ତୁମର ପ୍ରଶ୍ନର ଉତ୍ତର ପାଅ |
ଆବାସିକ ଜାଗା କିମ୍ବା ବ୍ୟବସାୟିକ ଜାଗା ଭାବେ କ୍ରୟ କରିବା ପାଇଁ ଜମି ପ୍ଲଟ୍ ଚୟନ କରିବା ସମୟରେ, ବାସ୍ତୁ ଅନୁସାରେ ଜମିର ମନୋନୟନ କରାଯିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହାର କାରଣ ହେଉଛି ଜମି ସ୍ଥାବର ହୋଇଥାଏ, ଯାହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହୋଇ ନ ଥାଏ, ତେଣୁ ତାହା ଯେପରି ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ଓ ନକାରାତ୍ମକ ଶକ୍ତିରୁ ମୁକ୍ତ ହୁଏ ତାହା ସୁନିଶ୍ଚିତ କରିବା ଜରୁରୀ ଅଟେ । ଘର ପାଇଁ ବାସ୍ତୁଶାସ୍ତ୍ର ପ୍ଲଟ୍ ବାସ୍ତୁଠାରୁ ଭିନ୍ନ ଅଟେ । ତେଣୁ, ଆପଣ ଠିକ୍ ପ୍ଲଟ୍ ସନ୍ଧାନ କରିଛନ୍ତି କି ନାହିଁ ତାହାକୁ ନେଇ ଯଦି ଚିନ୍ତିତ, ତେବେ ସବୁକିଛି ବିଶଦ୍ ରୂପେ ଜାଣିବା ପାଇଁ ଏହି ଆଲେଖ୍ୟକୁ ପଢ଼ିନିଅନ୍ତୁ ।
ସର୍ବପ୍ରଥମେ, ପ୍ଲଟ୍ କିଣିବା ପୂର୍ବରୁ ଯେଉଁସବୁ ବାସ୍ତୁ ମାର୍ଗଦର୍ଶନଗୁଡ଼ିକୁ ଅନୁସରଣ କରାଯିବା ଉଚିତ୍ ସେଗୁଡ଼ିକୁ ବୁଝନ୍ତୁ । ଏହି ଖଣ୍ଡରେ ତିନିଟି ଅତ୍ୟାବଶ୍ୟକ ଉପଦେଶକୁ ମନେ ରଖିବାକୁ ହେବ :
ସକାରାତ୍ମକତା ପାଇଁ ଆପଣଙ୍କ ପ୍ଲଟ୍ ଜମିଟି ଶାନ୍ତ ପରିବେଶରେ ରହିଥିବା ଏବଂ ତାହା ଚାରିପଟେ ଅଧିକରୁ ଅଧିକ ସବୁଜିମା ରହିଥିବା ଜରୁରୀ ଅଟେ । ଉର୍ବର ମାଟି ପ୍ଲଟ୍ ଚାରିପଟେ ଉତ୍ତମ ମାଟିର ସଙ୍କେତ ଦେଇଥାଏ । ପ୍ଲଟ୍ ବାସ୍ତୁ ସହିତ ଆଗକୁ ବଢ଼ିବା ପୂର୍ବରୁ, ସମ୍ପୃକ୍ତ ପ୍ଲଟ୍ ଜମି ଉପରେ ଛିଡ଼ା ହୋଇ ତାହାର କମ୍ପନକୁ ଅନୁଭବ କରିବା ସର୍ବୋତ୍ତମ ଅଟେ । ସେଠାରେ ଥିଲାବେଳେ ଆପଣ ସକାରାତ୍ମକତା ବା ଆଶାବାଦ ଅନୁଭବ କରିବା ଜରୁରୀ । ବିଷାକ୍ତ କିମ୍ବା ନକାରାତ୍ମକ ଚିନ୍ତାରୁ ଦୂରେଇ ରହିବା ଆବଶ୍ୟକ ।
ବାସ୍ତୁ ଅନୁସାରେ, ଜମି ମନୋନୟନର ଅନ୍ୟତମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସାଇଟ୍ର ଅଭିମୁଖତା । ବାସ୍ତୁ ମାର୍ଗଦର୍ଶନ ବୈଜ୍ଞାନିକ ବିଚାର ଏବଂ ତର୍କ ଉପରେ ଆଧାରିତ ଅଟେ । ଯେକୌଣସି ସହରରେ, ରାସ୍ତାର ଉଭୟ କଡ଼ରେ ଘର/ଆପାର୍ଟମେଣ୍ଟଗୁଡ଼ିକ ରହିଥାଏ ଏବଂ ସମସ୍ତ ଚାରିଟି ଦିଗରେ ଘରସବୁ ରହିଥିଲେ ସହରଟି ଅଧିକ ସୁନ୍ଦର ଦିଶିଥାଏ । ତେଣୁ, ପ୍ଲଟ୍ ବାସ୍ତୁ ଅନୁଯାୟୀ, ସମସ୍ତ ଚାରି ଦିଗକୁ ଭଲ ବିବେଚନା କରାଯାଏ । ପୂର୍ବମୁହାଁ ପ୍ଲଟ୍ ବିଦ୍ୱାନ, ପୂଜାରୀ, ଦାର୍ଶନିକ, ଅଧ୍ୟାପକଙ୍କ ପାଇଁ ଭଲ ହୋଇଥାଏ, ଉତ୍ତରମୁହାଁ ପ୍ଲଟ୍ କ୍ଷମତାସୀନ ବ୍ୟକ୍ତି, ପ୍ରଶାସକଙ୍କ ପାଇଁ ଭଲ, ଦକ୍ଷିଣମୁହାଁ ପ୍ଲଟ୍ ବ୍ୟବସାୟୀ ବର୍ଗ ଏବଂ ମ୍ୟାନେଜମେଣ୍ଟ ସ୍ତରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ପାଇଁ ଭଲ ହୋଇଥିବାବେଳେ ପଶ୍ଚିମମୁହାଁ ପ୍ଲଟ୍ ଗୁଡ଼ିକ ସମାଜକୁ ସହାୟକ ସେବା ଯୋଗାଉଥିବା ବ୍ୟକ୍ତିମାନଙ୍କ ପାଇଁ ଭଲ ସାବ୍ୟସ୍ତ ହୋଇଥାଏ ।
ଗୃହ ନିର୍ମାଣର ବିଭିନ୍ନ ସୋପାନକୁ ଆରମ୍ଭ କରିବା ପୂର୍ବରୁ, ଜମିଟି ପୂର୍ବରୁ କେଉଁ ଉଦ୍ଦେଶ୍ୟ ପାଇଁ ବ୍ୟବହୃତ ହେଉଥିଲା ତାହା ଯାଞ୍ଚ କରିନେବା ଗୁରୁତ୍ୱପୂର୍ଣ୍ଣ ଅଟେ । ଚାଷକାର୍ଯ୍ୟ ପାଇଁ ସବୁଠାରୁ ଉପଯୁକ୍ତ ପ୍ଲଟ୍ ଚୟନ କରାଯିବା ସର୍ବୋତ୍ତମ କାରଣ ତାହା ହିଁ ସବୁଠାରୁ ଉର୍ବର ମାଟି ହୋଇଥାଏ । ସାଧାରଣତଃ, ଚାଷକାର୍ଯ୍ୟ ପାଇଁ ଅନୁକୂଳ ମାଟି ବିଲଡିଂର ଫାଉଣ୍ଡେଶନ ପାଇଁ ମଧ୍ୟ ଉତ୍ତମ ହୋଇଥାଏ । ଅନ୍ୟପକ୍ଷରେ, କଳା ମାଟି ଚାଷକାର୍ଯ୍ୟ କିମ୍ବା ବିଲଡିଂ ପାଇଁ ଅନୁକୂଳ ହୋଇ ନ ଥାଏ, ଏଥିରେ ପାଣି ଜମି ରହିଥାଏ ଏବଂ ଏହି କାରଣରୁ ଫାଉଣ୍ଡେଶନରେ ଆର୍ଦ୍ରତା ସୃଷ୍ଟି ହୋଇପାରେ । ଆହୁରି ମଧ୍ୟ, ନିର୍ମାଣ କାର୍ଯ୍ୟ ପାଇଁ ପଥୁରିଆ ଜମିରୁ ଦୂରେଇ ରୁହନ୍ତୁ । ଅତ୍ୟଧିକ ଜିଆ ରହିଥିବା ଜମିଗୁଡ଼ିକୁ ମଧ୍ୟ ଏଡ଼ାଇବା ଉଚିତ୍ କାରଣ ଜିଆଙ୍କ ଉପସ୍ଥିତି ଢିଲା ମାଟିର ସଙ୍କେତ ଦେଇଥାଏ ।
ପରବର୍ତ୍ତୀ ସୋପାନ ହେଉଛି ପ୍ଲଟ୍ ଚାରିପଟେ ସଡ଼କର ଅବସ୍ଥିତିକୁ ବିଚାରକୁ ନେବା । ତଳେ କେତେକ ସୂଚକ ଦର୍ଶାଗଲା :
ଭଲ ସାଇଟ୍ :
ନା ଭଲ ନା ଖରାପ ସାଇଟ୍ :
ଖରାପ ସାଇଟ୍ :
ପ୍ଲଟ୍ ବାସ୍ତୁର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ମନୋନୀତ ପ୍ଲଟ୍ କିମ୍ବା ଜମିର ଆକୃତି । ତଳେ ଚାରିଟି ସବୁଠାରୁ ସାଧାରଣ ଆକୃତି ଦିଆଗଲା :
