ତୁମର ପ୍ରଶ୍ନର ଉତ୍ତର ପାଅ |
ଘର ଭିତରକୁ ଆସୁଥିବା ଲୋକଙ୍କ ମନରେ ଏକ ଦୀର୍ଘସ୍ଥାୟୀ ଛାପ ସୃଷ୍ଟି କରିବା ପାଇଁ ଆମେ ପ୍ରାୟତଃ ଘରର ଭିତର ବା ଅଭ୍ୟନ୍ତର ରଙ୍ଗ ଉପରେ ବିଶେଷ ଧ୍ୟାନ କେନ୍ଦ୍ରିତ କରିଥାଉ, କିନ୍ତୁ ଉଭୟ ଆମ ଘର ଓ ଆମ ବ୍ୟକ୍ତିତ୍ୱର ପ୍ରଥମ ଛାପ ସୃଷ୍ଟି କରିବାରେ ଘରର ବାହ୍ୟ ରୂପ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ଏହା ଆମେ ଭୁଲିଯାଇଥାଉ । ବାହ୍ୟ କାନ୍ଥଗୁଡ଼ିକ ପାଇଁ ରଙ୍ଗ ଚୟନ କରିବା ଏକ ମନକୁ ଆନ୍ଦୋଳିତ ତଥା ଭାବବିହ୍ୱଳିତ କରୁଥିବା ଅନୁଭୂତି ଅଟେ, କାରଣ ଭୁଲ୍ ରଙ୍ଗ ଚୟନ କଲେ, ଘରର ବାହ୍ୟ ରୂପ ମାନ୍ଦା ଓ ଅରୁଚିକର ହୋଇଯାଇପାରେ । ଅନ୍ୟପଟେ, ବାହ୍ୟ କାନ୍ଥଗୁଡ଼ିକ ପାଇଁ ବୋଲ୍ଡ ରଙ୍ଗ ଚୟନ କଲେ ତାହା ଅତି ଲୋକଦେଖାଣିଆ ହୋଇପାରେ, ସ୍ଥାପତ୍ୟଗତ କାର୍ଯ୍ୟକୁ ଅସୁନ୍ଦର କରିପାରେ ଓ ସମ୍ପୃକ୍ତ ଅଞ୍ଚଳର ସ୍ଥାପତ୍ୟଗତ କାର୍ଯ୍ୟ ଓ ଡିଜାଇନକୁ ବିକୃତ କରିପାରେ । କିନ୍ତୁ ନିଜ ଘର ପାଇଁ ଆପଣ ବାହ୍ୟ ପେଣ୍ଟ୍ ରଙ୍ଗ ଚୟନ କରିବା ଜାଣିଥିଲେ ଓ ସର୍ବୋତ୍ତମ ବାହ୍ୟ ପେଣ୍ଟ୍ କମ୍ବିନେଶନ୍ ବାଛିପାରିଲେ, ଆପଣଙ୍କ ଘରର ବାହ୍ୟ ରୂପ ମଧ୍ୟ ଆପଣଙ୍କ ଘରର ଶୋଭା ବଢ଼ାଇପାରିବ ।
ନିଜ ଘର ପାଇଁ ରଙ୍ଗ ଚୟନ କରିବା ଆପଣଙ୍କ ଗୃହନିର୍ମାଣ ଯାତ୍ରାର ଏକ ରୋମାଞ୍ଚକର ସୋପାନ ହୋଇଥାଏ । ଆପଣ ବାଛିଥିବା ରଙ୍ଗଗୁଡ଼ିକ ଆପଣଙ୍କ ଘରର ରୂପ ଓ ସୌନ୍ଦର୍ଯ୍ୟକୁ ନିର୍ଦ୍ଧାରଣ କରିଥାଏ । ବାହ୍ୟ ଘର ପେଣ୍ଟ୍ର ରଙ୍ଗର ପସନ୍ଦ ଏବଂ ଦୃଷ୍ଟିକୋଣକୁ ଅନେକ କାରକଗୁଡ଼ିକ ପ୍ରଭାବିତ କରିଥାନ୍ତି । ତେଣୁ, ଠିକ୍ ରଙ୍ଗ ପାଇବା ପାଇଁ ଆମେ ଆପଣଙ୍କ ଧ୍ୟାନରେ ରଖିବା ପାଇଁ କେତୋଟି ଟିପ୍ସ ଉପସ୍ଥାପନ କରୁଛୁ :
ବିଶେଷଜ୍ଞଙ୍କ ସହାୟତା ନିଅନ୍ତୁ
ଏକ ତ୍ରୁଟିମୁକ୍ତ ପେଣ୍ଟିଂ ଅନୁଭୂତି ପାଇଁ ସହାୟତା ଏବଂ ମାର୍ଗଦର୍ଶନ ନିମନ୍ତେ ଅଲଟ୍ରାଟେକ୍ର ବିଲଡିଂ କଣ୍ଟ୍ରାକ୍ଟରଙ୍କ ସହ ସମ୍ପର୍କ କରନ୍ତୁ ।
ଏହି ଗାଇଡ୍ ସାହାଯ୍ୟରେ ଆପଣ ନିଜ ଘରର ବାହ୍ୟ ରୂପକୁ ସୁନ୍ଦର କରିପାରିବେ, ହେଲେ ଅଭ୍ୟନ୍ତର ଅଂଶ ପାଇଁ କ’ଣ କରିବେ? ନିଜ ଇଣ୍ଟେରିୟର୍ ବା ଅଭ୍ୟନ୍ତରକୁ ନିଆରା ରୂପ ଦେବା ପାଇଁ, ଆପଣ ବିଭିନ୍ନ ୱାଲ୍ ଫିନିଶ୍ ସହ ପରୀକ୍ଷା ନିରୀକ୍ଷା କରି ଦେଖିନେବା ଜରୁରୀ । ଅଧିକ ଜାଣିବା ପାଇଁ ବ୍ଲଗ୍ - ଏକ ସୁନ୍ଦର ଇଣ୍ଟେରିୟର୍ ପାଇଁ ୱାଲ୍ ଫିନିଶିଂର ପ୍ରକାରଭେଦ - ପଢ଼ନ୍ତୁ ।