ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ

ଆପଣଙ୍କ ବେଡ଼ରୁମ୍ ପାଇଁ 5ଟି ଜରୁରୀ ବାସ୍ତୁ ଟିପ୍ସ

ଘରେ ବେଡ଼ରୁମ୍ ବ୍ୟକ୍ତିଙ୍କର ସବୁଠାରୁ ସୁରକ୍ଷିତ ଆଶ୍ରୟସ୍ଥଳୀ ହୋଇଥାଏ, ଯେଉଁଠାରେ ସେ ବିଶ୍ରାମ ନେଇପାରନ୍ତି ଏବଂ ଫୁରସତ୍ ସମୟକୁ ଉପଭୋଗ କରିପାରିଥାନ୍ତି । ଆରାମ ଓ ବିଶ୍ରାମ ପାଇଁ ଉଦ୍ଦିଷ୍ଟ ଏକ ସୁରକ୍ଷିତ ଜାଗା ଯାହା ବ୍ୟକ୍ତିଙ୍କ ପାଇଁ ଅତି ବ୍ୟକ୍ତିଗତ ଓ ଖାସ୍ ହୋଇଥାଏ ଏବଂ ସକାରାତ୍ମକ ତଥା ଶାନ୍ତିଦାୟକ ପରିବେଶ ପାଇଁ ଏହା ସଠିକ୍ ଶକ୍ତିର ବିଚ୍ଛୁରଣ ଆବଶ୍ୟକ କରିଥାଏ ।

ଏ କ୍ଷେତ୍ରରେ ବାସ୍ତୁଶାସ୍ତ୍ର ନିଜର ଭୂମିକା ତୁଲାଇଥାଏ । ବେଡ଼ରୁମ୍‌‌କୁ ସକାରାତ୍ମକ ଶକ୍ତି ବିଚ୍ଛୁରିତ କରୁଥିବା ଏକ ସୁରକ୍ଷିତ ଜାଗାରେ ପରିଣତ କରିବା ପାଇଁ ବେଡ଼ରୁମ୍ ନିମନ୍ତେ ସଠିକ୍ ବାସ୍ତୁଶାସ୍ତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ବ୍ୟକ୍ତି ଶାନ୍ତି ଅନୁଭବ କରିପାରନ୍ତି ।


ବାସ୍ତୁ ଶାସ୍ତ୍ର ଅନୁଯାୟୀ ନିଜର ବେଡ଼ରୁମ୍ ତିଆରି କରିବାର ମହତ୍ତ୍ୱ

ଲୋକମାନେ ନିଜର ଘରକୁ ଏପରି ଭାବରେ ଡିଜାଇନ୍ କରିବାର ଚେଷ୍ଟା କରନ୍ତି ଯାହା ସେମାନଙ୍କୁ ଆପଣାର ଘର ହୋଇଥିବାର ଅନୁଭୂତି ଦେଉଥିବ ଏବଂ ସଠିକ୍ ବାସ୍ତୁ ସହିତ ନିର୍ମିତ ବେଡ଼ରୁମ୍ ଏହା ନିର୍ଦ୍ଧାରଣ କରିଥାଏ ଯେ ଏକ ଦୀର୍ଘ ଓ ପରିଶ୍ରମପୂର୍ଣ୍ଣ ଦିନର ଅନ୍ତରେ ବ୍ୟକ୍ତି ଯେବେ ବିଶ୍ରାମ ନେବାର ସମୟ ପାଆନ୍ତି ତେବେ ସେ କ’ଣ ଅନୁଭବ କରିବେ । କେବଳ ଏତିକି ନୁହେଁ, ଆମ ବେଡ଼ରୁମ୍ ଆମକୁ ଦୁନିଆର ଗହଳି ଚହଳିରୁ ଦୂରରେ ଏକ ଅତି ବାଞ୍ଛିତ ଜାଗା ଯୋଗାଇଥାଏ, ଯେଉଁଠାରେ ଆମେ ଅନେକ ଅନ୍ୟାନ୍ୟ କାର୍ଯ୍ୟରେ ଲିପ୍ତ ହୋଇଥାଉ ଯେପରିକି କାମ କରିବା, ଲେଖାଲେଖି କରିବା, ଆମର ରୁଚିରେ ଲିପ୍ତ ହେବା ଇତ୍ୟାଦି । ବେଡ଼ରୁମ୍ ପାଇଁ ସଠିକ୍ ବାସ୍ତୁ ଶାସ୍ତ୍ର କକ୍ଷରେ ବାସ କରୁଥିବା ଶକ୍ତିର ପ୍ରକାରର ନିର୍ଦ୍ଧାରକ କାରକ ହେବା ସହିତ ଆମର ସ୍ୱାସ୍ଥ୍ୟ, ଧନ ଏବଂ ସଫଳତା ପାଇଁ ମଧ୍ୟ ଅନେକ ମହତ୍ତ୍ୱ ରଖିଥାଏ ।
 

