ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ଅଟୋକ୍ଲେଭ୍‌‌ଡ ଏରେଟେଡ୍ କଂକ୍ରିଟ୍ (ଏଏସି) ବ୍ଲକ୍ସ ସମ୍ପର୍କରେ ସବୁ ଜାଣିବାଯୋଗ୍ୟ କଥା

ପରିବେଶକୁ ଧ୍ୟାନରେ ରଖି ନିଜର ଘର ତୋଳିବାକୁ ଚାହୁଁଥିଲେ, ଏଏସି ବ୍ଲକ୍ ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରିବ । ଅଟୋକ୍ଲେଭ୍‌‌ଡ ଏରେଟେଡ୍ କଂକ୍ରିଟ୍ (ଏଏସି) ଏକ ପ୍ରମାଣିତ ସବୁଜ ନିର୍ମାଣ ସାମଗ୍ରୀ ଅଟେ । ଏହା ହାଲୁକା, ଭାର-ବହନକାରୀ, ଉଚ୍ଚ-ଇନସୁଲେଟିଂ, ଦୀର୍ଘସ୍ଥାୟୀ ଏବଂ ନାଲି ଇଟା ତୁଳନାରେ ତିନିଗୁଣ ହାଲୁକା ହୋଇଥାଏ ।

Share:



୧୯୨୪ ମସିହା ନଭେମ୍ବର ମାସରେ ସ୍ୱିଡେନ୍‌‌ର ଜଣେ ଆର୍କିଟେକ୍ଟଙ୍କ ଦ୍ୱାରା ଏଏସି ବ୍ଲକ୍ ଉଦ୍ଭାବନ କରାଯାଇଥିଲା । ସେ କ୍ଷୟ, ଦହନ ଓ ଉଇ ପ୍ରତିରୋଧୀ ନିର୍ମାଣ ସାମଗ୍ରୀର ସନ୍ଧାନରେ ଥିଲେ । ଏହି ଆଲେଖ୍ୟରେ ଆମେ ଏଏସି ବ୍ଲକ୍ସର ବିଭିନ୍ନ ପ୍ରକାରଭେଦ ଏବଂ ତାହାର ଫାଇଦା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିବା ।


ଏଏସି ବ୍ଲକ୍ସ କ’ଣ?

ଅଟୋକ୍ଲେଭ୍‌‌ଡ ଏରେଟେଡ୍ କଂକ୍ରିଟ୍ (ଏଏସି) ବ୍ଲକ୍ ଏକ କମ୍-ରକ୍ଷଣାବେକ୍ଷଣ ଆବଶ୍ୟକ କରୁଥିବା ପ୍ରିକାଷ୍ଟ ନିର୍ମାଣ ସାମଗ୍ରୀ ଅଟେ, ଯେଉଁଥିରେ ଉତ୍କୃଷ୍ଟ ତାପଜ ଇନସୁଲେସନ୍ ଏବଂ ସ୍ଥାୟିତ୍ୱ ରହିଛି । ଏଏସିର ତାପ-ପୃଥକୀକରଣ ଗୁଣଧର୍ମ ବିଲ୍‌‌ଡିଂକୁ ଅଧିକ ଥଣ୍ଡା ରଖିଥାଏ, ଏବଂ ବାହାରର ତାପକୁ ଘର ଭିତରକୁ ପଶିବାକୁ ଦେଇ ନ ଥାଏ । ଏହା ଫଳରେ ଏୟାର-କଣ୍ଡିସନିଂ ବାବଦୀୟ ଖର୍ଚ୍ଚ ଅପେକ୍ଷାକୃତ କମିଯାଇଥାଏ । ଏଏସି ବ୍ଲକ୍ସ ଫାଉଣ୍ଡେସନ୍ ଉପରେ ଭାର, ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ଖର୍ଚ୍ଚ ଏବଂ ମୋର୍ଟାଲ୍ ଖର୍ଚ୍ଚ ବାବଦୀୟ ଖର୍ଚ୍ଚକୁ ହ୍ରାସ କରିବାର ମଧ୍ୟ ଗ୍ୟାରେଣ୍ଟି ଦେଇଥାଏ ।

 

ଏଏସି ବ୍ଲକ୍ସର ପ୍ରକାରଭେଦ

 

  • ଅଗ୍ନି ପ୍ରତିରୋଧୀ ଏଏସି ବ୍ଲକ୍ସ

     

  • ୨୦୦ ମିମି ଏଏସି ବ୍ଲକ୍

     

