ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ

ଘର ପାଇଁ ବାସ୍ତୁ ଟିପ୍ସ

ଘର ପାଇଁ ବାସ୍ତୁ ଟିପ୍ସ ଆପଣ ତଥା ଆପଣଙ୍କ ପରିବାର ସଦସ୍ୟଙ୍କ ପାଇଁ ସୌଭାଗ୍ୟ, ସୁଖ ଏବଂ ସଫଳତା ଆଣିବାରେ ସହାୟକ ହେବ ।


ଘରେ ସୁଖ ଓ ସଫଳତା ଆଣିବା ପାଇଁ ଏହିସବୁ ସରଳ ବାସ୍ତୁ ଟିପ୍ସ ଅନୁସରଣ କରନ୍ତୁ ।

ଆପଣ ନୂଆ ଘରେ ଗୃହପ୍ରବେଶ କରିବାକୁ ଯାଉଥିଲେ କିମ୍ବା ନିଜେ ଅଥବା ଇଣ୍ଟେରିୟର୍ ଡିଜାଇନରଙ୍କ ସାହାଯ୍ୟରେ ତାହାକୁ ଡିଜାଇନ୍ କରିବାର ଯୋଜନା କରୁଥିଲେ, ପ୍ରଥମେ ଗୃହ ବାସ୍ତୁକୁ ଦେଖିନେବା ସର୍ବଦା ପରାମର୍ଶଯୋଗ୍ୟ । ଘର ପାଇଁ ବାସ୍ତୁ ଶାସ୍ତ ବୈଜ୍ଞାନିକ ଗବେଷଣା ଉପରେ ଆଧାରିତ ଅଟେ ଏବଂ ଏହା ଘରର ଡିଜାଇନ୍, ସ୍ଥାପତଃ ଏବଂ ଲେ’ଆଉଟ୍‌‌ର ସିଦ୍ଧାନ୍ତକୁ ବର୍ଣ୍ଣନା କରିଥାଏ । ସକାରାତ୍ମକ ଶକ୍ତି ବିଚ୍ଛୁରିତ କରୁଥିବା ଏବଂ ନକାରାତ୍ମକ ଶକ୍ତିକୁ ପ୍ରତିରୋଧ କରୁଥିବା ଏକ ଘର ପାଇଁ, ବାସ୍ତୁ ଟିପ୍ସ ଅନୁସରଣ କରିବା ଜରୁରୀ ଅଟେ ।

ସକାରାତ୍ମକତା ଏବଂ ଉତ୍ତମ ପରିବେଶକୁ ସୁନିଶ୍ଚିତ କରିବା ପାଇଁ ବାସ୍ତୁ ବିଜ୍ଞାନ ଏବଂ ଆମ ଘରର ଡିଜାଇନ୍ ମଧ୍ୟରେ ରହିଥିବା ସମ୍ପର୍କକୁ ବୁଝିବା ବାଞ୍ଛନୀୟ ଅଟେ । ଆପଣଙ୍କ ଜୀବନ ଯେପରି ପ୍ରେମ ଓ ସୁଖରେ ପରିପୂର୍ଣ୍ଣ ହେଉ ତାହା ସୁନିଶ୍ଚିତ କରିବା ପାଇଁ ଘରେ ଅନେକ ବାସ୍ତୁ ଟିପ୍ସକୁ ସାମିଲ କରାଯିବା ଆବଶ୍ୟକ । ତଳେ କେତୋଟି ଦିଗଗୁଡ଼ିକୁ ପ୍ରଦାନ କରାଗଲା :

ସାଇଟ୍‌‌ର ଚୟନ :

Selection of plot according to vastu

ସାଇଟ୍‌‌ର ଚୟନ :

 

