ବାହ୍ୟ କାନ୍ଥ ପାଇଁ ରଙ୍ଗ କିପରି ବାଛିବେ? (ଗୃହର ବାହ୍ୟ ଅଂଶ ପାଇଁ ରଙ୍ଗ)

ଆପଣଙ୍କ ଘରର ନିର୍ମାଣ ଯାତ୍ରାରେ ସବୁଠାରୁ ରୋମାଞ୍ଚକ ପର୍ଯ୍ୟାୟ ମଧ୍ୟରୁ ଗୋଟିଏ ହେଉଛି - ଆପଣଙ୍କ ଘର ପାଇଁ ରଙ୍ଗ ଚୟନ କରିବା । ଆପଣ ଚୟନ କରିଥିବା ରଙ୍ଗ ଅନେକ ମାତ୍ରାରେ ଆପଣଙ୍କ ଘରର ରୂପକୁ ନିର୍ଦ୍ଧାରିତ କରିବ । ଏବଂ ଏପରି ଅନେକ କାରକ ଅଛି, ଯାହା ବାହ୍ୟ ଘର ପେଣ୍ଟ୍ ରଙ୍ଗର ପସନ୍ଦ ଓ ଦୃଷ୍ଟିକୋଣକୁ ପ୍ରଭାବିତ କରିଥାଏ । ତେଣୁ ଆମେ ଆପଣଙ୍କ ପାଇଁ କେତୋଟି ଟିପ୍‌ସ ନେଇଆସିଛୁ, ଯାହାକୁ ଧ୍ୟାନରେ ରଖି ଆପଣ ସଠିକ୍ ରଙ୍ଗ ଚୟନ କରିପାରିବେ ।

1

 

ସଂଯୋଜନ: କମ୍ ହିଁ ଅଧିକ ଅଟେ

 

1
 

ସଂଯୋଜନ: କମ୍ ହିଁ ଅଧିକ ଅଟେ

ଏହା ମନେରଖିବା ଜରୁରୀ ଯେ, ବହୁଗୁଡ଼ିଏ ରଙ୍ଗର ବ୍ୟବହାର କରାଗଲେ ଘରର ରୂପ ଅସୁନ୍ଦର ଦେଖାଦେଇପାରେ । ଜିନିଷକୁ ସରଳ ରଖିବା ଏବଂ ନିଜ ଘର ପାଇଁ ଗୋଟିଏ କିମ୍ବା ଦୁଇଟି ବାହ୍ୟ ରଙ୍ଗ ବାଛିବା ହିଁ ସବୁଠାରୁ ଭଲ । ଯଦି ଆପଣଙ୍କୁ ଲାଗେ ଯେ ଏହା ନୀରସ ଦେଖାଯାଉଛି, ତେବେ ଆପଣ ଗୋଟିଏ ରଙ୍ଗର ଭିନ୍ନ-ଭିନ୍ନ ଶେଡ୍ ବିଷୟରେ ମଧ୍ୟ ଚିନ୍ତା କରିପାରନ୍ତି ।

2

 

ରଙ୍ଗଗୁଡ଼ିକର ପସନ୍ଦ

 

2
 

ରଙ୍ଗଗୁଡ଼ିକର ପସନ୍ଦ

ଯେବେ ରଙ୍ଗ ଚୟନ କରିବାର କଥା ଆସେ, ତେବେ ଆପଣଙ୍କୁ ଆଦର୍ଶ ରୂପେ ଅନେକ ବିକଳ୍ପ ବିଷୟରେ ଚିନ୍ତା କରିବା ଉଚିତ୍ । ପ୍ରେରଣା ଓ ସନ୍ଦର୍ଭଗୁଡ଼ିକୁ ସନ୍ଧାନ କରନ୍ତୁ, କାରଣ ଆପଣ ନିଜ ପସନ୍ଦର ରଙ୍ଗଗୁଡ଼ିକୁ ଚୂଡ଼ାନ୍ତ କରିବା ପରେ, ସେଗୁଡ଼ିକ ସଂଯୋଜନ ବା କମ୍ବିନେଶନ୍ କୁ ପ୍ରସ୍ତୁତ କରିଥାନ୍ତି । କଳା ଏବଂ ଘନ ରଙ୍ଗଗୁଡ଼ିକୁ ଏଡ଼ାନ୍ତୁ, ଯେଉଁଥିରେ ସହଜରେ ଧୂଳିମଳି ଜମାଟ ବାନ୍ଧିଥାଏ ।

3

 

ଆଲୋକକୁ ଧ୍ୟାନରେ ରଖନ୍ତୁ

 

3
 

ଆଲୋକକୁ ଧ୍ୟାନରେ ରଖନ୍ତୁ

ଶେଡ୍-କାର୍ଡରେ ଆପଣ ଯେଉଁ ରଙ୍ଗ ଓ ଶେଡ୍ ଚୟନ କରନ୍ତି, ତାହା ଆପଣଙ୍କ ଘରର ବାହ୍ୟ କାନ୍ଥରେ ଲଗାଇବା ପରେ ବହୁତ ଭିନ୍ନ ଦେଖାଦେଇପାରେ, ଯାହା ସମ୍ପୃକ୍ତ ରଙ୍ଗର ଗୁଣବତ୍ତା ଓ ତାହା ଉପରେ ପଡ଼ୁଥିବା ଆଲୋକ ଉପରେ ନିର୍ଭର କରିଥାଏ । କାନ୍ଥରେ କିଛି ରଙ୍ଗ ଓ ଶେଡ୍‌ ର ନମୁନା ପରୀକ୍ଷା କରିନେବା ସର୍ବୋତ୍ତମ, ଯାହାଦ୍ୱାରା ଆପଣ ଜାଣିପାରିବେ ଯେ, ଏହା ଚୂଡ଼ାନ୍ତ ଭାବେ କିପରି ଦେଖାଯିବ ।

