ଆପଣଙ୍କ ଘର ଆପଣଙ୍କ ପରିବାର ପାଇଁ କେବଳ ଏକ ଆଶ୍ରୟସ୍ଥଳୀ ନୁହେଁ, ଏହା ତା’ଠାରୁ କାହିଁ କେତେ ଅଧିକ । ଏହା ଆପଣଙ୍କର ଏକ ସୁରକ୍ଷିତ ଠିକଣା ଅଟେ । ଏହା ଆପଣଙ୍କୁ ଆରାମ ଯୋଗାଇବା ସହିତ ଆପଣଙ୍କୁ ଖରା, ବର୍ଷା ଓ ଶୀତରୁ ନିରାପତ୍ତା ପ୍ରଦାନ କରିଥାଏ । ଏହି କାରଣ ପାଇଁ, ଆପଣ ଏପରି ଏକ ଘର ତିଆରି କରିବା ପାଇଁ ଅନେକ ସମୟ, ଟଙ୍କା ଓ ଶକ୍ତି ଖର୍ଚ୍ଚ କରନ୍ତି, ଯାହା ଭବିଷ୍ୟତ ପିଢ଼ି ପାଇଁ ବଜାୟ ରହିବ ।
ଆର୍ଦ୍ରତା ବା ଡ୍ୟାମ୍ପନେସ୍ ଘଟିବା ପାଇଁ କୌଣସି ଗୋଟିଏ କାରଣକୁ ଦାୟୀ କରାଯାଇପାରିବ ନାହିଁ, କିନ୍ତୁ ସାବଧାନତାରେ ସାମାନ୍ୟ ଅବହେଳା ଏହାର କାରଣ ସାଜିପାରେ ଏବଂ ଆପଣଙ୍କ ଢାଞ୍ଚାର ସୁଦୃଢ଼ତା ପ୍ରତି ଗମ୍ଭୀର ବିପଦ ସୃଷ୍ଟି କରିପାରେ । ଆର୍ଦ୍ରତାର ପ୍ରମୁଖ କାରଣଗୁଡ଼ିକ ହେଲା:
ଛାତର ଅନୁପଯୁକ୍ତ ଗଡ଼ାଣି କିମ୍ବା ଅବରୋଧିତ ବର୍ଷାଜଳ ନିଷ୍କାସନ ପାଇପ୍ କାରଣରୁ ଛାତ ସ୍ଲାବ୍ ଗୁଡ଼ିକରେ ପାଣି ଜମିଲେ ସ୍ଲାବ୍ ଲିକ୍ ଘଟିଥାଏ । ନିମ୍ନ ମାନର କଂକ୍ରିଟ୍ ଏହି ସମସ୍ୟାକୁ ଆହୁରି ସଙ୍ଗିନ କରିଥାଏ । ସମୟ ସହିତ, ଜମାଟ ବାନ୍ଧୁଥିବା ଏହି ପାଣି କଂକ୍ରିଟ୍ ମଧ୍ୟରେ ଭେଦିବାକୁ ଲାଗେ, ଓ ତାହା ମଧ୍ୟରେ ଥିବା ଷ୍ଟିଲ୍ କୁ କ୍ଷତିଗ୍ରସ୍ତ କରିବାକୁ ଲାଗେ ଓ ଧୀରେ ଧୀରେ ଆର୍ଦ୍ରତା ଭିତର ପର୍ଯ୍ୟନ୍ତ ପହଞ୍ଚିଯାଏ । ଏହାଫଳରେ, କଂକ୍ରିଟ୍ ର ବିଘଟନ ବା ସେଥିରେ ଫାଟ ସୃଷ୍ଟି ହେବାକୁ ଲାଗିଥାଏ । ଏହି ସମସ୍ୟାକୁ ଏଡ଼ାଇବା ପାଇଁ ସ୍ଲାବ୍ କାଷ୍ଟିଂ ବା ଛାତ ଢଳେଇ ସମୟରେ ବିଶେଷ ଯତ୍ନ ନିଆଯିବା ଆବଶ୍ୟକ ଏବଂ ବର୍ଷାଜଳ ନିଷ୍କାସନ ପାଇପ୍ ଯୋଗେ ପାଣିର ଉପଯୁକ୍ତ ପ୍ରବାହକୁ ସୁବିଧାଜନକ କରିବା ପାଇଁ ପର୍ଯ୍ୟାପ୍ତ ଗଡ଼ାଣିକୁ ସୁନିଶ୍ଚିତ କରାଯିବା ଆବଶ୍ୟକ । ସ୍ଲାବ୍ ଲିକ୍ ଯେକୌଣସି ଘରେ ଦେଖାଦେଇପାରେ, ଏହି କାରଣରୁ ନିଜ ଘରକୁ ଜଳନିରୋଧୀ (ୱାଟର ରେଜିଷ୍ଟାଣ୍ଟ) କରିବା ଅତ୍ୟନ୍ତ ଜରୁରୀ ଅଟେ ।
ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜ ଘରକୁ ଜଳ କ୍ଷରଣରୁ ରକ୍ଷା କରିବାର ସବୁଠାରୁ ଉତ୍ତମ ଉପାୟ ହେଉଛି ୱାଟରପ୍ରୁଫିଂ । କଂକ୍ରିଟ୍ ୱାଟରପ୍ରୁଫିଂରେ କଂକ୍ରିଟ୍ କୁ ୱାଟରପ୍ରୁଫିଂ ସାମଗ୍ରୀରେ କୋଟ୍ କରାଯାଏ ଯାହା ପାଣି ଓ ଆର୍ଦ୍ରତାକୁ କାନ୍ଥ, ଛାତ, ଚଟାଣ ଇତ୍ୟାଦିରେ ଭେଦିବାରୁ ପ୍ରତିରୋଧ କରିଥାଏ । ୱାଟରପ୍ରୁଫିଂ କାହିଁକି ଗୁରୁତ୍ୱପୂର୍ଣ୍ଣ ଏହା ବୁଝିବା ପାଇଁ, ଆସନ୍ତୁ ନଜର ପକାଇବା ଯେ ଜଳ ଭେଦିବା ବାସ୍ତବରେ ଅବାଞ୍ଚିତ କାହିଁକି:
ଘର ନିର୍ମାଣ ଉପରେ ଏପରି ଅଧିକ ଟିପ୍ସ ପାଇଁ, ଅଲଟ୍ରାଟେକ୍ ସିମେଣ୍ଟର #ବାଟଗାର୍କି | ସହିତ ଯୋଡ଼ି ହୋଇ ରୁହନ୍ତୁ ।
ତୁମର ପ୍ରଶ୍ନର ଉତ୍ତର ପାଅ |