  • ଘରର ସକାରାତ୍ମକ ପରିବେଶରେ ଘର ପାଇଁ ବାସ୍ତୁର ନିର୍ଦ୍ଦେଶାବଳୀ ବଡ଼ ଭୂମିକା ତୁଲାଇଥାଏ । ଆବାସିକ ଜାଗା ପାଇଁ ଆପଣ ଜମି ପ୍ଲଟ୍ ଚୟନ କରୁଥିଲେ, ପ୍ଲଟ୍‌‌ର ବାସ୍ତୁକୁ ଅନୁପାଳନ କରିବା ଏବଂ ସେହି ଅନୁଯାୟୀ ଆଗକୁ ବଢ଼ିବା ସର୍ବୋତ୍ତମ । ସାଇଟ୍‌‌ର ଅଭିମୁଖତା, ମାଟିର ପ୍ରକାର, ପ୍ଲଟ୍‌‌ର ଆକୃତି ଭଳି ଛୋଟ ଛୋଟ ବିବରଣୀକୁ ବିଚାରକୁ ନିଆଯିବା ଆବଶ୍ୟକ ।

ବିଧି ଶୂଳ :

ବିଧି ଶୂଳ ହେଉଛି ଏକ ସ୍ଥିତି ଯେଉଁଠି ସଡ଼କ ପ୍ଲଟ୍‌‌କୁ ଛୁଇଁଥାଏ । କେତେକ ବିଧି ଶୂଳ ସକାରାତ୍ମକତା ଆଣୁଥିବା ବେଳେ କେତେକ ବିଧି ଶୂଳ ନକାରାତ୍ମକ ଶକ୍ତିକୁ ନିମନ୍ତ୍ରଣ କରିଥାଏ । ଉତ୍ତର-ପୂର୍ବର ଉତ୍ତରରେ, ଉତ୍ତର-ପୂର୍ବର ପୂର୍ବରେ ରହିଥିବା ବିଧି ଶୂଳକୁ ସର୍ବୋତ୍ତମ ବିବେଚନା କରାଯାଏ; ଅନ୍ୟପକ୍ଷରେ ଦକ୍ଷିଣ-ପୂର୍ବର ଦକ୍ଷିଣରେ, ଉତ୍ତର-ପଶ୍ଚିମର ପଶ୍ଚିମରେ ରହିଥିବା ବିଧି ଶୂଳକୁ ମଧ୍ୟମ ମନେ କରାଯାଏ ।

ଜଳ ସମ୍ବଳ :

Planning of water resources according to vastu

ଜଳ ସମ୍ବଳ :

 

  • ଘର ବାସ୍ତୁକୁ ବିଚାରକୁ ନେବା ସମୟରେ, ଜଳ ସମ୍ବଳ ଅନ୍ୟତମ ପ୍ରମୁଖ ବିଷୟ ହୋଇଥାଏ । ଟାଙ୍କି, କୂଅ କିମ୍ବା ଅନ୍ୟ କୌଣସି ଜଳ ସମ୍ବଳ ପାଇଁ ଉତ୍ତର-ପୂର୍ବ ଦିଗକୁ ସର୍ବୋତ୍ତମ ଦିଗ ଭାବେ ବିବେଚନା କରାଯାଏ । ଘରର ଉତ୍ତର ଦିଗକୁ ଶୁଭ ବିବେଚନା କରାଯାଇଥାଏ ତେଣୁ ତାହାକୁ ଖାଲି ରଖାଯିବା ଜରୁରୀ ଅଟେ । ଖାଲି ଜାଗାରେ ପାଣି ଟାଙ୍କି ରଖାଯାଇପାରିବ ଯାହାର ସକାରାତ୍ମକ ପ୍ରଭାବ ପଡ଼ିଥାଏ ।

ଘରର ପ୍ରବେଶ ଦ୍ୱାର ପାଇଁ ବାସ୍ତୁ :

Main door position according to Vastu

ଘରର ପ୍ରବେଶ ଦ୍ୱାର ପାଇଁ ବାସ୍ତୁ :

 

  • ମୁଖ୍ୟ ଦ୍ୱାର ବାସ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ଅଟେ କାରଣ ଏହା ଆପଣଙ୍କ ଘରର ପ୍ରବେଶ ଦ୍ୱାର ଅଟେ । ମୁଖ୍ୟ ଦ୍ୱାର ସର୍ବଦା ଉତ୍ତର, ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗରେ ରହିବା ଉଚିତ୍ । ମୁଖ୍ୟ କବାଟକୁ ଉଚ୍ଚମାନର କାଠରେ ତିଆରି କରାଯିବା ଉଚିତ୍ । ତାହାର ରୂପ ଆକର୍ଷଣୀୟ ହେବା ଆବଶ୍ୟକ । ମୁଖ୍ୟ ପ୍ରବେଶ ଦ୍ୱାର ବାହାରେ କୌଣସି ଫାଉଣ୍ଟେନ୍ କିମ୍ବା କୌଣସି ଜଳଭିତ୍ତିକ ଶୋଭାବର୍ଦ୍ଧକ ବସ୍ତୁ ରଖିବାରୁ ବିରତ ରୁହନ୍ତୁ ।

