କଂକ୍ରିଟ୍ କ୍ୟୁରିଂର ଗୁରୁତ୍ୱ

ମାର୍ଚ୍ଚ 25, 2019

ଆପଣ ଗଢ଼ିଥିବା ଘରଟି ଦୀର୍ଘସ୍ଥାୟୀ ହେବା ଉଚିତ୍ । ଅନ୍ୟଥା ମରାମତି ଓ ପୁନରୁଦ୍ଧାର ପଛରେ ଆପଣଙ୍କୁ ଅନେକ ଟଙ୍କା ଓ ସମୟ ଖର୍ଚ୍ଚ କରିବାକୁ ପଡ଼ିବ ।

ଅସୁନ୍ଦର ଫାଟଗୁଡ଼ିକ ହେଉଛି ଖରାପ ଭାବେ ନିର୍ମିତ ଘରର ସଙ୍କେତ । ପ୍ରାରମ୍ଭିକ ପର୍ଯ୍ୟାୟରେ କଂକ୍ରିଟ୍ ଜଳ ହରାଇଲେ, ଫାଟ ଦେଖାଦେଇଥାଏ । ଏହା ଠିକାଦାର କିମ୍ବା ରାଜମିସ୍ତ୍ରୀଙ୍କ ଅବହେଳା କାରଣରୁ ଦେଖାଦେଇପାରେ ।

କିଓରିଂର ଅର୍ଥ କଂକ୍ରିଟ୍ ବିଛାଇବା ପରେ, ତାହା ଉପରେ ପାଣି ଦେବାର ପ୍ରକ୍ରିୟା । ଫାଟଗୁଡ଼ିକୁ ଏଡ଼ାଇବା ପାଇଁ, ଉପଯୁକ୍ତ କିଓରିଂ ଯେପରି କରାଯାଏ ଏହା ସୁନିଶ୍ଚିତ କରନ୍ତୁ । କିଓରିଂର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କଂକ୍ରିଟ୍ ପୃଷ୍ଠଭାଗକୁ ସବୁ ସମୟରେ ଓଦା ରଖାଯିବା, ଯାହାଦ୍ୱାରା ସମୟ ସହିତ କଂକ୍ରିଟ୍ ସୁଦୃଢ଼ତା ହାସଲ କରିଥାଏ ।

ଦୟାକରି ଏହା ସୁନିଶ୍ଚିତ କରନ୍ତୁ ଯେପରି:

କଂକ୍ରିଟ୍ ବିଛାଇବାର ପ୍ରତ୍ୟେକ ପର୍ଯ୍ୟାୟରେ କିଓରିଂ କରାଯାଏ 

କିଓରିଂ ସାତରୁ ଦଶ ଦିନ ପାଇଁ ଜାରି ରହେ

ମନେ ରଖନ୍ତୁ, ବେଳହୁଁ ସାବଧାନ ହୁଅନ୍ତୁ । ମରାମତି ପଛରେ ଖର୍ଚ୍ଚାନ୍ତ ହେବାକୁ ଏଡ଼ାଇବା ପାଇଁ ନିର୍ମାଣର ପ୍ରତ୍ୟେକ ପର୍ଯ୍ୟାୟରେ ସତର୍କ ରୁହନ୍ତୁ ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