ନିଜ ଘର ପାଇଁ ସର୍ବୋତ୍ତମ ସିମେଣ୍ଟ ବାଛିବା ଲାଗି ଏକ ତ୍ୱରିତ ମାର୍ଗଦର୍ଶିକା

ମାର୍ଚ୍ଚ 25, 2019

ଏକ ଘର ନିର୍ମାଣ କରିବାରେ ଅନେକ ପର୍ଯ୍ୟାୟ ରହିଥାଏ ଏବଂ ଏପରି ଅଧିକାଂଶ ପର୍ଯ୍ୟାୟରେ ଆପଣ କେଉଁ ସିମେଣ୍ଟ ବାଛନ୍ତି ତାହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।

ଘର ନିର୍ମାଣ ପାଇଁ ମୁଖ୍ୟତଃ ତିନି ପ୍ରକାରର ସିମେଣ୍ଟ ରହିଛି - ଓପିସି, ପିପିସି ଏବଂ ପିଏସସି । ଏହି ତିନିଟି ମଧ୍ୟରୁ, ପ୍ରାୟତଃ ସବୁଠାରେ ଓପିସିର ଉପଲବ୍ଧତା ରହିଥାଏ, କିନ୍ତୁ ପିପିସି ଏବଂ ପିଏସସି ଅଧିକ ଉତ୍ତମ ସୁଦୃଢ଼ତା ଏବଂ ଉତ୍କୃଷ୍ଟ ସ୍ଥାୟିତ୍ୱ ପ୍ରଦାନ କରିଥାଏ ।

ସିମେଣ୍ଟ କିଣିବା ପୂର୍ବରୁ, ଆପଣ ପ୍ରଥମେ ଉତ୍ପାଦନ ତାରିଖ ଯାଞ୍ଚ କରିନେବା ଆବଶ୍ୟକ । ଯଦି ସିମେଣ୍ଟ ବସ୍ତାଟି 90 ଦିନରୁ ଅଧିକ ପୁରୁଣା ହୋଇଥାଏ, ତେବେ ଆପଣ ଇଞ୍ଜିନିୟରଙ୍କ ସହିତ ପରାମର୍ଶ କରିନେବା ଆବଶ୍ୟକ । ଉତ୍ପାଦନ ତାରିଖ ସମେତ ସର୍ବାଧିକ ଖୁଚୁରା ମୂଲ୍ୟ ଓ ଆଇଏସ୍ଆଇ ଷ୍ଟାମ୍ପ ଭଳି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିବରଣୀ ସିମେଣ୍ଟ ବସ୍ତାରେ ମୁଦ୍ରିତ ରହିଥିବାର ଆପଣ ଦେଖିପାରିବେ । ସିମେଣ୍ଟ ବସ୍ତାରେ ଟେଳା ବା ଗୋଟାଳିଆ ସିମେଣ୍ଟ ପାଇଁ ଯାଞ୍ଚ କରିନିଅନ୍ତୁ, କାରଣ ଏପରି ସିମେଣ୍ଟ ନିର୍ମାଣ କାର୍ଯ୍ୟ ପାଇଁ ଅନୁପଯୁକ୍ତ ହୋଇଥାଏ ।

ସଠିକ୍ ସିମେଣ୍ଟ ବାଛିବାର ଚେଷ୍ଟା କରିବା ସମୟରେ, କେବଳ ମୂଲ୍ୟକୁ ଦେଖି ପ୍ରଭାବିତ ହୁଅନ୍ତୁ ନାହିଁ । ସ୍ୱଳ୍ପ-ମିଆଦରେ ମୂଲଚାଲ କରିବା ଓ ଟଙ୍କା ବଞ୍ଚାଇବାର ପ୍ରଚେଷ୍ଟାରେ ଦୀର୍ଘ-ମିଆଦରେ ଆପଣ ଅଧିକ ଖର୍ଚ୍ଚାନ୍ତ ହେବାର ଭୟ ରହିଥାଏ । କ୍ରୟ କରିବା ସମୟରେ ଆପଣ ଖ୍ୟାତନାମା କମ୍ପାନୀର ଉତ୍ପାଦ ବାଛିବା ଆବଶ୍ୟକ । ସୁଦୃଢ଼ ଘର ତାହା ଯାହା ଦୀର୍ଘସ୍ଥାୟୀ ହୋଇଥାଏ ଏବଂ ସଠିକ୍ ସିମେଣ୍ଟର ଚୟନ ଏଥିରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇଥାଏ ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