ଲିଭିଂ ରୁମ୍ :

Vastu Tips for Living room

ଲିଭିଂ ରୁମ୍ :

 

  • ଲିଭିଂ ରୁମ୍‌‌ରେ ଘରର ଅଧିକାଂଶ ଗତିବିଧି ସଂଘଟିତ ହୋଇଥାଏ । ଏହା ଆପଣଙ୍କ ଘରର ପ୍ରଥମ ଛାପ ସୃଷ୍ଟି କରିଥାଏ, ତେଣୁ ଏହାକୁ ସୁ-ବ୍ୟବସ୍ଥିତ ଓ ଅଳିଆ ଆବର୍ଜନା ମୁକ୍ତ ରଖିବା ସୁନିଶ୍ଚିତ କରନ୍ତୁ । ଏହା ପୂର୍ବ, ଉତ୍ତର କିମ୍ବା ଉତ୍ତର-ପୂର୍ବମୁହାଁ ହେବା ଉଚିତ୍ । ଭାରି ଫର୍ନିଚରଗୁଡ଼ିକୁ ଲିଭିଂ ରୁମ୍‌‌ର ପଶ୍ଚିମ କିମ୍ବା ଦକ୍ଷିଣ ପଶ୍ଚିମ ଦିଗରେ ରଖାଯିବା ଉଚିତ୍ ।

ମାଷ୍ଟର୍ ବେଡ଼ରୁମ୍ :

ଆଦର୍ଶ ଭାବେ, ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ବେଡ଼ରୁମ୍ ସୁସ୍ୱାସ୍ଥ୍ୟ ଓ ସମୃଦ୍ଧିକୁ ସୁନିଶ୍ଚିତ କରିଥାଏ । ଖଟକୁ ବେଡ଼ରୁମ୍‌‌ର ଦକ୍ଷିଣ-ପଶ୍ଚିମ କୋଣରେ ରଖାଯିବା ଉଚିତ୍ । ଖଟ ସାମ୍ନାରେ ଦର୍ପଣ କିମ୍ବା ଟେଲିଭିଜନ ରଖନ୍ତୁ ନାହିଁ ।

ପିଲାଙ୍କ ରୁମ୍/ଅତିଥିଙ୍କ ରୁମ୍ :

Children room as per vastu

ପିଲାଙ୍କ ରୁମ୍/ଅତିଥିଙ୍କ ରୁମ୍ :

 

  • ପିଲାଙ୍କ ରୁମ୍ ଉତ୍ତର-ପୂର୍ବ ଦିଗରେ ରହିବା ଉଚିତ୍ ଯାହାଦ୍ୱାରା ବୁଦ୍ଧି, ଶକ୍ତି ଏବଂ କ୍ଷମତାର ଗୁଣ ମିଳିବା ସୁନିଶ୍ଚିତ ହୋଇଥାଏ । ଖଟକୁ ମଧ୍ୟ ସମାନ ଦିଗରେ ରଖାଗଲେ ପିଲାଙ୍କଠାରେ ସକାରାତ୍ମକତାର ଆଶିଷ ମିଳିଥାଏ ।

ରୋଷେଇଘର :

Kitchen according to vastu

ରୋଷେଇଘର :

 

  • ରୋଷେଇଘର ପାଇଁ ଦକ୍ଷିଣ-ପୂର୍ବ ଦିଗକୁ ଆଦର୍ଶ ବିବେଚନା କରାଯାଏ । କାନ୍ଥଗୁଡ଼ିକ ପାଇଁ ହଳଦିଆ, ଗୋଲାପୀ, କମଳା, ନାଲି ଏବଂ କଳା ଭଳି ଉଜ୍ଜ୍ୱଳ ରଙ୍ଗ ବାଛନ୍ତୁ । ଷ୍ଟୋଭ୍‌‌କୁ ଦକ୍ଷିଣ-ପୂର୍ବ ଦିଗରେ ରଖିବା ନିଶ୍ଚିତ କରନ୍ତୁ ।