ବାସ୍ତୁ ଅନୁସାରେ ମାଷ୍ଟର ବେଡ଼ରୁମ୍

ଦିଗ : ମାଷ୍ଟର ବେଡ଼ରୁମ୍ ପାଇଁ ବାସ୍ତୁ ଟିପ୍ସ ଅନୁଯାୟୀ, ବେଡ଼ରୁମ୍ ବା ଶୟନକକ୍ଷଟି ଦକ୍ଷିଣ-ପଶ୍ଚିମ ଦିଗରେ ରହିବା ଉଚିତ୍ ।

ମୁଖ୍ୟ ଦରଜାର ଅବସ୍ଥିତି : ମାଷ୍ଟର ବେଡ଼ରୁମ୍ ପାଇଁ ବାସ୍ତୁର ମାର୍ଗଦର୍ଶନ ଅନୁଯାୟୀ, ବେଡ଼ରୁମ୍‌‌ର କବାଟ 90 ଡିଗ୍ରୀ ପର୍ଯ୍ୟନ୍ତ ଖୋଲୁଥିବା, ଖୋଲିବା ଓ ବନ୍ଦ କରିବା ସମୟରେ ସେଥିରୁ କୌଣସି କେଁ-କଟର ଶବ୍ଦ ଆସୁ ନ ଥିବା ଆବଶ୍ୟକ ଏବଂ ତାହା ପୂର୍ବ, ପଶ୍ଚିମ କିମ୍ବା ଉତ୍ତର ଦିଗରେ ଅବସ୍ଥିତ ହେବା ଆବଶ୍ୟକ ।

ଖଟର ଅବସ୍ଥିତି : ମାଷ୍ଟର ବେଡ଼ରୁମ୍ ପାଇଁ ବାସ୍ତୁ ଟିପ୍ସ ଅନୁଯାୟୀ ବାସ୍ତୁ ସିଦ୍ଧାନ୍ତ ଏହା କହିଥାଏ ଯେ, ଖଟକୁ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଏପରି ଭାବରେ ରଖାଯିବା ଆବଶ୍ୟକ ଯେ ସେଥିରେ ଶୋଇଲେ ଗୋଡ଼ ଉତ୍ତର କିମ୍ବା ପୂର୍ବ ଦିଗ ଆଡ଼କୁ ରହୁଥିବ । ତାହା କୋଠରୀର କୌଣସି କୋଣରେ ନ ରହି ମଝିଆ ମଝି ରହୁଥିବା ଉଚିତ୍ ।

ରଙ୍ଗ : ମାଷ୍ଟର ବେଡ଼ରୁମ୍ ପାଇଁ ବାସ୍ତୁ ମାର୍ଗଦର୍ଶନ ଅନୁଯାୟୀ ମାଷ୍ଟର ବେଡ଼ରୁମ୍‌‌ ପାଇଁ ଆଦର୍ଶ ରଙ୍ଗ ଗୁଡ଼ିକ ହେଉଛି ଧୂସର, ସବୁଜ, ଗୋଲାପୀ, ଏବଂ ବ୍ଲ୍ୟୁ, ଆଇଭୋରୀ କିମ୍ବା ହାଲୁକା ରଙ୍ଗ ।

