ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟର୍ କ'ଣ ଏବଂ ନିର୍ମାଣରେ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରଙ୍କ ଭୂମିକା କ’ଣ?

ଆପଣଙ୍କ ଘର ଆପଣଙ୍କ ଜୀବନର ସବୁଠାରୁ ବଡ଼ ଉପକ୍ରମଗୁଡ଼ିକ ମଧ୍ୟରୁ ଗୋଟିଏ ହୋଇଥାଏ ଏବଂ ତାହାର ଦୀର୍ଘସ୍ଥାୟିତା ତାହାର ସ୍ଥାୟିତ୍ୱ ଉପରେ ନିର୍ଭର କରିଥାଏ । ଆପଣ ଯେପରି ପିଢ଼ି ପରେ ପିଢ଼ି ଯାଏଁ ବଜାୟ ରହୁଥିବା ଘର ତିଆରି କରନ୍ତି, ତାହା ଜଣେ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟର୍ ସୁନିଶ୍ଚିତ କରିଥାନ୍ତି । ଜଣେ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରଙ୍କୁ ନିୟୋଜିତ ନ କରିବା ଦ୍ୱାରା, ଆପଣ ନିଜ ଘରର ଦୀର୍ଘସ୍ଥାୟିତା ପ୍ରସଙ୍ଗରେ ରିସ୍କ ନିଅନ୍ତି ।

ତେବେ, ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟର୍ କିଏ?

ସରଳ ଭାଷାରେ କହିଲେ, ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟର ହେଉଛି ଜଣେ ସିଭିଲ ଇଞ୍ଜିନିୟର, ଯିଏ ଆପଣଙ୍କ ଘରର ସଂରଚନାତ୍ମକ ଅଖଣ୍ଡତାକୁ ଆକଳନ କରିବାରେ ନିପୁଣ ହୋଇଥାନ୍ତି । ସେ ଫାଉଣ୍ଡେଶନ୍ ର ସୁଦୃଢ଼ତା, କାନ୍ଥଗୁଡ଼ିକର ସ୍ଥିରତା ଓ ଭାର-ବହନ କ୍ଷମତା, ଏବଂ ବ୍ୟବହୃତ ନିର୍ମାଣ ସାମଗ୍ରୀ: ସିମେଣ୍ଟ, ଷ୍ଟିଲ୍, ଗୋଡ଼ି ଇତ୍ୟାଦିର ଗୁଣମାନ ଭଳି ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ବିଶ୍ଳେଷଣ କରିଥାନ୍ତି ।

ଆପଣ ଜଣେ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟର୍କା
ହିଁକି ଆବଶ୍ୟକ କରନ୍ତି?

ପ୍ରଥମତଃ, ସଂରଚନାତ୍ମକ ଇଞ୍ଜିନିୟର୍ ବିଭିନ୍ନ ନିର୍ମାଣ ସାମଗ୍ରୀର କ୍ଷମତାକୁ ବୁଝନ୍ତି । ଆପଣଙ୍କ ବଜେଟକୁ ଧ୍ୟାନରେ ରଖି, ସେ ଆପଣଙ୍କୁ ସର୍ବୋତ୍ତମ ସମ୍ଭବ ଗୁଣବତ୍ତା ପ୍ରାପ୍ତ କରିବାରେ ସାହାଯ୍ୟ କରିପାରନ୍ତି ।

ସେ ସଂରଚନା ଉପରେ ପରିବେଶଗତ ପରିସ୍ଥିତିଗୁଡ଼ିକର ଦୀର୍ଘକାଳୀନ ପ୍ରଭାବକୁ ବୁଝିଥାନ୍ତି । ସଠିକ୍ ସାମଗ୍ରୀ ଓ ସଂରଚନାତ୍ମକ ଯୋଜନାକୁ ବ୍ୟବହାର କରି, ସେ ଭବିଷ୍ୟତର ଅନେକ ଖର୍ଚ୍ଚକୁ ସଞ୍ଚୟ କରିବାରେ ଆପଣଙ୍କୁ ସାହାଯ୍ୟ କରିପାରିବେ ।

ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟର ରାଜ୍ୟର ବିଲଡିଂ କୋଡ୍ ଏବଂ ଦିଗନିର୍ଦ୍ଦେଶକୁ ଅନ୍ୟ ସମସ୍ତଙ୍କ ତୁଳନାରେ ଅଧିକ ଭଲଭାବେ ଜାଣିଥାନ୍ତି, ଏବଂ ଆପଣଙ୍କ ଘର ଯେପରି ସେହି ଅନୁଯାୟୀ ନିର୍ମାଣ ହୁଏ ଏହା ସୁନିଶ୍ଚିତ କରିପାରନ୍ତି ।

