ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ପ୍ଲାଷ୍ଟରିଂ ଏବଂ ପଏଣ୍ଟିଂ ମଧ୍ୟରେ ପାର୍ଥକ୍ୟ

ନିର୍ମାଣ କିମ୍ବା ନବୀକରଣ ପ୍ରକଳ୍ପ ସହିତ ଜଡିତ ଯେ କୌଣସି ବ୍ୟକ୍ତିଙ୍କ ପାଇଁ ପ୍ଲାଷ୍ଟରିଂ ଏବଂ ପଏଣ୍ଟିଂ ମଧ୍ୟରେ ପାର୍ଥକ୍ୟ ବୁଝିବା ଜରୁରୀ ଅଟେ । ଏହି ଦୁଇଟି ଅତ୍ୟାବଶ୍ୟକ ନିର୍ମାଣ କୌଶଳ ମଧ୍ୟରେ ପାର୍ଥକ୍ୟ ଅନୁସନ୍ଧାନ କରନ୍ତୁ

Share:


ନିର୍ମାଣ ଦୁନିଆରେ ପ୍ଲାଷ୍ଟରିଂ ଏବଂ ପଏଣ୍ଟିଂ ହେଉଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ କୌଶଳ ଯାହା ଏକ ଢାଞ୍ଚାର ସ୍ଥାୟିତ୍ୱ ଏବଂ ରୂପରେଖକୁ ବୃଦ୍ଧି କରିବା ପାଇଁ ବ୍ୟବହୃତ ହୁଏ । ଯଦିଓ ତାହା ପ୍ରଥମେ ଦେଖିଲେ ସମାନ ମନେ ହୁଏ, କିନ୍ତୁ ଏହି ପଦ୍ଧତିଗୁଡିକ ଭିନ୍ନ ଉଦ୍ଦେଶ୍ୟ ପୂରଣ କରେ ଏବଂ କାର୍ଯ୍ୟକାରୀ କରିବା ପାଇଁ ଅନନ୍ୟ ଦକ୍ଷତା ଆବଶ୍ୟକ କରେ । ଏହି ବ୍ଲଗରେ, ଆମେ ସେଗୁଡ଼ିକର ଏକକ ସଂଜ୍ଞା, ଉଦ୍ଦେଶ୍ୟ ଏବଂ ସେସବୁକୁ ଅଲଗା କରୁଥିବା ପାର୍ଥକ୍ୟ ବିଷୟରେ ଗଭୀର ଭାବରେ ଅନୁଧ୍ୟାନ କରିବୁ । ପ୍ଲାଷ୍ଟରିଂ ଏବଂ ପଏଣ୍ଟିଂ ମଧ୍ୟରେ ପାର୍ଥକ୍ୟ ବୁଝିବା ଦ୍ୱାରା, ଆପଣ ଆପଣଙ୍କ ନିର୍ମାଣ ପ୍ରକଳ୍ପ ପାଇଁ କେଉଁ କୌଶଳ ସବୁଠାରୁ ଉପଯୁକ୍ତ ସେ ବିଷୟରେ ଜାଣି ପାରି ନିଷ୍ପତ୍ତି ନେବାକୁ ଅଧିକ ସକ୍ଷମ ହେବେ।


ପ୍ଲାଷ୍ଟରିଂ କ'ଣ?



କାନ୍ଥ କିପରି ପ୍ଲାଷ୍ଟର କରିବେ ତାହା ବୁଝିବା ପୂର୍ବରୁ ଏହା କ'ଣ ବୁଝିବା ଜରୁରୀ । ପ୍ଲାଷ୍ଟରିଂ ହେଉଛି କାନ୍ଥ, ଛାତ କିମ୍ବା ପାର୍ଟିସନର ପୃଷ୍ଠଭାଗରେ ପ୍ଲାଷ୍ଟର ନାମକ ମିଶ୍ରଣର ଏକ ମସୃଣ, ସମାନ ସ୍ତର ପ୍ରୟୋଗ କରିବାର ପ୍ରକ୍ରିୟା । ଏହି ମିଶ୍ରଣରେ ସାଧାରଣତଃ ସିମେଣ୍ଟ, ବାଲି ଏବଂ ପାଣି ରହିଥାଏ, ଯଦିଓ କାର୍ଯ୍ୟଦକ୍ଷତା ଏବଂ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ଚୂନ କିମ୍ବା ଜିପସମ୍ ପରି ଅତିରିକ୍ତ ଉପାଦାନ ମିଶାଯାଇପାରେ । ପ୍ଲାଷ୍ଟରିଂର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଏକ ସୁରକ୍ଷାମୂଳକ କୋଟିଂ ପ୍ରଦାନ କରିବା, ଗଠନର ସ୍ଥାୟିତ୍ୱ ଏବଂ ରୂପରେଖ ବୃଦ୍ଧି କରିବା । ପ୍ଲାଷ୍ଟରିଂ ଏକ ମସୃଣ, ସମତଳ ପୃଷ୍ଠ ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରେ ଯାହା ପେଣ୍ଟିଂ କିମ୍ବା ଅନ୍ୟାନ୍ୟ ଫିନିଶ୍ ପାଇଁ ଆଦର୍ଶ ଅଟେ ।

 

 

ପଏଣ୍ଟିଂ କ'ଣ?



