ମାର୍ଚ୍ଚ 25, 2019
ଆପଣ ଏକ ପ୍ଲଟ୍ କିଣିବାର ନିଷ୍ପତ୍ତି ନେଲେ, ପ୍ରଥମେ ନିଶ୍ଚିତ କରିନିଅନ୍ତୁ ଯେ ଆପଣଙ୍କ ନିକଟରେ ସମସ୍ତ ଦସ୍ତାବିଜ ଅଛି । ଏଗୁଡ଼ିକ ବିନା, ଆପଣଙ୍କର କ୍ରୟ ବିଳମ୍ବିତ ହେବ ।
ଅଧିକାଂଶ ଆବଶ୍ୟକୀୟ ଦସ୍ତାବିଜକୁ ଦୁଇଟି ପ୍ରକାରରେ ବିଭକ୍ତ କରାଯାଇପାରେ - ଆଇନଗତ ଓ ବ୍ୟକ୍ତିଗତ ।
ଆଇନଗତ ଦସ୍ତାବିଜ: ଏହି ଦସ୍ତାବିଜଗୁଡ଼ିକ ଅତ୍ୟାବଶ୍ୟକ ହୋଇଥାଏ ଏବଂ ସେଥିମଧ୍ୟରୁ ଗୋଟିଏ ବି ନ ଥିଲେ କ୍ରୟ ବିଳମ୍ବିତ ହୋଇପାରେ ।
ସେଗୁଡ଼ିକ ମଧ୍ୟରେ ନିମ୍ନଲିଖିତ ଅନ୍ତର୍ଭୁକ୍ତ:-
ମାଲିକାନା କବଲା (ଟାଇଟଲ୍ ଡିଡ୍), ବିକ୍ରି କବଲା (ସେଲ୍ ଡିଡ୍) ବା ମଦର୍ ଡିଡ୍: ବିକ୍ରେତାଙ୍କଠାରୁ ହାସଲ କରାଯିବ
ଜମି ମଞ୍ଜୁରୀ: ଯଦି ଆପଣ କୃଷିଗତ ଜମିକୁ ଅଣ-କୃଷିଗତ ଜମିରେ ରୂପାନ୍ତର କରିବାକୁ ଚାହୁଁଥାନ୍ତି
ଋଣଭାର ପ୍ରମାଣପତ୍ର: ଜମି ଯେଉଁଠି ପଞ୍ଜୀକୃତ ହୋଇଥିବ ସେହି ସବ୍-ରେଜିଷ୍ଟ୍ରାର୍ ଅଫିସରୁ ହାସଲ କରାଯିବ
ଅଧିକାରର ରେକର୍ଡ (ROR): ତହସିଲଦାରଙ୍କ କାର୍ଯ୍ୟାଳୟରୁ ହାସଲ କରାଯିବ
ଖାତା ପ୍ରମାଣପତ୍ର: ସହକାରୀ ରାଜସ୍ୱ ଅଧିକାରୀଙ୍କଠାରୁ ହାସଲ କରାଯିବ
ବ୍ୟକ୍ତିଗତ ଦସ୍ତାବିଜ: ବ୍ୟକ୍ତିଗତ ଦସ୍ତାବିଜଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଯାଞ୍ଚ ଉଦ୍ଦେଶ୍ୟ ପାଇଁ ଉଦ୍ଦିଷ୍ଟ ହୋଇଥାଏ: ଆଧାର, ଭୋଟର ଆଇଡି କାର୍ଡ ଏବଂ ପ୍ୟାନ୍ କାର୍ଡ ।
ଧ୍ୟାନରେ ରଖିବାଯୋଗ୍ୟ କେତୋଟି କଥା:
ଯଦି ବିକ୍ରେତା ମାଲିକ ହୋଇ ନ ଥାନ୍ତି, ତେବେ ‘ପାୱାର୍ ଅଫ୍ ଆଟର୍ଣ୍ଣି’’ ଦସ୍ତାବିଜ ଯାଞ୍ଚ କରନ୍ତୁ ।
ବିକ୍ରେତାଙ୍କ ଦ୍ୱାରା ଦର୍ଶାଯାଇଥିବା ମାପ ନିର୍ଭୁଲ୍ ଅଛି ବୋଲି ସୁନିଶ୍ଚିତ କରିବା ପାଇଁ, ସର୍ଭେ ବିଭାଗରୁ ଜମିର ଏକ ସର୍ଭେ ସ୍କେଚ୍ ହାସଲ କରନ୍ତୁ ।
ଯଦି ଏକାଧିକ ମାଲିକ ଥାଆନ୍ତି, ତେବେ ସମସ୍ତ ମାଲିକଙ୍କଠାରୁ ‘ରିଲିଜ୍ ପ୍ରମାଣପତ୍ର’ ହାସଲ କରିବା ନିଶ୍ଚିତ କରନ୍ତୁ ।
This website uses cookies to serve content relevant for you and to improve your overall website
experience.
By continuing to visit this site, you agree to our use of cookies.
