ଆପଣଙ୍କ ଠିକାଦାରଙ୍କ ସହିତ ରାଜିନାମା ସ୍ୱାକ୍ଷର କରିବାର ଗୁରୁତ୍ୱ

ମାର୍ଚ୍ଚ 25, 2019

ନିଜ ଠିକାଦାରଙ୍କଠାରୁ ଉତ୍ତରଦାୟିତାକୁ ସୁନିଶ୍ଚିତ କରିବାର ସର୍ବୋତ୍ତମ ଉପାୟ ହେଉଛି ତାଙ୍କ ସହିତ ଏକ ରାଜିନାମା ସ୍ୱାକ୍ଷରିତ କରିବା । ଠିକାଦାର ତାଙ୍କ ସମୟରେଖାକୁ ଅନୁସରଣ କଲେ ଓ ସମୟୋଚିତ ଢଙ୍ଗରେ ନିଜର ଦାୟିତ୍ୱକୁ ସମ୍ପନ୍ନ କଲେ, ଆପଣ ନିଜର ବଜେଟ୍ ମଧ୍ୟରେ ରହିଥାନ୍ତି । ଅଧିକନ୍ତୁ, ରାଜିନାମାରେ ସ୍ୱାକ୍ଷର ଦ୍ୱାରା ଭବିଷ୍ୟତର ବିବାଦଗୁଡ଼ିକୁ ଏଡ଼ାଇବାରେ ମଧ୍ୟ ସହାୟତା ମିଳିପାରିବ ।

ରାଜିନାମା କାଗଜପତ୍ର ପ୍ରସ୍ତୁତ କରିବା ପୂର୍ବରୁ, ନିଜର ଘର ତିଆରି କରିଥିବା ଆପଣଙ୍କର ସମ୍ପର୍କୀୟ, ପରିଜନ ଏବଂ ପଡ଼ୋଶୀମାନଙ୍କ ସହିତ କଥା ହୁଅନ୍ତୁ ।  ଠିକାଦାରଙ୍କ ସହିତ ଭବିଷ୍ୟତରେ ଉପୁଜିବାର ସମ୍ଭାବନା ଥିବା ପ୍ରସଙ୍ଗଗୁଡ଼ିକ ବିଷୟରେ ସେମାନେ ସେମାନଙ୍କର ଅଭିଜ୍ଞତାରୁ ଆପଣଙ୍କୁ ଉପଦେଶ ଦେଇପାରିବେ । ରାଜିନାମାରେ ଯେପରି ନିମ୍ନଲିଖିତ ଅନ୍ତର୍ଭୁକ୍ତ ହୁଏ ଏହା ସୁନିଶ୍ଚିତ କରନ୍ତୁ:

•    ସେବାର ମୂଲ୍ୟ ଅର୍ଥାତ୍ ଠିକାଦାରଙ୍କ ପାଉଣା ଏବଂ ମଜୁରି ଖର୍ଚ୍ଚ

•    ଶ୍ରମିକ ନିୟୋଜନ ଏବଂ ସମୟରେଖା

•    ନିର୍ମାଣ ସମ୍ପୂର୍ଣ୍ଣ ହେବାର ତାରିଖ

•    ଅପ୍ରତ୍ୟାଶିତ ଆବଶ୍ୟକତାଗୁଡ଼ିକ ପାଇଁ ଆପାତକାଳୀନ ପାଣ୍ଠି

ସମ୍ଭବ ହୋଇଥିଲେ ଜଣେ ଆଇନ ବିଶେଷଜ୍ଞଠାରୁ ଦସ୍ତାବିଜକୁ ଯାଞ୍ଚ କରାଇବା ପରେ ହିଁ ସେଥିରେ ଦସ୍ତଖତ କରନ୍ତୁ । ଉଭୟ ଠିକାଦାର ଓ ଆପଣ ଦସ୍ତଖତ କରିବା ପରେ, ଦୟାକରି ରାଜିନାମାକୁ ନୋଟାରାଇଜ୍ କରାଇନିଅନ୍ତୁ ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