରକ୍ଷିତ ରଖିପାରିବେ ଏବଂ ଧନଜୀବନ ହାନିକୁ ପ୍ରତିରୋଧ କରିପାରିବେ ।

Share:





ଭୂମିକମ୍ପ ଓ ପ୍ରାକୃତିକ ବିପର୍ଯ୍ୟୟ ତାହାର ତାଣ୍ଡବଲୀଳା ରଚାଇ ଚାଲିଗଲା ପରେ, ଚାରିଆଡ଼େ ବ୍ୟାପକ ବିନାଶ ଓ ହାହାକାରର କରୁଣ ଚିିତ୍ର ଦେଖିବାକୁ ମିଳିଥାଏ । ଭୁଷୁଡ଼ିପଡ଼ିଥିବା ବିଲ୍‌‌ଡିଂ ଓ ଘର କାରଣରୁ ଅନେକ ମୃତାହତ ହୋଇଥାନ୍ତି । ନିଜ ଘର କିମ୍ବା ବିଲ୍‌‌ଡିଂକୁ ଭୂମିକମ୍ପ-ନିରୋଧୀ କରିବା ମହତ୍ତ୍ୱପୂର୍ଣ୍ଣ ଅଟେ, ତେଣୁ ତାହା କେମିତି କରିବେ ଜାଣିରଖନ୍ତୁ ।


ଭୂମିକମ୍ପ ନିରୋଧୀ ନିର୍ମାଣ ପାଇଁ ନିରାପଦ କାର୍ଯ୍ୟପଦ୍ଧତି



ଭୂମିକମ୍ପ ସହନ କ୍ଷମତାକୁ କେବଳ ନିର୍ମାଣ ସାମଗ୍ରୀର ଅଦମ୍ୟତା ଏବଂ ଶକ୍ତି ନୁହେଁ, ବରଂ ତାହା ଢାଞ୍ଚା ସହିତ କିଭିଳି ଭାବେ ଏକାକାର ହୋଇଛି ତାହା ନିର୍ଦ୍ଧାରଣ କରି ଥାଏ । ଯଦି ଏକ ଲମ୍ବା, ସଳଖ ପଥର କାନ୍ଥ କେବଳ ଘର୍ଷଣ ଏବଂ ଜ୍ୟାମିତିକୁ ଭରସା କରି ଯଥାସ୍ଥାନରେ ଛିଡ଼ା ହୋଇ ରହିଥାଏ, ତେବେ ଏହା ନିଶ୍ଚିତ ଯେ ଭୂମିକମ୍ପ ହେଲେ ତାହା ଭୁଷୁଡ଼ିପଡ଼ିବ । କାନ୍ଥର ବସ୍ତୁତ୍ୱ କିମ୍ବା ଜଡ଼ତା କାରଣରୁ, ଭୂମିକମ୍ପ ସମୟରେ ଭୂଚଳନ ସହିତ କାନ୍ଥର ଚଳନ ତାଳ ଦେଇପାରି ନ ଥାଏ । ଭୂମିକମ୍ପ କାରଣରୁ କାନ୍ଥର ସ୍ଥିର ଭାର ରେଖା ଏତେ ମାତ୍ରାରେ ଘୁଞ୍ଚିଯାଇଥାଏ ଯେ, ପଥରଗୁଡ଼ିକ ତାହାର ସ୍ଥାନରୁ ଖସିପଡ଼ିବା ସହିତ କାନ୍ଥର ଭାର ସ୍ଥିର ଭାର ରେଖାରୁ ସ୍ଥାନାନ୍ତରିତ ହୋଇଯାଏ ।

ତଳେ କେତେକ ଭୂମିକମ୍ପ ନିରୋଧୀ ନିର୍ମାଣ କୌଶଳ ଦିଆଯାଇଛି, ଆପଣ ତାହାକୁ ବ୍ୟବହାର କରି ନିଜର ଘର ତିଆରି କରିପାରିବେ

 

