ନିଜ ଘର ପାଇଁ ସଠିକ୍ ଷ୍ଟିଲ୍ କିପରି ଚୟନ କରିବେ - ଏକ ତ୍ୱରିତ ମାର୍ଗଦର୍ଶିକା

ମାର୍ଚ୍ଚ 25, 2019

ସିମେଣ୍ଟ, ବାଲି ଓ କଂକ୍ରିଟ୍ ଭଳି, ଆପଣଙ୍କ ଘର ନିର୍ମାଣର ଏକ ଅପରିହାର୍ଯ୍ୟ ଉପାଦାନ ହେଉଛି ଷ୍ଟିଲ୍‌ । ଷ୍ଟିଲ୍ ଚୟନ କରିବା ସମୟରେ ନିମ୍ନଲିଖିତ କଥାଗୁଡ଼ିକୁ ଧ୍ୟାନରେ ରଖନ୍ତୁ ।

ପ୍ରତିଷ୍ଠିତ କମ୍ପାନୀର ଷ୍ଟିଲ୍ କିଣନ୍ତୁ ଏବଂ ଛଡ଼ ଉପରେ ଆଇଏସ୍ଓ କିମ୍ବା ଆଇଏସ୍ଆଇ ପ୍ରମାଣୀକରଣ ଚିହ୍ନକୁ ଯାଞ୍ଚ କରିନିଅନ୍ତୁ । ଷ୍ଟିଲ୍ ଆପଣଙ୍କ ନିର୍ମାଣ ସ୍ଥାନକୁ ପହଞ୍ଚିଲା ପରେ, ଛଡ଼ଗୁଡ଼ିକର ଦୈର୍ଘ୍ୟ ସମାନ (ମାନକ ଦୈର୍ଘ୍ୟ 12 ମିଟର) ଅଛି କି ନାହିଁ ଯାଞ୍ଚ କରି ସୁନିଶ୍ଚିତ କରିନିଅନ୍ତୁ । ଏହା ମଧ୍ୟ ଯାଞ୍ଚ କରନ୍ତୁ ଯେ, ସେଗୁଡ଼ିକରେ ଯେପରି କୌଣସି ଫାଟ, କଳଙ୍କି, ତେଲ କିମ୍ବା ଧୂଳିମଳି ନାହିଁ । ଷ୍ଟିଲ୍ ଛଡ଼ଗୁଡ଼ିକୁ ସଂରକ୍ଷଣ କରି ରଖିବା ସମୟରେ, ସେଗୁଡ଼ିକ ଯେପରି ଭୂମିର ପ୍ରତ୍ୟକ୍ଷ ସଂସ୍ପର୍ଶରେ ନ ରହେ ଏହା ସୁନିଶ୍ଚିତ କରନ୍ତୁ ।

କୌଣସି ଅନିୟମିତତା ଦେଖିଲେ, ନିଜ ଠିକାଦାରଙ୍କୁ ସୂଚିତ କରି, ତାହାକୁ ଦୂର କରିବା ସୁନିଶ୍ଚିତ କରନ୍ତୁ ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