ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ

ଘରକୁ ଚିତ୍ତାକର୍ଷକ ଭାବେ ରଙ୍ଗ କରିବାର କୌଶଳ ଉପଦେଶ

ଯଦିଓ ଘରର ରଙ୍ଗକୁ ସବା ଶେଷରେ ବିଚାରକୁ ନିଆଯାଇଥାଏ, କିନ୍ତୁ ଘରର ରୂପସଜ୍ଜା ପ୍ରକ୍ରିୟାର ଏହା ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ଘରର ରଙ୍ଗ କାର୍ଯ୍ୟ ପାଇଁ ଏହି ଉପଦେଶଗୁଡ଼ିକ ଆପଣଙ୍କୁ ଆପଣଙ୍କ ଘରକୁ ଫଳପ୍ରଦ ଭାବେ ରଙ୍ଗ କରିବାରେ ମାର୍ଗଦର୍ଶନ ଯୋଗାଇବ ।

ଯଦି ଆପଣ ଘରର ନବୀକରଣ ଯାତ୍ରାରେ ସିମେଣ୍ଟରୁ ଆରମ୍ଭ କରି କଂକ୍ରିଟ୍ ର କମ୍ପ୍ରେସିଭ୍ ଦୃଢ଼ତା ପର୍ଯ୍ୟନ୍ତ ରୁଚି ଦେଖାଇଛନ୍ତି, ତେବେ ନିଃସନ୍ଦେହରେ ଘରର ରଙ୍ଗ କାର୍ଯ୍ୟ ପ୍ରତି ମଧ୍ୟ ଆପଣଙ୍କର ବିଶେଷ ଆଗ୍ରହ ରହିଥିବ । ତେଣୁ, ସଠିକ୍ ରଙ୍ଗ ଚୟନ କରିବା ଏବଂ ଆପଣଙ୍କ ଘରର ରଙ୍ଗ ଯେପରି ଦୀର୍ଘସ୍ଥାୟୀ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ଆମେ ଆପଣଙ୍କ ପାଇଁ ଆଣିଛୁ କେତେକ ଉପାଦେୟ ହୋମ୍ ପେଣ୍ଟିଂ ଟିପ୍ସ । ଏହି ହୋମ୍ ପେଣ୍ଟିଂ ଗାଇଡ୍‌ରେ ପେଣ୍ଟିଂ ଟିପ୍ସରୁ ଆରମ୍ଭ କରି କାନ୍ଥ ରଙ୍ଗ କରିବା ପର୍ଯ୍ୟନ୍ତ ସବୁକିଛି ମାର୍ଗଦର୍ଶନ ଅନ୍ତର୍ଭୁକ୍ତ ଅଟେ । ଚାଲନ୍ତୁ ଆରମ୍ଭ କରିବା !
 

ଦୀର୍ଘସ୍ଥାୟୀ ରଙ୍ଗ ପାଇଁ ହୋମ୍ ପେଣ୍ଟିଂ ଗାଇଡ୍

Home Painting Tips

 

  • 1. ପାଣିପାଗକୁ ବିଚାରକୁ ନେବା ଏବଂ କାନ୍ଥର ଆର୍ଦ୍ରତାକୁ ଯାଞ୍ଚ କରିବା :
    ଘରର ରୂପସଜ୍ଜା ପାଇଁ ସମୟରେଖା ତିଆରି କରିବା ସମୟରେ, ଯଦି ଆପଣ ଏହା ପ୍ରଥମ ଥର ପାଇଁ କରୁଥାନ୍ତି, ଘରର ରଙ୍ଗ ବା ହୋମ୍ ପେଣ୍ଟିଂ ପାଇଁ ଯଥେଷ୍ଟ ସମୟ ଆବଣ୍ଟନ କରିବା ସୁନିଶ୍ଚିତ କରନ୍ତୁ । ଅଧିକନ୍ତୁ, ରଙ୍ଗ କାର୍ଯ୍ୟ ପାଇଁ ଆପଣଙ୍କ ଦେଶର ଖରାଦିନ କିମ୍ବା ଶୀତଦିନ ଅବଧିକୁ ବାଛନ୍ତୁ କାରଣ ମୌସୁମୀ ରଙ୍ଗକୁ ଶୁଖିବାକୁ ଦେଇ ନ ଥାଏ । ଗ୍ରୀଷ୍ମଋତୁ କାନ୍ଥଗୁଡ଼ିକୁ ରଙ୍ଗ କରିବାର ପ୍ରକୃଷ୍ଟ ସମୟ ଅଟେ:

