ପେଣ୍ଟିଂ ପରେ ସର୍ବୋତ୍ତମ ଫଳାଫଳ ପାଇବା ପାଇଁ ଏହିସବୁ ଟିପ୍‌ସ ବ୍ୟବହାର କରନ୍ତୁ

ଅଗଷ୍ଟ 25, 2020

ଘର ନିର୍ମାଣର ଚୂଡ଼ାନ୍ତ ପର୍ଯ୍ୟାୟରେ କରାଯାଉଥିବା ଆଉ ଏକ କାମ ହେଉଛି ପେଣ୍ଟିଂ ବା ରଙ୍ଗକରଣ ପର୍ଯ୍ୟାୟ । ଆପଣ ବାଛିଥିବା ରଙ୍ଗ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ଓ ସୌମ୍ୟତାକୁ ପ୍ରକାଶ୍ୟକୁ ଆଣିଥାଏ । ରଙ୍ଗକୁ ବଦଳାଯାଇପାରିବ ଓ ପୁଣିଥରେ ରଙ୍ଗ କରାଯାଇପାରିବ, କିନ୍ତୁ ଏଥିପାଇଁ ସମୟ ଓ ଟଙ୍କା ଆବଶ୍ୟକ ହୋଇଥାଏ; ତେଣୁ ପ୍ରଥମରୁ ହିଁ ଠିକ୍ ଚୟନ ବିଜ୍ଞତାର ପରିଚାୟକ ହୋଇଥାଏ ।

ପେଣ୍ଟି ପ୍ରକ୍ରିୟା ପୂର୍ବରୁ ଓ ସମୟରେ ଆପଣଙ୍କୁ ଏହିସବୁ କଥାଗୁଡ଼ିକୁ ମନେରଖିବାକୁ ହେବ ।

  • ରଙ୍ଗ ଚୟନ କରିବା ପୂର୍ବରୁ, ନିଜ ଘରର ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ କାନ୍ଥଗୁଡ଼ିକୁ ବିଚାରକୁ ନିଅନ୍ତୁ ।
  • ଧ୍ୟାନରେ ରଖନ୍ତୁ ଯେ ବଡ଼ ପରିମାଣରେ ରଙ୍ଗ ଓ ରଙ୍ଗକରଣ ସାମଗ୍ରୀର କ୍ରୟ ଅଧିକ ଖର୍ଚ୍ଚ ସାଶ୍ରୟୀ ହୋଇଥାଏ । ଆପଣଙ୍କ ଘର ପାଇଁ କେତେ ପରିମାଣର ରଙ୍ଗ ଆବଶ୍ୟକ ହେବ, ଏ ସମ୍ପର୍କରେ ନିଜର ଠିକାଦାର ସହିତ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ ।
  • ରଙ୍ଗ କାର୍ଯ୍ୟ ବା ପେଣ୍ଟିଂ ଆରମ୍ଭ କରିବା ପୂର୍ବରୁ କାନ୍ଥଗୁଡ଼ିକୁ ଯାଞ୍ଚ କରିନିଅନ୍ତୁ, ସେଥିରେ ଫାଟ କିମ୍ବା ଫାଙ୍କ ଅଛି କି ନାହିଁ ଦେଖିନିଅନ୍ତୁ । ଯଦି ଥାଏ, ତେବେ ଫିଲର୍ ସାମଗ୍ରୀ ବ୍ୟବହାର କରି ତାହାକୁ ଭରିଦିଅନ୍ତୁ ଓ ବାଲିକାଗଜରେ ପୃଷ୍ଠଭାଗକୁ ସଫା କରନ୍ତୁ ।
  • ଆଭ୍ୟନ୍ତରୀଣ କାନ୍ଥ ପାଇଁ ୱାଶେବଲ୍ ବା ଧୋଇବାଯୋଗ୍ୟ ରଙ୍ଗ ବ୍ୟବହାର କରିବା ଭଲ । ଏହାଦ୍ୱାରା ବାରମ୍ବାର ରଙ୍ଗ କରିବା ପାଇଁ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ି ନ ଥାଏ ।
  • ଶେଷରେ, ଯଦି ନିଜ ଘରକୁ ଆପଣ ପ୍ରକୃତରେ ସର୍ବୋତ୍ତମ ରୂପସଜ୍ଜା ଦେବାକୁ ଚାହୁଁଥାନ୍ତି, ତେବେ ଜଣେ ଇଣ୍ଟେରିୟର୍ ଡିଜାଇନରଙ୍କ ସହିତ ପରାମର୍ଶ କରନ୍ତୁ ।

ଏହି ପ୍ରସ୍ତାବଗୁଡ଼ିକୁ ଅନୁସରଣ କରନ୍ତୁ ଏବଂ ଆପଣଙ୍କର ପେଣ୍ଟିଂ ପ୍ରକ୍ରିୟା ସ୍ମୁଥ୍ ହେବା ସହିତ ଆପଣଙ୍କ ଘର ପାଇବ ଏକ ବଢ଼ିଆ ଫିନିଶ୍ ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