ଛାତ ଆପଣଙ୍କ ଘରର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଅଟେ, ଯାହା ଏହାକୁ ବାହ୍ୟ ପବନ, ପାଣି ଓ ଖରାରୁ ରକ୍ଷା କରିଥାଏ । ତେଣୁ ଏହିସବୁ ପରିବେଶୀୟ ପ୍ରଭାବକୁ ସହନ କରିପାରି ତିଷ୍ଠି ରହିବାର ସାମର୍ଥ୍ୟ ରଖୁଥିବା ଛାତ ତିଆରି କରିବା ଅତ୍ୟନ୍ତ ଜରୁରୀ ଅଟେ । ଅନେକ ପ୍ରକାରର ଛାତ ଅଛି, ହେଲେ ଆମ ଦେଶରେ ସାଧାରଣତଃ ଆରସିସି ରୁଫିଂ ବ୍ୟବହୃତ ହୋଇଥାଏ । ଏହି ପ୍ରକାର ଛାତର ନିର୍ମାଣ ପ୍ରକ୍ରିୟାରେ ନିମ୍ନଲିଖିତ ସୋପାନଗୁଡ଼ିକ ସଂଶ୍ଳିଷ୍ଟ ହୋଇଥାଏ ।
କଲମ୍, ବିମ୍ ଏବଂ କାନ୍ଥର ନିର୍ମାଣ ସହିତ କାମ ଆରମ୍ଭ କରନ୍ତୁ ।
ତା’ପରେ ଛାତ ପାଇଁ ଶଟରିଂ କାମ କରନ୍ତୁ, ଯାହା କାଠ କିମ୍ବା ଷ୍ଟିଲ୍ ନିର୍ମିତ ହୋଇଥାଏ । ସ୍ଲାବର ଓଜନରେ ତାହା ଯେପରି ଧସି ନ ଯାଏ ତାହା ସୁନିଶ୍ଚିତ କରିବା ପାଇଁ, ଭାର ଦେବା ନିମନ୍ତେ ବାଉଁଶ କିମ୍ବା ସ୍କାଫୋଲଡିଂ ବ୍ଲକ୍ ବ୍ୟବହାର କରନ୍ତୁ ।
ସ୍ଲାବ୍ ଉପରେ ଷ୍ଟିଲ୍ ଛଡ଼ର ଏକ ଜାଲି ରଖନ୍ତୁ । ସାଇଡ୍ ଗୁଡ଼ିକରେ ବକ୍ର ଛଡ଼ ରହିବା ଉଚିତ୍ । ଷ୍ଟିଲ୍ ଛଡ଼ଗୁଡ଼ିକ ତଳେ କଭର୍ ବ୍ଲକ୍ ରଖାଯାଇଥାଏ, ଯାହା ଛଡ଼ଗୁଡ଼ିକର ପୋଜିସନକୁ ଫିକ୍ସ କରିଥାଏ ।
ତା’ପରେ ସିମେଣ୍ଟ, ବାଲି ଓ ଗୋଡ଼ି ତଥା ୱେଦର୍ ପ୍ରୋ ଭଳି ଏକ ୱାଟରପ୍ରୁଫିଙ୍ଗ୍ କମ୍ପାଉଣ୍ଡ ସାହାଯ୍ୟରେ ଏକ କଂକ୍ରିଟ୍ ମିକ୍ସ ତିଆରି କରନ୍ତୁ ।
କଂକ୍ରିଟ୍ ଢାଳନ୍ତୁ ଏବଂ ତାହାକୁ ଭଲଭାବେ ଲେଭଲ୍ କରନ୍ତୁ, ତାହା ଉଚିତ୍ ରୂପେ କମ୍ପାକ୍ଟ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଓ ତା’ପରେ ଫିନିଶିଂ କାମ ଆରମ୍ଭ କରନ୍ତୁ ।
ସ୍ଲାବ୍ କୁ କିଓର୍ କରିବା ପାଇଁ ଛୋଟ ଛୋଟ ପୋଖରୀ ତିଆରି କରନ୍ତୁ । କିଓରିଂ ପ୍ରକ୍ରିୟା ୨-୩ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବା ଉଚିତ୍ । ସ୍ଲାବ୍ ରେ ଦୃଢ଼ତା ଆସିବା ପରେ, ଆପଣ ଯତ୍ନର ସହିତ ଶଟରିଂକୁ କାଢ଼ିପାରିବେ ।
ଗୃହ ନିର୍ମାଣ ଉପରେ ଏଭଳି ଅଧିକ ଟିପ୍ସ ପାଇଁ, ଦେଖନ୍ତୁ #ବାତ୍ ଘର କି... ଅଲଟ୍ରାଟେକ୍ ତରଫରୁ
ତୁମର ପ୍ରଶ୍ନର ଉତ୍ତର ପାଅ |