    କାନ୍ଥର ଆର୍ଦ୍ରତା ଉପାଦାନକୁ ମାପିବା ପାଇଁ ମଏଶ୍ଚର ମିଟର ନାମକ ଏକ ବିଶେଷ ଯନ୍ତ୍ର ଡିଜାଇନ୍ କରାଯାଇଛି ।

    ଛାତରୁ ପାଣି ଗଡ଼ିବା, କ୍ଷତିଗ୍ରସ୍ତ ପାଇପ୍, ବର୍ଷାଜଳ କିମ୍ବା ଭୂତଳ ଜଳ ଅବଶୋଷଣ କାରଣରୁ କଂକ୍ରିଟ୍ ଚଟାଣ, କାନ୍ଥ ଓ ସିଲିଂରେ ଫସିରହିଥିବା ଆର୍ଦ୍ରତାକୁ ଏହା ଚିହ୍ନଟ କରିପାରେ । ମଏଶ୍ଚର ମିଟରର ବୈଜ୍ଞାନିକ ଏବଂ ନିର୍ଭୁଲ୍ ଚିହ୍ନଟ କ୍ଷମତା ଆପଣଙ୍କୁ ଆର୍ଦ୍ରତାଜନିତ କ୍ଷତିର ସଠିକ୍ ଆକଳନରେ ସହାୟତା କରିଥାଏ, ଯାହାଦ୍ୱାରା ଆପଣ ଘରର କାନ୍ଥ ଓ ଛାତକୁ ରଙ୍ଗ କରିବା ପୂର୍ବରୁ ତାହାକୁ ୱାଟରପ୍ରୁଫ୍ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିପାରିଥାନ୍ତି ।
     
  • 2. ପେଣ୍ଟିଂ କରିବା ପୂର୍ବରୁ ପୃଷ୍ଠଭାଗକୁ ସଫା କରନ୍ତୁ :
    କାନ୍ଥକୁ ରଙ୍ଗ କରିବା ପୂର୍ବରୁ ତାହାର ପୃଷ୍ଠଭାଗକୁ ମଇଳା ରଖାଯିବା ଉଚିତ୍ ନୁହେଁ । ଯଦି ଆପଣଙ୍କର କାନ୍ଥରେ କୌଣସି ଧୂଳିକଣା/ବୁଢ଼ିଆଣୀ ଜାଲ/ଅଳନ୍ଧୁ ଆଦି ରହିଥାଏ, ତେବେ ରଙ୍ଗ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତାହାକୁ ସଫା କରିଦେବା ସର୍ବୋତ୍ତମ । ପୃଷ୍ଠଭାଗରେ ଆଖିକୁ କିଛି ମଇଳା ଦୃଶ୍ୟମାନ ହେଉ ନ ଥିଲେ ମଧ୍ୟ, ରଙ୍ଗକାର୍ଯ୍ୟକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଥମେ ତାହାକୁ ପୋଛିଦେବା ଭଲ ।

  • 3. ଉଚ୍ଚ-କ୍ୱାଲିଟିର ଉପକରଣ ଓ ରଙ୍ଗରେ ନିବେଶ କରନ୍ତୁ । :
    ଦୀର୍ଘସ୍ଥାୟୀ ରଙ୍ଗ ପାଇଁ କାମଗୁଡ଼ିକୁ ଯେପରି ବାରମ୍ବାର ଦୋହରାଇବାକୁ ନ ପଡ଼େ ଏହା ସୁନିଶ୍ଚିତ କରିବା ପାଇଁ ପେଣ୍ଟିଂ ଟିପ୍ସକୁ ଥରେ ଆରମ୍ଭରୁ ଶେଷ ଯାଏଁ ପଢ଼ିନେବା ସୁପାରିସଯୋଗ୍ୟ । ଏଥିପାଇଁ ଆପଣଙ୍କୁ ଉଚ୍ଚ କ୍ୱାଲିଟିର ପେଣ୍ଟ୍ ତଥା ବ୍ରଶ୍, ରୋଲର୍ କଭର୍ ଏବଂ ପେଣ୍ଟର୍ସ ଟେପ୍ ଭଳି ପେଣ୍ଟିଂ ଉପକରଣରେ ନିବେଶ କରିବାକୁ ହେବ । ଭଲ ବ୍ରଶ୍ ଓ ରୋଲର୍ କଭର୍ ଉତ୍ତମ କଭରେଜ୍ ପ୍ରଦାନ କରିଥାଏ, ଯାହାଫଳରେ ରଙ୍ଗର ପୁନଃପ୍ରୟୋଗ ପାଇଁ ସମୟ ନଷ୍ଟ କରିବାକୁ ପଡ଼େନାହିଁ ଏବଂ ଭଲ ମାନର ପେଣ୍ଟର୍ସ ଟେପ୍ ଆପଣଙ୍କୁ ରଙ୍ଗ ଟୋପା ଓ ବ୍ଲର୍ ଗୁଡ଼ିକୁ ଅଟକାଇ ରଖିବାରେ ସମର୍ଥ କରିଥାଏ ।

