ଏକ ଘର ନିର୍ମାଣ ପାଇଁ ମୂଲ୍ୟ ଆକଳନ କରିବାକୁ ଦ୍ରୁତ ଗାଇଡ୍ (ନିର୍ମାଣ ଆକଳନ)

ମାର୍ଚ୍ଚ 25, 2019

ଆପଣଙ୍କ ଘର ନିର୍ମାଣ ପାଇଁ, ଆର୍ଥିକ ଯୋଜନା ବା ଫାଇନାନ୍ସିଆଲ୍ ପ୍ଲାନିଂ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଆଶାଠାରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଯିବା କାରଣରୁ ଆପଣଙ୍କ ଘର ତିଆରି ଅଧୁରା ରହିଯାଉ, ଏହା କଦାପି ଆପଣ ଚାହିଁବେ ନାହିଁ ।

ଏପରି ଅନେକ କାରକ ରହିଛି ଯାହା ଆପଣଙ୍କ ଆର୍ଥିକ ପରିସ୍ଥିତିକୁ ପ୍ରଭାବିତ କରିପାରେ । ତେଣୁ, ଏକ ବିବେକପୂର୍ଣ୍ଣ ମାର୍ଗ ହେଉଛି ପଡ଼ୋଶୀ, ସମ୍ପର୍କୀୟ, ବନ୍ଧୁବାନ୍ଧବଙ୍କ ସହିତ ଆଲୋଚନା କରିବା ଓ ସେମାନଙ୍କ ଘର ତିଆରି ସମୟରେ ସେମାନେ ସେମାନଙ୍କର ପ୍ରାରମ୍ଭିକ ବଜେଟରୁ କେତେ ଅଧିକ ଖର୍ଚ୍ଚ କରିଥିଲେ ଓ କାହିଁକି କରିଥିଲେ ଏହା ଜାଣନ୍ତୁ ।

କାମ ଆରମ୍ଭ କରିବା ପୂର୍ବରୁ, ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେଶନ୍ ଶୁଳ୍କ ପାଇଁ ଟଙ୍କା ଅଲଗା କରି ରଖିବାକୁ ଭୁଲନ୍ତୁ ନାହିଁ ।

ନିଜର ବିଲଡିଂ ପ୍ଲାନ୍ ବିଷୟରେ ଠିକାଦାରଙ୍କ ସହିତ ଆଲୋଚନା କରନ୍ତୁ । ଏହା ଆପଣଙ୍କୁ ଶ୍ରମ, ନିର୍ମାଣ ସାମଗ୍ରୀ ଏବଂ ଠିକାଦାରଙ୍କ ଖର୍ଚ୍ଚ ବିଷୟରେ ଧାରଣା ପ୍ରଦାନ କରିବ ଏବଂ ଆପଣ ସେହି ଅନୁଯାୟୀ ନିଜର ପାରିବାରିକ ଖର୍ଚ୍ଚଗୁଡ଼ିକୁ ଆଡଜଷ୍ଟ କରିପାରିବେ ।

ଏକ ସଂଖ୍ୟାରେ ଉପନୀତ ହେବା ପୂର୍ବରୁ, ଘରର ଅଭ୍ୟନ୍ତରକୁ ଭୁଲନ୍ତୁ ନାହିଁ । ଆପଣଙ୍କ ଆକଳନରେ ପ୍ଲମ୍ବିଂ, ଟାଇଲିଂ, ପେଣ୍ଟିଂ, ଫ୍ଲୋରିଂ ଏବଂ ଆସବାବ ସାମଗ୍ରୀ ବାବଦୀୟ ଖର୍ଚ୍ଚକୁ ଯୋଡ଼ିବାକୁ ହେବ ।

ଶେଷରେ, କୌଣସି ଅପ୍ରତ୍ୟାଶିତ ଖର୍ଚ୍ଚ ପାଇଁ ଏକ ଆପାତକାଳୀନ ପାଣ୍ଠି ରଖନ୍ତୁ ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