ମାର୍ଚ୍ଚ 25, 2019
ମଜବୁତ ଘରର ରହସ୍ୟ ହେଉଛି ମଜବୁତ ଫାଉଣ୍ଡେଶନ୍ । ତେଣୁ, ଫାଉଣ୍ଡେଶନ୍ ବିଛାଯିବାର ତତ୍ତ୍ୱାବଧାନ ସମୟରେ ଆପଣଙ୍କୁ ସତର୍କ ରହିବା ଜରୁରୀ ଅଟେ । ଅଭ୍ୟନ୍ତର କାର୍ଯ୍ୟ ବିପରୀତ, ଫାଉଣ୍ଡେଶନ୍ ଥରେ ବିଛାହୋଇଗଲେ, ତାହାକୁ ବଦଳାଯାଇପାରିବ ନାହିଁ ।
ଆପଣଙ୍କ ଘରର ଫାଉଣ୍ଡେଶନ୍ ଆପଣଙ୍କ ପ୍ଲଟ୍ ର ମାଟି (ଟାଣ କିମ୍ବା ନରମ) ଏବଂ ଘରର ଉଚ୍ଚତା ଉପରେ ନିର୍ଭର କରିଥାଏ । ଏହାକୁ ଭଲ ଭାବେ ବୁଝିବା ପାଇଁ, ଆପଣ ନିଜ ଆର୍କିଟେକ୍ଟଙ୍କ ସହିତ ପରାମର୍ଶ କରିବା ଉଚିତ୍ ।
ସର୍ବପ୍ରଥମେ, ପ୍ଲଟ୍ ରୁ ସମସ୍ତ ବୁଦା ଓ ଅନାବନା ଗଛଗୁଡ଼ିକୁ ହଟାଯିବା ଆବଶ୍ୟକ । କାନ୍ଥ, ସ୍ତମ୍ଭ ବା ପିଲାର୍ ପାଇଁ ଫାଉଣ୍ଡେଶନ୍ ମାର୍କିଂ ସେଗୁଡ଼ିକର ଭାର ବହନ କ୍ଷମତା ବୃଦ୍ଧି ଲାଗି ଉପଯୁକ୍ତ ବ୍ୟବଧାନରେ କରାଯିବା ଆବଶ୍ୟକ । ଖନନ ପରେ, ଠିକାଦାରଙ୍କୁ କୌଣସି ଫମ୍ପା ସ୍ଥାନ ଅଛି ନାହିଁ ଯାଞ୍ଚ କରିନେବା ପାଇଁ କୁହନ୍ତୁ ଓ ତାହା ଥିବା କ୍ଷେତ୍ରରେ ସେଗୁଡ଼ିକୁ କଂକ୍ରିଟ୍ ରେ ଭରିଦିଅନ୍ତୁ ।
ସ୍ତମ୍ଭଗୁଡ଼ିକର ସଳଖତା (ଆଲାଇନମେଣ୍ଟ)କୁ ସୁନିଶ୍ଚିତ କରନ୍ତୁ । ଏହି ସ୍ତମ୍ଭ ବା ପିଲାର୍ ଗୁଡ଼ିକର ନିର୍ମାଣ ପରେ, ପୁଣିଥରେ ଫମ୍ପା ସ୍ଥାନଗୁଡ଼ିକ ପାଇଁ ଯାଞ୍ଚ କରନ୍ତୁ । ଫାଉଣ୍ଡେଶନ୍ ରେ ସାତରୁ ଚଉଦ ଦିନ ପର୍ଯ୍ୟନ୍ତ କିଓରିଂକୁ ସୁନିଶ୍ଚିତ କରନ୍ତୁ ।
ଖନନ ପରେ ଏବଂ ଫାଉଣ୍ଡେଶନ୍ ସମ୍ପୂର୍ଣ୍ଣ ହେଲା ପରେ ଉଇ ନିରୋଧୀ ଉପଚାର କରାଯାଇପାରିବ ।
This website uses cookies to serve content relevant for you and to improve your overall website
experience.
By continuing to visit this site, you agree to our use of cookies.
Accept
ତୁମର ପ୍ରଶ୍ନର ଉତ୍ତର ପାଅ |
"ଅଲଟ୍ରାଟେକ୍ ଭାରତର ନଂ. 1 ସିମେଣ୍ଟ" – ବିବରଣୀ
Address
"B" Wing, 2nd floor, Ahura Center Mahakali Caves Road Andheri (East) Mumbai 400 093, India
© 2020 ସମସ୍ତ ଅଧିକାର ସଂରକ୍ଷିତ, ଅଲଟ୍ରାଟେକ୍ ସିମେଣ୍ଟ ଲିଃ