ଅକ୍ଟୋବର 27, 2020
ନିଜର ଏକ ଘର ତିଆରି କରିବା ଆପଣଙ୍କ ଜୀବନର ଏକ ଅନ୍ୟତମ ବଡ଼ ନିଷ୍ପତ୍ତି ହୋଇଥାଏ । ଆପଣଙ୍କ ଘର ଆପଣଙ୍କ ପରିଚୟ ହୋଇଥାଏ । ତେଣୁ, ଘର ନିର୍ମାଣର ପ୍ରତ୍ୟେକ ସୋପାନରେ କ’ଣ କରାଯିବ ଏ ସମ୍ପର୍କରେ ଆପଣ ଜାଣିରଖିବା ଜରୁରୀ । ଆପଣଙ୍କ ଘର ନିର୍ମାଣ ଯାତ୍ରାର ବିଭିନ୍ନ ପର୍ଯ୍ୟାୟ ସମ୍ପର୍କରେ ଜାଣିବା ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ଆପଣ ନିଜର ନୂଆ ଘରର ନିର୍ମାଣର ଯୋଜନା ପ୍ରସ୍ତୁତ କରିପାରିବେ ଓ ନିର୍ମାଣ କାର୍ଯ୍ୟକୁ ଟ୍ରାକ୍ କରିପାରିବେ ।
ପ୍ଲାନିଂ କାହିଁକି ଗୁରୁତ୍ୱପୂର୍ଣ୍ଣ:
ଏକ ଉପଯୁକ୍ତ ଘର ପ୍ଲାନ୍, ବଜେଟ ଆବଣ୍ଟନ, ପ୍ରକଳ୍ପର ସମୟରେଖା ସମ୍ପର୍କିତ ନିଷ୍ପତ୍ତି ନେବାରେ ପ୍ଲାନିଂ ଆପଣଙ୍କୁ ସାହାଯ୍ୟ କରିଥାଏ । ଏହା ଆପଣଙ୍କ ଘରର ମୋଟାମୋଟି ଗୁଣମାନକୁ ସୁନିଶ୍ଚିତ କରିଥାଏ । ଉପଯୁକ୍ତ ପ୍ଲାନିଂ ଦ୍ୱାରା ଆପଣ କେବଳ ଯେ ନିଜର ଘର ନିର୍ମାଣ ଯାତ୍ରାକୁ ନିଜ ନିୟନ୍ତ୍ରଣରେ ରଖିବେ ତାହା ନୁହେଁ ବରଂ, ଆପଣ ନିଜ ବଜେଟର 30% ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ ।
ଆପଣଙ୍କ ଘର ନିର୍ମାଣ ଯାତ୍ରାକୁ ଯୋଜନାବଦ୍ଧ କରିବାରେ ସାହାଯ୍ୟ କରିବା ଲାଗି, ଏଠାରେ ଘର ନିର୍ମାଣର ପର୍ଯ୍ୟାୟଗୁଡ଼ିକ ପ୍ରଦାନ କରାଗଲା:
1. ସାଇଟ୍ ପ୍ରସ୍ତୁତି ଏବଂ ଫାଉଣ୍ଡେଶନ୍ ସ୍ଥାପନ
ଘର ନିର୍ମାଣର ପ୍ରଥମ ସୋପାନ ହେଉଛି ଏକ ସୁଦୃଢ଼ ଓ ଶକ୍ତ ମୂଳଦୁଆ ବା ଫାଉଣ୍ଡେଶନ୍ ସ୍ଥାପନ କରିବା । ପ୍ରଥମେ, ଘର ନିର୍ମାଣ ସ୍ଥାନ ବା ସାଇଟ୍ ରେ ଥିବା ଇଟାପଥର ଓ ଆବର୍ଜନାକୁ ସଫା କରାଯାଏ । ମୂଳଦୁଆ ଖୋଳା ଆରମ୍ଭ ପୂର୍ବରୁ, ସୁନିଶ୍ଚିତ କରିନିଅନ୍ତୁ ଯେ ଲେଆଉଟ୍ ମାର୍କିଂ ପ୍ଲାନ୍ ଅନୁଯାୟୀ କରାଯାଉଛି । ଆପଣଙ୍କର ନିର୍ମାଣ ଟିମ୍ ସାଇଟ୍ କୁ ସମତଳ କରିବ, ଏବଂ ମୂଳଦୁଆ ବିଛାଇବା ପାଇଁ ଗାତ ଓ ସୁଡ଼ଙ୍ଗ ଖୋଳିବେ ।