ଡାଇନିଂ ରୁମ୍ :

Dining room as per vastu

ଡାଇନିଂ ରୁମ୍ :

 

  • ଆଦର୍ଶ ଭାବେ ଆପଣ ପୂର୍ବ, ପଶ୍ଚିମ କିମ୍ବା ଉତ୍ତର ଦିଗ ଆଡ଼କୁ ମୁହଁ କରି ଭୋଜନ ଗ୍ରହଣ କରିବା ଉଚିତ୍ । ନିମୟିତ ଭାବେ ଦକ୍ଷିଣ ଆଡ଼କୁ ମୁହଁ କରି ଭୋଜନ ଗ୍ରହଣ କରାଗଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଡାଇନିଂ ଟେବୁଲର ଆକୃତି ବର୍ଗାକର କିମ୍ବା ଆୟତାକାର ହେବା ଉଚିତ୍; ଗୋଲାକର କିମ୍ବା ଅନ୍ୟ କୌଣସି ଅସ୍ୱାଭାବିକ ଆକାରର ନୁହେଁ ।

ପୂଜା କକ୍ଷ :

Pooja room as per vastu

ପୂଜା କକ୍ଷ :

 

  • ପୂଜା କକ୍ଷ ପାଇଁ ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗ ସବୁଠାରୁ ଉପଯୁକ୍ତ ଅଟେ । ଏକ ପବିତ୍ର ମଣ୍ଡପ ତିଆରି କରନ୍ତୁ ଏବଂ ତାହାକୁ ମହମବତୀ କିମ୍ବା ଧୂପବତୀରେ ସଜାନ୍ତୁ । କାନ୍ତ ପାଇଁ ଧଳା, ଗାଢ଼ ହଳଦିଆ, ହାଲୁକା ହଳଦିଆ କିମ୍ବା ସବୁଜ ରଙ୍ଗ ସର୍ବୋତ୍ତମ ବିକଳ୍ପ ଅଟେ ।

ଶୌଚାଳୟ/ସ୍ନାନାଗାର :

Bathroom as per vastu

ଶୌଚାଳୟ/ସ୍ନାନାଗାର :

 

  • ବାସ୍ତୁ ଅନୁଯାୟୀ ଶ୍‌‌ବେସିନ୍ ଓ ଶାୱାର୍ ଏରିଆ ସ୍ନାନାଗାରର ପୂର୍ବ, ଉତ୍ତର ଏବଂ ଉତ୍ତର ପୂର୍ବ ଅଂଶରେ ରହିବା ଉଚିତ୍ । ସ୍ନାନାଗାର ଏବଂ ଶୌଚାଳୟରେ ପାଣି ନିଷ୍କାସନର ସ୍ଥାନ ପାଇଁ ସଠିକ୍ ବାସ୍ତୁ ଦିଗ ହେଉଛି ଉତ୍ତର, ପୂର୍ବ କିମ୍ବା ଉତ୍ତର-ପୂର୍ବ ।

ବାଲକୋନୀ :

Balcony as per vastu

ବାଲକୋନୀ :

 

  • ବାଲକୋନୀଗୁଡ଼ିକୁ ଉତ୍ତର, ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗରେ ନିର୍ମାଣ କରାଯିବା ଉଚିତ୍ । ଦକ୍ଷିଣ-ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ବାଲକୋନୀ ରହିଥିବା ଘରରୁ ଆପଣ ଦୂରେଇ ରହିବା ଉଚିତ୍ ।

ଆପଣଙ୍କ ଘର ଯେପରି ସୁଖ, ସଫଳତା ଏବଂ ସୁସ୍ୱାସ୍ଥ୍ୟରେ ପରିପୂର୍ଣ୍ଣ ରହେବ ଏହା ସୁନିଶ୍ଚିତ କରିବା ପାଇଁ ଏହିସବୁ ବାସ୍ତୁ ଟିପ୍ସଗୁଡ଼ିକୁ ଅନୁସରଣ କରାଯିବା ଉଚିତ୍ ।