  • 4. ପ୍ରାଇମର୍‌‌କୁ ଛାଡ଼ନ୍ତୁ ନାହିଁ :
    ଯଦି ଆପଣ ନୂଆ ଡ୍ରାଏୱାଲ୍ ପେଣ୍ଟିଂ କରୁଛନ୍ତି, ତେବେ କାନ୍ଥର ଖୁଣଗୁଡ଼ିକୁ ଲୁଚାଇବା ତଥା ଏକ ସମତଳ ବେସ୍ ହାସଲ କରିବା ପାଇଁ ରଙ୍ଗ ଲଗାଇବା ପୂର୍ବରୁ ଏକ ୱାଟର-ବେସଡ୍ ପ୍ରାଇମର ବ୍ୟବହାର କରନ୍ତୁ । ଯଦି ଆପଣ ପ୍ୟାନେଲିଂ, ପାଣି ଦ୍ୱାରା କ୍ଷତିଗ୍ରସ୍ତ କିମ୍ବା ଧୂଆଁ କାରଣରୁ କଳା ପଡ଼ିଯାଇଥିବା କାନ୍ଥକୁ ରଙ୍ଗ କରୁଛନ୍ତି, ତେବେ ଅଏଲ୍-ବେସଡ୍ ପ୍ରାଇମର୍ ବାଛନ୍ତୁ ।

  •  5. ଚାରିଆଡ଼େ ସମାନ ରଙ୍ଗକୁ ସୁନିଶ୍ଚିତ କରିବା ପାଇଁ ଏକ ବଡ଼ ବାଲ୍ଟିରେ ରଙ୍ଗର ଅନେକ ଡବାକୁ ଏକାଠି ମିଶାଇଦିଅନ୍ତୁ। :
    ପ୍ରତ୍ୟେକ କ୍ୟାନ୍‌‌ରେ ରହିଥିବା ରଙ୍ଗଗୁଡ଼ିକ ମଧ୍ୟରେ ସାମାନ୍ୟ ପାର୍ଥକ୍ୟ ରହିଥାଇପାରେ, ତେଣୁ ଅସମାନ ରଙ୍ଗର ଆଶଙ୍କାକୁ ଦୂର କରିବା ପାଇଁ ସମସ୍ତ କ୍ୟାନ୍‌‌କୁ ଗୋଟିଏ ବଡ଼ ବାଲ୍ଟିରେ ମିଶାଇବା ଏବଂ ସେଥିରୁ ରଙ୍ଗ କରିବା ସର୍ବୋତ୍ତମ । କେତେ ପରିମାଣର ରଙ୍ଗ ଆବଶ୍ୟକ ହେବ ତାହା ପୂର୍ବରୁ ଆକଳନ କରିନେବା ସର୍ବଦା ସୁପାରିସଯୋଗ୍ୟ ଏବଂ ସେହି ଅନୁଯାୟୀ ରଙ୍ଗ କିଣନ୍ତୁ । ଏହି ପ୍ରକ୍ରିୟାକୁ ‘ବକ୍ସିଂ’ ମଧ୍ୟ କୁହାଯାଏ ।