ଆୟତାକାର ପ୍ଲଟ୍ : ବାସ୍ତୁ ଅନୁସାରେ, ଦୈର୍ଘ୍ୟ ଓ ପ୍ରସ୍ଥର 1:2 ଅନୁପାତ ରହିଥିବା ପ୍ଲଟ୍କୁ ଉତ୍ତମ ବିବେଚନା କରାଯାଏ । ଯଦି ଦୈର୍ଘ୍ୟଟି ଉତ୍ତରମୁହାଁ ଏବଂ ପ୍ରସ୍ଥ ପଶ୍ଚିମମୁହାଁ ହୋଇଥାଏ ତେବେ ତାହାକୁ ସବୁଠାରୁ ଉପଯୁକ୍ତ ବିବେଚନା କରାଯାଏ । ଏଭଳି ପ୍ଲଟ୍ଗୁଡ଼ିକ ଉତ୍ତମ ସ୍ୱାସ୍ଥ୍ୟ, ଧନ ଏବଂ ସମୃଦ୍ଧି ପ୍ରଦାନ କରିଥାଏ ।
ତ୍ରିକୋଣାକାର ପ୍ଲଟ୍ : ତ୍ରିକୋଣାକାର ଆକୃତିର ପ୍ଲଟ୍ ଭଲ ନୁହେଁ । ଏପରି ସାଇଟ୍ଗୁଡ଼ିକରେ ଅଗ୍ନିକାଣ୍ଡ ଓ କ୍ଷୟକ୍ଷତିର ପ୍ରବଣତା ଅଧିକ ରହିଥାଏ ।
ଅଣ୍ଡାକାର ପ୍ଲଟ୍ : ଗୃହ ନିର୍ମାଣ ପାଇଁ ଏଭଳି ଆକୃତିର ପ୍ଲଟ୍କୁ ଉତ୍ତମ ବିବେଚନା କରାଯାଇ ନ ଥାଏ । ବାସ୍ତୁ ଅନୁସାରେ, ଏପରି ପ୍ଲଟ୍ଗୁଡ଼ିକ ମାଲିକଙ୍କ ପାଇଁ ଦୁର୍ଭାଗ୍ୟ ଓ ଦୁର୍ଦ୍ଦଶା ଆଣିଥାଏ ।
ବାସ୍ତୁ ଅନୁଯାୟୀ, ଜମି ଚୟନ କରିବା ପୂର୍ବରୁ ଆପଣ ପ୍ଲଟ୍ର ସମରୂପତାକୁ ମଧ୍ୟ ଯାଞ୍ଚ କରିନେବା ଆବଶ୍ୟକ :
ଆପଣ ଯଦି ଆବାସିକ ଉଦ୍ଦେଶ୍ୟ ପାଇଁ ପ୍ଲଟ୍ ବାସ୍ତୁ ସନ୍ଧାନରେ ଅଛନ୍ତି ତେବେ ନିଶ୍ଚିତ କରିନିଅନ୍ତୁ ଯେ ଏହା ଏକ ସମତଳ ଜମି ଖଣ୍ଡ ଅଟେ । ଯଦି ପ୍ଲଟ୍ରେ ଗଡ଼ାଣି ରହିଥାଏ, ତେବେ ଯଦି ତାହା ଦକ୍ଷିଣ-ପଶ୍ଚିମ କିମ୍ବା ଉତ୍ତର-ପୂର୍ବ ଆଡ଼କୁ ରହିଥିଲେ ଶୁଭ ବିବେଚିତ ହୋଇଥାଏ । ଯଦି ଗଡ଼ାଣିଟି ପଶ୍ଚିମ ଆଡ଼କୁ ରହିଥାଏ, ତେବେ ଏହା ପାରିବାରିକ କଳହ ଏବଂ ସ୍ୱାସ୍ଥ୍ୟ ହାନିର କାରଣ ସାଜିପାରେ ।
ଏସବୁ ଥିଲା ଆପଣଙ୍କ ପ୍ଲଟ୍ଟି ଯେପରି ସଫଳତା ଓ ସୁଖରେ ସମୃଦ୍ଧ ଅଟେ ଏହା ସୁନିଶ୍ଚିତ କରିବାର କେତୋଟି ବାସ୍ତୁ ଉପଦେଶ । ପ୍ଲଟ୍ କିଣିବା କିମ୍ବା ବାସ୍ତୁ ଅନୁସାରେ ଜମି ଚୟନକୁ ଯିବା ପୂର୍ବରୁ ଏହିସବୁ କଥାଗୁଡ଼ିକୁ ଧ୍ୟାନରେ ରଖନ୍ତୁ । ଘର ତିଆରିର ଖର୍ଚ୍ଚ ଆକଳନ କରିବା ଏବଂ ପ୍ଲଟ୍ ବାସ୍ତୁକୁ ଚୂଡ଼ାନ୍ତ କରିବା ପୂର୍ବରୁ, ପ୍ଲଟ୍ କିଣିବା ପାଇଁ ଆବଶ୍ୟକ ହେଉଥିବା ଆଇନଗତ ଆବଶ୍ୟକତାଗୁଡ଼ିକୁ ବୁଝିନେବା ସବୁଠାରୁ ଭଲ । ଆପଣ ତାହାର ସବିଶେଷ ବିବରଣୀ ଆମର ଆଲେଖ୍ୟରେ ପାଇପାରିବେ: https://www.ultratechcement.com/home-building-explained-single/5-must-have-documents-to-avoid-legal-hassles-later