  • - ବ୍ୟାଣ୍ଡ

  • ଭୂସମାନ୍ତର ବ୍ୟାଣ୍ଡ ନିର୍ମିତ ଢାଞ୍ଚାର ବଳ ବୃଦ୍ଧି କରିବାର ଏକ ପ୍ରକ୍ରିୟା ଅଟେ । ଏଥିରେ ଉଚ୍ଚତର ତନନ କ୍ଷମତା ରହିଥିବା ବ୍ୟାଣ୍ଡ ବ୍ୟବହାର କରାଯାଇଥାଏ । ବିଲ୍‌‌ଡିଂର ଦୁଇଟି ଢାଞ୍ଚାଗତ ଉପାଦାନ ମିଶୁଥିବା ସ୍ଥାନଗୁଡ଼ିକରେ ଏହାକୁ ବ୍ୟବହାର କରାଯାଏ । ଏହି ସଂଯୋଗଗୁଡ଼ିକ ସେଗୁଡ଼ିକୁ ଗୋଟିଏ ଏକକ ଭାବେ କାମ କରିବାର ସାମର୍ଥ୍ୟ ଦେଇଥାଏ ।
  • ଭୂସମାନ୍ତର ବ୍ୟାଣ୍ଡଗୁଡ଼ିକ ଏଠାରେ ବ୍ୟବହାର କରାଯାଇଥାଏ:

 

    • ବିଲ୍‌‌ଡିଂର ପ୍ଲିନ୍ଥ ସ୍ତରରେ

      କବାଟ ଓ ଝରକା ଭଳି ଲିଣ୍ଟେଲ୍ ସ୍ତରରେ

    • ଛାତ ସ୍ତରରେ

    ଭୂସମାନ୍ତର ବ୍ୟାଣ୍ଡଗୁଡ଼ିକର ପ୍ରକାରଭେଦ :

     

    • ରୁଫ୍ ବ୍ୟାଣ୍ଡ

    • ଲିଣ୍ଟେଲ୍ ବ୍ୟାଣ୍ଡ

    • ଗେବଲ୍ ବ୍ୟାଣ୍ଡ

    • ପ୍ଲିନ୍ଥ ବ୍ୟାଣ୍ଡ

  • - ୱେଷ୍ଟ ଟାୟାର୍ ପ୍ୟାଡ୍‌‌ସ :

  • ପରିତ୍ୟକ୍ତ ଅଟୋମୋବାଇଲ ଟାୟାରରୁ ନିର୍ମିତ କମ୍-ମୂଲ୍ୟର ସିସ୍‌‌ମିକ୍ ବେସ୍ ଆଇସୋଲେସନ୍ ପ୍ୟାଡ୍‌‌ର ବିକାଶ ଉପରେ ଆଧାରିତ ପରୀକ୍ଷାମୂଳକ ଅଧ୍ୟୟନ ଉପରେ ଏହି ପଦ୍ଧତିଟି ପର୍ଯ୍ୟବସିତ ଅଟେ । ସିସ୍‌‌ମିକ୍ ବେସ୍ ଆଇସୋଲେସନ୍ ଏକ ସୁ-ପରିଭାଷିତ ଭୂମିକମ୍ପ ସୁରକ୍ଷା ପ୍ରଣାଳୀ ଅଟେ, ଯାହା ଉପରେ ଅନେକ ଅଧ୍ୟୟନ କରାଯାଇଛି । ପୂର୍ବବର୍ତ୍ତୀ ଅଧିକାଂଶ ଗବେଷଣାଗୁଡ଼ିକ ବେସ୍ ଆଇସୋଲେସନ୍ ପ୍ରଣାଳୀର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ଉପରେ କେନ୍ଦ୍ରିତ ଥିଲା । ଅନ୍ୟପକ୍ଷରେ, ଏହି ଅଧ୍ୟୟନରେ ପରିତ୍ୟକ୍ତ ଟାୟାର୍ ଭଳି ଅଦରକାରୀ ସାମଗ୍ରୀର ପୁନଃଚକ୍ରଣ କରାଯାଇ ସିସ୍‌‌ମିକ୍ ବେସ୍ ଆଇସୋଲେସନ୍ ପ୍ୟାଡ୍‌‌ର ଖର୍ଚ୍ଚ ଓ ଓଜନକୁ ହ୍ରାସ କରିବାର ଲକ୍ଷ୍ୟ ରଖିଥାଏ । ବିଗତ ୩୦ ବର୍ଷ ଧରି, ଇଲାଷ୍ଟୋମିଟର-ଆଧାରିତ ଆଇସୋଲେଟରର୍ସ ଉପରେ ବ୍ୟାପକ ଗବେଷଣା ଓ ଉପଯୋଗ କରାଯାଇଥିଲା । ସିସ୍‌ମିକ୍ ବେସ୍ ଆଇସୋଲେସନ୍ ପାଇଁ, ଇଲାଷ୍ଟୋମିଟର ଆଇସୋଲେଟର୍ସ ମଧ୍ୟରେ ଥିବା ଷ୍ଟିଲ୍ କିମ୍ବା ଫାଇବର୍ ରିଇନ୍‌‌ଫୋର୍ସମେଣ୍ଟଗୁଡ଼ିକ ଉଚ୍ଚ ଭୂଲମ୍ବ ଦୃଢ଼ତା ପ୍ରଦାନ କରୁଥିବାବେଳେ, ରିଇନ୍‌‌ଫୋର୍ସମେଣ୍ଟ ପରସ୍ତ ମଧ୍ୟରେ ଥିବା ରବର ଅଂଶ ସ୍ୱଳ୍ପ ଭୂସମାନ୍ତର ଦୃଢ଼ତା ପ୍ରଦାନ କରିଥାଏ ।
 
