ନୂତନ ନିର୍ମାଣ ପାଇଁ ଆଣ୍ଟି ଟର୍ମାଇଟ୍ ଟ୍ରିଟମେଣ୍ଟ (ନିର୍ମାଣ ପୂର୍ବବର୍ତ୍ତୀ ଆଣ୍ଟି ଟର୍ମାଇଟ୍ ଟ୍ରିଟମେଣ୍ଟ)

ଜାନୁଆରୀ 01, 1970

ଘରର କାଠନିର୍ମିତ ଢାଞ୍ଚାଗୁଡ଼ିକୁ ଉଇରୁ ସୁରକ୍ଷିତ ରଖିବା ପାଇଁ ଉଇ-ନିରୋଧୀ ଉପଚାର ବା ଟ୍ରିଟମେଣ୍ଟ କରାଯାଇଥାଏ ।

ଉଇ-ନିରୋଧୀ ଉପଚାର ସମୟରେ, ଘର ତଳ ଓ ଫାଉଣ୍ଡେଶନ୍ ବା ମୂଳଦୁଆ ଚାରିପଟ ମାଟିକୁ ଉଇ-ନିରୋଧୀ ରସାୟନ ବା କୀଟନାଶକ ଦ୍ୱାରା ଉପଚାରିତ କରାଯାଇଥାଏ । ଏହାଦ୍ୱାରା ମାଟିରେ ପୂର୍ବରୁ ବିଦ୍ୟମାନ ରହିଥିବା ଉଇ ବସତି/ହୁଙ୍କା/ବସାଗୁଡ଼ିକ ନଷ୍ଟ କରିଥାଏ ଓ ପରବର୍ତ୍ତୀ ସମୟରେ ଏହା ଦେଖାଯିବା ପ୍ରତିରୋଧ କରିଥାଏ । ଆପଣଙ୍କ ଘରର ନିର୍ମାଣରେ ଉଇ-ନିରୋଧୀ ଉପଚାର କାହିଁକି ଗୁରୁତ୍ୱପୂର୍ଣ୍ଣ ଓ ଏହା କିପରି କରାଯିବ ଆସନ୍ତୁ ନଜର ପକାଇବା ।

ଉଇ ନିୟନ୍ତ୍ରଣ ଗୁରୁତ୍ୱପୂର୍ଣ୍ଣ କାହିଁକି :

ଉଇ କାଠନିର୍ମିତ ସଂରଚନା ବା ଢାଞ୍ଚାଗୁଡ଼ିକର ଶତ୍ରୁ ଅଟନ୍ତି । ଘରେ ଉଇ ଆସିଗଲେ ସେମାନେ ଆପଣଙ୍କର ଆସବାବ ପତ୍ର, ଫିକ୍ସର୍ ଓ ଘରର ଅନ୍ୟାନ୍ୟ ଉପାଦାନକୁ ଗମ୍ଭୀର କ୍ଷୟକ୍ଷତି ପହଞ୍ଚାଇଥାନ୍ତି । ଘର ନିର୍ମାଣ ପୂର୍ବରୁ ଉଇ-ନିୟନ୍ତ୍ରଣ କରା ନ ଗଲେ, ସେମାନେ ଆପଣଙ୍କ ଘର ତଳେ ବସା ବାନ୍ଧିପାରନ୍ତି ଓ ସମୟ ସହିତ ଘରକୁ କ୍ଷତି ପହଞ୍ଚାଇପାରନ୍ତି ।

ଆଇଏସ୍ଆଇ ବିନିର୍ଦ୍ଦିଷ୍ଟତା ଅଧୀନରେ ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ଦୁଇଟି ଉଇ ନିୟନ୍ତ୍ରଣ ରସାୟନକୁ ସୁପାରିସ କରାଯାଇଛି: 

i)  କ୍ଲୋରପାଇରିଫସ୍ 20% EC

ii) ଆଇମିଡାକ୍ଲୋପ୍ରିଡ୍ 30.5% SC

ପୂର୍ବ ନିର୍ମାଣ ଏବଂ ନିର୍ମାଣ ପରବର୍ତ୍ତୀ ଆଣ୍ଟି ଟର୍ମାଇଟ୍ ଚିକିତ୍ସା:

