ତୁମର ପ୍ରଶ୍ନର ଉତ୍ତର ପାଅ |
ପୂଜା କକ୍ଷ ପରେ ରୋଷେଇଘରକୁ ଘରର ସବୁଠାରୁ ପବିତ୍ର କକ୍ଷ ଭାବେ ବିବେଚନା କରାଯାଏ, କାରଣ ଏଠାରେ ପୋଷଣ ଓ ଭୋଜନର ଦେବୀ ମା’ ଅନ୍ନପୂର୍ଣ୍ଣାଙ୍କ ବାସ ହୋଇଥାଏ । ରୋଷେଇଘରେ ଆମେ ଆମର ଦୈନନ୍ଦିତ ଭୋଜନ ପ୍ରସ୍ତୁତ କରିଥାଉ, ସେହି ଭୋଜନ ଆମକୁ ଆମର ଦୈନନ୍ଦିନ କାର୍ଯ୍ୟ ସମ୍ପନ୍ନ କରିବାର ଶକ୍ତି ଦେଇଥାଏ, କ୍ଷୁଧାର ମୌଳିକ ଆବଶ୍ୟକତାକୁ ପୂର୍ତ୍ତି କରିଥାଏ ଏବଂ ଆମକୁ ସୁସ୍ଥସବଳ ରଖିଥାଏ ।
ବାସ୍ତୁ ଅନୁଯାୟୀ ଉପଯୁକ୍ତ ରୋଷେଇଘରର ସ୍ଥାପନା ଏକ ସକାରାତ୍ମକ ପରିବେଶ ସହିତ ସୁସ୍ଥ ଜୀବନକୁ ସୁନିଶ୍ଚିତ କରିବା ସହିତ ରୋଗଶୋକକୁ ଆକର୍ଷିତ କରୁଥିବା ନକାରାତ୍ମକ ଶକ୍ତିଗୁଡ଼ିକୁ ଦୂର କରିଥାଏ । ବାସ୍ତୁ ଅନୁସାରେ ତିଆରି ହୋଇ ନ ଥିବା ରୋଷେଇଘର ଆର୍ଥିକ ବୋଝ, ରୋଗ, ପାରିବାରିକ କଳହ ଆଦିକୁ ନିମନ୍ତ୍ରଣ କରିଥାଏ ।
ବାସ୍ତୁ ଅନୁସାରେ ରୋଷେଇଘରର ପ୍ରବେଶ ଦ୍ୱାର ପଶ୍ଚିମ କିମ୍ବା ଉତ୍ତର ଦିଗରେ ରହିବା ଉଚିତ୍ । ରୋଷେଇଘରର ପ୍ରବେଶ ଦ୍ୱାର ପାଇଁ ଏହି ଦିଗଗୁଡ଼ିକୁ ସବୁଠାରୁ ଶୁଭ ଦିଗ ଭାବେ ବିବେଚନା କରାଯାଇଥାଏ । ଯଦି ଏହି ଦୁଇ ଦିଗ ଉପଲବ୍ଧ ନ ଥାଏ, ତେବେ ଦକ୍ଷିଣ-ପୂର୍ବ ଦିଗକୁ ବ୍ୟବହାର କରାଯାଇପାରେ ।
ଏକ ବାସ୍ତୁ ଅନୁକୂଳ ରୋଷେଇଘର ତିଆରି କରିବା ଏବଂ ସକାରତ୍ମକ ଶକ୍ତିଗୁଡ଼ିକୁ ନିମନ୍ତ୍ରଣ କରିବା ଏବଂ ନିଜକୁ ତଥା ପରିବାରର ସମସ୍ତ ସଦସ୍ୟଙ୍କୁ ସୁସ୍ଥସବଳ ରଖିବା ପାଇଁ ଆପଣ ଉପରୋକ୍ତ ବାସ୍ତୁ ଉପଦେଶକୁ ଅନୁସରଣ କରିପାରନ୍ତି ।
ପୂଜା କକ୍ଷ ଘରର ଆଉ ଏକ ପବିତ୍ର ସ୍ଥାନ ଅଟେ ଏବଂ ଘରେ ଏକ ଶାନ୍ତ ପରିବେଶକୁ ସୁନିଶ୍ଚିତ କରିବା ପାଇଁ ଏହା ଆପଣଙ୍କର ଚରମ ଧ୍ୟାନ ଓ ଯତ୍ନ ଆବଶ୍ୟକ କରିଥାଏ । ପୂଜା କକ୍ଷ ପାଇଁ ବାସ୍ତୁ ସମ୍ପର୍କରେ ଅଧିକ ପଢ଼ନ୍ତୁ ।