ଘର ନିର୍ମାଣ ସମୟରେ କାନ୍ଥଗୁଡ଼ିକ ମଧ୍ୟରେ ପାଇପ୍ ଓ ତାରଗୁଡ଼ିକୁ ଲୁଚାଇବା ଏକ ମହତ୍ତ୍ୱପୂର୍ଣ୍ଣ କାମ ଅଟେ । ଏହା ଆପଣଙ୍କ ଘରର ସୌନ୍ଦର୍ଯ୍ୟ ଏବଂ ଫିନିଶ୍ ଅକ୍ଷୂର୍ଣ୍ଣ ରଖିଥାଏ ଓ ଆପଣଙ୍କ ପରିବାରକୁ ରହିବା ପାଇଁ ମିଳିଥାଏ ଏକ ଆଧୁନିକ ଏବଂ ବାସୋପଯୋଗୀ ଘର । ଆପଣଙ୍କ ଘରର କାନ୍ଥଗୁଡ଼ିକରେ ପାଇପିଂକୁ ଲୁଚାଇବା ପାଇଁ ଏଠାରେ ସୋପାନ କ୍ରମିକ୍ ଗାଇଡ୍ ଦିଆଗଲା ।
ପ୍ରଥମେ, ନଳ, ଶାୱାର୍ ଓ ୱାଶବେସିନ୍ ଭଳି ପାଇପ୍ ଆଉଟଲେଟ୍ ଗୁଡ଼ିକର ଟ୍ରାକ୍ ଗୁଡ଼ିକୁ ଚିହ୍ନିତ କରିବା ପାଇଁ ଏକ ସ୍ପିରିଟ୍ ଲେଭଲ୍ ବ୍ୟବହାର କରନ୍ତୁ ଏବଂ ଏହା ସୁନିଶ୍ଚିତ କରନ୍ତୁ ଯେ ପାନୀୟ ଜଳର ପାଇପ୍ ଓ ଡ୍ରେନେଜ୍ ପାଇପ୍ ଯେପରି ଛନ୍ଦାଛନ୍ଦି ହୋଇ ନ ରୁହେ.
ତା’ପରେ ଚିହ୍ନିତ ଏରିଆଗୁଡ଼ିକୁ ଏକ ଡିସ୍କ ବ୍ଲେଡ୍ ସହାୟତାରେ କାଟନ୍ତୁ । କଟାଗୁଡ଼ିକ ଯେପରି ପାଇପ୍ ମୋଟେଇରୁ ୪-୬ ମିମି ଅଧିକ ହୁଏ ଏହା ସୁନିଶ୍ଚିତ କରନ୍ତୁ । ଏହି ପ୍ରକ୍ରିୟା ବେଳେ ଆପଣଙ୍କ ଘରର କୌଣସି କଲମ୍ କିମ୍ବା ବିମ୍ ଯେପରି କଟା ନ ଯାଏ ଏହା ସୁନିଶ୍ଚିତ କରନ୍ତୁ ।
ଚିହ୍ନିତ ଏରିଆକୁ କାଟି ଘରା ବା ନାଳି ତିଆରି କରିବା ପାଇଁ ଏକ କୋଦାଳ ବା କୋଡ଼ି ବ୍ୟବହାର କରନ୍ତୁ । ଯଦି କାନ୍ଥଟି ଏକ ଭାର-ବହନକାରୀ କାନ୍ଥ ହୋଇଥାଏ, ତେବେ ଚିହ୍ନିତ ଏରିଆକୁ ଏକାଥରକେ ନ ଭାଙ୍ଗିବାକୁ ସୁନିଶ୍ଚିତ କରନ୍ତୁ ।
ଘରାଗୁଡ଼ିକ ଭିତରେ କଣ୍ଟା ସାହାଯ୍ୟରେ ପାଇପ୍ ଗୁଡ଼ିକୁ ଫିଟ୍ କରନ୍ତୁ ।
ସିମେଣ୍ଟ ଓ ବାଲିରେ ପ୍ରସ୍ତୁତ ମସଲା ସାହାଯ୍ୟରେ ପାଇପ୍ ଓ କାନ୍ଥଗୁଡ଼ିକ ମଧ୍ୟରେ ରହିଥିବା ଫାଙ୍କଗୁଡ଼ିକୁ ଭରନ୍ତୁ ।
କାନ୍ଥରେ ଫାଟକୁ ଏଡ଼ାଇବା ପାଇଁ ଏକ ଷ୍ଟିଲ୍ ଜାଣି ବ୍ୟବହାର କରନ୍ତୁ । ତାହାକୁ ଘରା ଉପରେ ଥୋଇ କଣ୍ଟା ଓ ସିମେଣ୍ଟ ବାଲି ମସଲା ସାହାଯ୍ୟରେ ଫିକ୍ସ କରନ୍ତୁ.
ସର୍ବୋତ୍ତମ ପ୍ଲମ୍ବିଂ ସାମଗ୍ରୀ ଏବଂ ଅଧିକ ଏକ୍ସପର୍ଟ ସମାଧାନ ପାଇଁ, ଆପଣଙ୍କ ନିକଟତମ ଅଲଟ୍ରାଟେକ୍ ବିଲଡିଂ ସଲ୍ୟୁସନ୍ସ ଷ୍ଟୋର୍ ପରିଦର୍ଶନ କରନ୍ତୁ ।
ତୁମର ପ୍ରଶ୍ନର ଉତ୍ତର ପାଅ |