  • - ହଞ୍ଚେସ୍ :

  • ଏହା ସମସ୍ତେ ଜାଣନ୍ତି ଯେ ଭୂମିକମ୍ପ ସମୟରେ ଯୋଡ଼େଇ ସ୍ଥାନଗୁଡ଼ିକ ସବୁଠାରୁ ବିପଦପ୍ରବଣ ହୋଇଥାଏ ଏବଂ ଅଧିକାଂଶ ଢାଞ୍ଚା ଏହି ଯୋଡ଼େଇର ବିଫଳତା କାରଣରୁ ଧରାଶାୟୀ ହୋଇଯାଇଥାଏ । ତେଣୁ, ଯୋଡ଼େଇର ସୁଦୃଢ଼ତାକୁ ବୃଦ୍ଧି କରି ଭୂମିକମ୍ପ ପ୍ରତିରୋଧୀ ସାମର୍ଥ୍ୟ ହାସଲ କରାଯାଇପାରିବ । ଉଚ୍ଚ-ସୁଦୃଢ଼ତା ବିଶିଷ୍ଟ କିମ୍ବା ଫାଇବର୍-ରିଇନ୍‌‌ଫୋର୍ସଡ୍ କଂକ୍ରିଟ୍ ବ୍ୟବହାର କରି ଯୋଡ଼େଇ ବା ଜଏଣ୍ଟ ସୁଦୃଢ଼ତା ହାସଲ କରାଯାଇପାରିବ । କିମ୍ବା ଯୋଡ଼େଇଗୁଡ଼ିକ ନିକଟରେ ଥିବା ସେକ୍ସନକୁ ବୃଦ୍ଧି କରି କିମ୍ବା ହଞ୍ଚେସ୍ ଦିଆଯାଇ ତାହାକୁ ବୃଦ୍ଧି କରାଯାଇପାରିବ । ଏହାଫଳରେ, ଯୋଡ଼େଇଗୁଡ଼ିକ ଅଧିକ ସୁଦୃଢ଼ ହୋଇଥାଏ ।
 
  • - ଫମ୍ପା ଫାଉଣ୍ଡେସନ୍ :

