ନିଜ ଘରର ପ୍ଲାଷ୍ଟର କିପରି କରିବେ (ପ୍ଲାଷ୍ଟରିଂ ଟିପ୍ସ)

ଅଗଷ୍ଟ 25, 2020

ପ୍ଲାଷ୍ଟରିଂ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ଏଡ଼ାଇବା ପାଇଁ ଏହି 5ଟି କାମ କରନ୍ତୁ
ପ୍ଲାଷ୍ଟରିଂ ବା ପଲସ୍ତରା ପରେ କାନ୍ଥର ପୃଷ୍ଠଭାଗରେ କେତୋଟି ସମସ୍ୟା ଦେଖାଦେଇପାରେ: ଫାଟ ଏବଂ ଅପକ୍ଷରଣ କିମ୍ବା ଧଳା ଦାଗ । ଏହା ଆପଣଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ - ଆପଣଙ୍କ ଘରର ସୌନ୍ଦଯ୍ୟକୁ କ୍ଷତିଗ୍ରସ୍ତ କରିଥାଏ ।.

ପ୍ଲାଷ୍ଟରିଂ ସମସ୍ୟାଗୁଡ଼ିକୁ ଏଡ଼ାଇବା କିମ୍ବା ଦୂର କରିବା ପାଇଁ ନିମ୍ନଲିଖିତ ଟିପ୍‌ସଗୁଡ଼ିକୁ ଧ୍ୟାନରେ ରଖନ୍ତୁ ।

  • ମସଲା ପକାଇବା ପରେ, ଅତ୍ୟଧିକ କରଣୀ ଚାଳନାକୁ ଏଡ଼ାନ୍ତୁ, ଏହାଦ୍ୱାରା ପରବର୍ତ୍ତୀ ସମୟରେ ଶୁଷ୍କତା ଓ ଫାଟ ସୃଷ୍ଟି ହୋଇପାରେ ।
  • କେବଳ ଉତ୍ତମ ଗୁଣମାନର ବାଲି ବ୍ୟବହାର କରନ୍ତୁ । ବାଲିରେ ଯେପରି ଅତ୍ୟଧିକ କାଦୁଅ ନ ରହେ ଏହା ସୁନିଶ୍ଚିତ କରନ୍ତୁ ।
  • ଦଶ ଦିନ ପାଇଁ ପର୍ଯ୍ୟାପ୍ତ କିଓରିଂ କରିବା ସୁନିଶ୍ଚିତ କରନ୍ତୁ । ଏହା ମସଲା ବା ମୋର୍ଟାରକୁ ସୁଦୃଢ଼ କରିଥାଏ ।
  • ଫିନିଶିଂ ସମୟରେ ପ୍ଲାଷ୍ଟର ପୃଷ୍ଠଭାଗରେ ସିମେଣ୍ଟ ଛିଞ୍ଚନ୍ତୁ ନାହିଁ ।
  • କାନ୍ଥ ପୃଷ୍ଠରେ ଯଦି ଧଳା ଦାଗ ଦେଖାଦିଏ, ସେହି ସ୍ଥାନଗୁଡ଼ିକୁ ଡ୍ରାଏ ବ୍ରଶ୍ ସାହାଯ୍ୟରେ ସଫା କରନ୍ତୁ ଓ ପତଳା ଏସିଡ୍ ମିଶ୍ରଣ ପ୍ରୟୋଗ କରନ୍ତୁ ଓ ତାହାକୁ ଶୁଖିବାକୁ ଦିଅନ୍ତ ।

ଆପଣଙ୍କ ଘରର ପ୍ଲାଷ୍ଟରିଂ ସମସ୍ୟାଗୁଡ଼ିକୁ ଏଡ଼ାଇବା ଓ ତାହାର ସମାଧାନ ପାଇଁ ଏସବୁ କେତୋଟି ଟିପ୍‌ସ ଥିଲା ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