କଂକ୍ରିଟ୍ ଢଳାଗଲା ପରେ, ଏହାକୁ ସେଟ୍ ହେବା ପାଇଁ ଛାଡ଼ିଦିଅନ୍ତୁ ଓ ତା’ପରେ ଭଲଭାବେ କିଓରିଂ ବା ଜଳସିଞ୍ଚନ କରନ୍ତୁ । କିଓରିଂ ପରେ, ୱାଟରପ୍ରୁଫିଂ ଓ ଉଇ-ନିରୋଧୀ ଉପଚାର କରିବା ସର୍ବୋତ୍ତମ । ଅଲଟ୍ରାଟେକ୍ ILW+ ଡ୍ୟାମ୍ପ ପ୍ରୁଫ୍ କୋର୍ସ ବିଛାଇବା ପାଇଁ ଆଦର୍ଶ । ତା’ପରେ ଆପଣଙ୍କର ଟିମ୍ ଫାଉଣ୍ଡେଶନ୍ କାନ୍ଥ ଚାରିପାଖକୁ ମାଟିରେ ପୋତିବେ ।
2. ଫ୍ରେମ୍ କରିବା
ଫାଉଣ୍ଡେଶନ୍ ସେଟ୍ ହୋଇଯିବା ପରେ, ପରବର୍ତ୍ତୀ ସୋପାନ ହେଉଛି ଘରର ଢାଞ୍ଚା ତିଆରି କରିବା । ଏହା ମଧ୍ୟରେ ପ୍ଲିନ୍ଥ, ବିମ୍, କଲମ୍, କାନ୍ଥ, ଛାତ ସ୍ଲାବ୍ ସମେତ ଝରକା ଓ କବାଟର ଫ୍ରେମ୍ ସ୍ଥାପନ କରିବା ଅନ୍ତର୍ଭୁକ୍ତ । କୋଠରୀଗୁଡ଼ିକୁ ବିଭାଜିତ କରାଯିବ; ଆପଣଙ୍କର ନୂଆକରି ତିଆରି ହୋଇଥିବା ଘର କିପରି ଦେଖାଯିବ ତାହା ଆପଣ ଦେଖିପାରିବେ । ଆପଣଙ୍କ ଘରରେ ବ୍ୟାପ୍ତ 1 ଓ କଲମ୍ ଗୁଡ଼ିକର ସଂଖ୍ୟାକୁ ଧ୍ୟାନରେ ରଖନ୍ତୁ/ଟିପି ରଖନ୍ତୁ, ଏଗୁଡ଼ିକ ଅଧିକାଂଶ ଢାଞ୍ଛାର ଭାର ବହନ କରିଥାଏ । ଏହା ନିର୍ମାଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଅଟେ କାରଣ ଆପଣଙ୍କର ଘରର ସୁଦୃଢ଼ତା ଓ ଢାଞ୍ଚା ଏହା ଉପରେ ନିର୍ଭର କରିଥାଏ । ତେଣୁ ନିଜ ଘର ନିର୍ମାଣକୁ ତଦାରଖ କରିବା ଏକ ମହତ୍ତ୍ୱପୂର୍ଣ୍ଣ କାମ ଅଟେ ।
3. କବାଟ ଓ ଝରକା ଲଗାଇବା
କାନ୍ଥ ଫିନିଶ୍ ସହିତ କାନ୍ଥଗୁଡ଼ିକର ପ୍ଲାଷ୍ଟରିଂ ସରିବା ପରେ, ଝରକା ଓ କବାଟ ଲଗାଇବାକୁ ହୋଇଥାଏ । ଝରକା ଓ କବାଟଗୁଡ଼ିକ ଇନସୁଲେଶନ୍ ଓ ଭେଣ୍ଟିଲେଶନ୍ ପ୍ରଦାନ କରିଥାଏ । ତେଣୁ, କେଉଁ ସାମଗ୍ରୀ ଲଗାଇବା ଠିକ୍ ହେବ ସେ ସମ୍ପର୍କରେ ନିଜର ଠିକାଦାରଙ୍କ ସହିତ ଆଲୋଚନା କରିନିଅନ୍ତୁ ।
4. ପ୍ଲମ୍ବିଂ ଓ ଓୟାରିଂ
