ପ୍ଲମ୍ବିଂ ଦ୍ବାରା ଆପଣଙ୍କ ଗୃହର ସୌନ୍ଦର୍ଯ୍ୟକୁ ନଷ୍ଟ କରିବାକୁ ଚାହୁଁ ନାହାନ୍ତି କି?

ଆପଣଙ୍କ ଗୃହ ନିର୍ମାଣ କରୁଥିବା ସମୟରେ କାନ୍ଥ ଭିତର ଦେଇ ପାଇପ୍ ଓ ତାର ରଖିବା ଗୁରୁତ୍ବପୂର୍ଣ୍ଣ। ଏହା ଆପଣଙ୍କ ଗୃହର ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖେ, ଏହା ଆଧୁନିକ ଦେଖାଯାଏ ଓ ପରିବାର ଉପଯୋଗୀ ହୋଇଥାଏ। ଆପଣଙ୍କ ଗୃହର କାନ୍ଥରେ ପାଇପ୍ ପ୍ରବେଶ କରାଇବା ପାଇଁ ଏଠାରେ କିଛି ସୋପାନ-ପରେ-ସୋପାନ ପରାମର୍ଶ ଦିଆଯାଇଛି।

1

 

ଟ୍ରାକକୁ  ମାର୍କ କରନ୍ତୁ

 

1
 

ଟ୍ରାକକୁ  ମାର୍କ କରନ୍ତୁ

ପ୍ରଥମେ, ପାଇପର ଆଉଟଲେଟକୁ ଟ୍ରାକ୍ କରିବା ପାଇଁ ସ୍ପିରିଟ୍ ଲେଭଲ୍ ଜରିଆରେ ଏହାକୁ ଚିହ୍ନିତ କରନ୍ତୁ ଯେପରିକି ଏହି ଚିହ୍ନିତ ସ୍ଥାନ ଗୁଡ଼ିକ ହେଉଛି ଟ୍ୟାପ୍, ସାୱାର ଓ ୱାସବେସିନ ଓ ନିଶ୍ଚିତ କରନ୍ତୁ ଯେ ପାନୀୟ ଜଳ ପାଇପ୍ ଓ ଡ୍ରେନେଜ୍ ପାଇପ୍ ଯେପରି ଅଧିକ ବାହାରି ନପଡ଼େ।

2

 

କଟା ସ୍ଥାନର ମୋଟେଇ

 

2
 

କଟା ସ୍ଥାନର ମୋଟେଇ

ଏକ ଡିସ୍କ ବ୍ଲେଡର ସହାୟତାରେ ଚିହ୍ନଟ କରିଥବା ସ୍ଥାନକୁ କାଟନ୍ତୁ। ନିଶ୍ଚିତ କରନ୍ତୁ ଯେ ଏହି କଟା ସ୍ଥାନଟି ଯେପରି ପାଇପର ମୋଟେଇ ତୁଳନାରେ 4-6 ମିମି ଅଧିକ ହେଉଥିବ। ଏହି ପ୍ରକ୍ରିୟାରେ ଆପଣଙ୍କ ଗୃହର ସ୍ତମ୍ଭ କିମ୍ବା ବିମର ଯେକୌଣସି ଅଂଶକୁ କାଟନ୍ତୁ ନାହିଁ।

3

 

ଉପଯୁକ୍ତ ଗ୍ରୁଭ୍ ତିଆରି କରନ୍ତୁ

 

3
 

ଉପଯୁକ୍ତ ଗ୍ରୁଭ୍ ତିଆରି କରନ୍ତୁ

 ଚିହ୍ନଟ ସ୍ଥାନରେ ଗ୍ରୁଭ୍ ତିଆରି ପାଇଁ ଏକ ଫାଉଡ଼ାକୁ ବ୍ୟବହାର କରନ୍ତୁ। ଯଦି କାନ୍ଥଟି ଭାର ବହନକାରୀ କାନ୍ଥ ହୋଇଥାଏ ତେବେ ନିଶ୍ଚିତ ହୁଅନ୍ତୁ ଯେ ସମଗ୍ର ଚିହ୍ନଟ ସ୍ଥାନକୁ ଯେପରି ଭାଙ୍ଗିବ ନାହିଁ।

4

 

ପାଇପକୁ ଫିଟ୍ କରନ୍ତୁ

 

4
 

ପାଇପକୁ ଫିଟ୍ କରନ୍ତୁ

କଣ୍ଟା ସହାୟତାରେ ଗ୍ରୁଭ୍ ସହିତ ପାଇପ ଗୁଡ଼ିକୁ ଫିଟ୍ କରନ୍ତୁ।

5

 

ଗ୍ୟାପର ପୂରଣ କରନ୍ତୁ

 

5
 

ଗ୍ୟାପର ପୂରଣ କରନ୍ତୁ

ସିମେଣ୍ଟ ଓ ବାଲି ମୋର୍ଟାର ସହିତ ପାଇପ୍ ଓ କାନ୍ଥ ମଧ୍ୟରେ ରହିଥିବା ଗ୍ୟାପଗୁଡ଼ିକୁ ପୂରଣ କରିଦିଅନ୍ତୁ। 

6

 

ଫାଟକୁ ଦୂର କରିବା ପାଇଁ

 

6
 

ଫାଟକୁ ଦୂର କରିବା ପାଇଁ

କାନ୍ଥରେ ଫାଟକୁ ଏଡ଼ାଇବା ପାଇଁ ଗୋଟିଏ ଷ୍ଟିଲ୍ ମେସ ବ୍ୟବହାର କରନ୍ତୁ। ଏହାକୁ ଗ୍ରୁଭ ଉପରେ ରଖନ୍ତୁ ଓ କଣ୍ଟା ଏବଂ ମୋର୍ଟାର ସହାୟତାରେ ଲଗାଇ ଦିଅନ୍ତୁ। 

ଏହି ସରଳ ସୋପାନ ସହିତ ଆପଣ ନିଜ ଗୃହର କାନ୍ଥରେ ପାଇପ ଗୁଡ଼ିକୁ ପ୍ରବେଶ କରାଇପାରିବେ ଓ ଏଥିପାଇଁ ବେଶୀ ସମୟ ମଧ୍ୟ ଲାଗିବ ନାହିଁ। 

ସର୍ବୋତ୍ତମ ପ୍ଲମ୍ବିଂ ସାମଗ୍ରୀ ପାଇବା ଓ ଅଧିକ ବିଶେଷଜ୍ଞଙ୍କ ସମାଧାନ ପାଇବା ପାଇଁ ଆପଣଙ୍କ ନିକଟରେ ଥିବା ଅଲ୍‌ଟ୍ରାଟେକ୍ ବିଲ୍‌ଡିଂ ସଲ୍ୟୁସନସ ଷ୍ଟୋରକୁ ଆସନ୍ତୁ। 

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