ପୋଷାକ ଆଲମାରିର ଅବସ୍ଥିତି : ପୋଷାକ ପାଇଁ ଉଦ୍ଦିଷ୍ଟ ଆଲମାରି ବା ୱାର୍ଡରୋବକୁ ପଶ୍ଚିମ, ଦକ୍ଷିଣ-ପଶ୍ଚିମ, କିମ୍ବା ଦକ୍ଷିଣ ଦିଗରେ ରଖାଯିବା ଉଚିତ୍ କାରଣ ମାଷ୍ଟର ବେଡ଼ରୁମ୍ ବାସ୍ତୁ ଟିପ୍ସ ଅନୁସାରେ ଏହିସବୁ ଦିଗଗୁଡ଼ିକ ସକାରାତ୍ମକ ଶକ୍ତି ବିଚ୍ଛୁରିତ କରିଥାଏ ।

ସାଜସଜ୍ଜା : ମାଷ୍ଟର ବେଡ଼ରୁମ୍ ପାଇଁ ବାସ୍ତୁ ମାର୍ଗଦର୍ଶନ ଅନୁଯାୟୀ କାନ୍ଥଗୁଡ଼ିକରେ ଭୂଦଶ୍ୟ କିମ୍ବା ସମୁଦ୍ରର ଶାନ୍ତ ସୌମ୍ୟ ଚିତ୍ର ଲଗାଯିବା ଆବଶ୍ୟକ ଏବଂ ହିଂସା ଦର୍ଶାଉଥିବା କୌଣସି ଚିତ୍ର ଲଗାଯିବା ଉଚିତ୍ ନୁହେଁ ।

ବେଡ଼ରୁମ୍ ପାଇଁ ସରଳ ବାସ୍ତୁ ଟିପ୍ସ

ବେଡ଼ରୁମ୍‌‌ର ଦିଗ :

Bedroom Direction

ବେଡ଼ରୁମ୍‌‌ର ଦିଗ :

 

  • ବାସ୍ତୁ ଅନୁସାରେ ଆଦର୍ଶ ବେଡ଼ରୁମ୍ ଦିଗ ହେଉଛି ଉତ୍ତର ଦିଗ କାରଣ ଏହା କ୍ୟାରିୟର୍ ସମ୍ବନ୍ଧୀୟ ସଫଳତା ଆଣୁଥିବାର ବିବେଚନା କରାଯାଇଥାଏ ।
  • ବେଡ଼ରୁମ୍ ପାଇଁ ବାସ୍ତୁ ଟିପ୍ସ ଅନୁଯାୟୀ, ପଶ୍ଚିମ ଦିଗ ମଧ୍ୟ ବେଡ଼ରୁମ୍ ପାଇଁ ଏକ ଉତ୍ତମ ଦିଗ ଅଟେ କାରଣ ଏହା ଧନକୁ ନିମନ୍ତ୍ରଣ ଦେଇଥାଏ ।
  • ଘରର କେନ୍ଦ୍ରଭାଗ, ଉତ୍ତରପୂର୍ବ ଏବଂ ଦକ୍ଷିଣପୂର୍ବ ଦିଗରେ ବେଡ଼ରୁମ୍ ରଖିବାରୁ ବିରତ ରୁହନ୍ତୁ ।

ବାସ୍ତୁ ଅନୁଯାୟୀ ଖଟର ଦିଗ, ଆକୃତି ଏବଂ ସ୍ଥିତି :

bed-direction-shape-position-as-per-vastu

ବାସ୍ତୁ ଅନୁଯାୟୀ ଖଟର ଦିଗ, ଆକୃତି ଏବଂ ସ୍ଥିତି :
 

