କଂକ୍ରିଟ୍ ସହିତ ସଠିକ୍ ପରିମାଣର ଜଳର ମିଶ୍ରଣ କରନ୍ତୁ

କଂକ୍ରିଟ୍ ପ୍ରସ୍ତୁତି ସମୟରେ ଆପଣ ବ୍ୟବହାର କରିଥିବା ଜଳ ଉପରେ ମଧ୍ୟ ଆପଣଙ୍କ କଂକ୍ରିଟ୍ ର ସୁଦୃଢ଼ତା ଏବଂ ଗୁଣବତ୍ତା ନିର୍ଭର କରିଥାଏ । କଂକ୍ରିଟ୍ ମିଶ୍ରଣ ପାଇଁ ସଠିକ୍ ପରିମାଣର ଜଳ କାହିଁକି ଆବଶ୍ୟକ ହୋଇଥାଏ, ଆସନ୍ତୁ ତାହା ବୁଝିବା ।

ଜଳ ସିମେଣ୍ଟ ସହିତ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରି ତାହାକୁ ସୁଦୃଢ଼ କରିଥାଏ । ବ୍ୟବହାର କରାଯାଉଥିବା ଜଳ ଯେପରି ପ୍ରଦୂଷିତ ନୁହେଁ ତାହା ସୁନିଶ୍ଚିତ କରିନିଅନ୍ତୁ । କଂକ୍ରିଟ୍ ମିଶ୍ରଣ ସମୟରେ ସାଧାରଣତଃ ପାନୀୟ ଜଳ ବ୍ୟବହାର କରାଯାଇଥାଏ ।

କଂକ୍ରିଟ୍ ମିଶ୍ରଣ ସମୟରେ ସାଲାଇନ୍ ବା ଲବଣାକ୍ତ ଜଳ ବ୍ୟବହାରକୁ ଏଡ଼ାନ୍ତୁ କାରଣ ଏହା RCC ଷ୍ଟିଲ ଛଡ଼କୁ କଳଙ୍କିଗ୍ରସ୍ତ କରିଥାଏ ।

ମନେରଖନ୍ତୁ, ଆପଣଙ୍କ କଂକ୍ରିଟ୍ ମିଶ୍ରଣରେ ଅତ୍ୟଧିକ ପରିମାଣର ଜଳ ମିଶାଇଲେ କଂକ୍ରିଟ୍ ର ଦୃଢ଼ତା ଓ ସ୍ଥାୟିତ୍ୱ ହ୍ରାସିତ ହୋଇପାରେ ।

ଯଦି କଂକ୍ରିଟ୍ ରେ ଜଳର ଅନୁପାତ ଆବଶ୍ୟକତାଠାରୁ ଅଧିକ ହୁଏ, ତେବେ ଜମାଟ ବାନ୍ଧିବା ସମୟରେ ଅତିରିକ୍ତ ଜଳ ଉପରକୁ ଉଠିଆସିଥାଏ ଏବଂ କଂକ୍ରିଟ୍ ରେ ଫାଟ ସୃଷ୍ଟି ହୋଇଥାଏ ।

ସର୍ବଦା ମନେରଖନ୍ତୁ, ଅଲଟ୍ରାଟେକ୍ ସିମେଣ୍ଟର ଗୋଟିଏ ବସ୍ତାରେ ପ୍ରାୟତଃ 20ରୁ 27 ଲିଟର ଜଳ ବ୍ୟବହୃତ ହୋଇଥାଏ । ଏହା ଥିଲା ଆପଣଙ୍କ ଘର ପାଇଁ ସିମେଣ୍ଟ ମିଶ୍ରଣ ସମୟରେ ଜଳ ଓ ସିମେଣ୍ଟର ଅନୁପାତ ସମ୍ବନ୍ଧୀୟ କେତୋଟି ଟିପ୍ସ ।

ଗୁଣବତ୍ତାସମ୍ପନ୍ନ ନିର୍ମାଣ ସାମଗ୍ରୀ ତଥା ବିଶେଷଜ୍ଞ ସମାଧାନ ପାଇବା ପାଇଁ, ଆପଣଙ୍କର ନିକଟତମ ଅଲଟ୍ରାଟେକ୍ ବିଲଡିଂ ସଲ୍ୟୁସନ୍ସ ଷ୍ଟୋର୍ ସହ ଯୋଗାଯୋଗ କରନ୍ତୁ ।

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