ଯେବେ ଆପଣଙ୍କ ଘର ନିର୍ମାଣର କଥା ଆସେ, ତେବେ ପ୍ଲାନିଂରୁ ଆରମ୍ଭ କରି ଫିନିଶିଂ ପର୍ଯ୍ୟନ୍ତ ଅନେକ କିଛି ଚିନ୍ତା କରିବାକୁ ପଡ଼ିଥାଏ । କିନ୍ତୁ ଯେବେ ଆପଣ ନିର୍ମାଣ ପ୍ରକ୍ରିୟାକୁ ନେଇ ଆଗକୁ ବଢ଼ନ୍ତି, ତେବେ ସୁରକ୍ଷା ଏପରି ଏକ ପ୍ରସଙ୍ଗ ଅଟେ, ଯାହାକୁ ନେଇ ଆପଣ ଆଦୌ କୌଣସି ବୁଝାମଣା କରିପାରିବେ ନାହିଁ । ତାହା ଢାଞ୍ଚା ବା ସଂରଚନାର ସୁରକ୍ଷା ହେଉ କି ନିର୍ମାଣ ଟିମ୍, ସୁପରଭାଇଜର କିମ୍ବା ସାଇଟ୍ ରେ ଉପସ୍ଥିତ ଅନ୍ୟମାନଙ୍କ ସୁରକ୍ଷା ହେଉ। ଏମିତି ବି ନିର୍ମାଣ ସାଇଟ୍ ସ୍ୱାଭାବିକ ଭାବେ ଏକ ଉଚ୍ଚ ବିପଦଶଙ୍କୁଳ ପରିବେଶ ହୋଇଥାଏ, ଯେଉଁଠାରେ ଶ୍ରମିକମାନଙ୍କ ପ୍ରତି ବିଜୁଳି ବିପଦ, ନିର୍ମାଣ ମେଶିନାରୀ ବିପଦ ଏବଂ ଅନ୍ୟାନ୍ୟ ଦୁର୍ଘଟଣାର ବିପଦ ରହିଥାଏ । ଏଇଥିପାଇଁ, ଯେକୌଣସି ପ୍ରକାର ଦୁର୍ଘଟଣାକୁ ପ୍ରତିରୋଧ କରିବା ପାଇଁ ଏହା ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ଯେ ଆପଣଙ୍କ ନିର୍ମାଣ ଅବଧିରେ ନିର୍ମାଣ ସାଇଟ୍ ସୁରକ୍ଷିତ ଅଟେ ।
ଏହା ଯେକୌଣସି ନିର୍ମାଣ ସାଇଟ୍ ରେ ଶ୍ରମିକ, ସୁପରଭାଇଜର ଏବଂ ସ୍ୱୟଂ ଆପଣଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । କାମର ପ୍ରକାର ଆଧାରରେ ଶ୍ରମିକମାନେ ଉପଯୁକ୍ତ ସୁରକ୍ଷାମୂଳକ ଉପକରଣ ଯେପରି ସେଫଟି ହାର୍ନେସ୍, ସେଫଟି ଗଗଲ୍ସ, ମୁଣ୍ଡ ସୁରକ୍ଷା ଗିୟର୍ ଏବଂ ଖସିପଡ଼ିବାରୁ ସୁରକ୍ଷା ଆବଶ୍ୟକ କରିଥାନ୍ତି ।
ବିଦ୍ୟୁତ୍ ଦୁର୍ଘଟଣା ନିର୍ମାଣ ସାଇଟ୍ ଗୁଡ଼ିକରେ ଘଟୁଥିବା ମୃତ୍ୟୁର ପ୍ରମୁଖ କାରଣଗୁଡ଼ିକ ମଧ୍ୟରୁ ଅନ୍ୟତମ । ଉଚ୍ଚ ଶକ୍ତିସମ୍ପନ୍ନ ଉପକରଣ, ଜେନେରେଟର, ଟ୍ରାନ୍ସଫର୍ମର୍ ଏବଂ ଲମ୍ବା କେବୁଲ୍ ବିପଦର ସମ୍ଭାବନାକୁ ବୃଦ୍ଧି କରିଥାଏ ଏବଂ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏଗୁଡ଼ିକର ସୁପରିଚାଳନା କରାଯିବା ଜରୁରୀ ଅଟେ ।
ଓଭରହେଡ୍ ଏବଂ ଅଣ୍ଡରଗ୍ରାଉଣ୍ଡ ଟ୍ରାନ୍ସମିଶନ୍ ପାଇପ୍ ଗୁଡ଼ିକଠାରୁ ଏକ ସୁରକ୍ଷିତ ଦୂରତା ବଜାୟ ରଖାଯିବା ଆବଶ୍ୟକ ।
