ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj

ୱାଟରପ୍ରୁଫିଙ୍ଗ୍ କୋଟ୍: ଇଣ୍ଟେରିୟର୍ ଏବଂ ଏକ୍ସଟେରିୟର୍

ବର୍ଷା ଏବଂ ପାଣିପାଗ ଆପଣଙ୍କ ଘରର ବାହ୍ୟ ଅଂଶ ବା ଏକ୍ସଟେରିୟର୍‌‌କୁ ପ୍ରଭାବିତ କରିଥାଏ, ଯେପରିକି ଛାତ, ଟେରେସ୍ ଏବଂ କାନ୍ଥ । ସେହିଭଳି, ଆପଣଙ୍କ ଘରର ବାଥ୍‌‌ରୁମ୍ ଓ କିଚେନ୍ ଭଳି ଆଭ୍ୟନ୍ତରୀଣ ଅଂଶ ବା ଇଣ୍ଟେରିୟର୍ ବହୁ ପରିମାଣରେ ପାଣିର ସଂସ୍ପର୍ଶରେ ଆସିଥାଏ । ଏହିସବୁ ସ୍ଥାନରୁ ଢାଞ୍ଚା ମଧ୍ୟକୁ ଆର୍ଦ୍ରତା ଭେଦିବାର ସମ୍ଭାବନା ଅତ୍ୟନ୍ତ ଅଧିକ ଥାଏ । ଆପଣଙ୍କ ଘରର ଏହି ଉଚ୍ଚ ବିପଦପ୍ରବଣ ସ୍ଥାନଗୁଡ଼ିକରେ ଦୁଇଗୁଣା ସୁରକ୍ଷା ପାଇଁ ଫ୍ଲେକ୍ସ କିମ୍ବା ହାଇଫ୍ଲେକ୍ସ ବ୍ୟବହାର କରନ୍ତୁ।

logo

ହାଇଫ୍ଲେକ୍ସ କିମ୍ବା ଫ୍ଲେକ୍ସ ପଲିମର୍ ଆଧାରିତ ୱାଟରପ୍ରୁଫିଙ୍ଗ୍ ପ୍ରଡକ୍ଟ ଅଟେ ଯାହା ଦୀର୍ଘସ୍ଥାୟୀ ଏବଂ ଅଭେଦ୍ୟ ଲେପ ସୃଷ୍ଟି କରିଥାଏ, ଯାହା ଢାଞ୍ଚା ମଧ୍ୟକୁ ଆର୍ଦ୍ରତାକୁ ପ୍ରବେଶ କରିବାକୁ ଦେଇ ନ ଥାଏ । ଫ୍ଲେକ୍ସ ଏବଂ ହାଇଫ୍ଲେକ୍ସ କୋଟିଂ ନମନୀୟ ହୋଇଥାଏ, ଯାହା ଯଥାକ୍ରମେ ୫୦% ଓ ୧୦୦% ପର୍ଯ୍ୟନ୍ତ ଲମ୍ବିତ ହୋଇଥାଏ । ଏହା ଫାଟର ସମ୍ଭାବନାକୁ ହ୍ରାସ କରିବା ସହ ଦୀର୍ଘସ୍ଥାୟିତାକୁ ବୃଦ୍ଧି କରିଥାଏ । ଏହି ଉତ୍ପାଦଗୁଡ଼ିକ ଜଳର ଉଚ୍ଚ ପ୍ରେସର୍‌‌କୁ ସହିବାରେ ସକ୍ଷମ ଅଟେ, ୭ ବାର୍ ପର୍ଯ୍ୟନ୍ତ । ଏହାଦ୍ୱାରା ଆପଣଙ୍କ ଘର ପରିବେଶୀୟ ପରିସ୍ଥିତି ଏବଂ ଉଚ୍ଚ ମାତ୍ରାରେ ଜଳ ସଂସ୍ପର୍ଶକୁ ସହିପାରିଥାଏ ।





