ନିଜ ଘରର ନିର୍ମାଣ ପାଇଁ ଜଣେ ଠିକାଦାରଙ୍କୁ ନିଯୁକ୍ତ କରିବାର ଆବଶ୍ୟକତା କାହିଁକି ରହିଥାଏ

ଆପଣଙ୍କ ଘରର ନିର୍ମାଣରେ ଅନେକ ଲୋକ ସଂଶ୍ଳିଷ୍ଟ ଥାଆନ୍ତି । ମାଲିକ - ଆପଣ ଓ ଆପଣଙ୍କ ପରିବାର, ଆର୍କିଟେକ୍ଟ - ଯିଏ ଆପଣଙ୍କ ଘରର ଡିଜାଇନ୍ ତିଆରି କରନ୍ତି, ଶ୍ରମିକ ଓ ରାଜମିସ୍ତ୍ରୀ - ଯେଉଁମାନେ ଆପଣଙ୍କ ଘର ନିର୍ମାଣ କରନ୍ତି, ଏବଂ ଠିକାଦାର - ଯିଏ ସମସ୍ତ ନିର୍ମାଣ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରନ୍ତି ଓ ସମନ୍ୱୟ ରକ୍ଷା କରନ୍ତି । ଆପଣଙ୍କ ଘରର ନିର୍ମାଣ ପ୍ରକ୍ରିୟାରେ ଏମାନେ ସମସ୍ତେ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ବେଳେ, ଠିକାଦାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ କାରଣ ସେ ଘରର ନିର୍ମାଣ ପ୍ରକ୍ରିୟାକୁ ସମୟୋଚିତ ଢଙ୍ଗରେ ଓ ବଜେଟ ମଧ୍ୟରେ ସମାପ୍ତ କରିବା ସୁନିଶ୍ଚିତ କରିଥାନ୍ତି ।

ଠିକାଦାରଙ୍କ ଭୂମିକା:
 
ସରଳ ଭାଷାରେ କହିଲେ, ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟର ହେଉଛି ଜଣେ ସିଭିଲ ଇଞ୍ଜିନିୟର, ଯିଏ ଆପଣଙ୍କ ଘରର ସଂରଚନାତ୍ମକ ଅଖଣ୍ଡତାକୁ ଆକଳନ କରିବାରେ ନିପୁଣ ହୋଇଥାନ୍ତି । ସେ ଫାଉଣ୍ଡେଶନ୍ ର ସୁଦୃଢ଼ତା, କାନ୍ଥଗୁଡ଼ିକର ସ୍ଥିରତା ଓ ଭାର-ବହନ କ୍ଷମତା, ଏବଂ ବ୍ୟବହୃତ ନିର୍ମାଣ ସାମଗ୍ରୀ: ସିମେଣ୍ଟ, ଷ୍ଟିଲ୍, ଗୋଡ଼ି ଇତ୍ୟାଦିର ଗୁଣମାନ ଭଳି ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ବିଶ୍ଳେଷଣ କରିଥାନ୍ତି ।
1

ପ୍ଲାନିଂ

 

ଆପଣଙ୍କ କଳ୍ପନାର ଘରକୁ ବାସ୍ତବ ରୂପ ଦେବା ପାଇଁ, ଆପଣ ଏକ ଯୋଜନା ବା ପ୍ଲାନ୍ ଆବଶ୍ୟକ କରନ୍ତି । ଠିକାଦାର ଆପଣଙ୍କୁ ନିର୍ମାଣ ପର୍ଯ୍ୟାୟ ନିମନ୍ତେ ପ୍ରସ୍ତୁତ ହେବା ପାଇଁ ଏକ ପ୍ଲାନ୍, ଏକ ସମୟରେଖା ଓ ଏକ ବଜେଟ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାନ୍ତି ।

2

ପ୍ରକଳ୍ପ ପ୍ରବନ୍ଧନ

 