ଅପରପକ୍ଷରେ ନିର୍ମାଣ କାର୍ଯ୍ୟରେ ଇଟା କିମ୍ବା ପଥର ଯୋଡ଼େଇ ମଧ୍ୟରେ ଥିବା ଜଏଣ୍ଟଗୁଡ଼ିକୁ ଫିନିଶିଂ କରିବା ପ୍ରକ୍ରିୟାକୁ ପଏଣ୍ଟିଂ କୁହାଯାଏ। ଏହି କୌଶଳରେ ଜଏଣ୍ଟଗୁଡ଼ିକରେ ମୋର୍ଟାର ମିଶ୍ରଣ ଭର୍ତ୍ତି କରାଯାଏ, ଯାହା ପ୍ରାୟତଃ ପ୍ଲାଷ୍ଟର ପରି ସିମେଣ୍ଟ, ବାଲି ଏବଂ ପାଣିରେ ତିଆରି ହୋଇଥାଏ । ନିର୍ମାଣରେ ପଏଣ୍ଟିଂ କରିବାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଜଳ ପ୍ରବେଶକୁ ରୋକିବା ଏବଂ କୋଠାର ଢାଞ୍ଚାଗତ ଅଖଣ୍ଡତା ବୃଦ୍ଧି କରିବା । ଏହା ସାମଗ୍ରିକ ରୂପରେଖରେ ମଧ୍ୟ ଯୋଗଦାନ କରିଥାଏ, ପୂରା ଘରକୁ ଆଖିଦୃଶିଆ କରେ ଏବଂ କାନ୍ଥଗୁଡିକୁ ଏକ ସ୍ପଷ୍ଟ ଓ ଫିନିଶ ରୂପ ଦିଏ ।


ପ୍ଲାଷ୍ଟରିଂ ଏବଂ ପଏଣ୍ଟିଂ ମଧ୍ୟରେ ପାର୍ଥକ୍ୟ

ପ୍ଲାଷ୍ଟରିଂ ଏବଂ ପଏଣ୍ଟିଂ ମଧ୍ୟରେ ପାର୍ଥକ୍ୟ ବୁଝିବା ସମୟରେ, ଆମକୁ କିଛି ପ୍ରମୁଖ ପାର୍ଥକ୍ୟ ବୁଝିବା ଆବଶ୍ୟକ:

 

1) ପ୍ରୟୋଗ

ପ୍ଲାଷ୍ଟରିଂ ସମଗ୍ର ପୃଷ୍ଠଭାଗରେ ପ୍ରୟୋଗ କରାଯାଏ, କାନ୍ଥ ଏବଂ ଛାତକୁ କଭର୍ କରେ, ଯାହା ଏକ ମସୃଣ ଏବଂ ନିରନ୍ତର ଫିନିଶ୍ ପ୍ରଦାନ କରିଥାଏ । ଅପରପକ୍ଷରେ ଇଟା କିମ୍ବା ପଥର ଖଣ୍ଡ ମଧ୍ୟରେ ଥିବା ଜଏଣ୍ଟଗୁଡ଼ିକରେ ବିଶେଷ ଭାବରେ ପଏଣ୍ଟିଂ ପ୍ରୟୋଗ କରାଯାଏ ।

 

2) କାର୍ଯ୍ୟ

ପ୍ଲାଷ୍ଟରିଂ ମୁଖ୍ୟତଃ ବାହାର ପାର୍ଶ୍ୱର ଶୋଭା ବଢ଼ାଇବା ଏବଂ ବାହ୍ୟ ଉପାଦାନରୁ ସୁରକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଥାଏ । ଏହା ଏକ ସାଜସଜ୍ଜା ଏବଂ କାର୍ଯ୍ୟକ୍ଷମ କୋଟିଂ ସୃଷ୍ଟି କରିଥାଏ । ଅପରପକ୍ଷେ, ପଏଣ୍ଟିଂ ଏକ ଢାଞ୍ଚାଗତ ସୁଦୃଢ଼ୀକରଣ ଭାବରେ କାର୍ଯ୍ୟ କରେ, ଜଳ ପ୍ରବେଶକୁ ରୋକିଥାଏ ଏବଂ ଇଟା ପଥରରେ ତିଆରି ଢାଞ୍ଚାର ସ୍ଥିରତା ବଜାୟ ରଖେ ।