  • ବାସ୍ତୁ ଅନୁସାରେ ଖଟ ପାଇଁ ଆଦର୍ଶ ଦିଗ ହେଉଛି କୋଠରୀର ଦକ୍ଷିଣପଶ୍ଚିମ ଦିଗ ।
  • ଖଟଟି କାଠନିର୍ମିତ ହୋଇଥିବା ଆବଶ୍ୟକ ଏବଂ ତାହା ବର୍ଗାକାର କିମ୍ବା ଆୟତାକାର ହୋଇଥିବା ଉଚିତ୍ ।
  • ଖଟକୁ ବିମ୍‌‌ର ଠିକ୍ ତଳେ ରଖାଯିବା ଉଚିତ୍ ନୁହେଁ ।
  • ଖଟର ଦିଗ ପାଇଁ ବାସ୍ତୁର ପରାମର୍ଶ ଅନୁସାରେ, ଖଟଟି କୋଠରୀର ମଝିରେ ରହିବା ଏବଂ କାନ୍ଥର ଅତି ନିକଟରେ ନ ରହିବା ଆବଶ୍ୟକ ।

ବାସ୍ତୁ ଅନୁସାରେ ଶୟନର ଦିଗ :

sleeping-direction-as-per-vastu

ବାସ୍ତୁ ଅନୁସାରେ ଶୟନର ଦିଗ :

ଏହା ସୁପାରିସ କରାଯାଏ ଯେ, ଆପଣ ଶୋଇଲା ବେଳେ, ଆପଣଙ୍କ ମୁଣ୍ଡ ଦକ୍ଷିଣ କିମ୍ବା ପୂର୍ବ ଦିଗ ଆଡ଼କୁ ରହିବା ଏବଂ ଆପଣଙ୍କ ଗୋଡ଼ ଉତ୍ତର ଓ ପଶ୍ଚିମ ଦିଗ ଆଡ଼କୁ ରହିବା ଉଚିତ୍ । ଏହାଦ୍ୱାରା ଆପଣଙ୍କ ଶରୀର ସକାରାତ୍ମକ ଶକ୍ତିକୁ ଅବଶୋଷିତ କରିପାରିଥାଏ । ମୁଣ୍ଡକୁ ଉତ୍ତର ଦିଗ ଆଡ଼କୁ ରଖି କଦାପି ଶୁଅନ୍ତୁ ନାହିଁ ।

ଦର୍ପଣ, ପୋଷାକ ଆଲମାରି, ଏବଂ ଡ୍ରେସର୍‌‌ର ଅବସ୍ଥିତି :

placement-of-mirrors-wardrobes-dressers

ଦର୍ପଣ, ପୋଷାକ ଆଲମାରି, ଏବଂ ଡ୍ରେସର୍‌‌ର ଅବସ୍ଥିତି :

 

  • ଆପଣଙ୍କର ପୋଷାକ ଆଲମାରିଟି ବେଡ଼ରୁମ୍‌‌ର ଦକ୍ଷିଣପଶ୍ଚିମ ଦିଗରେ ରଖାଯିବା ଓ ତାହାର କବାଟି ଯେପରି ଉତ୍ତର କିମ୍ବା ପୂର୍ବ ଦିଗକୁ ଖୋଲେ ଏହା ସୁନିଶ୍ଚିତ କରାଯିବା ଆବଶ୍ୟକ ।
  • ଦର୍ପଣକୁ ଉତ୍ତର କିମ୍ବା ପୂର୍ବ ଦିଗରେ ରଖାଯିବା ଉଚିତ୍ । ଦର୍ପଣଟି କଦାପି ଖଟ ଆଡ଼କୁ ମୁହଁ ନ କରି ରହିବା ଉଚିତ୍ କାରଣ ଶୟନ ଅବସ୍ଥାରେ ଆପଣଙ୍କର ପ୍ରତିବିମ୍ବକୁ ଅଶୁଭ ବିବେଚନା କରାଯାଇଥାଏ ।
  • ମୂଲ୍ୟବାନ ବସ୍ତୁଗୁଡ଼ିକୁ ଉତ୍ତର ଦିଗରେ ରଖାଯିବା ଉଚିତ୍ କାରଣ ସେହିଠାରେ ହିଁ ଧନସମ୍ପତ୍ତିର ଦେବତା ବାସ କରନ୍ତି ।
  • ଆପଣଙ୍କ କୋଠରୀଟି ଅବ୍ୟବସ୍ଥିତ ନ ହୋଇଥିବା ଉଚିତ୍ କାରଣ ଏକ ଅବ୍ୟବସ୍ଥିତ କୋଠରୀ ଶକ୍ତିର ପ୍ରବାହକୁ ବାଧିତ କରିଥାଏ ।
  • ଡ୍ରେସରକୁ ଖଟର ପାର୍ଶ୍ୱରେ ରଖାଯିବା ଆବଶ୍ୟକ ।