ପ୍ଲାନ୍ ବା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ, ଠିକାଦାର ଜଣେ ପ୍ରବନ୍ଧକ ବା ମ୍ୟାନେଜରଙ୍କ ଭୂମିକା ଗ୍ରହଣ କରନ୍ତି । ନିର୍ମାଣ ସାମଗ୍ରୀର କ୍ରୟରୁ ଆରମ୍ଭ କରି ରାଜମିସ୍ତ୍ରୀ ଓ ଶ୍ରମିକଙ୍କୁ ନିୟୋଜିତ କରିବା, ଆପଣଙ୍କ ଘରର ନିର୍ମାଣ ସମୟରେ ସମସ୍ତ ପ୍ରାକ୍-ସତର୍କତାର ଅବଲମ୍ବନକୁ ସୁନିଶ୍ଚିତ କରିବା କାର୍ଯ୍ୟ ସେ କରିଥାନ୍ତି ।

3

ପ୍ରକଳ୍ପର ତତ୍ତ୍ୱାବଧାନ

 

ଯଦିଓ ରାଜମିସ୍ତ୍ରୀ ଓ ଶ୍ରମିକମାନେ ପ୍ରତ୍ୟେକ ଇଟା ଓ ଟାଇଲ୍ ବିଛାନ୍ତି, ହେଲେ ଠିକାଦାରଙ୍କ ମାର୍ଗଦର୍ଶନ ହିଁ ଆପଣଙ୍କ ଘରକୁ ଆକାର ମିଳିଥାଏ । ସାଇଟ୍ ରେ ଚାଲୁ ରହିଥିବା କାମ ସମ୍ପର୍କରେ ଠିକାଦାରଙ୍କ ତାଳମେଳ ରହିବା ଏବଂ ସେଠାରେ ଘଟିଥିବା ସମସ୍ତ ଛୋଟ ଛୋଟ ପରିବର୍ତ୍ତନ ଓ ବିକାଶ ସମ୍ପର୍କରେ ସେ ସଚେତନ ରହିବା ଆବଶ୍ୟକ ।

4

ଆଇନଗତ ଏବଂ ନିୟାମକ ଯାଞ୍ଚ

 

ଘର ନିର୍ମାଣ ବିଷୟରେ ହୁଏତ ଆପଣ ସବୁକିଛି ଜାଣି ନ ଥିବେ । ବିଶେଷ କରି ଏ ସମ୍ବନ୍ଧୀୟ ଆଇନ ଓ ଅନ୍ୟାନ୍ୟ ନିୟାମକଗୁଡ଼ିକ ସମ୍ପର୍କରେ । ଏଥିପାଇଁ, ଠିକାଦାର ହିଁ ଏପରି ଜଣେ ବ୍ୟକ୍ତି ଅଟନ୍ତି, ଯିଏ ପ୍ରକଳ୍ପ ଆରମ୍ଭ ପୂର୍ବରୁ ଆବଶ୍ୟକ ହେଉଥିବା ସମସ୍ତ ପରମିଟ୍ ଓ ଲାଇସେନ୍ସ ସମ୍ବନ୍ଧୀୟ ଟିକିନିଖି ସୂଚନା ପାଇବାରେ ଆପଣଙ୍କୁ ସହାୟତା କରିପାରିବେ ।

ଶେଷରେ, ଏକ ସୁଗମ ଘର-ନିର୍ମାଣ ପ୍ରକ୍ରିୟାକୁ ସୁନିଶ୍ଚିତ କରିବାରେ ଆପଣଙ୍କର ବିଲଡିଂ ଠିକାଦାର ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି । ତେଣୁ, ନିଜ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଏପରି ଜଣେ ସଠିକ୍ ଠିକାଦାରଙ୍କୁ ଚୟନ କରନ୍ତୁ ଯାହାଙ୍କ ନିକଟରେ ପର୍ଯ୍ୟାପ୍ତ ଅଭିଜ୍ଞତା, ସମସ୍ୟା ସମାଧାନର ସାମର୍ଥ୍ୟ ରହିଥିବ ଏବଂ ସର୍ବୋପରି ଯାହାଙ୍କ ଉପରେ ଆପଣ ନିଜର ଘର-ନିର୍ମାଣ ଯାତ୍ରା ପାଇଁ ପ୍ରକୃତରେ ଭରସା କରିପାରିବେ ।

ଘର ନିର୍ମାଣ ଉପରେ ଏପରି ଅଧିକ ଟିପ୍‌ସ ପାଇଁ, ଅଲଟ୍ରାଟେକ୍ ସିମେଣ୍ଟର #ବାଟଗାର୍କି | ସହ ଯୋଡ଼ି ହୋଇ ରୁହନ୍ତୁ

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