ଖନନ ଘରର ସୁଦୃଢ଼ତାକୁ ପ୍ରଭାବିତ କରିଥାଏ କି?


ଅଗଷ୍ଟ 25, 2020

ଘରର ମୂଳଦୁଆ ବା ଫାଉଣ୍ଡେଶନ୍ ସ୍ଥାପନ ପୂର୍ବରୁ ଏକ ପ୍ଲଟ୍ ର ଖନନ କରାଯାଇଥାଏ । ଫାଉଣ୍ଡେଶନ୍ ଆପଣଙ୍କ ଘର ଢାଞ୍ଚାର ଓଜନକୁ ଫାଉଣ୍ଡେଶନ ତଳ ମାଟିକୁ ସ୍ଥାନାନ୍ତର କରିଥାଏ । ଯଦି ଖନନ ଠିକ୍ ରୂପେ କରା ନ ଯାଏ, ତେବେ ଫାଉଣ୍ଡେଶନ ଦୁର୍ବଳ ହୋଇଯିବ ଓ କାନ୍ଥ ତଥା ଖମ୍ବରେ ଫାଟ ସୃଷ୍ଟି ହେବ ।

ଖନନ ସମୟରେ ନିମ୍ନଲିଖିତ କଥାଗୁଡ଼ିକୁ ଧ୍ୟାନରେ ରଖନ୍ତୁ ।

1. ଖନନ ପୂର୍ବରୁ ସୁନିଶ୍ଚିତ କରିନିଅନ୍ତୁ ଯେ ପ୍ଲଟ୍ ଉପରେ ଲେଆଉଟ୍ ମାର୍କିଂଗୁଡ଼ିକ ଉପଯୁକ୍ତ ଭାବେ ଦିଆଯାଇଛି ।

  1. ଖନନ ଗର୍ତ୍ତଗୁଡ଼ିକର ଆକାର, ପ୍ୟାଟର୍ଣ୍ଣ, ଗଭୀରତା ଓ ଗଡ଼ାଣି ସମାନ ଅଛି କି ନାହିଁ ତାହା ଯାଞ୍ଚ କରନ୍ତୁ, ତା’ପରେ ଖନନ ଶଯ୍ୟା ଉପରେ ପାଣି ଢାଳନ୍ତୁ ଓ ଧୁର୍ମୁସ ସାହାଯ୍ୟରେ ପିଟିବା ଆରମ୍ଭ କରନ୍ତୁ ।
  2. ଅତିରିକ୍ତ ଖନନ ଅଞ୍ଚଳଗୁଡ଼ିକୁ ପ୍ଲମ୍ କଂକ୍ରିଟ୍ ସାହାଯ୍ୟରେ ପୂରଣ କରନ୍ତୁ । ଫାଙ୍କ ଓ ନରମ ସ୍ଥାନ ଯେପରି ନ ରହେ ଏହା ସୁନିଶ୍ଚିତ କରନ୍ତୁ ।
  3. 6 ଫୁଟରୁ ଅଧିକ ଗଭୀରର ଖନନ ସମୟରେ, ପାର୍ଶ୍ୱଗୁଡ଼ିକୁ କାଠ ଢାଞ୍ଚା ଦ୍ୱାରା ସୁରକ୍ଷିତ କରିବା ସୁପାରିସଯୋଗ୍ୟ ।

ଏ ଥିଲା ଆପଣଙ୍କ ଘରକୁ ଏକ ସୁଦୃଢ଼ ଫାଉଣ୍ଡେଶନ୍ ଦେବାର ସଠିକ୍ ଖନନ ପ୍ରକ୍ରିୟା ସମ୍ବନ୍ଧୀୟ କେତୋଟି ଟିପ୍‌ସ ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