ଆପଣଙ୍କ ଘର ଏକ ମହତ୍ତ୍ୱପୂର୍ଣ୍ଣ ଦୀର୍ଘକାଳୀନ ନିବେଶ ଅଟେ ଏବଂ ଜଣେ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରଙ୍କ ବିଶେଷଜ୍ଞତା ଭବିଷ୍ୟତରେ ଏହା ପାଇଁ ହିତକର ସାବ୍ୟସ୍ତ ହୋଇଥାଏ ।

ଶେଷରେ, ଏବଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା, ଜଣେ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟର୍ ଏହା ସୁନିଶ୍ଚିତ କରିବେ ଯେ, ଆପଣଙ୍କ ଘର ଆପଣ ଓ ଆପଣଙ୍କ ପରିବାର ପାଇଁ ଯେପରି ସୁଦୃଢ଼ ଓ ସୁରକ୍ଷିତ ଭାବେ ନିର୍ମିତ ହୁଏ ।

ଜଣେ ସଠିକ୍ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରଙ୍କ
ଚୟନ କିପରି କରିବେ?

ସେ ଲାଇସେନ୍ସପ୍ରାପ୍ତ କି? 
ଜଣେ ଲାଇସେନ୍ସପ୍ରାପ୍ତ ଇଞ୍ଜିନିୟରଙ୍କ ଦ୍ୱାରା ଆପଣଙ୍କ ବ୍ଲୁପ୍ରିଣ୍ଟ ସ୍ୱାକ୍ଷରିତ ଓ ମୋହରବଦ୍ଧ ହେବା ପରେ ହିଁ କେବଳ ରାଜ୍ୟ ସରକାର ଆପଣଙ୍କୁ ବିଲଡିଂ ପର୍ମିଟ୍ ଦେଇଥାନ୍ତି । 

ସମସ୍ତଙ୍କୁ ପଚାରନ୍ତୁ । ଜଣେ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରଙ୍କ ବିଶେଷଜ୍ଞତା ବିଷୟରେ ତାଙ୍କର ପୂର୍ବବର୍ତ୍ତୀ ଗ୍ରାହକମାନଙ୍କର ପ୍ରତିକ୍ରିୟା ସବୁକିଛି କହିଦେଇଥାଏ । ପରିବାର, ସାଙ୍ଗସାଥୀ ଏବଂ ଜ୍ଞାତି ପରିଜନ ଭଳି ନିଜର ଭରସାଯୋଗ୍ୟ ଲୋକମାନଙ୍କର ସୁପାରିସ ଉପରେ ଧ୍ୟାନ ଦେବା ବୁଦ୍ଧିମତାର ପରିଚୟ ଅଟେ ।

ତାଙ୍କ ଅଭିଜ୍ଞତା ବିଷୟରେ ଖୋଲତାଡ଼ କରନ୍ତୁ । ଆପଣ ତାଙ୍କର ଅତୀତର ପ୍ରକଳ୍ପଗୁଡ଼ିକ ଉପରେ ନଜର ପକାଇ ଏହା କରିପାରିବେ ।

ସେ ଆଶାନୁରୂପ କାମ କରିଥିଲେ କି?

ସେ ସମୟୋଚିତ ଭାବେ ଓ ବଜେଟ ମଧ୍ୟରେ କାମ ସମାପ୍ତ କରିଥିଲେ କି?

ଆପଣ ସଂରଚନାତ୍ମକ ଭାବେ ଏକ ସୁରକ୍ଷିତ ଓ ଦୀର୍ଘସ୍ଥାୟୀ ଘର ତିଆରି କରୁଛନ୍ତି - ଏହି ମାନସିକ ଶାନ୍ତିରୁ ବଡ଼ କିଛି ନାହିଁ । ତେଣୁ, ଆଗକୁ ବଢ଼ନ୍ତୁ ଏବଂ ଏହି ବିନ୍ଦୁଗୁଡ଼ିକ ସହାୟତାରେ ଜଣେ ସଠିକ୍ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରଙ୍କୁ ନିୟୋଜିତ କରନ୍ତୁ ।

ଏପରି ଅଧିକ ଟିପ୍‌ସ ପାଇଁ, ଅଲଟ୍ରାଟେକ୍ ସିମେଣ୍ଟର.ପରବ ଅଧିକ ଟବପ୍ ସ ପାଇଁ # ବାଟଗାର୍କି |କୁ ଅନୁସରଣ କରିବା ଜାରି ରଖନ୍ତୁ  www.ultratechcement.com

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