ସବୁ ଇଲେକ୍ଟ୍ରିକାଲ ଉତ୍ପାଦ ଏବଂ କେବୁଲ ଇନସୁଲେଟେଡ୍ ହେବା ଆବଶ୍ୟକ । କୌଣସି ଖୋଲା ତାର ଏଣେତେଣେ ପଡ଼ିରହିବା ଉଚିତ୍ ନୁହେଁ ।
ସମସ୍ତ ବିଜୁଳି ସଂଯୋଗକୁ ତିନି-ପଏଣ୍ଟ ଗ୍ରାଉଣ୍ଡିଂ ପ୍ଲଗ୍ ଉପଯୋଗ କରି ଗ୍ରାଉଣ୍ଡ କରାଯିବା ଆବଶ୍ୟକ
ଭୋଲଟେଜ୍ ହ୍ରାସ-ବୃଦ୍ଧି ଏବଂ ଓଭରଲୋଡିଂକୁ ଏଡ଼ାଇବା ପାଇଁ, ବିଶେଷ କରି ଏକାଧିକ ଏକ୍ସଟେନ୍ସନ୍ ବ୍ୟବହାର କରିବା ସମୟରେ, ବିଜୁଳିର ଉପଯୋଗକୁ ବିନିୟମିତ କରାଯିବା ଆବଶ୍ୟକ ।
ନିର୍ମାଣ ସାଇଟ୍ ପର୍ଯ୍ୟନ୍ତ ପହଞ୍ଚ ସୀମିତ ହେବା ଆବଶ୍ୟକ, ଏବଂ ଶ୍ରମିକ, ସାମଗ୍ରୀ ତଥା ମେଶିନାରୀର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ କେବଳ ଅଧିକୃତ ବ୍ୟକ୍ତିଙ୍କୁ ପ୍ରବେଶ କରିବାର ଅନୁମତି ଦିଆଯିବା ଆବଶ୍ୟକ । ନିର୍ମାଣ ସାଇଟ୍ ର ସମ୍ଭାବ୍ୟ ବିପଦରୁ ପଡ଼ୋଶୀ ଏବଂ ପଥଚାରୀଙ୍କ ସୁରକ୍ଷାକୁ ମଧ୍ୟ ଧ୍ୟାନରେ ରଖାଯିବା ତଥା ଉପଯୁକ୍ତ ସୁରକ୍ଷା ପଦକ୍ଷେପ ଲାଗୁ କରାଯିବା ଆବଶ୍ୟକ ।
ନିର୍ମାଣ ସାଇଟ୍ ରେ ସମସ୍ତ ସାମଗ୍ରୀ, ବିଶେଷକରି ରାସାୟନିକ ସାମଗ୍ରୀ ଓ ମେଶିନାରୀଗୁଡ଼ିକୁ, ସୁରକ୍ଷା ଓ ଉପଯୁକ୍ତ ପରିଚାଳନାକୁ ଧ୍ୟାନରେ ରଖାଯାଇ, ସତର୍କତାର ସହିତ ସଂରକ୍ଷିତ ରଖାଯିବା ଓ ବ୍ୟବହାର କରାଯିବା ଆବଶ୍ୟକ । ସାମଗ୍ରୀଗୁଡ଼ିକ ସହିତ ଅନୁଚିତ କାରବାର, ବିଶେଷ କରି ଜ୍ୱଳନଶୀଳ ହୋଇଥିଲେ, ଅଗ୍ନି, ବିସ୍ଫୋଟ ଏବଂ ଗୁରୁତର ଆଘାତର କାରଣ ସାଜିପାରେ ।
ସବୁବେଳେ ସବୁକିଛି ଯୋଜନା ମୁତାବକ ହୋଇ ନ ଥାଏ, ଏହା ଏକ କଟୁ ସତ୍ୟ । ଆପଣଙ୍କ ଅଞ୍ଚଳକୁ ଆଧାର କରି ଅପ୍ରତ୍ୟାଶିତ ବର୍ଷା କିମ୍ବା ଅନ୍ୟାନ୍ୟ ପରିବେଶୀୟ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହନ୍ତୁ, ଯାହାଦ୍ୱାରା ତାହା ନିର୍ମାଣ ସାଇଟ୍ ରେ କୌଣସି ଦୁର୍ଘଟଣା କିମ୍ବା ଅଘଟଣର କାରଣ ସାଜିପାରିବ ନାହିଁ ।
ଘର ନିର୍ମାଣ ଉପରେ ଏପରି ଅଧିକ ଟିପ୍ସ ପାଇଁ, ଅଲଟ୍ରାଟେକ୍ ସିମେଣ୍ଟର # ବାଟଗାର୍କି | ସହ ଯୋଡ଼ି ହୋଇ ରୁହନ୍ତୁ
ତୁମର ପ୍ରଶ୍ନର ଉତ୍ତର ପାଅ |