ପ୍ଲମ୍ବିଂ ଆପଣଙ୍କ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଅଟେ, ଯାହା ଆପଣଙ୍କ କିଚେନ୍, ବାଥରୁମ୍, ଲନ୍ ଆଦିକୁ ଓ ସେଠାରୁ ପାଣିର ସ୍ଥିର ସଞ୍ଚରଣକୁ ସୁନିଶ୍ଚିତ କରିଥାଏ । ଉପଯୁକ୍ତ, ଦୀର୍ଘସ୍ଥାୟୀ ପ୍ଲମ୍ବିଂ ପ୍ରଣାଳୀକୁ ସୁନିଶ୍ଚିତ କରିବା ପାଇଁ ପ୍ଲାନିଂ ପର୍ଯ୍ୟାୟରୁ ହିଁ ଏ ସଂକ୍ରାନ୍ତରେ ଅତିରିକ୍ତ ଯତ୍ନ ନିଆଯିବା ଉଚିତ୍ ।
ଆପଣଙ୍କ ପାଣି ପାଇପ୍ ଗୁଡ଼ିକର ଆକାର ଓ ତାହା ନିର୍ମିତ ହୋଇଥିବା ସାମଗ୍ରୀ ପାଣିର ପ୍ରେସର୍ ଉପରେ ନିର୍ଭର କରିଥାଏ । ଧାତବ ପାଇପ୍, ସେଗୁଡ଼ିକର ସୁଦୃଢ଼ତା ଏବଂ ସ୍ଥାୟିତ୍ୱ କାରଣରୁ ସେଗୁଡ଼ିକ ୱାଟର-ପମ୍ପ୍ ଏବଂ ସବମର୍ସିବଲ୍ ସହିତ ସଂଯୁକ୍ତ କରିବା ପାଇଁ ଉପଯୁକ୍ତ ଅଟେ ।
ନିଜ ଘରର ଲେଆଉଟ୍ ପ୍ଲାନିଂ ସମୟରେ, କିଚେନ୍, ବାଥରୁମ୍ ଏବଂ ଲଣ୍ଡ୍ରିରୁମ୍ କୁ ପରସ୍ପର ପାଖାପାଖି ରଖନ୍ତୁ - ଏହାଦ୍ୱାରା ପାଇପିଂ ବାବଦୀୟ ଖର୍ଚ୍ଚ ହ୍ରାସିତ ହେବ ଏବଂ ଯୋଡ଼େଇଗୁଡ଼ିକରୁ ଲିକେଜ୍ ସମ୍ଭାବନା ହ୍ରାସିତ ହେବ ।
ଅତିରିକ୍ତ ଭାବେ, ଆପଣଙ୍କ ଘରର ଲୁକ୍କାୟିତ ବା କନସିଲ୍ଡ ପାଇପିଂର ନିଷ୍ପତ୍ତି ପ୍ଲାନିଂ ପର୍ଯ୍ୟାୟରୁ ଗ୍ରହଣ କରାଯାଇପାରିବ । ଏହାଦ୍ବାରା ପାଇପ୍ ଗୁଡ଼ିକ ଯେପରି ଆପଣଙ୍କ ଘରର ସୌନ୍ଦର୍ଯ୍ୟ ନଷ୍ଟ ନ କରେ ତାହା ସୁନିଶ୍ଚିତ ହୋଇଥାଏ ।
ଏହା ଥିଲା ଆପଣଙ୍କ ଘରେ ଫାଟକୁ ଏଡ଼ାଇବା ପାଇଁ ଘରର ନିର୍ମାଣ ସମୟରେ କିଓରିଂ ସମ୍ବନ୍ଧୀୟ କେତୋଟି ଟିପ୍ସ । ଏପରି ଅଧିକ ଟିପ୍ସ ପାଇଁ, ପରିଦର୍ଶନ କରନ୍ତୁ: www.ultratechcement.com
ତୁମର ପ୍ରଶ୍ନର ଉତ୍ତର ପାଅ |