ଆପଣଙ୍କ ସ୍ୱପ୍ନର ଘର ଏକ ଭଲ ଡିଜାଇନ୍ ଆବଶ୍ୟକ କରିଥାଏ: ଆର୍କିଟେକ୍ଟଙ୍କ ଭୂମିକାକୁ ବୁଝନ୍ତୁ

ମାର୍ଚ୍ଚ 25, 2019

ଠିକାଦାର ଏବଂ ଆର୍କିଟେକ୍ଟଙ୍କ ମଧ୍ୟରେ ପାର୍ଥକ୍ୟକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆର୍କିଟେକ୍ଟ କିଏ? ସରଳ ଭାଷାରେ କହିଲେ, ଆପଣଙ୍କ ସମଗ୍ର ଘରର ଡିଜାଇନ୍ ଆର୍କିଟେକ୍ଟଙ୍କ ଦାୟିତ୍ୱ ଅଟେ । ଆର୍କିଟେକ୍ଟ ସମଗ୍ର ନିର୍ମାଣ ପ୍ରକ୍ରିୟାରେ ଜଡ଼ିତ ରହିଥାନ୍ତି କିନ୍ତୁ ତାଙ୍କ କାର୍ଯ୍ୟର ତିନି ଚତୁର୍ଥାଂଶ ପ୍ଲାନିଂ ପର୍ଯ୍ୟାୟରେ ହୋଇଥାଏ ।

ଜଣେ ଆର୍କିଟେକ୍ଟଙ୍କ ସେବା ହାସଲ କରିବା ଦ୍ୱାରା ଆପଣଙ୍କୁ ଉତ୍ତମ ପ୍ଲାନିଂ ଓ ଖର୍ଚ୍ଚ ପରିଚାଳନାରେ ସହାୟତା ମିଳିଥାଏ । ଆପଣଙ୍କ ଘରର ଡିଜାଇନ୍ ଓ ପ୍ଲାନିଂ କରିବା ବ୍ୟତୀତ ଆପଣଙ୍କ ଆର୍କିଟେକ୍ଟ ଆପଣଙ୍କୁ ନିମ୍ନଲିଖିତ ଉପାୟରେ ମଧ୍ୟ ସହାୟତା କରିପାରନ୍ତି: 

•    ଆବଶ୍ୟକୀୟ ଅନୁମତି ହାସଲ କରିବା – ନିର୍ମାଣ ଆରମ୍ଭ କରିବାର ଅନୁମତି, ଋଣଭାର ପ୍ରମାଣପତ୍ର ଇତ୍ୟାଦି  

•    ଆପଣଙ୍କ ଘର ନିର୍ମାଣ କରିବା ପାଇଁ ଜଣେ ଭରସାଯୋଗ୍ୟ ଠିକାଦାରଙ୍କୁ ଖୋଜିବା 

•    ପ୍ରକଳ୍ପ ଯେପରି ପରିବେଶଗତ ନିୟମାବଳୀର ଉଲ୍ଲଂଘନ ନ କରେ ଏହା ସୁନିଶ୍ଚିତ କରିବା ।  

ଆପଣଙ୍କ ପ୍ଲାନିଂକୁ ସମ୍ପୂର୍ଣ୍ଣ କରିବାରେ ଆପଣଙ୍କୁ ସାହାଯ୍ୟ କରିବା ପରେ, ଆର୍କିଟେକ୍ଟଙ୍କ କାମ ହେଉଛି ନିର୍ମାଣ ଯେପରି ମୋଟାମୋଟି ବିଲଡିଂ ଡିଜାଇନ୍ ଅନୁସାରେ ହେଉଛି ଏହା ସୁନିଶ୍ଚିତ ଓ ତଦାରଖ କରିବା ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