ଫ୍ଲେକ୍ସ/ହାଇଫ୍ଲେକ୍ସର ପ୍ରୟୋଗ

ଫ୍ଲେକ୍ସ ଏବଂ ହାଇଫ୍ଲେକ୍ସକୁ ପଜିଟିଭ୍ ପାର୍ଶ୍ୱ ରହିଥିବା ସମସ୍ତ ଏକ୍ସଟେରିୟର୍ କାମ ଏବଂ ଆପଣଙ୍କ ଘରର ଇଣ୍ଟେରିୟର୍ କାନ୍ଥ ଏବଂ ମେଜିଆରେ ବ୍ୟବହାର କରାଯାଇପାରିବ । ତାହା ନିମ୍ନଲିଖିତ ସ୍ଥାନ ହୋଇପାରେ:




ଫ୍ଲେକ୍ସ କିମ୍ବା ହାଇଫ୍ଲେକ୍ସ ୱାଟରପ୍ରୁଫିଙ୍ଗ୍ କୋଟ୍‌‌ ବ୍ୟବହାର କରିବାର ଲାଭ



ଏହାର ପଲିମର୍ ଆଧାର କାରଣରୁ, ହାଇଫ୍ଲେକ୍ସ କିମ୍ବା ଫ୍ଲେକ୍ସ ଆପଣଙ୍କ ଘର ମଧ୍ୟକୁ ପ୍ରବେଶ କରୁଥିବା ଏବଂ ଆପଣଙ୍କ ଘରର ଫାଉଣ୍ଡେସନକୁ କ୍ଷତିଗ୍ରସ୍ତ କରୁଥିବା ଆର୍ଦ୍ରତାରୁ ଉପଯୁକ୍ତ ସୁରକ୍ଷା ପ୍ରଦାନ କରିଥାଏ ।

କୋଟିଂର ଅଭେଦ୍ୟ ପରସ୍ତ ଆପଣଙ୍କ ଘରର ଢାଞ୍ଚା ମଧ୍ୟକୁ ଜଳର ପ୍ରବେଶକୁ ଅବରୋଧିତ କରିଥାଏ, ଯାହାଦ୍ୱାରା କଳଙ୍କି ତଥା ଜଳ ବା ଆର୍ଦ୍ରତାଜନିତ ଅନ୍ୟାନ୍ୟ କ୍ଷୟକ୍ଷତି ପ୍ରତିରୋଧିତ ହୁଏ ।

ହାଇଫ୍ଲେକ୍ସ କିମ୍ବା ଫ୍ଲେକ୍ସ ଉଚ୍ଚ ଜଳ ପ୍ରେସର୍‌‌କୁ ସହିବାରେ ସକ୍ଷମ ଅଟେ । ତେଣୁ ଜଳ ସଂସ୍ପର୍ଶ ଏବଂ କ୍ଷତିକୁ ପ୍ରତିରୋଧ କରି ଏହା ଆପଣଙ୍କୁ ନିଜ ଘରକୁ ଅଧିକ ଦୀର୍ଘସ୍ଥାୟୀ କରିବାରେ ସାହାଯ୍ୟ କରିଥାଏ ।

ହାଇଫ୍ଲେକ୍ସ ଏବଂ ଫ୍ଲେକ୍ସ ଯଥାକ୍ରମେ ୫୦%ରୁ ୧୦୦% ପର୍ଯ୍ୟନ୍ତ ଲମ୍ବିତ ହେବାରେ ସମର୍ଥ ଅଟେ । ଏହାଦ୍ୱାରା ଫାଟର ସମ୍ଭାବନା ହ୍ରାସିତ ହୁଏ ଏବଂ ପ୍ଲାଷ୍ଟର କ୍ଷତିରୁ ସୁରକ୍ଷା ମିଳିଥାଏ ।



ଫ୍ଲେକ୍ସ/ହାଇଫ୍ଲେକ୍ସ ବ୍ୟବହାର କରିବାର ପଦ୍ଧତି




ଧ୍ୟାନରେ ରଖନ୍ତୁ: ଫ୍ଲେକ୍ସ କିମ୍ବା ହାଇଫ୍ଲେକ୍ସ ବ୍ୟବହାର କରିବା ପୂର୍ବରୁ, ସମସ୍ତ କଂକ୍ରିଟ୍, ମୋର୍ଟାର୍ ଏବଂ ପ୍ଲାଷ୍ଟର କାମରେ ଡବ୍ଲ୍ୟୁପି+୨୦୦ ଇଣ୍ଟିଗ୍ରାଲ ୱାଟରପ୍ରୁଫିଙ୍ଗ୍ ଲିକ୍ୱିଡ୍ ବ୍ୟବହାର କରିବା ସୁପାରିସଯୋଗ୍ୟ ଅଟେ ।


ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

ଛାତ, ବାହ୍ୟ କାନ୍ଥ, ଚଟାଣ ଏବଂ ଏପରିକି ଫାଉଣ୍ଡେସନ୍ ମଧ୍ୟ ଦେଇ ଆର୍ଦ୍ରତା ଆପଣଙ୍କ ଘର ମଧ୍ୟକୁ ପ୍ରବେଶ କରିପାରେ । ତେଣୁ, ନିଜ ଘରର ସୁଦୃଢ଼ତାକୁ ଆର୍ଦ୍ରତାରୁ ସୁରକ୍ଷିତ ରଖିବା ପାଇଁ ନିଜର ସମଗ୍ର ଘରକୁ ଅଲ୍‌‌ଟ୍ରାଟେକ୍ ୱେଦର୍ ପ୍ଲସ୍ ସହିତ ନିର୍ମାଣ କରନ୍ତୁ । ଅଲ୍‌‌ଟ୍ରାଟେକ୍ ୱେଦର୍ ପ୍ଲସ୍ ପାଣିକୁ ବିକର୍ଷିତ କରିଥାଏ ଏବଂ ଆର୍ଦ୍ରତାକୁ ଘର ମଧ୍ୟକୁ ପ୍ରବେଶ କରିବାରୁ ଉତ୍ତମ ସୁରକ୍ଷା ଦେଇଥାଏ ।

ଆପଣଙ୍କ ଘରର ଢାଞ୍ଚା ମଧ୍ୟକୁ ପ୍ରବେଶ କରୁଥିବା ଅବାଞ୍ଛିତ ଜଳସିକ୍ତତାକୁ ଆର୍ଦ୍ରତା ବା ଡାମ୍ପନେସ୍ କୁହାଯାଏ । ଆର୍ଦ୍ରତା ଆପଣଙ୍କ ଘରର ସୁଦୃଢ଼ତାର ସବୁଠାରୁ ବଡ଼ ଶତ୍ରୁ ଅଟେ । ଆର୍ଦ୍ରତା ଆପଣଙ୍କ ଘର ମଧ୍ୟକୁ ଥରେ ପ୍ରବେଶ କରିଗଲେ, ତାହା ଦ୍ରୁତ ଗତିରେ ବ୍ୟାପିଥାଏ ଏବଂ ଆପଣଙ୍କ ଘରର ଢାଞ୍ଚାକୁ ଭିତରୁ ଫମ୍ପା ଓ ଦୁର୍ବଳ କରିବା ଆରମ୍ଭ କରିଦେଇଥାଏ । ଆର୍ଦ୍ରତା ଆପଣଙ୍କ ଘରର ଜୀବନକାଳକୁ ହ୍ରାସ କରିଥାଏ ଏବଂ ଚୂଡ଼ାନ୍ତ ରୂପେ ଜଳ କ୍ଷରଣ ସମସ୍ୟାରେ ପରିଣତ ହୁଏ ।

ଆର୍ଦ୍ରତା ଆପଣଙ୍କ ଘରର ଯେକୌଣସି ଅଂଶରୁ ପ୍ରବେଶ କରିପାରେ । ତାହା ଛାତ ଓ କାନ୍ଥ ମଧ୍ୟ ଦେଇ ପ୍ରବେଶ କରିପାରେ, ଏବଂ ଦ୍ରୁତଗତିରେ ସାରା ଘର ମଧ୍ୟରେ ବ୍ୟାପିଯାଇପାରେ । ଏପରିକି ଏହା ଆପଣଙ୍କ ଘରର ଫାଉଣ୍ଡେସନ୍ ମଧ୍ୟ ଦେଇ ମଧ୍ୟ ପ୍ରବେଶ କରିପାରେ, ଏବଂ ତା’ପରେ କାନ୍ଥ ମାଧ୍ୟମରେ ବ୍ୟାପିଯାଇପାରେ ।