  • ଭୂମିକମ୍ପର ସେକେଣ୍ଡାରୀ ଏବଂ ଲଭ୍ ୱେଭ୍ ସବୁଠାରୁ ବିନାଶକାରୀ ହୋଇଥାଏ । ସେକେଣ୍ଡାରୀ ୱେଭ୍ ପାଣିରେ ଗତି କରିପାରି ନ ଥାଏ । ତେଣୁ ଏକ ଫମ୍ପା ପ୍ରକାର ରାଫ୍ଟ ଫାଉଣ୍ଡେସନ୍‌‌ରେ ପାଣି ଭର୍ତ୍ତି କରିଦିଆଗଲେ ଭୂମିକମ୍ପର ବିନାଶକାରୀ ପ୍ରଭାବକୁ ଅନେକାଂଶରେ ହ୍ରାସ କରାଯାଇପାରିବ । ଏହାକୁ ବହଳିଆ ତରଳରେ ପୂରଣ କରାଯାଇ ଭୂମିକମ୍ପର ପ୍ରଭାବକୁ ହ୍ରାସ କରାଯାଇପାରିବ ।
  • - ସ୍ଲାଇଡିଂ ଜଏଣ୍ଟ

  • ସ୍ଲାଇଡିଂ ଜଏଣ୍ଟ ଅବଧାରଣାକୁ ଏହି ଅନୁମାନ ସହିତ ପ୍ରତିଷ୍ଠା କରାଯାଇଥିଲା ଯେ, ସୁପରଷ୍ଟ୍ରକ୍ଚରକୁ ସଞ୍ଚାରିତ ହୋଇଥିବା ବଳ ଜଏଣ୍ଟଗୁଡ଼ିକୁ ଖସଡ଼ାଇବା ପାଇଁ ଆବଶ୍ୟକ ହେଉଥିବା ଭଳି ବଳ ପର୍ଯ୍ୟନ୍ତ ସୀମିତ ରହିବ ଏବଂ ଘର୍ଷଣଯୁକ୍ତ ଖସଡ଼ା ସମୟରେ ବିଚ୍ଛୁରିତ ହୋଇଥିବା ଶକ୍ତି ସୁପରଷ୍ଟ୍ରକ୍ଚରକୁ ସଞ୍ଚାରିତ ହେବ ନାହିଁ ।

କମ୍ ଖର୍ଚ୍ଚବିଶିଷ୍ଟ ସିସ୍‌‌ମିକ୍ ରିଇନ୍‌‌ଫୋର୍ସଡ୍ ସାମଗ୍ରୀ



ଏପର୍ଯ୍ୟନ୍ତ ଦର୍ଶାଯାଇଥିବା ସମସ୍ତ ପଦ୍ଧତିକୁ, ନିର୍ମାଣରେ ବ୍ୟବହୃତ ସାମଗ୍ରୀ ନିର୍ବିଶେଷରେ କୌଣସି ଅତିରିକ୍ତ ଖର୍ଚ୍ଚ ବିନା ଭୂମିକମ୍ପ ନିମନ୍ତେ ନିରାପଦ ନିର୍ମାଣ ପଦ୍ଧତିରେ ବ୍ୟବହାର କରିବା ସମ୍ଭବ ଅଟେ । କାଠ ଫ୍ରେମ୍, ଇଟା, ଧୂର୍ମୂଷ ମାଟି ଏବଂ ଭୂମିକମ୍ପକୁ ଦୃଷ୍ଟିରେ ରଖି କରାଯାଇଥିବା ନିର୍ମାଣ କାର୍ଯ୍ୟଗୁଡ଼ିକୁ ମଧ୍ୟ କମ୍-ଖର୍ଚ୍ଚରେ, ବ୍ୟବହୃତ-ସାମଗ୍ରୀ ପାଇଁ ବିଶେଷ ଭାବେ ବ୍ୟବହାର କରାଯାଇପାରିବ । ସଠିକ୍ ବ୍ରାକେଟ୍, ହୋଲ୍ଡ-ଡାଉନ୍ ଏବଂ ଫାଷ୍ଟନର୍ ବ୍ୟବହାର କରି କାଠ ଫ୍ରେମ୍‌‌ ନିର୍ମାଣ କାର୍ଯ୍ୟକୁ ଭୂମିକମ୍ପକୁ ସହିବା ପାଇଁ ପ୍ରସ୍ତୁତ କରାଯାଇପାରିବ । ସ୍କୃ’ର ଧରି ରଖିବାର କ୍ଷମତା ନିଶ୍ଚିତ ଭାବେ ଅଧିକ ଅଟେ, କିନ୍ତୁ କଣ୍ଟା ତୁଳନାରେ ତାହା ଅଧିକ ଭଙ୍ଗୁର ହୋଇଥାଏ ଓ ଭାର ପଡ଼ିଲେ ସହଜରେ ଭାଙ୍ଗିଯାଇଥାଏ । ଏ ପ୍ରକାର ନିର୍ମାଣରେ ବିମ୍, ଜଏଣ୍ଟ, କର୍ନର୍, ସିଲ୍ ପ୍ଲେଟ୍ ଏବଂ ରୁଫ୍ ଟ୍ରସ୍‌‌ର ବଳ ବୃଦ୍ଧି କରିବା ପାଇଁ ଶିୟର୍ ୱାଲ୍, ବ୍ରାକେଟ୍ ଏବଂ ଗସେଟ୍ ସାଧାରଣତଃ ବ୍ୟବହୃତ ହୋଇଥାଏ ।

