ଆପଣଙ୍କ ଘରର ନିର୍ମାଣରେ ଅନେକ ଲୋକ ସଂଶ୍ଳିଷ୍ଟ ଥାଆନ୍ତି । ମାଲିକ - ଆପଣ ଓ ଆପଣଙ୍କ ପରିବାର, ଆର୍କିଟେକ୍ଟ - ଯିଏ ଆପଣଙ୍କ ଘରର ଡିଜାଇନ୍ ତିଆରି କରନ୍ତି, ଶ୍ରମିକ ଓ ରାଜମିସ୍ତ୍ରୀ - ଯେଉଁମାନେ ଆପଣଙ୍କ ଘର ନିର୍ମାଣ କରନ୍ତି, ଏବଂ ଠିକାଦାର - ଯିଏ ସମସ୍ତ ନିର୍ମାଣ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରନ୍ତି ଓ ସମନ୍ୱୟ ରକ୍ଷା କରନ୍ତି । ଆପଣଙ୍କ ଘରର ନିର୍ମାଣ ପ୍ରକ୍ରିୟାରେ ଏମାନେ ସମସ୍ତେ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ବେଳେ, ଠିକାଦାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ କାରଣ ସେ ଘରର ନିର୍ମାଣ ପ୍ରକ୍ରିୟାକୁ ସମୟୋଚିତ ଢଙ୍ଗରେ ଓ ବଜେଟ ମଧ୍ୟରେ ସମାପ୍ତ କରିବା ସୁନିଶ୍ଚିତ କରିଥାନ୍ତି ।
ଆପଣଙ୍କ କଳ୍ପନାର ଘରକୁ ବାସ୍ତବ ରୂପ ଦେବା ପାଇଁ, ଆପଣ ଏକ ଯୋଜନା ବା ପ୍ଲାନ୍ ଆବଶ୍ୟକ କରନ୍ତି । ଠିକାଦାର ଆପଣଙ୍କୁ ନିର୍ମାଣ ପର୍ଯ୍ୟାୟ ନିମନ୍ତେ ପ୍ରସ୍ତୁତ ହେବା ପାଇଁ ଏକ ପ୍ଲାନ୍, ଏକ ସମୟରେଖା ଓ ଏକ ବଜେଟ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାନ୍ତି ।
ପ୍ଲାନ୍ ବା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ, ଠିକାଦାର ଜଣେ ପ୍ରବନ୍ଧକ ବା ମ୍ୟାନେଜରଙ୍କ ଭୂମିକା ଗ୍ରହଣ କରନ୍ତି । ନିର୍ମାଣ ସାମଗ୍ରୀର କ୍ରୟରୁ ଆରମ୍ଭ କରି ରାଜମିସ୍ତ୍ରୀ ଓ ଶ୍ରମିକଙ୍କୁ ନିୟୋଜିତ କରିବା, ଆପଣଙ୍କ ଘରର ନିର୍ମାଣ ସମୟରେ ସମସ୍ତ ପ୍ରାକ୍-ସତର୍କତାର ଅବଲମ୍ବନକୁ ସୁନିଶ୍ଚିତ କରିବା କାର୍ଯ୍ୟ ସେ କରିଥାନ୍ତି ।
ଯଦିଓ ରାଜମିସ୍ତ୍ରୀ ଓ ଶ୍ରମିକମାନେ ପ୍ରତ୍ୟେକ ଇଟା ଓ ଟାଇଲ୍ ବିଛାନ୍ତି, ହେଲେ ଠିକାଦାରଙ୍କ ମାର୍ଗଦର୍ଶନ ହିଁ ଆପଣଙ୍କ ଘରକୁ ଆକାର ମିଳିଥାଏ । ସାଇଟ୍ ରେ ଚାଲୁ ରହିଥିବା କାମ ସମ୍ପର୍କରେ ଠିକାଦାରଙ୍କ ତାଳମେଳ ରହିବା ଏବଂ ସେଠାରେ ଘଟିଥିବା ସମସ୍ତ ଛୋଟ ଛୋଟ ପରିବର୍ତ୍ତନ ଓ ବିକାଶ ସମ୍ପର୍କରେ ସେ ସଚେତନ ରହିବା ଆବଶ୍ୟକ ।
ଘର ନିର୍ମାଣ ବିଷୟରେ ହୁଏତ ଆପଣ ସବୁକିଛି ଜାଣି ନ ଥିବେ । ବିଶେଷ କରି ଏ ସମ୍ବନ୍ଧୀୟ ଆଇନ ଓ ଅନ୍ୟାନ୍ୟ ନିୟାମକଗୁଡ଼ିକ ସମ୍ପର୍କରେ । ଏଥିପାଇଁ, ଠିକାଦାର ହିଁ ଏପରି ଜଣେ ବ୍ୟକ୍ତି ଅଟନ୍ତି, ଯିଏ ପ୍ରକଳ୍ପ ଆରମ୍ଭ ପୂର୍ବରୁ ଆବଶ୍ୟକ ହେଉଥିବା ସମସ୍ତ ପରମିଟ୍ ଓ ଲାଇସେନ୍ସ ସମ୍ବନ୍ଧୀୟ ଟିକିନିଖି ସୂଚନା ପାଇବାରେ ଆପଣଙ୍କୁ ସହାୟତା କରିପାରିବେ ।
ଘର ନିର୍ମାଣ ଉପରେ ଏପରି ଅଧିକ ଟିପ୍ସ ପାଇଁ, ଅଲଟ୍ରାଟେକ୍ ସିମେଣ୍ଟର #ବାଟଗାର୍କି | ସହ ଯୋଡ଼ି ହୋଇ ରୁହନ୍ତୁ
ତୁମର ପ୍ରଶ୍ନର ଉତ୍ତର ପାଅ |