ଆର୍ଦ୍ରତା ଷ୍ଟିଲ୍‌‌‌କୁ କ୍ଷତିଗ୍ରସ୍ତ କରିଥାଏ ଏବଂ ଆର୍‌ସିସିରେ ଫାଟ ସୃଷ୍ଟି କରିଥାଏ, ଯାହା ଫଳରେ ଢାଞ୍ଚାର ସୁଦୃଢ଼ତା ହ୍ରାସିତ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ଘରର ଢାଞ୍ଚା ଭିତରୁ ଫମ୍ପା ଏବଂ ଦୁର୍ବଳ ହୋଇଯାଏ ଓ ଘରର ସ୍ଥାୟିତ୍ୱ ପ୍ରଭାବିତ ହୁଏ । ଦୁର୍ଭାଗ୍ୟବଶତଃ, ଯେତେବେଳେ ଆର୍ଦ୍ରତା ଆଖିକୁ ଦୃଶ୍ୟମାନ ହୁଏ, ସେତେବେଳକୁ ତାହା କ୍ଷୟକ୍ଷତି କରିସାରିଥାଏ!

ଆର୍ଦ୍ରତା ଏକ ଦୁଃସାଧ୍ୟ ରୋଗ ଭଳି ଅଟେ, ଯାହା ଆପଣଙ୍କ ଘରକୁ ଭିତରୁ ଫମ୍ପା ଏବଂ ଦୁର୍ବଳ କରିଦେଇଥାଏ । ଆର୍ଦ୍ରତା ଥରେ ପ୍ରବେଶ କରିଗଲେ, ସେଥିରୁ ମୁକ୍ତି ପାଇବା ଅସମ୍ଭବ ହୋଇଯାଏ । ୱାଟରପ୍ରୁଫିଙ୍ଗ୍‌‌ କୋଟ୍‌‌, ରଙ୍ଗ କିମ୍ବା ଡିଷ୍ଟେମ୍ପର୍‌‌ର ପତଳା ଆସ୍ତରଣ ଖୁବ୍ ଶୀଘ୍ର ଛାଲ ଭଳି ଉତୁରିଯାଇଥାଏ ଏବଂ ତାହା ଆର୍ଦ୍ରତା ବିରୁଦ୍ଧରେ ଦୀର୍ଘ-ମିଆଦୀ ସୁରକ୍ଷା ଯୋଗାଇ ନ ଥାଏ । ପୁନଃପ୍ଲାଷ୍ଟରିଂ ଏବଂ ପୁନଃ ରଙ୍ଗକରଣ ମହଙ୍ଗା ଓ ଅସୁବିଧାଜନକ ହେବା ସତ୍ତ୍ୱେ ତାହା ଆପଣଙ୍କୁ କେବଳ ଅସ୍ଥାୟୀ ଉପଶମ ପ୍ରଦାନ କରିଥାଏ । ତେଣୁ, ନିଜ ଘରର ସୁଦୃଢ଼ତାକୁ ଆର୍ଦ୍ରତାରୁ ସୁରକ୍ଷିତ ରଖିବା ପାଇଁ ପ୍ରତିରୋଧାତ୍ମକ ବା ନିବାରଣମୂଳକ ସମାଧାନ ବ୍ୟବହାର କରିବା ବିଜ୍ଞତାର ପରିଚୟ ଅଟେ ।


ଜଳପ୍ରବାହ ବ୍ରୋସର |

ଆବେଦନ ଗାଇଡ୍ |

ଆମର ଷ୍ଟୋର ଲୋକେଟର୍ |




ଅଲ୍ଟ୍ରାଟେକ୍ ହୋମ୍ ଏକ୍ସପର୍ଟ ଷ୍ଟୋର |

ଆପଣ WP + 200, ୱାଟରପ୍ରୁଫିଂ ତରଳ ଆପଣଙ୍କ ନିକଟରୁ କିଣି ପାରିବେ |
ଅଲ୍ଟ୍ରାଟେକ୍ ହୋମ୍ ଏକ୍ସପର୍ଟ ଷ୍ଟୋର |



Loading....