  • ୧୦୦ ମିମି ଏଏସି ବ୍ଲକ୍

     

  • ଦୀର୍ଘସ୍ଥାୟୀ ଏଏସି ବ୍ଲକ୍

     

  • ଆୟତାକାର ଫ୍ଲାଏ ଆଶ୍ ଏଏସି ବ୍ଲକ୍ସ



ଏଏସି ବ୍ଲକ୍ସର ଫାଇଦା

 

  • - ସହଜ ଏବଂ ଦ୍ରୁତ ସୁକାର୍ଯ୍ୟତା :

  • ଏଏସି ବ୍ଲକ୍‌‌ଗୁଡ଼ିକ ପାରମ୍ପରିକ ଇଟା ତୁଳନାରେ ପାଖାପାଖି ଅଧା ଓଜନର ଏବଂ ଦଶଗୁଣ ଅଧିକ ଆକାରର ହୋଇଥାଏ । ଏହି ଅନନ୍ୟ ଗୁଣଧର୍ମ କାରଣରୁ ତାହାକୁ ସ୍ଥାପନ କରିବା ସହଜ ହୋଇଯାଏ ଏବଂ ଆପଣ ଚାହୁଁଥିବା ଆକାର ପାଇବା ପାଇଁ ତାହାକୁ ଆଡଜଷ୍ଟ କରିବା, କାଟିବା, ନୂଆ ଆକାର ଦେବା ମଧ୍ୟ ଖୁବ୍ ସହଜ । ଏଏସି ବ୍ଲକ୍ସରେ କମ୍ ସଂଖ୍ୟକ ଯୋଡ଼େଇ ଏବଂ ସମରୂପୀ ଆକାର ରହିଥାଏ । ଏହା ନିର୍ମାଣ ପ୍ରକ୍ରିୟାକୁ ଦ୍ରୁତତର କରିଥାଏ । ଶେଷରେ, ହାଲୁକା ବ୍ଲକ୍ସକୁ ପରିବହନ କରିବା ସହଜ, ଯାହା ଫଳରେ ପାରମ୍ପରିକ ଇଟା ତୁଳନାରେ ଏହାର ସାମଗ୍ରିକ ପରିବହନ ଖର୍ଚ୍ଚ କମ୍ ହୋଇଥାଏ ।
 
  • - ବିପର୍ଯ୍ୟୟ ପ୍ରତିରୋଧୀ

  • ବିଲ୍‌‌ଡିଂଗୁଡ଼ିକୁ ସାଧାରଣତଃ ନିଜର-ଓଜନ ଏବଂ ମାଧ୍ୟାକର୍ଷଣ ଭଳି ଦୁଇଟି ଭୂଲମ୍ବ ବଳକୁ ସମ୍ଭାଳିବା ପାଇଁ ଡିଜାଇନ୍ କରାଯାଇଥାଏ । ହେଲେ, ଭୂମିକମ୍ପ ଭୂସମାନ୍ତର ବଳ ସୃଷ୍ଟି କରିଥାଏ । ଏହାର ନିର୍ମାଣ ପ୍ରକ୍ରିୟା କାରଣରୁ ଏଏସି ବ୍ଲକ୍ସ ଅତ୍ୟଧିକ ସୁଦୃଢ଼ ହୋଇଥାଏ, ଯାହା ଚୂଡ଼ାନ୍ତ ଢାଞ୍ଚାକୁ ସ୍ଥାୟିତ୍ୱ ଯୋଗାଇଥାଏ । ପାରମ୍ପରିକ ଇଟା ତୁଳନାରେ ଏଏସି ଇଟାଗୁଡ଼ିକ ଉଚ୍ଚତର ଭୂମିକମ୍ପ ଭାରକୁ ସମ୍ଭାଳିବାରେ ସକ୍ଷମ ହୋଇଥାଏ ।
 
  • - ତାପଜ ଇନସୁଲେସନ୍ ଏବଂ ଶକ୍ତି ସଂରକ୍ଷଣ :