ମାଟି, ଫାଉଣ୍ଡେଶନ୍ ଏବଂ ପାରିପାର୍ଶ୍ୱିକ ଅଞ୍ଚଳରେ ତରଳ ଉଇ-ନିରୋଧୀ ରସାୟନକୁ ଇଞ୍ଜେକ୍ଟ କରାଯାଇ ପ୍ରାକ୍-ନିର୍ମାଣ ଉଇ-ନିରୋଧୀ ଉପଚାର କରାଯାଇଥାଏ । ନିର୍ମାଣୋତ୍ତର ବା ନିର୍ମାଣ-ପରବର୍ତ୍ତୀ ଉଇ-ନିରୋଧୀ ଉପଚାର ସମୟରେ କାନ୍ଥ ପାର୍ଶ୍ୱ ଏବଂ ତଳ ଅଞ୍ଚଳଗୁଡ଼ିକୁ ଉଇନାଶକ ଦ୍ୱାରା ଉପଚାରିତ କରାଯାଏ । କାନ୍ଥ/ଘର ଚାରିପଟର ମାଟିକୁ ଖୋଳାଯାଇ ଉପଚାର କରାଯାଇଥାଏ, ଯାହାଫଳରେ ଘର ଚତୁଃପାର୍ଶ୍ୱରେ ଏକ ଉଇ ପ୍ରତିରୋଧୀ ବନ୍ଧ ସୃଷ୍ଟି ହୋଇଥାଏ ।

ପ୍ରଭାବୀ ଉଇ-ନିରୋଧୀ ଉପଚାରର ସୋପାନଗୁଡ଼ିକ ଏଠାରେ ଦିଆଗଲା:

  1. ନିରୀକ୍ଷଣ: ଉଇ-ନିରୋଧୀ ରସାୟନ ସହିତ କେଉଁ ସ୍ଥାନଗୁଡ଼ିକୁ ଉପଚାରିତ କରାଯିବ ସେହି ସ୍ଥାନଗୁଡ଼ିକୁ ଭଲଭାବେ ଯାଞ୍ଚ କରନ୍ତୁ ଓ ଚିହ୍ନିତ କରନ୍ତୁ ।
  2. ସାଇଟ୍ ପ୍ରସ୍ତୁତି: ରସାୟନ ପ୍ରୟୋଗ ପୂର୍ବରୁ ନିର୍ମାଣ ସାଇଟ୍ କୁ ସଫା କରନ୍ତୁ ଏବଂ ଚିହ୍ନିତ ପ୍ରୟୋଗ ଅଞ୍ଚଳରେ ଯେପରି କୌଣସି ବ୍ୟବଧାନ ବା ଗ୍ୟାପ୍ ନ ରହେ ତାହା ସୁନିଶ୍ଚିତ କରନ୍ତୁ ।
  3. ପ୍ରୟୋଗ: ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡ଼ିକ ପାଇଁ ସୁପାରିସକୃତ ଉଇନାଶକର ମାତ୍ରା ଯେପରି ବଜାୟ ରହେ ତାହା ସୁନିଶ୍ଚିତ କରନ୍ତୁ ।
  4. ସୁନିଶ୍ଚିତ କରନ୍ତୁ ଯେ ଉଇ-ନିରୋଧୀ ଉପଚାର ପ୍ରକ୍ରିୟା ଜଣେ ବିଶେଷଜ୍ଞଙ୍କ ତଦାରଖ ଅଧୀନରେ ହୁଏ । ରସାୟନଗୁଡ଼ିକ ଯେପରି ପାନୀୟ ଜଳ ଉତ୍ସ ନିକଟରେ ପ୍ରୟୋଗ ନ ହୁଏ ଏଥିପ୍ରତି ବିଶେଷ ଧ୍ୟାନ ରଖନ୍ତୁ ।

 

ନିମ୍ନଲିଖିତ କାରଣଗୁଡ଼ିକ ପାଇଁ ଉଇ-ନିରୋଧୀ ଉପଚାର କରାଇବା ଜରୁରୀ ଅଟେ:

  1. ଏହା ଅଧିକ ଫଳପ୍ରଦ ହୋଇଥାଏ ଏବଂ ଆପଣଙ୍କ ଘରକୁ ତତ୍କାଳ ସୁରକ୍ଷା ପ୍ରଦାନ କରିଥାଏ ।
  2. ଏହା ବର୍ଷ ବର୍ଷ ଧରି ଆପଣଙ୍କ ଘରକୁ ଉଇରୁ ସୁରକ୍ଷିତ କରି ରଖିଥାଏ ।
  3. ତରଳ ଉଇନାଶକ ସୁଲଭ ଓ ପକେଟକୁ ସୁହାଇଲା ଭଳି ହୋଇଥାଏ, ଏବଂ ଆପଣଙ୍କ ଘରର ସ୍ଥାୟିତ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିବେଶ ସାବ୍ୟସ୍ତ ହୋଇଥାଏ ।

ଆପଣଙ୍କ ଘରକୁ ଉଇମାନେ ପହଞ୍ଚାଇଥିବା କ୍ଷତି ଅପୂରଣୀୟ ହୋଇଥାଏ । ତେଣୁ, ସାମାନ୍ୟ ଦୂରଦୃଷ୍ଟି ଓ ସତର୍କତା ଅବଲମ୍ବନ କରି ଆପଣ ନିଜ ଘରକୁ ଉଇ ଉପଦ୍ରବରୁ ସୁରକ୍ଷିତ ରଖିପାରିବେ ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