ଝରକା ଏବଂ କବାଟ ସ୍ଥାପନ ସମୟରେ ଧ୍ୟାନ ଦେବା ବିଷୟ (ଏକ ଢିଲା କବାଟ ଫ୍ରେମ୍ କିପରି ଠିକ୍ କରିବେ)


ଅଗଷ୍ଟ 25, 2020

ଆପଣଙ୍କ ଘରର ମୋଟାମୋଟି ଢାଞ୍ଚାର କେତେକ ଫିନିଶିଂ ସ୍ପର୍ଶ ହେଉଛି ଘରର କବାଟ ଓ ଝରକା । ଆପଣ ଏହି ପର୍ଯ୍ୟାୟରେ ପହଞ୍ଚିଗଲେ, ବୁଝିନିଅନ୍ତୁ ଯେ ଆପଣଙ୍କ ଘରର ନିର୍ମାଣ କାର୍ଯ୍ୟ ଏବେ ସରିବା ଉପରେ । ତେଣୁ, କବାଟ ଓ ଝରକାକୁ ଉପଯୁକ୍ତ ଭାବେ ଲଗାଇବାକୁ ସୁନିଶ୍ଚିତ କରିବା ପାଇଁ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁଗୁଡ଼ିକୁ ମନେରଖନ୍ତୁ ।

କବାଟ ଏବଂ ୱିଣ୍ଡୋ ସଠିକ୍ ଭାବରେ ସ୍ଥିର ହୋଇଛି କି ନାହିଁ ନିଶ୍ଚିତ କରିବାକୁ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ |

  • ଅଧିକାଂଶ କବାଟ ଓ ଝରକା ଫ୍ରେମ୍ ବା ଦୁଆରବନ୍ଧ/ଚଉକାଠ କାଠରେ ନିର୍ମିତ ହୋଇଥାଏ, ଯାହା ଅନ୍ୟ ସାମଗ୍ରୀ ତୁଳନାରେ ସମୟ ସହିତ ଅଧିକ କ୍ଷତିଗ୍ରସ୍ତ ହେବାକୁ ଲାଗିଥାଏ । ଏଥିପାଇଁ କଂକ୍ରିଟ୍, ଧାତବ କିମ୍ବା ପିଭିସି ଭଳି ସାମଗ୍ରୀ ବ୍ୟବହାର କରିବା କଥା ବିଚାର କରନ୍ତୁ ।
  • କାନ୍ଥରେ କବାଟ ଓ ଝରକା ଫ୍ରେମ୍ ଗୁଡ଼ିକୁ ଲଗାଇବା ସମୟରେ, ସେଗୁଡ଼ିକର ସଠିକ୍ ସଳଖତା (ଆଲାଇନମେଣ୍ଟ)କୁ ସୁନିଶ୍ଚିତ କରିବା ପାଇଁ ଓଳମ ବ୍ୟବହାର କରନ୍ତୁ ।
  • ଫ୍ରେମ୍ ଗୁଡ଼ିକୁ କାନ୍ଥରେ ଲଗାଇବା ପାଇଁ, ଆପଣ ହୋଲ୍ଡଫାଷ୍ଟ ବା z-ଆକୃତିବିଶିଷ୍‌ଟ କ୍ଲାମ୍ପ ଆବଶ୍ୟକ କରିବେ ।
  • କବାଟ ପାଇଁ ପାଖାପାଖି ତିନିଟି ଓ ଝରକା ପାଇଁ ଦୁଇଟି ହୋଲ୍ଡଫାଷ୍ଟ ଆବଶ୍ୟକ ହୋଇଥାଏ । ସେଗୁଡ଼ିକ ଲାଗିବା ପରେ, ଆପଣ କଂକ୍ରିଟ୍ ଦ୍ୱାରା ଫ୍ରେମ୍ ରେ ଥିବା ସମସ୍ତ ଫାଙ୍କକୁ ଭରିପାରିବେ ।

ଆପଣଙ୍କ ଘରର କବାଟ ଓ ଝରକା ଫ୍ରେମ୍ ଗୁଡ଼ିକୁ ଉପଯୁକ୍ତ ଢଙ୍ଗରେ ଲଗାଇବାକୁ ସୁନିଶ୍ଚିତ କରିବା ପାଇଁ ଉପରୋକ୍ତ ଟିପ୍‌ସଗୁଡ଼ିକୁ ଅନୁସରଣ କରନ୍ତୁ ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