  • କଂକ୍ରିଟ୍ ସହିତ ହାଇଡ୍ରୋଜେନ୍‌‌କୁ ଫୋମିଂ କରି ଏହି ନିର୍ମାଣ ସାମଗ୍ରୀଟି ଉତ୍କୃଷ୍ଟ ତାପଜ-ପୃଥକୀକରଣ ଯୋଗାଇଥାଏ । ଏହାଫଳରେ, ଘରର ତାପମାତ୍ରା ଶୀତଦିନେ ଉଷୁମ ଏବଂ ଖରାଦିନେ ଥଣ୍ଡା ରହିଥାଏ । ତେଣୁ, ଆପଣଙ୍କ ଏୟାର-କଣ୍ଡିସନିଂ ବାବଦୀୟ ଖର୍ଚ୍ଚ ପାଖାପାଖି ୨୫% ପର୍ଯ୍ୟନ୍ତ କମିଯାଇଥାଏ । ଏହାର ଶକ୍ତି-ଦକ୍ଷ ଉତ୍ପାଦନ ପ୍ରକ୍ରିୟା କାରଣରୁ, ଏଏସି ବ୍ଲକ୍ସ ଆଜୀବନ ଶକ୍ତି-ଦକ୍ଷ ହୋଇଥାଏ ।
 
  • - ସାଉଣ୍ଡପ୍ରୁଫ୍ :

  • ଏଏସି ବ୍ଲକ୍ସ ହାଲୁକା ଏବଂ ଛିଦ୍ରାଳ ହୋଇଥିବାରୁ ତାହା ଧ୍ୱନିକୁ ଅପେକ୍ଷାକୃତ କମ୍ କରିପାରିଥାଏ । ଏହି କାରଣରୁ, ଷ୍ଟୁଡିଓ, ହସ୍ପିଟାଲ, ହୋଟେଲ ଆଦିର ନିର୍ମାଣରେ ଏଏସି ବ୍ଲକ୍ସ ବହୁଳ ଭାବେ ବ୍ୟବହୃତ ହୋଇଥାଏ ।
 
  • - ଚିରପୋଷକ୍ଷମ ଏବଂ ପକେଟ୍‌‌କୁ ସୁହାଇଥାଏ :

  • ନ୍ୟୂନତମ ବର୍ଜ୍ୟବସ୍ତୁ ସହିତ ପ୍ରାକୃତିକ ଅଣ-ବିଷାକ୍ତ କଞ୍ଚାମାଲ ବ୍ୟବହାର କରି ଏଏସି ବ୍ଲକ୍ସର ନିର୍ମାଣ କରାଯାଇଥାଏ । ନିର୍ମାଣ ସମୟରେ ଏଥିରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ଏବଂ ଭଗ୍ନାବଶେଷଗୁଡ଼ିକୁ ପୁନଃଚକ୍ରଣ କରାଯାଇପାରିବ କିମ୍ବା ଗୋଡ଼ି ହିସାବରେ ବ୍ୟବହାର କରାଯାଇପାରିବ । ଏହାର ଅଣ-ଜୈବବିଘଟନଯୋଗ୍ୟ ସାମଗ୍ରୀ ବିଲ୍‌‌ଡିଂକୁ ଅଧିକ ଦୀର୍ଘସ୍ଥାୟୀ, ଅଟଳ କରିଥାଏ; ଅପଚୟ ଓ ଶିଉଳି ଆଦିକୁ ପ୍ରତିରୋଧ କରିଥାଏ । ଅଧିକନ୍ତୁ, ଏଏସି ବ୍ଲକ୍ସ ହାଲୁକା ହୋଇଥିବାରୁ ତାହା ଶକ୍ତି ଦକ୍ଷ ଏବଂ ସ୍ଥାପନ କରିବା ସହଜ ହୋଇଥାଏ । ଏହା ଶ୍ରମ ବାବଦୀୟ ଖର୍ଚ୍ଚକୁ ହ୍ରାସ କରିଥାଏ ।
 
  • - ଅଗ୍ନି ପ୍ରତିରୋଧୀ

  • ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ସହିତ ତୁଳନା କରାଗଲେ, ଏଏସି ବ୍ଲକ୍ସ ଦହନଶୀଳ ନୁହେଁ ଏବଂ ତାହାର ମୋଟେଇ ଭିତ୍ତିରେ ଏହା ୧,୨୦୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ୬ ଘଣ୍ଟା ପର୍ଯ୍ୟନ୍ତ ଅଗ୍ନିର ପ୍ରତିରୋଧ କରିବାରେ ସକ୍ଷମ ଅଟେ । ତେଣୁ ଅନେକ ଦୃଷ୍ଟିରୁ ଏହା ଏକ ନିରାପଦ ବିକଳ୍ପ ମଧ୍ୟ ଅଟେ ।
 
  • - ଆର୍ଦ୍ରତା ନିରୋଧୀ :