4

 

ପରିବେଶ ଗୁରୁତ୍ୱ ବହନ କରିଥାଏ

 

4
 

ପରିବେଶ ଗୁରୁତ୍ୱ ବହନ କରିଥାଏ

ନିଜ ଘର ପାଇଁ ବାହ୍ୟ ରଙ୍ଗ ଚୟନ କରିବା ସମୟରେ, ଆପଣଙ୍କ ଘରର ଅବସ୍ଥିତି ଓ ତାହା ଚତୁଃପାର୍ଶ୍ୱରେ କ’ଣ ଅଛି, ତାହାକୁ ବିଚାରକୁ ନେବା ଆବଶ୍ୟକ । ଆପଣଙ୍କ ଘରଟି ଆଖପାଖର ଘରଗୁଡ଼ିକଠାରୁ ଭିନ୍ନ ଦେଖାଯାଉ ଏହା ଆପଣ ଚାହିଁଥାନ୍ତି, ତଥାପି ଏହା ସୁନିଶ୍ଚିତ କରିନିଅନ୍ତୁ ଯେ ଆପଣ ଚୟନ କରିଥିବା ରଙ୍ଗଟି ଆପଣଙ୍କ ଅଞ୍ଚଳର ପରିବେଶ ଓ ପୃଷ୍ଠଭୂମିର ସ୍ଥିତି ଓ ଜଳବାୟୁ ସହିତ ଖାପ ଖାଉଛି ।

5

 

ପେଣ୍ଟ୍ ରୁ ଆଗକୁ ଚିନ୍ତା କରନ୍ତୁ

 

5
 

ପେଣ୍ଟ୍ ରୁ ଆଗକୁ ଚିନ୍ତା କରନ୍ତୁ

ଆପଣଙ୍କ ଘରର ବାହ୍ୟ ଭାଗ ପ୍ରକୃତରେ କେବଳ କବାଟ ଓ ଝରକା ବ୍ୟତୀତ କିଛି ସାଜସଜ୍ଜା, କଳାକୃତି ଓ ଗଛଲତା ସହିତ ଜୀବନ୍ତ ହୋଇଉଠିବ । ଏପରି ସାମଗ୍ରୀ ଓ ଆଲୋକୀକରଣକୁ ସଠିକ୍ ଭାବେ ଚୟନ କରନ୍ତୁ, ଯାହାଫଳରେ ଏହା ଆପଣଙ୍କ ଘରର ବାହ୍ୟ ରଙ୍ଗ ସହିତ ଭଲ ଦେଖାଯିବ । ଆହୁରି ମଧ୍ୟ, ଟ୍ରିମ୍ସ ଓ ଆକ୍ସେଣ୍ଟ ରଙ୍ଗଗୁଡ଼ିକ ପାଇଁ ମଧ୍ୟ ଭଲ ରଙ୍ଗ ସଂଯୋଜନା ଚୟନ କରନ୍ତୁ ।

6

 

ସ୍ଥାୟିତ୍ୱ

 

6
 

ସ୍ଥାୟିତ୍ୱ

ଘରର ବାହ୍ୟ ରଙ୍ଗର ରକ୍ଷଣାବେକ୍ଷଣ ମଧ୍ୟ ସମାନ ରୂପେ ଗୁରୁତ୍ୱପୂର୍ଣ୍ଣ । ପେଣ୍ଟ ଚୟନ କରିବା ସମୟରେ, ରଙ୍ଗ ଯାହା ବି ହୋଇଥାଉ ନା କାହିଁକି, ନିଶ୍ଚିତ କରନ୍ତୁ ଯେ ଆପଣ ଦୀର୍ଘସ୍ଥାୟୀ ଏବଂ କମ୍-ରକ୍ଷଣାବେକ୍ଷଣ ଆବଶ୍ୟକ କରୁଥିବା ପେଣ୍ଟ୍ କିଣୁଛନ୍ତି । ସାଧାରଣତଃ, ‘ସାଟିନ୍’ ଏବଂ ‘ଏଗସେଲ୍’ ପେଣ୍ଟଗୁଡ଼ିକ ବଢ଼ିଆ ସ୍ଥାୟିତ୍ୱ ପ୍ରଦାନ କରିଥାଏ ଓ ସେଗୁଡ଼ିକୁ ସଫା କରିବା ସହଜ ହୋଇଥାଏ । ଆପଣଙ୍କ ରଙ୍ଗକୁ ମଧ୍ୟ ତାହା ଉତ୍ତମ ଫିନିଶ୍ ଦେଇଥାଏ ।

ନିଜ ଘରର ବାହ୍ୟ ପେଣ୍ଟ୍ ରଙ୍ଗ ଚୟନ କରିବା ସମୟରେ ଏହିସବୁ ଟିପ୍‌ସକୁ ଧ୍ୟାନରେ ରଖନ୍ତୁ । କାରଣ ଆପଣଙ୍କ ଘର ହେଉଛି ଆପଣଙ୍କ ପରିଚୟ, ଏବଂ ରଙ୍ଗଗୁଡ଼ିକ ଆପଣଙ୍କ ବ୍ୟକ୍ତିତ୍ୱକୁ ପ୍ରତିଫଳିତ କରିଥାଏ ।

ଘର ନିର୍ମାଣ ଉପରେ ଏପରି ଅଧିକ ଟିପ୍‌ସ ପାଇଁ, ଅଲଟ୍ରାଟେକ୍ ସିମେଣ୍ଟର #ବାଟଗାର୍କି | ସହିତ ଯୋଡ଼ି ହୋଇ ରୁହନ୍ତୁ ।

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