ଘର କିପରି ତିଆରି କରିବେ ଆମ ସହିତ ଯୋଗାଯୋଗ କରନ୍ତୁ

ସୁରକ୍ଷା ସର୍ବପ୍ରଥମ - ଅନ୍-ସାଇଟ୍ ସୁରକ୍ଷା ମାର୍ଗଦର୍ଶିକା

ମାର୍ଚ୍ଚ 25, 2019

ଘର ନିର୍ମାଣ ପ୍ରକ୍ରିୟା ଅବଧିରେ, ସାଇଟ୍ ରେ କାର୍ଯ୍ୟରତ ଶ୍ରମିକଙ୍କ ସୁରକ୍ଷା ଉପରେ ନଜର ରଖିବା ଆପଣଙ୍କର ଦାୟିତ୍ୱ ହୋଇଥାଏ । ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ, ସୁରକ୍ଷାଗତ ପଦକ୍ଷେପଗୁଡ଼ିକ ବିଷୟରେ ଆପଣ ଠିକାଦାରଙ୍କ ସହିତ ଆଲୋଚନା କରିବା ଓ କୌଣସି ସମସ୍ୟା ଥିଲେ ସେଗୁଡ଼ିକୁ ଦୂର କରିବା ଆବଶ୍ୟକ ।

ଆପଣ ବ୍ୟକ୍ତିଗତ ଭାବେ ସାଇଟ୍ ରେ ତଦାରଖ କରୁଥିଲେ, ଏହା ସୁନିଶ୍ଚିତ କରନ୍ତୁ ଯେ:

•    ସାଇଟ୍ ରେ ପ୍ରାଥମିକ ଚିକିତ୍ସା ସରଞ୍ଜାମ ଅଛି

•    ଇଟା ଓ ବ୍ଲକ୍ ରାଜମିସ୍ତ୍ରୀମାନେ ହାର୍ଡହ୍ୟାଟ୍ ଓ ଚଷମା ପିନ୍ଧିଛନ୍ତି

•    ସମସ୍ତ ଶ୍ରମିକମାନେ ଖସଡ଼ା-ନିରୋଧୀ କାର୍ଯ୍ୟ ବୁଟ୍ ପିନ୍ଧିଛନ୍ତି

•    ସ୍କାଫୋଲଡିଂ କାର୍ଯ୍ୟର ବୁଝାଶୁଝା ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ଦ୍ୱାରା କରାଯାଉଛି

•    ବ୍ୟବହାର ପୂର୍ବରୁ ସିଡିଗୁଡ଼ିକୁ ଉପରୁ ଓ ତଳୁ ବାନ୍ଧିଦିଆଯାଇଛି

•    କାର୍ଯ୍ୟନିର୍ଘଣ୍ଟ ସମାପ୍ତି ପରେ, ସାଇଟ୍ ରୁ ସମସ୍ତ ତୀକ୍ଷଣ ବସ୍ତୁ ଓ ବୈଦ୍ୟୁତିକ ଉପକରଣକୁ ହଟାଇଦିଆଯାଇଛି

•    ସମସ୍ତ ରାସାୟନିକ ଡବାରେ ରାସାନିୟକ ବିପଦ ସଙ୍କେତ ରହିଛି

•    ପ୍ରତ୍ୟେକ ଦିନ କାର୍ଯ୍ୟ ଆରମ୍ଭ ପୂର୍ବରୁ, ଠିକାଦାରଙ୍କ ଦ୍ୱାରା ଏକ ସଂକ୍ଷିପ୍ତ ସୁରକ୍ଷା ବୈଠକ ସଞ୍ଚାଳନ କରାଯାଉଛି

ପାଣିପାଗ ପରିସ୍ଥିତି ଉପରେ ନିର୍ଭର କରି, ଆପଣଙ୍କ ଶ୍ରମିକମାନେ ଯେପରି ଯଥେଷ୍ଟ ହାଇଡ୍ରେଟ୍ ଅଛନ୍ତି ଏହା ସୁନିଶ୍ଚିତ କରନ୍ତୁ । କୌଣସି ଶ୍ରମିକ ତାଙ୍କର ସ୍ୱାସ୍ଥ୍ୟକୁ ନେଇ କୌଣସି ଅଭିଯୋଗ କଲେ, ଆପଣ ତୁରନ୍ତ ଏ ସମ୍ପର୍କରେ ଠିକାଦାରଙ୍କ ସହିତ ଆଲୋଚନା କରନ୍ତୁ ।

ଜଣେ ଦାୟିତ୍ୱସମ୍ପନ୍ନ ଗୃହନିର୍ମାତା ହୋଇ ଏବଂ ନିଜ ନିର୍ମାଣ ସାଇଟ୍ ରେ ସୁରକ୍ଷାର ଉଚ୍ଚ ମାନକୁ ବଜାୟ ରଖି, ସମସ୍ତ ଶ୍ରମିକ ପ୍ରତି ନ୍ୟୂନତମ ରିସ୍କ ସହିତ ଆପଣଙ୍କ ପ୍ରକଳ୍ପ କାର୍ଯ୍ୟ ସମୟୋଚିତ ଢଙ୍ଗରେ ସମ୍ପୂର୍ଣ୍ଣ ହେବା ସୁନିଶ୍ଚିତ କରିଥାନ୍ତି ।