ଏହି ଉଦ୍ୟୋଗରେ ପ୍ରଥମ, 2002ରେ ଗଠିତ, ଆମର ପ୍ରମୁଖ ଖାତା ପ୍ରବନ୍ଧନ କକ୍ଷ ଏହି ଉଦ୍ୟୋଗରେ ପ୍ରଥମଥର ପାଇଁ ଆରମ୍ଭ କରାଯାଇଥିଲା । ସଫଳ ବ୍ୟବସାୟିକ ସମ୍ପର୍କକୁ ବିକଶିତ କରିବା ସହିତ ଏହା ଆମକୁ ଅତ୍ୟନ୍ତ ପ୍ରତିଯୋଗିତାପୂର୍ଣ୍ଣ ନିର୍ମାଣ ଉଦ୍ୟୋଗରେ ଅଗ୍ରଣୀ କମ୍ପାନୀଗୁଡ଼ିକ ସହିତ ଭାଗିଦାରୀତା କରିବାକୁ ସୁନିଶ୍ଚିତ କରିଥିଲା । ଆମର ପ୍ରମୁଖ ଏକାଉଣ୍ଟଗୁଡ଼ିକୁ ଏକ ୟୁନିକ୍ ପ୍ରଡକ୍ଟ-ସର୍ଭିସ୍ ର ଅଫରିଂ, ବର୍ଦ୍ଧିତ ଲାଭପ୍ରଦତା ଏବଂ ପ୍ରତ୍ୟେକ ପଦକ୍ଷେପରେ ଗ୍ରାହକଙ୍କୁ ସୁବିଧାର ସୁନିଶ୍ଚିତତା ସହିତ ପ୍ରଦାନ କରାଯାଇଥାଏ ।
ପ୍ରମୁଖ ଏକାଉଣ୍ଟ ଟିମ୍ ର ସଂରଚନା ଉଦ୍ୟୋଗର ଆବଶ୍ୟକତା ଓ ସଂଚାଳନକୁ ଭିତ୍ତି କରି ବିକଶିତ କରାଯାଇଛି ।
ପ୍ରମୁଖ ଏକାଉଣ୍ଟ ଟିମ୍ ର ସଂରଚନା ଉଦ୍ୟୋଗର ଆବଶ୍ୟକତା ଓ ସଂଚାଳନକୁ ଭିତ୍ତି କରି କଷ୍ଟମାଇଜ୍ କରାଯାଇଥାଏ । ଜଣେ କଷ୍ଟମର୍ ରିଲେସନଶିପ୍ ମ୍ୟାନେଜର (CRM) ଗ୍ରାହକଙ୍କ ପାଇଁ ମୁଖ୍ୟ କାର୍ଯ୍ୟାଳୟ ସହିତ ସମ୍ପର୍କ ସ୍ଥାପନ କରିବା ଏବଂ ସମଗ୍ର ଭାରତରେ ସେମାନଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକକ ସମ୍ପର୍କ ବିନ୍ଦୁ ଭାବେ କାର୍ଯ୍ୟ କରିଥାନ୍ତି । ପ୍ରୋଜେକ୍ଟ ରିଲେସନଶିପ୍ ମ୍ୟାନେଜର (PRMs)ମାନେ ସାଇଟ୍ ରେ ଉଚିତ ଯୋଗାଣ, ଡକ୍ୟୁମେଣ୍ଟେଶନ୍ ଏବଂ ମୂଲ୍ୟ ବର୍ଦ୍ଧିତ ସେବାକୁ ସୁନିଶ୍ଚିତ କରିଥାନ୍ତି । ଟେକ୍ନିକାଲ୍ ସର୍ଭିସ୍ ଟିମ୍ ଗୁଡ଼ିକ ଯେକୌଣସି ଉତ୍ପାଦର ଉପଯୋଗ କିମ୍ବା ବୈଷୟିକ ଆବଶ୍ୟକା ସମ୍ପର୍କରେ କନସଲଟାଣ୍ଟ କିମ୍ବା କ୍ଲାଇଣ୍ଟଙ୍କୁ ସୂଚନା ପ୍ରଦାନ କରିବାର କାମ କରିଥାନ୍ତି ।
ଆମର ପ୍ରୟାସ ହେଉଛି ଆମର ପ୍ରମୁଖ ଗ୍ରାହକଙ୍କ ସହିତ ସୁଦୃଢ଼ ‘ସମ୍ପର୍କ’ ସ୍ଥାପିତ କରିବା ଏବଂ ସେମାନଙ୍କୁ ‘ମୂଲ୍ୟ ବର୍ଦ୍ଧିତ ସେବା’ ଯୋଗାଇ ଗ୍ରାହକଙ୍କ ଅନୁରକ୍ତିକୁ ବୃଦ୍ଧି କରିବା ।
ଆମ ନିକଟରେ ସମଗ୍ର ଭାରତର 2600 ନିର୍ମାଣ ସାଇଟ୍ କୁ କଭର୍ କରୁଥିବା 80 ପ୍ରମୁଖ ଏକାଉଣ୍ଟ ଏବଂ 122 ଗୋଟି ସମ୍ଭାବ୍ୟ ପ୍ରମୁଖ ଏକାଉଣ୍ଟ ରହିଛି ।
ତୁମର ପ୍ରଶ୍ନର ଉତ୍ତର ପାଅ |