 

3) ସାମଗ୍ରୀ

ପ୍ଲାଷ୍ଟରିଂରେ ସାଧାରଣତଃ ସିମେଣ୍ଟ, ବାଲି ଏବଂ ପାଣିର ମିଶ୍ରଣ ବ୍ୟବହାର କରାଯାଏ, ଯେତେବେଳେ କି ପଏଣ୍ଟିଂରେ ମୁଖ୍ୟତଃ ମୋର୍ଟାର ବ୍ୟବହାର କରାଯାଏ । ପ୍ରକଳ୍ପର ନିର୍ଦ୍ଦିଷ୍ଟ ଆବଶ୍ୟକତା ଉପରେ ନିର୍ଭର କରି ସାମଗ୍ରୀର ଚୟନ ଭିନ୍ନ ଭିନ୍ନ ହୋଇପାରେ ।

 

4) ଉପକରଣ ଏବଂ କୌଶଳ

ପ୍ଲାଷ୍ଟରିଂରେ ପ୍ଲାଷ୍ଟରକୁ ସମାନ ଭାବରେ ବିସ୍ତାର କରିବା ଏବଂ ଇଚ୍ଛା ଅନୁଯାୟୀ ଟେକ୍ସଚର୍ ହାସଲ କରିବା ପାଇଁ ଟ୍ରୋଭେଲ୍, ଫ୍ଲୋଟ୍ ଏବଂ ଅନ୍ୟାନ୍ୟ ଉପକରଣର ବ୍ୟବହାର କରାଯାଏ । ଇଟା ବା ପଥର ଗୁଡ଼ିକ ମଧ୍ୟରେ ଥିବା ବ୍ୟବଧାନକୁ ସଠିକ ଭାବରେ ପୂରଣ କରିବା ପାଇଁ ପଏଣ୍ଟିଂ ଟ୍ରୋଭେଲ୍ ଏବଂ ଜଏଣ୍ଟର ଭଳି ସ୍ୱତନ୍ତ୍ର ପଏଣ୍ଟିଂ ଟୁଲ୍ ଆବଶ୍ୟକ।

 

5) କାର୍ଯ୍ୟର ପରିସର

ପ୍ଲାଷ୍ଟରିଂରେ ସମଗ୍ର କାନ୍ଥ କିମ୍ବା ଛାତ ପରି ବୃହତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଏ, ଯେଉଁଥିପାଇଁ ଏକ ବ୍ୟାପକ ପ୍ରୟୋଗ ଏବଂ ଅଧିକ ବ୍ୟାପକ ପୃଷ୍ଠଭାଗ ପ୍ରସ୍ତୁତି ଆବଶ୍ୟକ ହୁଏ । ଅପରପକ୍ଷେ, ପଏଣ୍ଟିଂ ସାଧାରଣତଃ ଛୋଟ ଛୋଟ ସ୍ଥାନ ଉପରେ କରାଯାଏ, ବିଶେଷ କରି ଖଣ୍ଡିକିଆ ଜାଗା ମଧ୍ୟରେ ଜଏଣ୍ଟ ଉପରେ ଧ୍ୟାନ ଦିଆଯାଏ ।

 

6) ସମୟ ଓ ଖର୍ଚ୍ଚ

ପ୍ଲାଷ୍ଟରିଂ ପାଇଁ ସାଧାରଣତଃ ଅଧିକ ସମୟ ଏବଂ ପରିଶ୍ରମ ଆବଶ୍ୟକ ହୁଏ କାରଣ ଏଥିରେ ଅଧିକ ପୃଷ୍ଠଭାଗ ସମ୍ପୃକ୍ତ ଥାଏ । ଏଥିରେ ପ୍ଲାଷ୍ଟରବୋର୍ଡ ଲଗାଇବା ଏବଂ ବେସକୋଟ୍ ପ୍ରୟୋଗ ପରି ଅତିରିକ୍ତ ପଦକ୍ଷେପ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ। ପଏଣ୍ଟିଂ, ଏକ ସ୍ଥାନୀୟ ପ୍ରକ୍ରିୟା ହୋଇଥିବାରୁ, ସାଧାରଣତଃ ଶୀଘ୍ର ଏବଂ ଅଧିକ ସୁଲଭ ଅଟେ ।

 