ବେଡ଼ରୁମ୍ ସିଲିଂ :

bedroom-ceiling

ବେଡ଼ରୁମ୍ ସିଲିଂ :

 

  • ବିଷମ କିମ୍ବା ଗଡ଼ାଣିଆ ସିଲିଂ ଡିଜାଇନ୍ କରନ୍ତୁ ନାହିଁ; ଏହା ମାନସିକ ଚାପ ଓ ନିଦ୍ରାହୀନତାର କାରଣ ସାଜିଥାଏ ।
  • ସିଲିଂର ଉଚ୍ଚତା 10-12 ଫୁଟ ହେବା ସୁପାରିସଯୋଗ୍ୟ ଯାହାଦ୍ୱାରା ସକାରାତ୍ମକ ଶକ୍ତିକୁ ପ୍ରବାହିତ ହେବା ପାଇଁ ପର୍ଯ୍ୟାପ୍ତ ଜାଗା ମିଳିଥାଏ ।
  • ସିଲିଂଗୁଡ଼ିକର ରଙ୍ଗ ହାଲୁକା ହେବା ଉଚିତ୍ କାରଣ ଗାଢ଼ ରଙ୍ଗର ସିଲିଂଗୁଡ଼ିକ ଦୁର୍ଭାଗ୍ୟ ଏବଂ ବାଧାବିଘ୍ନ ଆଣିଥାଏ ।
  • ସିଲିଂ ଡିଜାଇନ୍ କିମ୍ବା ଶାଣ୍ଡେଲିୟର୍‌‌ରେ ସଜ୍ଜିତ ନ ହେବା ଉଚିତ୍, ଆଦର୍ଶ ଭାବେ ଘରର ମଧ୍ୟଭାଗ ଆଡ଼କୁ ଆୟତାକାର କିମ୍ବା ବର୍ଗାକାର ପ୍ୟାଟର୍ନରେ ତିନିଟି ରେଖା ସହିତ ତାହା ସାଦା ରହିବା ଉଚିତ୍ ।

ବେଡ଼ରୁମ୍‌‌ରେ ବାଲକୋନୀ :

balcony-in-the-bedroom

ବେଡ଼ରୁମ୍‌‌ରେ ବାଲକୋନୀ :

  • ବାଲକୋନୀ ଆଦର୍ଶ ଭାବେ ଉତ୍ତର, ଉତ୍ତରପୂର୍ବ କିମ୍ବା ପୂର୍ବ ଦିଗରେ ତିଆରି କରାଯିବା ଉଚିତ୍ ।
  • ବାଲକୋନୀର କାନ୍ଥଗୁଡ଼ିକ 90 ଡିଗ୍ରୀରେ ମିଳିତ ହେଉଥିବା ଆବଶ୍ୟକ ।
  • ବାଲକୋନୀର ଉତ୍ତରପୂର୍ବ ଅଂଶରେ ଫୁଲ କିମ୍ବା ତରଙ୍ଗ ପ୍ରିଣ୍ଟର କମ୍ ଉଚ୍ଚତା ବିଶିଷ୍ଟ ବସିବା ସ୍ଥାନ ରହିବା ଉଚିତ୍ ଯାହାଦ୍ୱାରା ବାଲକୋନୀ ସହିତ ସଂଲଗ୍ନ କୋଠରୀରେ ସୌର ଶକ୍ତିର ପ୍ରଭାବ ସହଜ ହୋଇଥାଏ ଓ କୋଠରୀ ଆଲୋକିତ ରହିବାରେ ସହାୟତା ମିଳିଥାଏ ।

