ଆପଣଙ୍କ ଘର ଉଭୟ ଆର୍କିଟେକ୍ଟ ଓ ଇଞ୍ଜିନିୟର କାହିଁକି ଆବଶ୍ୟକ କରିଥାଏ


ଅଗଷ୍ଟ 25, 2020

ଆର୍କିଟେକ୍ଟ ଓ ଇଞ୍ଜିନିୟରଙ୍କ ଭୂମିକା ଭିନ୍ନ ହୋଇଥାଏ; ହେଲେ ଉଭୟଙ୍କ ଗୁରୁତ୍ୱ ସମାନ ଅଟେ । ବିଶେଷକରି, ଆପଣଙ୍କ ଘର ତିଆରିର ପ୍ଲାନିଂ ଓ ତଦାରଖ ପର୍ଯ୍ୟାୟରେ । ସେମାନଙ୍କର ବିଶେଷଜ୍ଞତା ଦ୍ୱାରା ଆପଣ କିପରି ଲାଭାନ୍ୱିତ ହୁଅନ୍ତି ଆସନ୍ତୁ ତାହା ବୁଝିବା ।

ଜଣେ ଆର୍କିଟେକ୍ଟଙ୍କ ଭୂମିକାମ

  • ଆପଣଙ୍କ ଘରର ମୋଟାମୋଟି ସଂରଚନା ବା ଢାଞ୍ଚା ଓ ସୌନ୍ଦର୍ଯ୍ୟକୁ ଡିଜାଇନ୍ କରିବା ଆର୍କିଟେକ୍ଟଙ୍କ ଦାୟିତ୍ୱ ହୋଇଥାଏ ।
  • ନୂଆ ଘର ପାଇଁ ଆପଣଙ୍କ କଳ୍ପନା, ଲକ୍ଷ୍ୟ ଓ ଭବିଷ୍ୟତ ଆବଶ୍ୟକତାକୁ ବୁଝି, ସେ ସେହି ଅନୁଯାୟୀ ଏକ ପ୍ରଭାବୀ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିପାରନ୍ତି ।
  • ଆର୍କିଟେକ୍ଟମାନେ ବୃତ୍ତିଗତ ଭାବେ ଡିଜାଇନିଂ ପୃଷ୍ଠଭୂମିର ହେବା ସହିତ, ସେମାନଙ୍କ ନିକଟରେ ଆପଣଙ୍କ ଅଞ୍ଚଳର ନିର୍ମାଣ ସଂହିତା ଓ ନିୟମାବଳୀ ସମ୍ବନ୍ଧୀୟ ଜ୍ଞାନ ରହିଥାଏ ।

ଜଣେ ଇଞ୍ଜିନିୟରଙ୍କ ଭୂମିକା

  • ଅଧିକ ବୈଜ୍ଞାନିକ ପୃଷ୍ଠଭୂମି ସହିତ, ଜଣେ ଇଞ୍ଜିନିୟର ଆପଣଙ୍କ ଆର୍କିଟେକ୍ଟଙ୍କ ସହିତ ମିଶି କାମ କରିପାରିବେ ଓ ଆପଣଙ୍କ ଘର ଯେପରି ଢାଞ୍ଛାଗତ ଭାବେ ସୁରକ୍ଷିତ ତାହା ସୁନିଶ୍ଚିତ କରିପାରିବେ ।
  • ବିଭିନ୍ନ ବୈଷୟିକ ଦିଗ, ଢାଞ୍ଚାଗତ ଭାର ସୀମିତତା ଏବଂ ସାମଗ୍ରୀ ଆବଶ୍ୟକତାଗୁଡ଼ିକୁ ସେମାନେ ବୁଝନ୍ତି ଏବଂ ଆପଣଙ୍କୁ ସେହି ଅନୁଯାୟୀ ପ୍ଲାନ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରନ୍ତି ।
  • ଆପଣଙ୍କ ଘରର ବୈଦ୍ୟୁତିକ ଓୟାରିଂ ଏବଂ ପ୍ଲମ୍ବିଂ ଲେ’ଆଉଟ୍ ପ୍ରସ୍ତୁତ କରିବା ମଧ୍ୟ ଇଞ୍ଜିନିୟରଙ୍କ ଦାୟିତ୍ୱ ହୋଇଥାଏ.

ଆପଣଙ୍କ ଟିମ୍ ରେ ଉଭୟ ଆର୍କିଟେକ୍ଟ ଓ ଇଞ୍ଜିନିୟର ରହିଲେ ଆପଣଙ୍କ ଘର ଉଭୟ ସୁନ୍ଦର ଓ ସୁରକ୍ଷିତ ହେବା ସୁନିଶ୍ଚିତ ହୋଇଥାଏ । ନିଜର ଘର-ନିର୍ମାଣ ଟିମ୍ ଚୟନ କରିବା ସମୟରେ ସେମାନଙ୍କର ମହତ୍ତ୍ୱକୁ ମନେରଖନ୍ତୁ ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