7) ଦୃଶ୍ୟଗତ ପ୍ରଭାବ

ପ୍ଲାଷ୍ଟରିଂ ଏକ କୋଠାର ସାମଗ୍ରିକ ସୌନ୍ଦର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ, ଯାହା ଏକ ମସୃଣ ଏବଂ ଫିନିଶ୍ ରୂପ ପ୍ରଦାନ କରିଥାଏ । ଏହା ବିଭିନ୍ନ ସାଜସଜ୍ଜା ଫିନିଶ୍, ଯେପରିକି ଟେକ୍ସଚର୍ କିମ୍ବା ପଲିସ୍ ପୃଷ୍ଠଭାଗ ପାଇଁ ଅନୁମତି ଦେଇଥାଏ । ପଏଣ୍ଟିଂ ଦେଖିବାକୁ ସେତେ ଖାସ୍ ନ ହୋଇଥିଲେ ମଧ୍ୟ, ଇଟା ପଥର କାନ୍ଥଗୁଡ଼ିକୁ ଆଖିଦୃଶିଆ କରି ଏବଂ ସ୍ୱଚ୍ଛ, ପରିଷ୍କାର ଜଏଣ୍ଟ ସୃଷ୍ଟି କରି ଢାଞ୍ଚାର ବୈଶିଷ୍ଟ୍ୟ ଏବଂ ଆକର୍ଷଣକୁ ବଢ଼ାଇଥାଏ ।

 

8) ରକ୍ଷଣାବେକ୍ଷଣ

ପୃଷ୍ଠଭାଗକୁ ଭଲ ଅବସ୍ଥାରେ ରଖିବା ପାଇଁ ପ୍ଲାଷ୍ଟରିଂ ପାଇଁ ସମୟ ସମୟରେ ରକ୍ଷଣାବେକ୍ଷଣ, ଯେପରିକି ପୁନଃ ରଙ୍ଗ କରିବା କିମ୍ବା ପ୍ୟାଚ୍ ପକାଇବା ଆବଶ୍ୟକ ହୋଇପାରେ । ପଏଣ୍ଟିଂ ଥରେ ସଠିକ ଭାବରେ କରିବା ପରେ, ସାଧାରଣତଃ ସର୍ବନିମ୍ନ ରକ୍ଷଣାବେକ୍ଷଣ ଆବଶ୍ୟକ କରେ, କାରଣ ଏହାର ପ୍ରାଥମିକ କାର୍ଯ୍ୟ ହେଉଛି ଜଏଣ୍ଟଗୁଡିକର ସୁରକ୍ଷା କରିବା ଏବଂ ରାଜମିସ୍ତ୍ରୀ କାର୍ଯ୍ୟର ଢାଞ୍ଚାଗତ ଅଖଣ୍ଡତା ବଜାୟ ରଖିବା ।



ପରିଶେଷରେ, ଉଭୟ ପ୍ଲାଷ୍ଟରିଂ ଏବଂ ପଏଣ୍ଟିଂ ନିର୍ମାଣ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ଆପଣ ଘର ମାଲିକ ହୁଅନ୍ତୁ, ଠିକାଦାର ହୁଅନ୍ତୁ କିମ୍ବା ଆର୍କିଟେକ୍ଟ ହୁଅନ୍ତୁ, ଆପଣଙ୍କ ନିର୍ମାଣ ପ୍ରକଳ୍ପ ଗୁଡିକ ବିଷୟରେ ଅବଗତ ହୋଇ ନିଷ୍ପତ୍ତି ନେବା ପାଇଁ ପ୍ଲାଷ୍ଟରିଂ ଏବଂ ପଏଣ୍ଟିଂ ମଧ୍ୟରେ ପାର୍ଥକ୍ୟକୁ ଜାଣିବା ଜରୁରୀ ଅଟେ । ଯଦି ଆପଣ ପ୍ଲାଷ୍ଟରିଂ ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କ ଘର ପାଇଁ ଏହାକୁ କିପରି ସଠିକ୍ ଉପାୟରେ କରିବେ, ତେବେ ଏହି ଉପଯୋଗୀ ଭିଡିଓକୁ ଦେଖନ୍ତୁ: ଆପଣଙ୍କ ଘରକୁ ପ୍ଲାଷ୍ଟର କରିବାର ସଠିକ୍ ଉପାୟ। ଏହି ଭିଡିଓରେ ପେଶାଦାର ପ୍ଲାଷ୍ଟରିଂ ଫଳାଫଳ ହାସଲ କରିବା ପାଇଁ ମୂଲ୍ୟବାନ ଦୃଷ୍ଟିକୋଣ ଏବଂ ପର୍ଯ୍ୟାୟକ୍ରମିକ ମାର୍ଗଦର୍ଶନ ପ୍ରଦାନ କରେ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |





ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....