Accept
ତୁମର ପ୍ରଶ୍ନର ଉତ୍ତର ପାଅ |
ଆମେ ଦୃଷ୍ଟିକୁ ଏହା ଆସିଛି ଓ ଆମେ ଏହା ବୁଝୁଛୁ ଯେ, ନିର୍ଦ୍ଦିଷ୍ଟ କେତେକ ଖଳ ପ୍ରକୃତିର ବ୍ୟକ୍ତିବିଶେଷ ଜନସାଧାରଣଙ୍କୁ କମ୍ପାନୀର ଡିଷ୍ଟ୍ରିବ୍ୟୁଟରଶିପ୍ ଏବଂ ରିଟେଲ୍ ଆଉଟଲେଟ୍ ଡିଲରଶିପ୍ ଦେବା ଏବଂ ଅତ୍ୟନ୍ତ ରିହାତଯୁକ୍ତ ଦରରେ ବୃହତ୍ ପରିମାଣରେ ସିମେଣ୍ଟ/ଉତ୍ପାଦଗୁଡ଼ିକ ବିକ୍ରୟ କରିବାର ଆଳ ଦେଖାଇ ଲୋଭାନ୍ୱିତ କରୁଛନ୍ତି ଓ ତା’ ବଦଳରେ ଅଗ୍ରିମ ରାଶି ଦାବି କରୁଛନ୍ତି । ସେମାନେ ବେଆଇନ୍ ଭାବେ ଅଲଟ୍ରାଟେକ୍ ସିମେଣ୍ଟ ଲିମିଟେଡ୍ (UTCL)ର ନାମ ଓ ଲୋଗୋ ବ୍ୟବହାର କରୁଛନ୍ତି ଏବଂ ନିଜକୁ UTCLର ପ୍ରାଧିକୃତ ପ୍ରତିନିଧି ହୋଇଥିବାର ଦାବି କରୁଛନ୍ତି ।
ଦୟାକରି ଧ୍ୟାନରେ ରଖନ୍ତୁ ଯେ, UTCL ଏସ୍ଏମ୍ଏସ୍, ହ୍ୱାଟ୍ସଆପ୍ ମେସେଜ୍, କଲ୍, ଇମେଲ୍ କିମ୍ବା କୌଣସି ସୋସିଆଲ ମିଡିଆ ମାଧ୍ୟମରେ ଏହାର ଉତ୍ପାଦଗୁଡ଼ିକୁ ବିକ୍ରି କରିବାର ଯାଚନା କରି ନ ଥାଏ । ଏହାଛଡ଼ା, ଏହା କଦାପି ଗ୍ରାହକଙ୍କୁ ସେଥିପାଇଁ ନେଟ୍ ବ୍ୟାଙ୍କିଙ୍ଗ୍ ଅଥବା ଅନ୍ୟ କୌଣସି ମାଧ୍ୟମରେ ଅଗ୍ରିମ ଦେୟ ପୈଠ କରିବାକୁ କହି ନ ଥାଏ ।
ଆମେ ଅନୁରୋଧ କରୁଛୁ ଯେ, ଏପରି ଅସାଧୁ ବ୍ୟକ୍ତିବିଶେଷଙ୍କ ଉପରେ ବିଶ୍ୱାସ ଓ ଭରସା କରନ୍ତୁ ନାହିଁ ଏବଂ ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଅଲଟ୍ରାଟେକ୍ ଉତ୍ପାଦ ଯୋଗାଇବାଦେବାର ଭରସା ଦେଇ ନିଜ ବ୍ୟାଙ୍କ ଖାତାରେ ଅଗ୍ରିମ ଟଙ୍କା ପୈଠ କରିବାର ଦାବି କରୁଥାନ୍ତି, ତେବେ ଦୟାକରି ନିକଟତମ ଡିଲର୍ କିମ୍ବା ପ୍ରାଧିକୃତ ରିଟେଲ୍ ଷ୍ଟକିଷ୍ଟ ଅଥବା କମ୍ପାନୀର ଟୋଲ୍ ଫ୍ରି ନଂ. 1800 210 3311 ରେ ଏ ସମ୍ପର୍କିତ ସୂଚନା ଦିଅନ୍ତୁ ।
କୌଣସି ପ୍ରଶ୍ନ କିମ୍ବା ସହାୟତା ପାଇଁ, ଦୟାକରି ଆମର ଟୋଲ୍ ଫ୍ରି ନଂ. 1800 210 3311 ଡାଏଲ୍ କରନ୍ତୁ କିମ୍ବା ଆମର ଆନୁଷ୍ଠାନିକ ୱେବସାଇଟ୍ www.ultratechcement.com ପରିଦର୍ଶନ କରନ୍ତୁ ।
"ଅଲଟ୍ରାଟେକ୍ ଭାରତର ନଂ. 1 ସିମେଣ୍ଟ" – ବିବରଣୀ
Address
"B" Wing, 2nd floor, Ahura Center Mahakali Caves Road Andheri (East) Mumbai 400 093, India
© 2020 ସମସ୍ତ ଅଧିକାର ସଂରକ୍ଷିତ, ଅଲଟ୍ରାଟେକ୍ ସିମେଣ୍ଟ ଲିଃ