ବେଡ଼ରୁମ୍‌‌ର ରଙ୍ଗ :

colour-of-the-bedroom

ବେଡ଼ରୁମ୍‌‌ର ରଙ୍ଗ :

  • ଆପଣଙ୍କ ବେଡ଼ରୁମ୍‌‌ର ରଙ୍ଗ କୋମଳ ଏବଂ ହାଲୁକା ଶେଡ୍‌‌ର ହେବା ଉଚିତ୍ ।
  • କକ୍ଷ ପାଇଁ ଆଦର୍ଶ ରଙ୍ଗଗୁଡ଼ିକ ହେଉଛି ଅଫ୍-ହ୍ୱାଇଟ୍, କ୍ରିମ୍, ଗ୍ରେ, ପିଙ୍କ୍ ଓ ବ୍ଲ୍ୟୁ ।
  • କୋଠରୀର ହାଲୁକା ଓ ଉଜ୍ଜ୍ୱଳ ରଙ୍ଗ ଏକ ପ୍ରଫୁଲ୍ଲ ଓ ଚାପମୁକ୍ତ ପରିବେଶକୁ ସୁନିଶ୍ଚିତ କରିଥାଏ ଏବଂ ଏହା ମନୋଦଶାରେ ପରିବର୍ତ୍ତନ ମଧ୍ୟ ଆଣିପାରେ ।
  • ଆପଣ କୋଠରୀରେ ଗାଢ଼ ବା ଅନ୍ଧାରୁଆ ରଙ୍ଗ ବ୍ୟବହାର କରିବାରୁ ବିରତ ରହିବା ଉଚିତ୍ କାରଣ ତାହା ନକାରାତ୍ମକ ଶକ୍ତି ଓ କମ୍ପନ ଆଣିଥାଏ ।

ଏବେ ଆପଣ ନିଜର ବେଡ଼ରୁମ୍ ପାଇଁ ସଠିକ୍ ବାସ୍ତୁ ବିଷୟରେ ଜାଣିଲେ, ତେଣୁ ସେହି ଅନୁଯାୟୀ ନିଜର ପବିତ୍ର ସ୍ଥାନକୁ ସକାରାତ୍ମକ ଓ ଶାନ୍ତ କମ୍ପନରେ ପରିପୂର୍ଣ୍ଣ କରନ୍ତୁ ଏବଂ ତାହାକୁ ନିଜର ଅତି ଆପଣାର ଆଳୟରେ ପରିଣତ କରନ୍ତୁ ।

ବେଡ଼ରୁମ୍ ବ୍ୟତୀତ, ଆପଣଙ୍କ ଶୌଚାଳୟ ମଧ୍ୟ ଏପରି ଏକ ସ୍ଥାନ ଯେଉଁଠି ଆପଣ ମହତ୍ତ୍ୱପୂର୍ଣ୍ଣ ସମୟ ବିତାଇଥାନ୍ତି ଓ ଯେଉଁଠାରେ ଆପଣଙ୍କର ଅନେକ ଚିନ୍ତନ ସଂଘଟିତ ହୋଇଥାଏ । ସଠିକ୍ ବାସ୍ତୁ ଅନୁଯାୟୀ ନିର୍ମାଣ କରି ତାହାକୁ ଏକ ଆନନ୍ଦଦାୟକ ଜାଗାରେ ପରିଣତ କରିବା ନିଶ୍ଚିତ କରନ୍ତୁ । ଶୌଚାଳୟ ପାଇଁ ବାସ୍ତୁ ସମ୍ପର୍କରେ ଅଧିକ ପଢ଼ନ୍ତୁ ।