 

ଇଟାର ଅଧିକ ଓଜନ ଏବଂ ଭଙ୍ଗୁର ସଂରଚନା ତଥା ଧୂର୍ମୂଷ ମାଟିନିର୍ମିତ କାନ୍ଥ ଭୂମିକମ୍ପରେ ସହଜରେ ଭାଙ୍ଗିପଡ଼ିବାର ଆଶଙ୍କା ଥାଏ । ଏହା କାରଣରୁ ଢାଞ୍ଚାର ଅଧିକାଂଶ ଅଂଶ ଧରାଶାୟୀ ହୋଇଯାଏ । ଫାଟକୁ ହ୍ରାସ କରିବା ଏବଂ ସମସ୍ତ ଖଣ୍ଡଗୁଡ଼ିକୁ ଯଥାସ୍ଥାନରେ ବଜାୟ ରଖିବା ପାଇଁ, ଆପଣ କାନ୍ଥରେ ରିଇନ୍‌‌ଫୋର୍ସମେଣ୍ଟ ଫାଇବର୍, ବାର୍, ରଡ୍ କିମ୍ବା ଜାଲି ଲଗାଇପାରନ୍ତି । ଏହି ସାମଗ୍ରୀକୁ କାଠିକୁଟା କିମ୍ବା କୃତ୍ରିମ ସୂତା ସହିତ ଆଭ୍ୟନ୍ତରୀଣ ଭାବେ ରିଇନ୍‌‌ଫୋର୍ସ କରିହେବ । କାଠ ବାର୍‌‌ ଏବଂ ରଡ୍‌‌ଗୁଡ଼ିକୁ ଫାଉଣ୍ଡେସନ, ୱାଲ୍ କ୍ୟାପ୍ ଏବଂ ପରସ୍ପର ସହିତ ନିର୍ଦ୍ଦିଷ୍ଟ ବ୍ୟବଧାନରେ ସଂଯୁକ୍ତ କରିବା ପାଇଁ ରସି, ଗଛ, ଲଟା, ବଳା ଦଉଡ଼ି କିମ୍ବା ବାଉଁଶ ବ୍ୟବହାର କରାଯାଇପାରିବ । କାନ୍ଥଗୁଡ଼ିକୁ ସଂଯୁକ୍ତ କରିବା ଏବଂ ଭୂସମାନ୍ତର ବଳକୁ ବିତରଣ କରିବା ପାଇଁ କୋଣଗୁଡ଼ିକରେ ସ୍କ୍ରିନ୍, ଚିକେନ୍ ଓୟାର୍ ଭଳି ଜାଲି ରିଇନ୍‌‌ଫୋର୍ସମେଣ୍ଟ ବିଶେଷ ରୂପେ ଫଳପ୍ରଦ ହୋଇଥାଏ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....