ଆପଣଙ୍କ ଘରର କଂକ୍ରିଟ୍ ଢାଞ୍ଚା ପ୍ରସ୍ତୁତ ହୋଇଗଲା ପରେ, ଆପଣ ପ୍ଲମ୍ବିଂ ଓ ଇଲେକ୍ଟ୍ରିକାଲ୍ ସିଷ୍ଟମ୍ ଲଗାଇବା ଆରମ୍ଭ କରିପାରିବେ । ଇଲେକ୍ଟ୍ରିକାଲ ବୋର୍ଡ ଓ ସ୍ୱିଚ୍ ଗୁଡ଼ିକୁ ଏପରି ସ୍ଥାନ ଲଗାଇବା ସୁନିଶ୍ଚିତ କରନ୍ତୁ ଯାହାଦ୍ୱାରା ଗୃହପ୍ରବେଶ ପରେ ଆପଣ ସେଗୁଡ଼ିକୁ ସହଜରେ ବ୍ୟବହାର କରିପାରିବେ । ପ୍ରଦୂଷଣକୁ ଏଡ଼ାଇବା ପାଇଁ, ସିୱେଜ୍ ପାଇପ୍ ସର୍ବଦା ପାନୀୟ ଜଳ ପାଇପ୍ ତଳେ ରହିବା ଆବଶ୍ୟକ । ଲୁକ୍କାୟିତ ଇଲେକ୍ଟ୍ରିକାଲ୍ କାମ ପାଇଁ, ତାର ସହିତ ପିଭିସି ପାଇପ୍ ଗୁଡ଼ିକ ପ୍ଲାଷ୍ଟର ପୂର୍ବରୁ କାନ୍ଥ ଭିତରେ ଲଗାଯାଇଥାଏ । ଏହା ଆଖିକୁ ସୁନ୍ଦର ଦେଖାଯିବା ସହିତ, ତାରଗୁଡ଼ିକୁ ଆର୍ଦ୍ରତା, ଉତ୍ତାପ ଓ ମୂଷା ଇତ୍ୟାଦିଙ୍କଠାରୁ ସୁରକ୍ଷିତ ରଖିଥାଏ । ଏହି କାମ ସରିବା ପରେ, କାନ୍ଥଗୁଡ଼ିକୁ ପ୍ଲାଷ୍ଟର୍ କରାଯାଏ ।
5. ଫିନିଶିଂ
ଶେଷରେ ଆପଣଙ୍କର ନିର୍ମାଣ ଟିମ୍ ଟାଇଲ୍ ବିଛାଇବେ, ଇଲେକ୍ଟ୍ରିକାଲ୍ ବୋର୍ଡ, କ୍ୟାବିନେଟ୍, ରୋଷେଇଘର କାଉଣ୍ଟରଟପ୍ ଇତ୍ୟାଦି ଲଗାଇବେ । ଏହିସବୁ ଜିନିଷ ସ୍ଥାପନ ହୋଇସାରିବା ପରେ, ଆପଣଙ୍କ ଘରକୁ ରଙ୍ଗ କରିପାରିବେ କିମ୍ବା ୱାଲପେପର ଦ୍ୱାରା ପ୍ଲାଷ୍ଟର କରିପାରିବେ । ଘରର ଫିନିଶିଂ ସଜ୍ଜା ସମ୍ପର୍କରେ ନିଜର ପରିବାର ସଦସ୍ୟମାନଙ୍କ ସହିତ ଆଲୋଚନା କରିନିଅନ୍ତୁ ।
ମନେରଖନ୍ତୁ, ଘର ନିର୍ମାଣର ପ୍ରତ୍ୟେକ ପର୍ଯ୍ୟାୟ ଯେପରି ଆପଣଙ୍କ ନିୟନ୍ତ୍ରଣରେ ରହେ ଏହା ସୁନିଶ୍ଚିତ କରିବା ପାଇଁ ଘର ନିର୍ମାଣର ତଦାରଖ ଗୁରୁତ୍ୱପୂର୍ଣ୍ଣ ଅଟେ । ଆଦର୍ଶ ଭାବେ, ନିର୍ମାଣ ପ୍ରଗତି ଓ ନିର୍ମାଣ ସାମଗ୍ରୀର ଉପଲବ୍ଧତା ଦେଖିବା ଓ ଟ୍ରାକ୍ କରିବା ପାଇଁ ଆପଣ ସବୁଦିନ ସାଇଟ୍ ପରିଦର୍ଶନ କରିବା ଉଚିତ୍ । ଆପଣଙ୍କ ନୂଆ ଘର ନିର୍ମାଣର କୌଣସି ପର୍ଯ୍ୟାୟରେ ଯଦି ଆପଣ କୌଣସି ସାହାଯ୍ୟ ଆବଶ୍ୟକ କରନ୍ତି, ତେବେ ବିଶେଷଜ୍ଞଙ୍କ ଉପଦେଶ ତଥା ସଠିକ୍ ନିର୍ମାଣ ସାମଗ୍ରୀ ପାଇବା ପାଇଁ ଆପଣ ନିଜର ନିକଟତମ ଅଲଟ୍ରାଟେକ୍ ବିଲଡିଂ ସଲ୍ୟୁଶନ୍ସ ଷ୍ଟୋର୍ ପରିଦର୍ଶନ କରିପାରନ୍ତି ।
ଘର ନିର୍ମାଣ ସମ୍ବନ୍ଧୀୟ ଅଧିକ ଟିପ୍ପ ଓ ଉପଦେଶ ପାଇଁ ଅଲଟ୍ରାଟେକ୍ ସିମେଣ୍ଟର #ବାଟଗାର୍କି | ସହ ଯୋଡ଼ି ହୋଇ ରୁହନ୍ତୁ ।
ତୁମର ପ୍ରଶ୍ନର ଉତ୍ତର ପାଅ |