  • 6. ଲ୍ୟାପ୍ ମାର୍କକୁ ଏଡ଼ାନ୍ତୁ :
    ଶୁଖିବା ଆରମ୍ଭ କରିସାରିଥିବା ରଙ୍ଗ ଉପରେ ପେଣ୍ଟ ରୋଲିଂ ଓଭର କରିବା ସମୟରେ ଘଟୁଥିବା ଷ୍ଟ୍ରାଇପ୍ ବା ପଟି ଦାଗକୁ ଏଡ଼ାଇବା ପାଇଁ କାନ୍ଥକୁ ପୂର୍ଣ୍ଣ ଉଚ୍ଚତା ଯାଏଁ ପେଣ୍ଟ୍ କରନ୍ତୁ ଓ ତା’ପରେ ସାମାନ୍ୟ ଘୁଞ୍ଚାନ୍ତୁ ଯାହାଦ୍ୱାରା ଆପଣ ଶେଷ ଷ୍ଟ୍ରୋକ୍ ଉପରେ ପରବର୍ତ୍ତୀ ଷ୍ଟ୍ରୋକ୍‌‌କୁ ମଡ଼ାଇପାରିବେ ।

  • 7. ପ୍ରଥମେ ଟ୍ରିମ୍‌‌କୁ ପେଣ୍ଟ୍ କରନ୍ତୁ :
    ପେସାଦାରମାନେ ସାଧାରଣତଃ ଏକ କ୍ରମକୁ ଅନୁସରଣ କରିଥାନ୍ତି । ସେମାନେ ପ୍ରଥମେ ଟ୍ରିମ୍‌‌ଗୁଡ଼ିକୁ ପେଣ୍ଟ୍ କରନ୍ତି, ତା’ପରେ ସିଲିଂ ଏବଂ ଶେଷରେ କାନ୍ଥକୁ ରଙ୍ଗ କରିଥାନ୍ତି । ଏହାର କାରଣ ହେଉଛି କାନ୍ଥରେ ଟେପ୍ ଲଗାଇବା ତୁଳନାରେ ଟ୍ରିମ୍‌‌ଗୁଡ଼ିକୁ ପେଣ୍ଟ୍ କରିବା ଅଧିକ ସହଜ ଓ ଅଧିକ ଶୀଘ୍ର ହୋଇଥାଏ । ଟ୍ରିମ୍‌କୁ ପେଣ୍ଟିଂ କରିବା ସମୟରେ, ତାହା ପର୍ଫେକ୍ଟ ନ ହେଲେ ମଧ୍ୟ ଚଳିବ, କେବଳ କାଠ ଉପରେ ସ୍ମୁଦ୍ ଫିନିଶ୍ ଆସିବା ଆବଶ୍ୟକ।

  • 8. ସ୍ମୁଦ୍ ଫିନିଶ୍ ପାଇଁ କୋଟ୍‌‌ଗୁଡ଼ିକ ମଧ୍ୟରେ ଟ୍ରିମ୍‌‌କୁ ସ୍ୟାଣ୍ଡ୍ କରନ୍ତୁ :
    ରଙ୍ଗର ଗୋଟିଏ କୋଟ୍ ବା ପରସ୍ତ ତା’ ତଳର ରଙ୍ଗ ଓ ଟ୍ରିମ୍‌‌ର ଚମକୁ ଲୁଚାଇ ନ ପାରେ । ଆଉ ଯଦି ଆପଣ କୋଟ୍‌‌ଗୁଡ଼ିକ ମଧ୍ୟରେ ପୃଷ୍ଠଭାଗକୁ ସ୍ୟାଣ୍ଡ୍ ନ କରନ୍ତି, ତେବେ ଫିନିଶ୍‌‌ରେ ଦାନାଦାର ଟେକ୍ସଚର୍ ରହିଯାଇପାରେ । ସ୍ମୁଦ୍ ଫିନିଶ୍ ପାଇଁ, ପେଣ୍ଟ୍‌‌ର ପ୍ରତ୍ୟେକ କୋଟ୍ ଲଗାଇବା ପୂର୍ବରୁ ଟ୍ରିମ୍‌‌କୁ ସ୍ୟାଣ୍ଡ୍ କରନ୍ତୁ।

ଯଦି ଏହିସବୁ ପେଣ୍ଟିଂ ଟିପ୍ସ ଆପଣଙ୍କୁ ସମ୍ପୂର୍ଣ୍ଣ ପେଣ୍ଟିଂ ପ୍ରକ୍ରିୟାକୁ ନିଜେ ନିଜେ ସମ୍ପନ୍ନ କରିବାର ପ୍ରେରଣା ଯୋଗାଇଛି, ତେବେ ସେହି କାମ ଆରମ୍ଭ କରିବା ପୂର୍ବରୁ ଏହି ଆଲେଖ୍ୟକୁ ପଢ଼ିବା ପାଇଁ ଆମେ ଆପଣଙ୍କୁ ପରାମର୍ଶ ଦେଉଛୁ :
https://www.ultratechcement.com/home-building-explained-single/how-to-choose-the-right-exterior-paint-colours-for-your-home