  • ଆର୍ଦ୍ରତା ବଡ଼ ଧରଣର ଢାଞ୍ଚାଗତ କ୍ଷତିର କାରଣ ସାଜିପାରେ । ଏଏସି ବ୍ଲକ୍ସରେ ରହିଥିବା ଅତ ସୂକ୍ଷ୍ମ ରନ୍ଧ୍ରଗୁଡ଼ିକ କମ୍ ଜଳ ଅବଶୋଷଣକୁ ସୁନିଶ୍ଚିତ କରିଥାଏ । ଏହାଫଳରେ, ଏଏସି ବ୍ଲକ୍ସ ଆର୍ଦ୍ରତାରୁ ଉତ୍ତମ ସୁରକ୍ଷା ଯୋଗାଇଥାଏ ।

 

ଏଏସି ବ୍ଲକ୍ସର ଅସୁବିଧା

 

  • - ଏଏସି ବ୍ଲକ୍ସ ଭଙ୍ଗୁର ପ୍ରକୃତିର ହୋଇଥାଏ । ତେଣୁ, ପରିବହନ ଏବଂ ନେବାଆଣିବା ସମୟରେ ମାଟି ଇଟା ତୁଳନାରେ ତାହା ଅଧିକ ଯତ୍ନ ଓ ସତର୍କତା ଆବଶ୍ୟକ କରିଥାଏ । ୟୁନିଟ୍ ପିଛା ଏଏସି ବ୍ଲକ୍‌‌ର ମୂଲ୍ୟ ମହଙ୍ଗା ହୋଇଥାଏ, କିନ୍ତୁ ରାଜମିସ୍ତ୍ରୀ/ଯୋଡ଼େଇ କାର୍ଯ୍ୟ ବାବଦୀୟ ମୋଟାମୋଟି ଖର୍ଚ୍ଚକୁ ଏହା କମ୍ କରିଥାଏ କାରଣ ଏହାକୁ ଲଗାଇବା ସମୟରେ କମ୍ ପରିମାଣର ସିମେଣ୍ଟ ମସଲା ଆବଶ୍ୟକ ହୋଇଥାଏ ।

 

  • - ଏଏସି ବ୍ଲକ୍ସ ଭଙ୍ଗୁର ପ୍ରକୃତିର ହୋଇଥିବାରୁ, ତାହା ସହଜରେ ଭାଙ୍ଗିଯାଇଥାଏ । ତେଣୁ ଏହା ସହିତ କାରବାର କରିବା ସମୟରେ ଅଧିକ ଯତ୍ନ ଆବଶ୍ୟକ ହୋଇଥାଏ ।
 
  • - ଏହାର ଉଚ୍ଚ ଜଳ ଅବଶୋଷଣ ହାର ରହିଥାଏ । ତେଣୁ, ଜଳ ଅବଶୋଷଣ କାରଣରୁ ତାହାର ପ୍ରସାରଣ ଏବଂ ଆର୍ଦ୍ରତା ହାନି କାରଣରୁ ସଙ୍କୁଚନ ଫଳରେ ଢାଞ୍ଚାରେ ଫାଟ ସୃଷ୍ଟି ହୋଇଥାଏ ।
 
  • - ଅଧିକ ଆର୍ଦ୍ର ପରିବେଶଷଣ ଏହାକୁ ଲଗାଯାଉଥିଲେ, ଆଭ୍ୟନ୍ତରୀଣ ଫିନିଶ୍‌‌ରେ ସ୍ୱଳ୍ପ ଜଳକଣା ଭେଦ୍ୟତା ରହିବା ଏବଂ ବାହ୍ୟ ଫିନିଶ୍‌‌ରେ ଉଚ୍ଚ ଭେଦ୍ୟତା ରହିବା ଉଚିତ୍ ।



ଏବେ, ଆପଣ ଏଏସି ବ୍ଲକ୍‌‌‌‌ର ବିଭିନ୍ନ ପ୍ରକାରଭେଦକୁ ଏବଂ ତାହାର ଫାଇଦା ଓ ଅସୁବିଧା ସମ୍ପର୍କରେ ସବୁକିଛି ଜାଣିଲେ । ଯଦି ଆପଣ ନିଜ ଘର ତିଆରି କରିବା ପାଇଁ ଏଏସି ବ୍ଲକ୍ସ ସନ୍ଧାନରେ ଅଛନ୍ତି, ତେବେ ଆପଣ ଏଠାରେ ଅଲ୍‌‌ଟ୍ରାଟେକ୍‌‌‌‌ର ଏଏସି ବ୍ଲକ୍ସକୁ ଦେଖିପାରିବେ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....