ବାରମ୍ବାର ପଚରାଯାଉଥିବା ପ୍ରଶ୍ନାବଳୀ

1. ସିଧାସଳଖ ପୁରୁଣା ରଙ୍ଗ ଉପରେ ପେଣ୍ଟ୍ କରାଯାଇପାରିବ କି ?

ରାସାୟନିକ ଉପାଦାନ ଦୃଷ୍ଟିରୁ ଯଦି ଉଭୟ ପୁରୁଣା ଓ ନୂଆ ପେଣ୍ଟ୍ ସମାନ ହୋଇଥାଏ, ତେବେ ହୁଏତ୍ ଆପଣ ପ୍ରାଇମର୍ ଆବଶ୍ୟକ କରିବେ ନାହିଁ (ଉଦାହରଣସ୍ୱରୂପ, ଅଏଲ୍-ବେସଡ୍) । ଯଦି ବର୍ତ୍ତମାନର କାନ୍ଥ ସ୍ମୁଦ୍ ଓ ସଫା ଅଛି, ତେବେ ଆପଣ ପୁରୁଣା ପେଣ୍ଟ୍ ଉପରେ ସିଧାସଳଖ ନୂଆ ପେଣ୍ଟ୍ ଲଗାଇପାରନ୍ତି।

2. ଅତି କମ୍‌‌ରେ କେତାଟି ପେଣ୍ଟ୍ କୋଟ୍ ଲଗାଯିବା ଆବଶ୍ୟକ ?

ସାଧାରଣ ନିୟମ ହେଉଛି ଅତି କମ୍‌‌ରେ ଦୁଇଟି ପେଣ୍ଟ୍ କୋଟ୍ ଲଗାଯିବା । ହେଲେ, କାନ୍ଥରେ ପୂର୍ବରୁ ବ୍ୟବହୃତ ରଙ୍ଗର ସାମଗ୍ରୀ ଓ ରଙ୍ଗ ଉଭୟ ଏହି ସଂଖ୍ୟାକୁ ବିଶେଷ ରୂପେ ପ୍ରଭାବିତ କରିପାରେ; ଉଦାହରଣସ୍ୱରୂପ, ଫିନିଶ୍ ହୋଇ ନ ଥିବା ଡ୍ରାଏୱାଲ୍ ପାଇଁ ଆପଣଙ୍କୁ ପ୍ରାଇମର୍‌‌ର ଗୋଟିଏ କୋଟ୍ କିମ୍ବା ଅଣ୍ଡରକୋଟ୍ ପେଣ୍ଟ୍ ଲଗାଇବାକୁ ମଧ୍ୟ ପଡ଼ିପାରେ।

3. ପେଣ୍ଟିଂ କରିବା ପୂର୍ବରୁ ପ୍ରାଇମର୍ ନ ଲଗାଇଲେ କ’ଣ ହେବ ?

ପ୍ରାଇମର୍ ନ ଲଗାଇଲେ, ଆପଣଙ୍କର ରଙ୍ଗ ଛାଡ଼ିଯିବାର ଆଶଙ୍କା ବହୁଗୁଣିତ ହୋଇଯାଇଥାଏ, ବିଶେଷକରି ଆର୍ଦ୍ର ଅଞ୍ଚଳରେ । ଅଧିକନ୍ତୁ, ପେଣ୍ଟ୍ ଶୁଖିବାର ଅନେକ ମାସ ପରେ ପେଣ୍ଟ୍‌‌ରେ ଅଠାର ଅଭାବ ତାହାକୁ ସଫା କରିବା କଷ୍ଟକର କରିଦେଇଥାଏ । ଆପଣ କାନ୍ଥରୁ ଧୂଳିମଳି କିମ୍ବା ହାତର ଦାଗ ସଫା କରିବା ସମୟରେ କାନ୍ଥର ରଙ୍ଗ ଛାଡ଼ିଯାଉଥିବାର ଲକ୍ଷ୍ୟ କରିପାରିବେ।